ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୧୦ ତାରିଖ ସୋମବାର । ଚନ୍ଦ୍ର- ମିଥୁନ ଦିବା ୧୧.୫୭ ଗତେ କର୍କଟ,ତିଥି- ୧୩ଶୀ ସନ୍ଧ୍ୟା ୦୬.୫୭ ଗତେ ୧୪ଶୀ,ଘାତଚନ୍ଦ୍ର- କନ୍ୟା ରାଶିର ଦିବା ୧୧.୫୭ ପର୍ଯ୍ୟନ୍ତ, ଘାତବାର- ମିଥୁନ ରାଶିର,ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ସନ୍ଧ୍ୟା ୦୬.୦୦ ପର୍ଯ୍ୟନ୍ତ
ଉ,ଷାଢା- ଦାମ୍ପତ୍ୟ ଜୀବନ ସଜାଡିବା ପାଇଁ ଜୀବନସାଥୀଙ୍କ ସହ କଥା ହେବେ । ମନକଥା ମନରେ ରଖି ବନ୍ଧୁଙ୍କ ସହ ମିଶିଲେ ଭଲ ହେବ । ବ୍ୟବସାୟରେ ଯଥେଷ୍ଟ ଅଗ୍ରଗତି ଘଟିବ ।
ଶ୍ରବଣା- ପରିବାର ସହ ଦୂର ସ୍ଥାନକୁ ଯାତ୍ରା କରିବା ସହିତ ଘରୋପକରଣ ଜିନିଷ ମଧ୍ୟ ଆଣି ପାରନ୍ତି । ବିଦ୍ୟାର୍ଥୀ ମାନେ ପ୍ରତିଯୋଗିତା ମୂଳକ ପରିକ୍ଷାରେ ସଫଳ ହେବେ । ରାଜନୈତିକ କ୍ଷେତ୍ରରେ ସମ୍ମାନ ଓ ସହଯୋଗ ମିଳିବ
ଧନିଷ୍ଠା- ବହୁ ଦିନର ସ୍ୱପ୍ନ ସାକାର ହେବ । ଭୂ-ସମ୍ପତି କିଣିବା ପୂର୍ବରୁ ଶୁଭ ମୁହୂର୍ତ ଦେଖନ୍ତୁ । ଅଧିକ ଭାବୁକ ହେଲେ ମନ ଅଶାନ୍ତି ରହିବ ।
ପ୍ରତିକାର – ମହାଦେବଙ୍କର ପୂଜାର୍ଚ୍ଚନା କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