• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 10th September 2024: ଆଜି ଏହି ରାଶିର ବ୍ୟକ୍ତିଙ୍କୁ ନୂତନ ଚାକିରି ମିଳିବ

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୦ ତାରିଖ ମଙ୍ଗଳବାର। ଚନ୍ଦ୍ର- ବିଛା ଅହୋରାତ୍ର ,ତିଥି- ୭ମୀ ରାତ୍ରି ୧୧.୧୨ ଗତେ ୮ମୀ,ଘାତଚନ୍ଦ୍ର- ନାସ୍ତି ,ଘାତବାର- ମକର ରାଶିର, ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୧୧.୧୨ ଗତେ ୧ପାଦ-କୃଷିହାନି-ଭୂମିଦାନ

Cancer

କର୍କଟ

Tuesday 10 Sep 2024

ପୁନର୍ବସୁ- ପାରିବାରିକ କ୍ଷେତ୍ରରେ ଆଶିଂକ ଉନ୍ନତି ଦେଖା ଦେଇପାରେ । ସାହାର‌୍ୟ୍ୟ ସହଯୋଗ ମାଧ୍ୟମରେ ଯଶ ସମ୍ମାନର ଅଧିକାରୀ ହେବେ । ନୂତନ ସ୍ଥାନ ପରିଭ୍ରମଣ କରି ପାରନ୍ତି । ଯାନ୍ତ୍ରିକ ଶିଳ୍ପରେ ଲାଭବାନ ହେତୁ ଖୁସି ରହିବେ

ପୁଷ୍ୟା- ସାମାଜିକ ଆଦୃତି ମାଧ୍ୟମରେ ସୁଖ ସମ୍ମାନ ପ୍ରଦାନ କରିବେ । ମନୋରଞ୍ଜନ କାର‌୍ୟ୍ୟରେ ଅଶାନ୍ତି ଦେଖା ଦେଇପାରେ । ଯାନବାହନ ଓ ଗୃହଭୂମି ଲାଭ ହୋଇପାରେ । କର୍ମ କରିବା ଶୈଳିରେ ପରିବର୍ତନ ଆଣିବେ

ଅଶ୍ଳେଷା- ମାଲିମକଦ୍ଦମାର ସମାଧାନ ହେବାର ସମ୍ଭାବନା ସୃଷ୍ଟି ହୋଇପାରେ । କ୍ରୀଡା କଳା ଓ ସାହିତ୍ୟ କ୍ଷେତ୍ରରେ ପ୍ରଶଂସିତ ହେବେ । ପରୀକ୍ଷାରେ ସଫଳତାଦି ଅଭିଳାଷା ପୂର୍ଣ୍ଣତା ଲାଭ କରିବ । ମୂଲ୍ୟବାନ ଧାତୁ , ଅଳଙ୍କାର କ୍ରୟ କରି ଖୁସି ରହିବେ

ପ୍ରତିକାର – ଶିବଙ୍କ ସହସ୍ର ନାମ ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :