ଦିନକୁ ଦିନ ବଢ଼ିଚାଲିଛି ଖରା ...ଆଉ ତା ସାଙ୍ଗକୁ ଭୟଙ୍କର ଗୁଳୁଗୁଳି....ପାଣି ଟୋପେ ପାଇଁ ମଣିଷଙ୍କ ଠୁ ପଶୁ ପକ୍ଷୀ ସମସ୍ତେ ଡହଳ ବିକଳ...ସେପଟେ ବିଭିନ୍ନ ଜଳାଶୟ ଶୁଖିଲା ପଡିଥିବାରୁ ପାଣି ମୁନ୍ଦେ ପାଇଁ ହନ୍ତସନ୍ତ ହେଉଛନ୍ତି ଜୀବଜନ୍ତୁ.... ଏଭଳି ସ୍ଥିତିରେ ସମାଜସେବୀ ଚିନ୍ମୟୀଙ୍କ ସେବା ସତରେ ପ୍ରଶଂସନୀୟ....
ଦୁନିଆରେ ଏବେ ବି ବଞ୍ଚି ରହିଛି ମଣିଷ ପଣିଆ ଆଉ ମାନବିକତା । ନିଜର ମଣିଷ ସିନା ପର କରିଦେଲା ହେଲେ ପର ମଣିଷଟି ନିଜ ଠୁ ବି ଆହୁରି ଅଧିକ ନିଜର କରିଛି । କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ । ଏମିତି ଏକ ସମୟ ଦେଇ ଗତି କରୁଛନ୍ତି ଭଦ୍ରକ ଚାନ୍ଦବାଲି ଏନ୍ଏ ସି ଅନ୍ତର୍ଗତ ଶଗଡିଆ ଗାଁର ୯୪ ବର୍ଷୀୟା ବୃଦ୍ଧା ଭାମା ଜେନା ।
କେନ୍ଦୁଝର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଭୁବନେଶ୍ବର, ସମ୍ବଲପୁର, ଆସିକା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ବ୍ରହ୍ମପୁର ଆଦି ଲୋକସଭା ସିଟରେ ଦଳ ନୂଆ ଚେହେରା ଉପରେ ଭରସା କରିଛି।
ଖରାରେ ଡହଳ ବିକଳ ହେଉଥିବା ପଶୁପକ୍ଷୀଙ୍କ ପାଟି ଫିଟୁନଥିବାରୁ ସେମାନଙ୍କ ଦରଦ ବୁଝିଛନ୍ତି ଚିନ୍ମୟୀ। କେବଳ ପାଣି ନୁହେଁ, ଖାଦ୍ୟ ବି ଦେଉଛନ୍ତି।
ସେଦିନ ରାତିରେ ରାଜ୍ୟ ଦଳୀୟ ନେତୃବର୍ଗଙ୍କ ସହ ନିର୍ବାଚନ ଷ୍ଟ୍ରାଟେଜି ନେଇ ସମୀକ୍ଷା କରିବେ ଶାହ।
ଗତକାଲି ସମୀର ଦାଶଙ୍କ ନିମାପଡା ପାୱାର ସୋ ପରେ ଦଳ ଭିତରେ ପସିଛି ଛନ୍କା ।
ମାଟିର କାନ୍ଥ, ମାଟି ବି ଚଟାଣ । ଘରର ସୁନ୍ଦର ସୁନ୍ଦର ଡିଜାଇନ୍ସବୁ ମାଟିରେ ତିଆରି । ଏ ଘରର ମାଲିକ କୌଣସି ଗରିବ ନୁହଁନ୍ତି । କି ଏହି ଘରଟି ପୁରୁଣା ସମୟର ବି ନୁହେଁ । ଜଣେ ଧନୀ ବ୍ୟକ୍ତି ଏହି ଘରକୁ କରିଛନ୍ତି । ଆଉ ଏଠାରେ ସେ ନିଜର ପତ୍ନୀ ଓ ପରିବାର ସହ ରହୁଛନ୍ତି ।
ଆପେ ଆପେ ଷ୍ଟାର୍ଟ ହେଉଛି ବୋଲେରୋ । ଆଉ ଧୀରେ ଧୀରେ ଆଗକୁ ବଢ଼ୁଛି । ନା ଡ୍ରାଇଭର ଅଛନ୍ତି । ନା ଗାଡ଼ିରେ କେହି ବସିଛନ୍ତି । ସବୁ କିଛି ଠିକ୍ଠାକ୍ଚାଲିଛି । ଆଉ ଧୀରେ ଧୀରେ ଗାଡ଼ିର ବେଗ ମଧ୍ୟ ବଢ଼ିବାକୁ ଲାଗୁଛି
