Advertisment

Hyderabad Terror Connection Video: ସ୍ବାମୀ ଆଣିଲେ ସଙ୍ଗୀନ ଅଭିଯୋଗ, ଆତଙ୍କବାଦୀଙ୍କ ସହ ରହିଛି ମୋ ସ୍ତ୍ରୀର କନେକ୍ସନ

ସୋସିଆଲ ମିଡିଆରେ ଭିଡିଓଟି ଘୂରି ବୁଲୁଥିବା ବେଳେ ଏହା ହାଇଦ୍ରାବାଦର ବୋଲି ଜଣାପଡିଛି। ଘରେ ସ୍ତ୍ରୀ ଖଟ ଉପରେ ବସିଥିବା ବେଳେ ସ୍ବାମୀ ଭିଡିଓ ଶୁଟିଂ କରିବା ସହ ଇଣ୍ଟରୋଗେସନ କରୁଛନ୍ତି। ମହିଳା ଜଣଙ୍କ ହିନ୍ଦୁ ଭାବରେ ଜନ୍ମ ନେଇଥିବା ବେଳେ ପରବର୍ତ୍ତୀ ସମୟରେ ଇସଲାମକୁ କନଭର୍ଟ ହୋଇଥିଲେ।

author-image
Saroj Kumar Jena
ଅଦ୍ୟତନ ହୋଇଛି
Spy

Spy

ପହଲଗାମ ଆତଙ୍କୀ ନରସଂହାରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ମୂଳକ ପରସ୍ଥିତି ଲାଗି ରହିଛି। ଏପରି ସ୍ଥିତିରେ ହାଇଦ୍ରାବାଦରୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିଜ ସ୍ତ୍ରୀଙ୍କର ପାକିସ୍ତାନୀ ଆତଙ୍କବାଦୀଙ୍କ ସହ ସମ୍ପର୍କ ରହିଛି ଓ ସେ ଜଣେ ପାକିସ୍ତାନୀ ଗୁପ୍ତଚର ବୋଲି ଅଭିଯୋଗ ଆଣିଛନ୍ତି।

Advertisment

ସୋସିଆଲ ମିଡିଆରେ ଭିଡିଓଟି ଘୂରି ବୁଲୁଥିବା ବେଳେ ଏହା ହାଇଦ୍ରାବାଦର ବୋଲି ଜଣାପଡିଛି। ଘରେ ସ୍ତ୍ରୀ ଖଟ ଉପରେ ବସିଥିବା ବେଳେ ସ୍ବାମୀ ଭିଡିଓ ଶୁଟିଂ କରିବା ସହ ଇଣ୍ଟରୋଗେସନ କରୁଛନ୍ତି। ମହିଳା ଜଣଙ୍କ ହିନ୍ଦୁ ଭାବରେ ଜନ୍ମ ନେଇଥିବା ବେଳେ ପରବର୍ତ୍ତୀ ସମୟରେ ଇସଲାମକୁ କନଭର୍ଟ ହୋଇଥିଲେ। ଏପରିକି ୨୦୧୬ରେ ଆତଙ୍କବାଦୀ ମାସୁଦ ଆଝାର ସହିତ ଇମେଲ ଜରିଆରେ ସମ୍ପର୍କ ରଖିଥିବା ଜଣାପଡିଥିଲା।

ଭିଡିଓ ଶୁଟିଂ ସମୟରେ ଦୁଇ ଜଣ ଛୁଆ ବ୍ୟାକଗ୍ରାଉଣ୍ଡରେ ଥିବା ଦେଖିବାକୁ ମିଳିଥିଲା। ମହିଳାଙ୍କ ପରିଚୟ ସେ ଭାରତୀୟ ତଦନ୍ତକାରୀ ସଂସ୍ଥାକୁ ପ୍ରଦାନ କରିବେ ବୋଲି ଧମକ ଦେଇଥିଲେ ସ୍ବାମୀ। ମହିଳା ଜଣଙ୍କ ପାକିସ୍ତାନ ପାଇଁ ଗୁପ୍ତଚର ଭାବେ କାମ କରୁଥିବା ନେଇ ସେ ଅଭିଯୋଗ ମଧ୍ୟ କରିଥିଲେ। ତେବେ ମହିଳା ଜଣଙ୍କ ଏହି ଅଭିଯୋଗକୁ ଅସ୍ବୀକାର କରିଥିଲେ। ତେବେ ଭିଡିଓଟି ଭାଇରାଲ ହୋଇଥିଲେ ମଧ୍ୟ ସ୍ବାମୀ ସ୍ତ୍ରୀଙ୍କ ପ୍ରକୃତ ପରିଚୟ ମିଳିପାରିନାହିଁ।

Advertisment
Terrorist Outfit Masood Azhar Pakistan Spies Pahalgam Terrorist Attack
Advertisment
Advertisment