ନୂଆ ସରକାରର ପ୍ରଥମ କାମ, ଚାଷୀଙ୍କୁ ସମ୍ମାନ । ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ଆଜି ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୧୭ ତମ କିସ୍ତି ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଆସନ୍ତା ଜୁଲାଇ ୭ରେ ରଥଯାତ୍ରା । ଅନ୍ୟବର୍ଷ ମାନଙ୍କ ଅପେକ୍ଷା ଏଥର ରଥଯାତ୍ରା ଏଇଥି ପାଇଁ ବିରଳ, କାରଣ ସେଇ ଗୋଟିଏ ଦିନରେ ପଡୁଛି ଠାକୁରଙ୍କ ନବଯୌବନ ଦର୍ଶନ ସାଙ୍ଗକୁ ନେତ୍ରୋତ୍ସବ । କେତେବେଳେ ରଥଟଣା ହେବ ? ଦିନେ କି ଦୁଇ ଦିନ ଧରି ରଥଯାତ୍ରା ଚାଲିବ, ତାକୁ ନେଇ ଉପୁଜିଛି ସଂଶୟ ।
ଅପ୍ରତ୍ୟାଶିତ ପରାଜୟକୁ ଏଯାଏଁ ଗ୍ରହଣ କରିପାରୁନି କି ବିଜେଡି ? କାହିଁକି ଏଯାଏଁ ପରାଜୟର ସମୀକ୍ଷା କରୁନି ? ବରିଷ୍ଠ ନେତାଙ୍କୁ ନେଇ ଏ ଯାଏଁ ଫାକ୍ଟ ଫାଇଣ୍ଡିଂ ଟିମ୍ ବି ଗଠନ ହେଲାନି । ପରାଜୟର ୧୫ ଦିନ ପରେ ବି ବିଜେଡି ଶିବିରରେ ଅସମ୍ଭବ ନିରବତାକୁ ନେଇ ଉଠିଛି ଅନେକ ପ୍ରଶ୍ନ ।
ପୁଅର ସଫଳତା ଦେଖି ମା ହୋଇଯାଇଛି ଭାବବିହ୍ବଳ। ୧୭ବର୍ଷ ହୋଇଥିଲା ବିବାହ ନ କରି ଜନସେବା ପାଇଁ ବ୍ରତ କରିଥିଲା ମୋ ସୁନା ପୁଅ। ତାକୁ ଜୀବନରୁ ମାରିଦେବାକୁ ଚେଷ୍ଟା କରାଯାଇଥିଲା, ଭାବିଥିଲୁ ବଞ୍ଚିବନି। ହେଲେ ସେ ଫେରିଲା। ଗୋପାଳପୁର ବିଧାୟକ ତଥା ଇସ୍ପାତ, ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଜେନା ଗାଁକୁ ଫେରିବା ବେଳର ଏ ଦୃଶ୍ୟ ।
ସାଇକେଲରେ ଆସିଲେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର । ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ସିଦ୍ଧାନ୍ତ ବିଧାନସଭାକୁ ସାଇକେଲ ଧରି ପହଁଚିଛନ୍ତି । ନିଜ ଚିରାଚରିତ ଢଙ୍ଗରେ ସାଇକେଲ ଚଲାଇ ବିଧାନସଭାକୁ ପହଞ୍ଚିଛନ୍ତି ।
କଥା ଦେଇଥିଲେ ମୋଦି ଠିକଣା ଲେଖିଦିଅ ନିଶ୍ଚିତ ଚିଠି ଲେଖିବି। ନିଜ କଥା ରଖିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଶୁଭେଚ୍ଛୁଙ୍କୁ ଚିଠି ଲେଖି ଦେଇଛନ୍ତି ସରପ୍ରାଇଜ୍।
ପୁଣି ଭୟଙ୍କର, ପୁଣି ଛାତିଥରା। ଏକ୍ସପ୍ରେସକୁ ପଛରୁ ପିଟିଲା ମାଲବାହୀ ଟ୍ରେନ୍ । ଦୁର୍ଘଟଣା ପରର ଏ ଅବିଶ୍ବାସନୀୟ ଦୃଶ୍ୟ ପଶ୍ଚିମବଙ୍ଗ ନିଉ-ଜଲପାଇଗୁଡ଼ି ରଙ୍ଗପାଣି ଷ୍ଟେସନ ନିକଟର ।
କନ୍ଦାଇଲାଣି ପିଆଜ, ପନିପରିବା ଦରରେ ଲାଗିଛି ନିଆଁ । ବଜାରରେ ଯାହାକୁ ଛୁଇଁଲେ ୬୦ । କିଛି ପରିବାର ଦାମ୍ ୮୦ ତ ଆଉ କିଛି ଶହେ ଉପରେ । ସପ୍ତାହକ ଭିତରେ ୨୦ ଟଙ୍କା ବଢିଲାଣି ପିଆଜ ଦର ।