ମାଆଟିଏ ଯେତେବେଳେ ଅଫିସର ହୁଏ, ତା ପାଇଁ ଆସେ ଏମିତି ସମସ୍ୟା । ଏ ଭିଡିଓ ହିଁ ଦର୍ଶେଇ ଦେଉଛି ଜଣେ କର୍ମଜୀବୀ ମହିଳାଙ୍କ ସମସ୍ୟା । କିନ୍ତୁ ସୁଖର କଥା, ଆଜିର ମହିଳା ସେ ସମସ୍ୟା ଆଗରେ ହାରିଯାଏ ନାହିଁ ।
ଇତିହାସର ପୃଷ୍ଠାରୁ ହଜିଯାଇଥିବା ଜଣେ ମହାରାଣୀ, ଯିଏ ନିଜ ଅଳଙ୍କାରକୁ ବିକ୍ରି କରି ନିଜ ପ୍ରଜାଙ୍କୁ ଯୋଗାଇ ଦେଇଥିଲେ ପାଣି । ଆସନ୍ତୁ ଜାଣିବା ମହୀଶୂରର ମହାରାଣୀ କେମ୍ପାନନ୍ ଜମାନୀ ଦେବୀଙ୍କ ବିଷୟରେ।
ଦୃଢ଼ ଇଚ୍ଛାଶକ୍ତି ଆଣିଦେଲା ସଫଳତା । ବାରମ୍ବାର ବିଫଳତା ପରେ ସଫଳତାର ସ୍ୱାଦ ଚାଖିଲେ ଅଙ୍କିତ । ଇଞ୍ଜିନିୟରରୁ ବନିଗଲେ ଅଫିସର ।
ତାତି ବଢ଼ିବା ସହ ଉଗ୍ର ହେଉଛି ଜଙ୍ଗଲ ନିଆଁ । ରାଜ୍ୟରେ ହୁତ ହୁତ ଜଳୁଛି ଜଙ୍ଗଲ। ଶିମିଳିପାଳ ଅଭୟାରଣ୍ୟର ୧୩ଟି ଜଙ୍ଗଲରେ ବି ନିଆଁ ଲାଗିଛି । ଗତ ସପ୍ତାହକ ଭିତରେ ୫ ହଜାର ୩୭୫ଟି ସ୍ଥାନରେ ଜଳିଛି ଜଙ୍ଗଲ, ଯାହା ଦେଶରେ ସର୍ବାଧିକ।
ବରିଷ୍ଠଙ୍କୁ କାଟିଲେ, ମହିଳାଙ୍କୁ ଦେଲେ। ବିଦ୍ରୋହକୁ ପ୍ରଶମିତ କରିବାକୁ ବିଜେଡି ଖେଳିଲା କି ମହିଳା କାର୍ଡ? ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫ ଜଣ ଟାଣୁଆ ବିଧାୟକଙ୍କ ଟିକଟ୍ କାଟିଛି ବିଜେଡି । ଏସବୁ ଭିତରେ କିନ୍ତୁ ଆହୁରି ୧୨ ଟିକେଟ୍ ଘୋଷଣା କରିବାକୁ ବାକି ଥିବାବେଳେ ବହୁ ଆଶାୟୀ କାରଣରୁ ସୁପ୍ରିମୋଙ୍କ ପାଇଁ ପ୍ରାର୍ଥୀ ଚୟନ ବେଶ୍ ଚାଲେଞ୍ଜିଂ ହେବ।
ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ ବିଜେଡି ଖେଳିଲା ବର୍ଷା, ସନା ସରପ୍ରାଇଜ୍ କାର୍ଡ । ବଡ଼ଚଣାରୁ ବିଧାୟକ ଅମର ଶତପଥୀଙ୍କୁ କାଟି ତାଙ୍କ ସ୍ଥାନରେ ଦି ଦିନ ପୂର୍ବରୁ ଶଙ୍ଖ ଧରିଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦଳ ଟିକେଟ୍ ଦେଇଛି, ଆଉ ଦଳରେ ବିଧିବଦ୍ଧ ଯୋଗ ନଦେଇ ବି ଚମ୍ପୁଆ ପାଇଁ ଟିକେଟ୍ ହାତେଇଛନ୍ତି କେନ୍ଦୁଝର ଜିଲ୍ଲାର ବାହୁବଳୀ ନେତା ସନା ମହାକୁଡ଼ ।
