ସାଧାରଣ ନିର୍ବାଚନର ୩ ବର୍ଷ ପରେ ଆସିଛି ପଞ୍ଚାୟତ ଭୋଟ। ଚାଲିଛି ଘମାଘୋଟ ପ୍ରଚାର। କ୍ୟାମ୍ପେନରେ କମ୍ପୁଛି ଗାଁ ଦାଣ୍ଡ। ଆଉ ସେହି ନିର୍ବାଚନୀ ମୋହରେ ଭିଟାମାଟି ମୁହାଁ, ସୁରତରେ ରହୁଥିବା ଗଞ୍ଜାମ ବାସିନ୍ଦା ଦକ୍ଷିଣ ଓଡ଼ିଶାର ପ୍ରମୁଖ ରେଲେଓ୍ବ ଷ୍ଟେସନ୍ ବ୍ରହ୍ମପୁରରେ ନିଇତି ଭିଡ଼, ନିଇତି ଫେରୁଛନ୍ତି ସୁରତ ଫେରନ୍ତା
ସେମିତି ଭୋଟରଙ୍କ ଘରେ ପଖାଳ ଖାଇ କାନ୍ଦି ପକାଉଥିବାର ଦୃଶ୍ୟକୁ ନେଇ ଗତ କିଛି ଦିନ ହେଲା ସୋସିଆଲ୍ ମିଡ଼ିଆରେ ଭାରି ଟ୍ରୋଲ୍ ହେଉଥିବା ଦୃଶ୍ୟ ବି ଭାରି ଚର୍ଚ୍ଚାରେ ରହିଛି।
ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାକୁ ହେବ ସିଧା ରେଳ ସଂଯୋଗ । ଗୋପାଳପୁରଠାରୁ ଫୁଲବାଣୀ ଦେଇ ସମ୍ବଲପୁର ଯାଏଁ ବିଛା ହେବ ରେଳ ଲାଇନ୍ ପ୍ରକଳ୍ପ । କେନ୍ଦ୍ରର ଅନୁମୋଦନ ପାଇଥିବା ବେଳେ ବଜେଟ୍ରେ ଏଥିପାଇଁ ଏକ କୋଟିର ଟୋକନ ମନି ବରାଦ କରାଯାଇଛି ।
ଖାଲି କ୍ରିକେଟ୍ର ଗ୍ରୀନ୍ ରୁମ୍ ନୁହେଁ, ଗ୍ରେ ଫିଲ୍ଡରେ ବି ପୁଷ୍ପାର ଜବରଦସ୍ତ ଝଲକ ଇଣ୍ଡିଆରୁ ୱେଷ୍ଟଇଣ୍ଡିଜରୁ, ଅଷ୍ଟ୍ରେଲିଆରୁ ବାଂଲାଦେଶ, ସବୁଠି ଦେଖିବାକୁ ମିଳୁଛି । ପୁଷ୍ପାର ଅନୋଖା ଷ୍ଟାଇଲ ମନୋରଞ୍ଜନ ଦୁନିଆକୁ ବି ଲାଗିଛି ପୁଷ୍ପା ସିରିୟସ୍ ଫିଭର । ଏମିତିକି ପୁଷ୍ପା କ୍ରେଜରୁ ବାଦ୍ ପଡ଼ିନି ପଲିଟିକ୍ସ ।
ଖଣ୍ଡିଏ ଘର ପାଇଁ ସରପଂଚଙ୍କ ପାଖକୁ ୧୦ ବର୍ଷ ଦୌଡ଼ି ଦୌଡ଼ି ହତାସ ହେଲେ। କିନ୍ତୁ ଘର ଖଣ୍ଡିଏ ପାଇଲେନି....ଆଉ ସେହି ଜିଦ୍ରେ ଏବେ ନିଜେ ପଂଚାୟତ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ଦେବଶ୍ରୀ। କହୁଛନ୍ତି, ମୁଁ ସରପଂଚ ହେବି...ଲୋକଙ୍କ ସମସ୍ୟା ଦୂର କରିବି
ନେତା, ମନ୍ତ୍ରୀ, ସରକାରୀ ବାବୁ ସମସ୍ତଙ୍କୁ କହି କହି ଥକିଗଲେ। କେହି ଟିକେ ଶୁଣିଲେନି। ଲୋକେ ନିଜ ଘରକୁ ଯିବା ପାଇଁ ରାସ୍ତା ଖଣ୍ଡିଏ ପାଇଲେନି। ଶେଷରେ ୨୨ ବର୍ଷର ଏ ସ୍ଥିର ସରକାର ଉପରୁ ଆଶା ବିଶ୍ୱାସ ତୁଟାଇ ନିଜେ ବାନ୍ଧିଲେ ବାଉଁଶ ପୋଲ। କଦଳୀ ଗଛ ବାନ୍ଧିଛନ୍ତି। ନବୀନ ବାବୁ ଆସିବେ କି ଉଦଘାଟନ କରିବା ପାଇଁ?
