ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୧୦ ତାରିଖ ସୋମବାର । ଚନ୍ଦ୍ର- ମିଥୁନ ଦିବା ୧୧.୫୭ ଗତେ କର୍କଟ,ତିଥି- ୧୩ଶୀ ସନ୍ଧ୍ୟା ୦୬.୫୭ ଗତେ ୧୪ଶୀ,ଘାତଚନ୍ଦ୍ର- କନ୍ୟା ରାଶିର ଦିବା ୧୧.୫୭ ପର୍ଯ୍ୟନ୍ତ, ଘାତବାର- ମିଥୁନ ରାଶିର,ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ସନ୍ଧ୍ୟା ୦୬.୦୦ ପର୍ଯ୍ୟନ୍ତ
ମୃଗଶିରା- ଉପରିସ୍ଥଙ୍କ ଅନୁକମ୍ପାରୁ କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇବେ। ଶିଳ୍ପ, ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉନ୍ନତ ଫଳ ପ୍ରାପ୍ତି ହୋଇପାରେ। ଯେ କୌଣସି କ୍ଷେତ୍ରରେ ହେଉନା କାହିଁକି ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।
ଆଦ୍ରା- ଉପର ମନରେ ମିତ୍ରଭାବ ଦେଖାଉଥିବା ବନ୍ଧୁମାନେ ପଛରେ ସରଳତାର ସୁଯୋଗ ଲାଭରେ ରହିବେ। ସାମାଜିକ ସ୍ତରରେ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତ ହେବେ। ସାଧାରଣ କଥାରେ ପଡ଼ୋଶୀଙ୍କ ସହ ମନାନ୍ତର ଦେଖା ଦେଇପାରେ।
ପୁନର୍ବସୁ- କୌଣସି ଧର୍ମକାର୍ୟ୍ୟ, ଆନୁଷ୍ଠାନିକ କାମ, କଳା, କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ର ସମସ୍ୟାର ସରଳ ସମାଧାନ ହୋଇଯିବ। ଧୈର୍ୟ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ ସବୁ ଠିକ୍ ହୋଇଯିବ।
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