ସୈାର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୧୩ ତାରିଖ ବୁଧବାର ,ଚନ୍ଦ୍ର- ମେଷ ଅହୋରାତ୍ର,ତିଥ- ୪ର୍ଥୀ ରାତ୍ରି ୦୧.୨୬ ଗତେ ୫ମୀ,ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର,ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ନାସ୍ତି ।
ଧନିଷ୍ଠା- ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇ ପାରେ । ନୂଆ ଘର ବା ଜମି କିଣିବାରେ ଦିନଟି ଶୁଭ ରହିବ । ପୁରୁଣା କରଜ ଆପଣଙ୍କୁ ଫେରସ୍ତ ମିଳିପାରେ । ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ । ଚାକିରୀରେ ଆପଣଙ୍କର ପ୍ରାଧାନ୍ୟ ବଢିବ ।
ଶତଭିଷା- ସାମୟିକ ଭାବରେ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ । ଅସ୍ଥିରତା କାରଣରୁ କୌଣସି କାର୍ଯ୍ୟକୁ ଠିକ୍ ଭାବରେ କରିପାରିବେ ନାହିଁ । ମହିଳାମାନେ ମାନ ସମ୍ମାନ ପାଇବେ ।
ପୂ,ଭାଦ୍ରପଦ- ଆୟନୀର ଆଶ୍ରୟ ନେଇ ପାରନ୍ତି । ଶିକ୍ଷାକ୍ଷେତ୍ରରେ ଉଚ୍ଚ ଶ୍ରେଣୀ ପାଇବାସହ ବିଦ୍ୟାର୍ଥିମାନେ ନିଜ କ୍ୟାରିୟର ପାଇଁ ଭଲ ସୁଯୋଗ ପାଇବେ । ଯାନବାହନ କ୍ରୟ କରିବାର ସୁବିଧା ପାଇବେ ।
ପ୍ରତିକାର – ଦକ୍ଷିଣ କାଳୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