ନବୀନଙ୍କ ସହ ସାମ୍ନାସାମ୍ନି ଲଢ଼ିବ ବିଜେପି । ଓଡ଼ିଆ ଭାଷା, ସଂସ୍କୃତି ଓ ଅସ୍ମିତା ପାଇଁ ହେବ ଲଢ଼େଇ । ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବା ନିଷ୍ପତ୍ତି ପଛରେ କାରଣକୁ ସାମ୍ନାକୁ ଆଣି, ଗତକାଲି ଦ୍ୱନ୍ଦ୍ୱ ଦୂର କରିଛନ୍ତି ଅମିତ୍ ଶାହ । ପ୍ରଥମ ଥର ପାଇଁ କେନ୍ଦ୍ରୀୟ ନେତୃତ୍ୱଙ୍କ ପକ୍ଷରୁ ଏମିତି ମନ୍ତବ୍ୟ ଆସିବା ପରେ ଉତ୍ସାହିତ ବିଜେପି ନେତା ଓ କର୍ମୀ ।
ଝାରସୁଗୁଡ଼ା ଲଖନପୁର ଡଙ୍ଗାବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି । ତେବେ ଶରଧା ଘାଟରେ କାହା ସାହସରେ ଫଟା ଦଦରା ଡଙ୍ଗା ଚାଲିଥିଲା, ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି ବିନା ଲାଇଫ ଜାକେଟରେ କିପରି ଲୋକଙ୍କୁ ନେବାଆଣିବା ହେଉଥିଲା, ଏସବୁ ଦିଗକୁ ନେଇ ସନ୍ଦେହ ଉପୁଜିଛି।
ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅଜବ କାରନାମା। ସ୍କୁଲରେ ‘ଫେସିଆଲ୍’ ହେଉଥିଲେ ! ଭିଡ଼ିଓ କରିବାରୁ ସହକର୍ମୀଙ୍କୁ ମାଡ ମାରି ଲହୁଲୁହାଣ କରି ରକ୍ତାକ୍ତ କରିବା ସହ କାମୁଡି ଦେଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାର ଏକ ପ୍ରାଥମିକ ବିଦ୍ୟାଳୟରେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଢେର୍ ଭାଇରାଲ ହେବାରେ ଲାଗିଛି ।
ଷ୍ଟାଇଲିସ୍ ପୋଲିଂ ଅଫିସର୍ ଈଶା ଅରୋରା ନେଇ ଏବେ ସବୁଠି ଚର୍ଚ୍ଚା। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଫଟୋ ଓ ଭିଡ଼ିଓ...
ବେଶ ପରିପାଟି ଯେମିତି, ଠାଣି ମଧ୍ୟ ସେମିତି। ମଞ୍ଚ ଉପରେ ରାଜା ଦୁର୍ଯ୍ୟୋଧନ, ତଳେ ଅଭିଭୂତ ଦର୍ଶକ। ନିଶର ମୋଟେଇ ଯେମିତି, କାନ୍ଧରେ ପଡ଼ିଥିବା ଗଦାଟି ମଧ୍ୟ ସେମିତି। କିନ୍ତୁ ମହାଭାରତର କଠୋର ଚରିତ୍ର ଦୁର୍ଯ୍ୟୋଧନଙ୍କ ଭୂମିକାରେ ଠିଆ ହୋଇଥିବା ଏହି କଳାକାରଙ୍କ ହୃଦୟ ଖୁବ୍ କୋମଳ।
ମସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ରାଜ୍ୟ ଅନେକ୍ ଯୋଜନା ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠିକୁ ବ୍ୟାଙ୍କ ମାଧ୍ୟମରେ ସହାୟତା ଯୋଗାଇ ଦେଉଛନ୍ତି। ଯେଉଁଥିରେ ଗ୍ରାମାଞ୍ଚଳର ମହିଳାମାନେ ବେଶ୍ ଉପକୃତ ହେଉଛନ୍ତି। ସକାଳ ପାଇଲେ ଏହି ଗୋଷ୍ଠିର ମହିଳା ମାନେ ପାଳି କରି ତଦାରଖ କରିବାକୁ ପୋଖରୀ ଆଡ଼କୁ ବୁଲି ଆସନ୍ତି l ମାଛକୁ ଦାନା ଦେବା ଠାରୁ ଆରମ୍ଭ କରି ପୋଖରୀର ଜଳ ସ୍ୱଚ୍ଛ ହେବା ପାଇଁ ଚୂନ ପକାନ୍ତି l ଏହାକୁ ନିତିଦିନିଆ କରିଥାନ୍ତି ମହିଳାମାନେ ।
