Raghubar Das
ଜିଲ୍ଲାକୁ ଜିଲ୍ଲା ବୁଲୁଛନ୍ତି ରାଜ୍ୟପାଳ । ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । କେନ୍ଦ୍ର ଓ ରାଜ୍ୟ ଯୋଜନା ଲୋକଙ୍କ ପାଖେ ପହଞ୍ଚୁଛି କି ନା ତାର ତଦାରଖ ବି କରୁଛନ୍ତି । ରାଜ୍ୟର ପଛୁଆ ଜିଲ୍ଲା ମାଲକାନଗିରି ଓ କୋରାପୁଟ ଗସ୍ତ କରି କେମିତି ସିଧାସଳଖ ଲୋକଙ୍କ ସହ ମିଶିଛନ୍ତି । ଇଏ ସେ ଦୃଶ୍ୟ। ମହିଳା ସଶକ୍ତିକରଣ ସହ ଦାରିଦ୍ର୍ୟ ଦୂରୀକରଣ ମାନସିକତାଠାରୁ ଉର୍ଦ୍ଧ୍ୱରେ ରହିବାର ମନ୍ତ୍ର ବି ଦେଇଛନ୍ତି ଗଭର୍ଣ୍ଣର ।
Advertisment
ଗତକାଲି ମାଲକାନଗିରି ଜିଲ୍ଲାର ମାଥିଲି ମେଡିକାଲରେ ରୋଗୀଙ୍କୁ ଭେଟି ସମସ୍ୟା ବୁଝିଥିଲେ ରାଜ୍ୟପାଳ । ପାଙ୍ଗାମ ଗାଁରେ ଅଙ୍ଗନବାଡି ନଥିବା ଜାଣିବା ପରେ କ୍ଷୋଭ ପ୍ରକାଶ କରିଥିଲେ । ସେହିପରି ଅର୍ଥାଭାବ ଯୋଗୁଁ କିଭଳି ଆଇଏଏସ୍ ବନିବାର ସ୍ୱପ୍ନ ଅଧାରେ ରହିଛି ସେନେଇ ରାଜ୍ୟପାଳଙ୍କୁ ଅବଗତ କରିଥିଲେ ଜଣେ ଛାତ୍ରୀ । ଏହାପରେ ରାଜ୍ୟପାଳ ଏକ ଲକ୍ଷ ଟଙ୍କାର ଅର୍ଥରାଶି ସଂପୃକ୍ତ ଛାତ୍ରୀଙ୍କୁ ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)