ଚାହିଁଲେ ଆଖି ପାଇବନି। ତିଆରି କରିବାକୁ ଲାଗିଥିଲା ବର୍ଷ ବର୍ଷ। ହେଲେ ଟାଓ୍ୱାରକୁ ଦେଖିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ। କାରଣ ଏତେ ବଡ଼ ଟାଓ୍ୱାରଟି ଗୋଟିଏ ପଟକୁ ଢଳି କରି ରହିଛି। କାରଣ ଖୋଜିବାକୁ ଅନେକ ଚାହୁଁଥିଲେ ବି କେହି କାରଣ ଖେଜି ପାଉ ନାହାଁନ୍ତି।
ରାଜନୀତିରେ ଭିନ୍ନ ଘଟଣା । ସରପଞ୍ଚ ଭାବେ ଛିଡା ହୋଇଥିବା ପାଠପଢୁଆ ଭାଣିଜୀକୁ ହରାଇବାକୁ ଲାଗିପଡିଛନ୍ତି ମାମୁମାନେ । ହରାଇବାକୁ କରିଛନ୍ତି ଯୋଜନା । ଭାଣିଜୀ କହୁଛନ୍ତି, ତାଙ୍କ ପୋଷ୍ଟର ବି ଫାଡି ଦେଉଛନ୍ତି ।
ନା...ଅରୁଣ ବାବୁ ଗାଡ଼ିଟାକୁ ଭଲରେ ଚଲାଇପାରୁନାହାନ୍ତି....କ୍ଲଜ୍ ଛାଡ଼ୁ ଛାଡ଼ୁ ଷ୍ଟାର୍ଟ ବନ୍ଦ, କଷ୍ଟେ ମଷ୍ଟେ ସିନା ଆଗକୁ ଗଡ଼ିଲା, ହେଲେ ଅରୁଣ ବାବୁଙ୍କ...
ପାଇଖାନା ନାରେ ବଡ଼ଧରଣର ହେରଫେର। ୧୬ ପାଇଖାନା କାମ ପାଇଁ ବିଲ ଆସିଛି କିନ୍ତୁ ବାସ୍ତବରେ କିଛି ହୋଇନି। ସ୍ମାର୍ଟ ପଂଚାୟତରେ ସ୍ମାର୍ଟ ଦୁର୍ନୀତିର ଖୋଲୁଛି ଗୁମର...ଦେଖନ୍ତୁ କେମିତି ହୋଇଛି ଦୁର୍ନୀତି
ସେଦିନି ପ୍ରେମମିଟ୍ରେ କାନ୍ଦିଥିଲେ, ଆଜି ହଟସିଟ୍ ବସି ସବୁ ଗୁମର ଖୋଲିଲେ। ବ୍ଲକ୍ଠୁ ଜିଲ୍ଲା ସଭାପତି କାହିଁକି ନାହାନ୍ତି? ସିଧାସିଧା ଉତ୍ତର ରଖିଲେ ପ୍ରସାଦ। କହିଲେ, ୩୩ ବର୍ଷ ହେଲା ରାଜନୀତିରେ ଅଛି, ଆଗକୁ ବି ରହିବି...