ଜୁନ୍ ଅଧା ହେଲାଣି, ହେଲେ ମୌସୁମୀ ଗାଏବ । ବର୍ଷା ନଥିବାରୁ ସାରା ରାଜ୍ୟରେ ବୈଶାଖ ଭଳି ତାତି ସାଙ୍ଗକୁ ପ୍ରଚଣ୍ଡ ଗୁଳୁଗୁଳି କଲବଲ କରୁଛି । ତେଣେ ଆକାଶକୁ ଚାହିଁ ଚାହିଁ ଚାଷୀ ଛାତିରେ ଛନକା ପଶିଲାଣି ।
ବନ୍ଦ ହେବନି ବରଂ ଦୌଡ଼ିବ ମିଶନ ଶକ୍ତି । ବଦଳିବ ମିଶନ ଶକ୍ତି କାୟାକଳ୍ପ । ଭୋଟ୍ ବ୍ୟାଙ୍କରେ ଗଣା ହେବେନି ମିଶନ ଶକ୍ତି ମହିଳା। ରାଜନୀତିରେ ବି ପଶିବେନି SHG ସଦସ୍ୟା ।
ପ୍ରଭୁ ଶ୍ରୀରାମଙ୍କ ରାଜାଭିଷେକ କରାଯାଇ ଚାଲିଛି ପୂଜାର୍ଚ୍ଚନା। ମଣ୍ଡପରେ ପ୍ରଭୁଙ୍କ ମୁଣ୍ମୟୀ ମୂର୍ତ୍ତି ଦର୍ଶନ କରି ମେଳା ବୁଲାର ମଜା ନେଉଛନ୍ତି ଶ୍ରଦ୍ଧାଳୁ। ଦର୍ଶକବନ୍ଧୁ ରାଜ୍ୟର କୋଣ ଅନୁକୋଣରେ ଧୁମଧାମରେ ପାଳନ କରାଯାଉଛି ରଜ ପର୍ବ। ଏହି ସମୟରେ ଯାଜପୁରର ଶ୍ରୀବନ୍ତପୁର ଅଞ୍ଚଳରେ କିଛି ନିଆରା ଢଙ୍ଗରେ ପାଳନ କରାଯାଇଛି ରାମ ରାଜା ପର୍ବ।
କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ପଛରୁ ଧକ୍କା ଦେଲା ମାଲବାହୀ ଟ୍ରେନ୍ ... ୫ ଜଣଙ୍କ ମୃତ୍ୟୁ, ୨୦ରୁ ୨୫ ଜଣ ଆହତ ହୋଇଥିବା ସୂଚନା ।
ଆଜି ମୁସଲମାନମାନଙ୍କ ପବିତ୍ର ପବ୍ର ଇଦ୍ ଅଲ ଆଦା ବା ବକ୍ରିଇଦ୍ । ଏହାକୁ ଇସଲାମ ଧର୍ମାବଲମ୍ୱୀ ମାନେ ପାଳନ କରୁଛନ୍ତି । ବିଭିନ୍ନ ମସଜିଦରେ ନମାଜ ପାଠ ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଇଦ୍ ଉଲ୍ ଆଦା ଅର୍ଥାତ୍ ବକ୍ରି-ଇଦ୍ ହେଉଛି ଇସଲାମ ଧର୍ମରେ ବିଶ୍ୱାସ କରୁଥିବା ଲୋକଙ୍କ ମୁଖ୍ୟ ପର୍ବ ।
ବଡ଼ ଦେଉଳର ଚାରିଦ୍ବାର ଖୋଲାଯିବା ପରେ, ଶ୍ରଦ୍ଧାଳୁଙ୍କ ଅସମ୍ଭବ ଭିଡ଼। ରଜଛୁଟି ବି ବଢ଼ାଇଛି ଭକ୍ତ ସମାଗମ। ଶ୍ରୀମନ୍ଦିର ବାହାର ଅପେକ୍ଷା, ଭିତରେ ଦର୍ଶନ ବେଳେ ଅଧିକ ଅବ୍ୟବସ୍ଥା ଦେଖାଦେଉଥିବା ଅଭିଯୋଗ କରିଛନ୍ତି ଶ୍ରଦ୍ଧାଳୁ। ଅନ୍ୟପକ୍ଷରେ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି ଏବଂ ଆଗକୁ ଏହା ଅଧିକ ସୁଚାରୁ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବ।
ରାଜ୍ୟରେ ବିଜେପି ସରକାରର ମନ୍ତ୍ରିମଣ୍ଡଳରେ ବଣ୍ଟା ହେଲା ବିଭାଗ । ପ୍ରଥମ ଥର ପାଇଁ ନିଜେ ମୁଖ୍ୟମନ୍ତ୍ରୀ ନିଜ ପାଖରେ ରଖିଲେ ୬ ବିଭାଗ । ୫ ଜଣ ମନ୍ତ୍ରୀଙ୍କ ପାଖରେ ବି ୩ ଲେଖାଁଏ ବିଭାଗ । କାହାକୁ ମିଳିଛି କେଉଁ ବିଭାଗ ଆଉ ବିଭାଗ ବଣ୍ଟନ ପରେ କାହା ଆଗରେ ରହିଛି କେଉଁ ଚାଲେଞ୍ଜ, ଦେଖନ୍ତୁ ଏହି ରିପୋର୍ଟ…
