Advertisment

କେଉଁଠି ଅଛନ୍ତି IPS ଡି.ଏସ୍. କୁଟ୍ଟେ ?

କୁଆଡ଼େ ଗଲେ IPS ଅଫିସର ଡିଏସ୍ କୁଟ୍ଟେ ? ତାଙ୍କ ଉପରୁ ନିଲମ୍ୱନ ଆଦେଶ ପ୍ରତ୍ୟାହାର ହୋଇଛି ନା ନାହିଁ ?

author-image
Santosh Kumar Sahoo

କୁଟ୍ଟେ ଏବେ କେଉଁଠି ? କୁଆଡେ ଗଲେ IPS ଅଫିସର ଡିଏସ କୁଟ୍ଟେ ? ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ହୋଇଛି ନା ନାହିଁ? ଯଦି ପ୍ରତ୍ୟାହାର ହୋଇଛି, କାହିଁକି କାର୍ଯ୍ୟରେ ଯୋଗ ଦେଉନାହାନ୍ତି କୁଟ୍ଟେ ? ନା ରାଜ୍ୟ ସରକାର ତାଙ୍କୁ କୌଣସି ପୋଷ୍ଟିଂ ଦେଇ ନାହାନ୍ତି । ୨୪ ନିର୍ବାଚନରେ ବିଜେଡିକୁ ସହାୟତା କରୁଥିବା ଅଭିଯୋଗରେ ଫସିଥିବା କୁଟ୍ଟେଙ୍କୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା । କାହିଁକି ନା ନିର୍ବାଚନ ପରବର୍ତ୍ତୀ ସମୟରେ, ଜୁନ୍ ୬ ତାରିଖ ଦିନ କୁଟ୍ଟେଙ୍କ ଉପରୁ ନିଲମ୍ବନଙ୍କୁ ସର୍ତ୍ତମୂଳକ ଭାବେ ତତ୍କାଳ ପ୍ରଭାବରୁ ହଟାଇ ଦେବା ପାଇଁ ମୁଖ୍ୟ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଥିଲେ। ଏହା ସହ କୁଟ୍ଟେଙ୍କୁ ପରବର୍ତ୍ତୀ ନିଯୁକ୍ତି ପାଇଁ ମୁଖ୍ୟ ଶାସନ ସଚିବଙ୍କ ପାଖେ ରିପୋର୍ଟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହା ଭିତରେ ମାସେରୁ ଅଧିକ ସମୟ ବିତିଥିଲେ ବି କୁଟ୍ଟେଙ୍କୁ ନେଇ ଗୃହ ବିଭାଗ ପାଖେର କିଛି ସୂଚନା ନାହିଁ ।

Advertisment
Lok Seva Bhawan
Advertisment
Advertisment