ପ୍ରତି ଫିଲ୍ମରେ କିଛି ନୂଆ ଥାଏ...ପ୍ରଥମେ ନର୍ଭସ୍ ଥିଲି କିନ୍ତୁ ଏବେ ନୁହେଁ, ଶୁଣନ୍ତୁ ନୂଆ ଫିଲ୍ମକୁ ନେଇ କଣ କହୁଛନ୍ତି ଅଭିନେତ୍ରୀ ଜାଗୃତି
ତୁମେ ଜମାରୁ ୫ ବର୍ଷ ହେବ ଏ ଲାଇନ୍କୁ ଆସିଛ। କେମିତି ଟଙ୍କା ଆକାଉଂଟ୍ରୁ ଚୋରି କରିବ ଏବେ କେମିତି ଶିଖେଇବି ଯେ? ପାଂଚ ବର୍ଷ ଯାଉ ଶିଖିବ....ସେପଟେ ବ୍ୟବସାୟୀଙ୍କ ଆକାଉଂଟରୁ କଟୁଥିଲା ଟଙ୍କା
ସାଙ୍ଗ ହୋଇ ସ୍କୁଲ ଯାଉଥିଲେ, କବାଡ଼ି ଖେଳୁଥିଲେ। କିନ୍ତୁ ଘାଇଲା କରିଦେଲା ଅଜଣା ରୋଗ। ଏବେ ବିଛଣାରେ ପଡ଼ିରହିଛନ୍ତି ଦୁଇ ଭାଇ....ଚାଲିପାରୁନାହାନ୍ତି କି କିଛି କରିପାରୁନାହାନ୍ତି
ଆଜିର ଦୁନିଆରେ ମଣିଷ ପାଇଁ ମଧ୍ୟ ତା ନିଜ ଲୋକ କାନ୍ଦୁ ନାହାଁନ୍ତି। କିନ୍ତୁ ଏ ଭିଡିଓ ଦେଖିଲେ ଆପଣଙ୍କ ଆଖିକୁ ଲୁହ ଆସିଯିବ। ଇଲେକ୍ଟ୍ରି ସକ୍ ଖାଇ ମୃତ୍ୟୁବରଣ କରିଥିବା ମାଙ୍କଡ଼ଟିଏର ଶବକୁ ସତ୍କାର ପାଇଁ ଛାଡ଼ିଲେନି ତା ସାଥୀ ମାଙ୍କଡ଼ମାନେ। ସ୍ଥିତି ଏମିତି ହେଲା ଯେ, ମାଙ୍କଡ଼ଟିର ମୃତଦେହ ଉଦ୍ଧାର କରିଥିବା ଲୋକଙ୍କୁ ସେମାନେ କାମୁଡ଼ିବା ପାଇଁ ଗୋଡ଼େଇଲେ।
ମାତ୍ର ୧୦ ଦିନ ପରେ ଯେଉଁ ଘରୁ ଫୁଲରେ ସଜା ହୋଇଥିବା ପାଲିଙ୍କି ଉଠିଥାଆନ୍ତା, ଆଜି ସେହି ଘରୁ ଫୁଲ ସଜା କୋକୋଇ ଉଠିଲା। ହୁଳହୁଳି ବଦଳରେ ପଡ଼ିଲା ହରିବୋଲ। ଡିଜେ ବଦଳରେ ଶୁଭିଲା ରାମ ରାମ ସତ୍ୟହେ...ହରିନାମ ସତ୍ୟ ହେ...ଭେଣ୍ଡିଆ ପୁଅକୁ ହରାଇ ମୁଣ୍ଡ ବାଡ଼େଇ କାନ୍ଦୁଥିଲା ମାଆ, ଛାତିକୁ ପଥର କରିଦେଇଥିଲେ ବାପା....
ରାଜଧାନୀର ଛାତି ଉପରୁ ଅପହରଣ ମାମଲାରେ ଟୁଇଷ୍ଟ। ୩୦ ଲକ୍ଷ ପାଇଁ ମୁଣ୍ଡ ଜାମିନ୍ର ସତ ଆସିଲା ସାମ୍ନାକୁ। ବନ୍ଧୁ ହିଁ ସାଜିଲା ବଇରୀ। ସାଙ୍ଗ ହିଁ ରଚିଥିଲା ଷଡ଼ଯନ୍ତ୍ର। ନିଜ ସାଙ୍ଗ ହିଁ ଈଷାନଙ୍କୁ ଅପହରଣ କରିଥିଲା ୩୬ ଘଣ୍ଟା ଧରି
ରେଲୱେ କ୍ଷେତ୍ରରେ ରାଜ୍ୟକୁ ରେକର୍ଡ ଅନୁଦାନ ଏଥର ମିଳିଛି। ଯେତିକି ଅନୁଦାନ ମାଗିଥିଲେ, ମିଳିଛି ତାଠାରୁ ଯଥେଷ୍ଟ ଅଧିକ ଟଙ୍କା। ରାଜ୍ୟ ସରକାର ୭ହଜାର ୬ଶହ କୋଟି ଅନୁଦାନ ଦାବି କରିଥିବା ବେଳେ କେନ୍ଦ୍ର ଦେଇଛି ୯, ୭୩୪ କୋଟି ଟଙ୍କା