ଗଞ୍ଜାମ... ଦିନେ ବିଜେଡିର ଗଡ ଥିବା ଏହି ଜିଲ୍ଲାରୁ ଲଗାତାର ଷଷ୍ଠ ଥର ନିର୍ବାଚିତ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ୨୪ ବର୍ଷର ପ୍ରତିନିଧିତ୍ବ ଭିତରେ ନା କୌଣସି ମେଗା ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିଛି ନା ଦୂର ହୋଇଛି ଗ୍ରାମାଂଚଳ ବାସୀଙ୍କ ଦୁଃଖ ।
ରାୟଗଡ଼ା କାଶୀପୁର ଇଲାକାରେ ଏବେ ଘାତକ ସାଜିଛି ଡିପଥେରିଆ ରୋଗ । ନେଉଛି ଜଣଙ୍କ ପରେ ଜଣେ ଶିଶୁଙ୍କ ଜୀବନ । ୧୦ ଦିନରେ ପାଞ୍ଚ ପାଞ୍ଚ ଜଣ ଶିଶୁଙ୍କ ପ୍ରାଣହାନୀ ଓ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ସହ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଗ୍ରାଉଣ୍ଡ ଜିରୋରେ ଏବେ ଡାକ୍ତର ଏବଂ ବିଶେଷଜ୍ଞ ଟିମ୍ ।
ଦାଦନମୁକ୍ତ ଓଡ଼ିଶା । ପେଟ ଓ ପାଟକୁ ପାଣି । ପ୍ରାକୃତିକ ସଂପଦର ସୁବିନିଯୋଗ । ନୂଆ ପିଢ଼ିର ଶିଳ୍ପ ସ୍ଥାପନ । ଏସବୁ ମୋହନ ସରକାର ପାଇଁ ଏବେ ସବୁଠୁ ବଡ଼ ଚ୍ୟାଲେଞ୍ଜ୍ । ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି କେତେ ଶୀଘ୍ର ପାଳନ କରିବ ରାଜ୍ୟର ନୂଆ ବିଜେପି ସରକାର ?
ବୈଠକରେ ଏନଏସଏ ଅଜିତ ଡୋଭାଲ, ଜମ୍ମୁ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, କେନ୍ଦ୍ର ଗୃହ ସଚିବଙ୍କ ସମେତ ସେନା ମୁଖ୍ୟ ମନୋଜ ପାଣ୍ଡେ, ଗୁଇନ୍ଦା ନିର୍ଦ୍ଦେଶକ ତପନ ଡେକା, ସିଆରପିଏଫ୍ ଡିଜି ଅନିଶ ଦୟାଲ, ବିଏସଏଫ୍ ଡିଜି ନୀତିନ ଅଗ୍ରୱାଲଙ୍କ ସମେତ ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ବହୁ ପ୍ରତୀକ୍ଷିତ ବନ୍ଦେ ଭାରତ ସ୍ଲିପର ଟ୍ରେନରେ ଯାତ୍ରୀଙ୍କୁ ଆରାମଦାୟକ ଯାତ୍ରା ସହ ରହିବ ବିଶ୍ୱସ୍ତରୀୟ ସୁବିଧା । ୧୬ କୋଚ୍ ବିଶିଷ୍ଟ ରହିବ ଏହି ବନ୍ଦେ ଭାରତ ସ୍ଲିପର ଭର୍ସନ ।
୧୮ତମ ଲୋକସଭାର ପ୍ରଥମ ଅଧିବେଶନ ଜୁନ୍ ୨୪ ରୁ ଜୁଲାଇ ୩ ଯାଏଁ ଚାଲିବାକୁ ଥିବା ବେଳେ, ମୌସୁମୀ ଅଧିବେଶନ ଜୁଲାଇ ୨୨ରୁ ଅଗଷ୍ଟ ୯ ଯାଏଁ ଚାଲିପାରେ ।
ଆନନ୍ଦ ଓ ଉତ୍ସାହ ଭିତରେ ସରିଲା ଦ୍ବିତୀୟ ରଜ । ରଜ ସଂକ୍ରାନ୍ତିରେ ଜମିଲା ପିଠା, ମିଠା ଓ ପାନର ଆସର । ଦୋଳି ଖେଳ ଓ ପାରମ୍ପରିକ ନାଚଗୀତରେ କମ୍ପୁଛି ଗାଁଠୁ ସହର ।
ପଟ୍ଟ ପରିବର୍ତ୍ତନ ପରେ ରାଜ୍ୟରେ ଏଥର ସଶକ୍ତ ବିରୋଧୀଙ୍କ ଅଭ୍ୟୁଦୟ ହୋଇପାରେ । ଯାହାକୁ ନେଇ ଆକଳନ କରୁଛନ୍ତି ରାଜନୈତିକ ସମୀକ୍ଷକମାନେ।