ଚାରିଆଡ଼େ ଏବେ ନିର୍ବାଚନୀ ମାହୋଲ୍। ନିର୍ବାଚନକୁ ନେଇ ସରଗରମ ରାଜନୀତି। କିଏ ଜିତିବ କିଏ ହାରିବ ସେନେଇ ଅଙ୍କକଷା ଚାଲିଛି। ପ୍ରାର୍ଥୀ ମାନେ ସବୁପ୍ରକାର ଉଦ୍ୟମ କରୁଛନ୍ତି ନିର୍ବାଚନ ବୈତରଣୀ ପାର ହେବାକୁ। ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ ପ୍ରାର୍ଥୀନୀ। ବିଶେଷ କରି ଡିଜିଟାଲ ପ୍ରଚାର ଉପରେ ଗୁରୁତ୍ୱ ଦିଆ ଯାଉଛି। ହ୍ଵାଟ୍ସଆପ, ଫେସବୁକ ମାଧ୍ୟମରେ ନିଜ ସପକ୍ଷରେ ପ୍ରଚାର କରାଯାଉଛି। ସବୁଠାରୁ ଗୁରୁତ୍ୱ ଦିଆଯାଉଛି ଗୀତ ମାଧ୍ୟମରେ ଲୋକଙ୍କୁ ଆକର୍ଷିତ କରିବା ପାଇଁ।
ସରିଲା 24 ମହାସଂଗ୍ରାମର ପ୍ରଥମ ଲଢ଼େଇ। ପଶ୍ଚିମବଙ୍ଗ ଓ ମଣିପୁରର କିଛି ଛୋଟମୋଟ ହିଂସାକୁ ଛାଡ଼ି ମୋଟାମୋଟି ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି ୨୪ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନରେ ଆଜି ଭୋଟ୍ ପଡ଼ିଛି ।
ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ବଦଳୁଥିବା ରାଜନୈତିକ ସମୀକରଣ କାହାକୁ ଦେବ ଫାଇଦା । ଯେଉଁଥିପାଇଁ ସୁରଙ୍କ ପୁଅ ମନ୍ମଥଙ୍କୁ ବିଜେଡି ଟିକେଟ ଦେଇଥିଲା ତାହା ବି ସେତେଟା ସଫଳ ହେଲା ପରି ଲାଗୁନି। କାହିଁକି ନା, ସୁରଙ୍କୁ କଂଗ୍ରେସ ବାସନ୍ଦ କରିବା ପରେ, ତାଙ୍କ ପକେଟ୍ ଭୋଟ୍ ଏବେ ମନ୍ମଥଙ୍କ ପାଖକୁ ଯିବ ନା କଂଗ୍ରେସ ଖାତାକୁ ଯିବ, ତାକୁ ନେଇ ଚର୍ଚ୍ଚା।
ରାଜ୍ୟକୁ ଏବେ ଘାରିଛି ଆଳୁ ଚିନ୍ତା । ଦରବୃଦ୍ଧିକୁ ବଳିଯାଇଛି ଆଳୁର ଅଭାବନୀୟ ସ୍ଥିତି । କାରଣ ପଶ୍ଚିମବଙ୍ଗରୁ ଯେଉଁ ଆଳୁ ଆସୁଥିଲା, ତା’ଉପରେ କଟକଣା ଲଗାଇଛନ୍ତି ସ୍ଥାନୀୟ ବ୍ୟବସାୟୀ। ଅପରପକ୍ଷେ ଉତ୍ତରପ୍ରଦେଶର ଆଳୁ ଏଯାଏଁ ଓଡ଼ିଶା ବଜାରକୁ ଆସିନାହିଁ । ତେଣୁ ପରିବା ହାଟରେ ମହଙ୍ଗା ହୋଇଥିବା ୨୦ ଟଙ୍କାର ଆଳୁ ଏବେ ୩୦ ଛୁଇଁଲାଣି।