ଭୋଟ୍ ମାଗିବାକୁ ଆସୁଥିବା ନେତାଙ୍କୁ ଗାଁରେ ପୁରାଇ ଦେବୁନି । ‘ରାସ୍ତା ଓ ପାଣି ସୁବିଧା ନହେବା ଯାଏଁ ଭୋଟ୍ ଦେବୁନି’ ଏମିତି ନାରା ଦେଇ ଏକାଠି ହୋଇଛନ୍ତି କୋରାପୁଟ ସଦରମହକୁମାଠୁ ୭ କିଲୋମିଟର ଦୂର କୋଲାବ ଜଳଭଣ୍ଡାର କୂଳରେ ରହୁଥିବା ଲଙ୍କାପୁଟ ପଞ୍ଚାୟତ ବାସିନ୍ଦା ।
କରୋନାର ତୃତୀୟ ଲହର ଥମିବା ପରେ ଆଶ୍ୱସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ । ଆସନ୍ତା ୭ ତାରିଖରୁ ସ୍କୁଲ ଖୋଲିବ, ଆରମ୍ଭ ହେବ ପିଲାଙ୍କ ଶ୍ରେଣୀଗୃହ ପାଠପଢ଼ା । ଅଷ୍ଟମରୁ ଉପରକୁ ସମସ୍ତ ଶ୍ରେଣୀରେ ଅଫଲାଇନ୍ କ୍ଲାସ୍ ଫେବ୍ରୁଆରୀ ୭ ତାରିଖରୁ ଆରମ୍ଭ କରାଯିବ ବୋଲି ଆଜି ବଡ଼ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ।
ଆଉ ଇଲ୍ରେିକ୍ ଯାନ ଚାର୍ଜିଂ ପାଇଁ ଆପଣଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡିବନି । ବ୍ୟାଟେରୀ ସରିବା କ୍ଷଣି ତା ବଦଳରେ ଆପଣଙ୍କୁ ମିଳିଯିବ ଆଉ ଏକ ଫୁଲ୍ ଚାର୍ଜ ଥିବା ବ୍ୟାଟେରୀ । ଇଲ୍ରେିକ୍ ଯାନ ଚାହିଦା ବଢାଇବା ପାଇଁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଖୁବ୍ ଶୀଘ୍ର ଆସିବ ବ୍ୟାଟେରୀ ସ୍ୱାପିଂ ପଲିସି।
ଏଠି ଟଙ୍କା ରଖିଲେ ଚିନ୍ତା ନାହିଁ କି ସମସ୍ୟା ନାହିଁ। ଏ ସ୍କିମରେ ଟଙ୍କା ରଖିଲେ ଡବଲ ହୋଇଯାଏ ଟଙ୍କା। ଯଦି ଆପଣ ନିଜର ଟଙ୍କାକୁ ରଖି ଦୁଇଗୁଣା କରିବାକୁ ଚାହୁଁଥାନ୍ତି, ତେବେ ଏହିଠାରେ ସୁରକ୍ଷିତ ଭାବେ ଟଙ୍କା ରଖି ଭରପୂର ଲାଭ ଉଠାନ୍ତୁ...
ରାଜନୀତିକୁ ଓହ୍ଲାଇଲେ ଦୁଇ ଯାଆ। ରାସ୍ତା ମଝିରେ ହେଲେ ଟଣାଓଟରା। ଶେଷରେ ଶଶ୍ୱର ଆସି କହିଲେ...
ସତରେ ପବିତ୍ର ପୁରୀ, ଗର୍ବ ଆମରି। ହେଉ ଦେଖୁନ କେମିତି ଏ ପବିତ୍ର ଜାଗାକୁ ଏ ଅପବିତ୍ର କରି ପକାଇଲାରେ ନାରଣ...
ରହିବି ଭାବେ ତୋ ମଥାରେ ଟିକିଲି ଟିଏ ହେଇ... ଡର ବି ଅଛି ଫୋପାଡି ଦବୁ ସିନ୍ଦୁର ଟୋପା ନାଇ... ଜାଣିନି କେବେଠାରୁ ତତେ ମୁଁ ଭଲ ପାଉଛି...କହିବିକି କହିବିନି ଭାବି ହଉଚି...