ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୧୦ ତାରିଖ ସୋମବାର । ଚନ୍ଦ୍ର- ମିଥୁନ ଦିବା ୧୧.୫୭ ଗତେ କର୍କଟ,ତିଥି- ୧୩ଶୀ ସନ୍ଧ୍ୟା ୦୬.୫୭ ଗତେ ୧୪ଶୀ,ଘାତଚନ୍ଦ୍ର- କନ୍ୟା ରାଶିର ଦିବା ୧୧.୫୭ ପର୍ଯ୍ୟନ୍ତ, ଘାତବାର- ମିଥୁନ ରାଶିର,ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ସନ୍ଧ୍ୟା ୦୬.୦୦ ପର୍ଯ୍ୟନ୍ତ
ଧନିଷ୍ଠା- ପରିବାରରେ ନୂତନ ସଦର୍ଶଙ୍କର ଆଗମନ ହୋଇପାରେ । ବିଭିନ୍ନ ପ୍ରକାର ସୁଖ ଓ ବିଳାସବ୍ୟସନ ଦିଗକୁ ମନ ଚାହିଁବ। ନୂତନ ଗୃହ, ଯାନବାହନ, ଯାନ୍ତ୍ରିକ ଜିନିଷ, ଧାତୁ ଅଳଙ୍କାର ପ୍ରଭୃତି ମୂଲ୍ୟବାନ ଜିନିଷ ପାଇଁ ମନ ବଳାଇବେ।
ଶତଭିଷା- ବିଳମ୍ବିତ ସମୟରେ ଅପେକ୍ଷା କରିଥିବା ଖବରଟି ପାଇବେ। ଅର୍ଥ ସମ୍ପର୍କ ଓ ଜମିବାଡ଼ିକୁ ନେଇ ଭ୍ରାତୃ ବିବାଦ ଦେଖାଦେଇପାରେ। ପ୍ରତିଯୋଗିତା, ବ୍ୟବସାୟ ବାଣିଜ୍ୟ, ମକଦ୍ଦମା ଓ ଯାତ୍ରା ସମ୍ପର୍କରେ ଚିନ୍ତା ବଢିବ
ପୂ,ଭାଦ୍ରପଦ- ହଠାତ୍ କୈାଣସି କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ। ଲେଖାପଢ଼ା ତଥା ପ୍ରକାଶନ ଓ ପ୍ରଶାସନ କ୍ଷେତ୍ରରେ ଶୁଭଫଳ ପାଇବେ। ସମାଜ କଲ୍ୟାଣ, ମନ୍ଦିର ମାନଙ୍କରେ ଯୋଗଦାନ କରି ପ୍ରଂଶସିତ ହେବେ ।
ପ୍ରତିକାର – ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