ସେ ଜନ୍ମରୁ ଦିବ୍ୟାଙ୍ଗ। ସଳଖ ହୋଇ ଚାଲି ପାରନ୍ତି ନାହିଁ। କିନ୍ତୁ ତାଙ୍କ ଜୀବନରେ, ସେ ହଜାର ହଜାର ପିଲାଙ୍କୁ ସଳଖ ଭାବେ ଠିଆ ହେବାର ସୂତ୍ର ବତେଇଛନ୍ତି। ତାଙ୍କୁ ଏବେ ୭୨ ବର୍ଷ ବୟସ। ଦୀର୍ଘ ୫୮ ବର୍ଷ ଧରି ସେ ଏକ ଚାଟ୍ଟଶାଳି କରି ଶହ ଶହ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ତାଙ୍କ ଚାଟ୍ଟଶାଳି ଏକ ସ୍କୁଲ ଭ୍ରମ ସୃଷ୍ଟି କରିଥାଏ। ଆସନ୍ତୁ ଭେଟିବା ଶିକ୍ଷାର ଆଲୋକ ବାଣ୍ଟୁଥିବା ଦିବ୍ୟାଙ୍ଗ ରାମ ସାରଙ୍କୁ।
ଖୁସି ବଦଳରେ ଚିନ୍ତା ଆଣୁଛି ନୂଆବର୍ଷ। ୨୦୨୨ ଜାନୁଆରୀ ପହିଲାରୁ ଦେଶରେ ଅନେକ ପରିବର୍ତ୍ତନ ହେଉଥିବା ବେଳେ ଯାହାର ସିଧା ପ୍ରଭାବ ପଡିବ ଗ୍ରାହକଙ୍କ ଉପରେ...
ରାଜ୍ୟରେ ଆଜି ଆଉ ୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି । ୫ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ILS ପକ୍ଷରୁ ସୂଚନା ଦିଆଯାଇଥିଲା। ଓମିକ୍ରନ୍ ଆକ୍ରାନ୍ତଙ୍କ ସଂପର୍କରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ୫ ନୂଆ ଓମିକ୍ରନ୍ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ବିଦେଶ ଫେରନ୍ତା।
ଚାଷୀଙ୍କ ଉପରେ ଦାଉ ସାଧୁଛନ୍ତି ଇନ୍ଦ୍ର ଦେବତା । ମଣ୍ଡିରୁ ଧାନ ଉଠୁ ନଥିବା ବେଳେ ପୁଣି ଚାଷୀଙ୍କ ଉପରେ ଇନ୍ଦ୍ରଦେବତାଙ୍କ କୋପ । ଅଦିନିଆ ବର୍ଷାରେ ଭିଜୁଛି ମଣ୍ଡିରେ ପଡ଼ି ରହିଥିବା ଧାନ । ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ରାତିରୁ ପ୍ରବଳ ବର୍ଷା ହେଉଛି ।
ପଞ୍ଚାୟତ ନିର୍ବାଚନରେ ଲଢିବାକୁ ଥିବା ପ୍ରାର୍ଥୀଙ୍କ ଲାଗି ବିଭିନ୍ନ ପ୍ରକାର ଚିହ୍ନ ଜାରି କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ପଞ୍ଚାୟତ ନିର୍ବାଚନରେ ଲଢୁଥିବା ସରପଞ୍ଚ ପ୍ରାର୍ଥୀଙ୍କ ଲାଗି ୩୨ ପ୍ରକାର ଚିହ୍ନ, ସମିତି ସଭ୍ୟଙ୍କ ଲାଗି ୧୯ ପ୍ରକାର, ଓ୍ୱାର୍ଡ ମେମ୍ବର ପାଇଁ ଲଢୁଥିବା ପ୍ରାର୍ଥୀଙ୍କ ଲାଗି ୧୫ ପ୍ରକାର ଏବଂ ଜିଲ୍ଲା ପରିଷଦ ସଭ୍ୟଙ୍କ ଲାଗି ୧୯ ପ୍ରକାର ଚିହ୍ନ ଜାରି କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ।
ବାଲେଶ୍ୱର ଜିଲ୍ଲା ନୀଳଗିରିରୁ ଜଣେ ମହିଳାଙ୍କ ଆକାଉଣ୍ଟରୁ ବଡ଼ ଧରଣର ସାଇବର ଠକେଇ ନେଇ ଅଭିଯୋଗ ହୋଇଛି । ପ୍ରାୟ ୧୨ ଲକ୍ଷରୁ ଅଧିକ ଟଙ୍କା ଫ୍ରଡ୍ ହୋଇଥିବା ଅଭିଯୋଗ ହୋଇଛି ।
ହାତରେ ଆଉ ମାତ୍ର କେଇଟା ଦିନ। ନୂଆ ବର୍ଷଠାରୁ ନୂଆ ନିୟମ ମାନିବାକୁ ହେବ। ବର୍ଷ ୨୦୨୨ରୁ ପକେଟ୍ ଉପରେ ପଡିବାକୁ ଯାଉଛି ପ୍ରଭାବ। ନୂଆ ବର୍ଷ ଖୁସି ଆଣୁଛି ସତ, କିନ୍ତୁ ଦରବୃଦ୍ଧି ଚିନ୍ତା ମଧ୍ୟ ଆଣୁଛି। ଏବେ ଜାଣନ୍ତୁ କ’ଣସବୁ ବଢୁଛି...
2021ରେ ଦର୍ଶକଙ୍କୁ ଭିନ୍ନ ଭେଟି ଦେଇଥିଲା ଓଡ଼ିଆ ସିନେମା। ବାପା ICUରେ... ଚୋରଣୀ, ପଲ ପଲ ତତେ ଚାହେଁ ରିଲିଜ୍ ହୋଇଥିଲା ଏ ବର୍ଷ। ଦେଖନ୍ତୁ କେମିତି ଥିଲା ଏସବୁ ଫିଲ୍ମର ଜୟଯାତ୍ରା..
ଅତୀତରେ ଯେଉଁ ଅଳିଆ ଦେହରେ ଲାଗିଛି, ତାହା ସଫା ହୋଇ ପାରୁନି। ଆଉ ଅଳିଆ ଧରିବାର ନାହିଁ। ହାତ ନୁହେଁ, କୋଦାଳ ଧରି ଏମିତି ଅଳିଆ ସଫା କଲେ ଏ ନେତା...
ଓଡ଼ିଶାରେ ମଧ୍ୟ ଫଳିଲା କାଶ୍ମୀର ରେଡ୍ ଆପଲ୍ ବେରୀ। ଏହା କରି ଦେଖାଇଛନ୍ତି ଏମ୍.ଏ. ପଢୁଆ ଚାଷୀ ଉପେନ୍ଦ୍ର ବିଶ୍ୱାଳ। ଏଥିରେ ତାଙ୍କୁ ସାହାଯ୍ୟ କରିଥିଲେ ତାଙ୍କ ପତ୍ନୀ। ଫେସବୁକ୍ ଓ ୟୁଟ୍ୟୁବରେ ଦେଖି ସେମାନେ କେମିତି ଚାରା ସଂଗ୍ରହ କଲେ, ଆଉ ଏହି ଫଳଟି କେମିତି ଛୋଟ ସେଓ ପରି ଦିଶୁଛି ଆସନ୍ତୁ ଦେଖିବା।
ବାପା ବଢ଼େଇ କାମ କରି ବଡ଼ ପରିବାର ଚଳେଇଲା ବେଳକୁ ଟ୍ୟୁସନ ପଇସା ଦେବା ଟା ଭାରି କଷ୍ଟ। ସେଇଥିରେ ଇଂରାଜୀ ଦୁଇ ଅକ୍ଷର ଶିକ୍ଷିବା ପାଇଁ ରାଧାକାନ୍ତଙ୍କର ଭାରି ଇଛା ଥିଲେବି ସେତକ ସହଜ ନ ଥିଲା। ରାଧାକାନ୍ତ ନିପଟ ଗଧରୁ କେମିତି ହେଲେ ଇଂରାଜୀ ଶିକ୍ଷକ ଆଉ ଏବେ କେମିତି ଶହଶହ ଗରିବ ପିଲାଙ୍କୁ ପଢ଼ାଉଛନ୍ତି ମାଗଣାରେ ଚାଲନ୍ତୁ ଦେଖିବା ରାଉରକେଲାରୁ ପୂରା କାହାଣୀ।
ଏବେ ଇଣ୍ଟରନେଟ ଉପରେ ସମସ୍ତେ ନିର୍ଭରଶୀଳ। ପାଠପଢାଠୁ ଆରମ୍ଭ କରି ମିଟିଂ ସବୁ କିଛି ହେଉଛି ଅନଲାଇନରେ। ବେଳେ ବେଳେ ଇଣ୍ଟରନେଟ ସ୍ପିଡ୍ ବୁଦ୍ଧି ଗୁଡୁମ୍ କରି ଦେଉଛି। ଆଉ ଚିନ୍ତା କରନ୍ତୁନି ଆସିବାକୁ ଗୋଡ କାଢିଲାଣି ୫ଜି..
ଜାନୁଆରୀ ୩ରୁ ଖୋଲିବ ପ୍ରାଇମେରୀ ସ୍କୁଲ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କର ଆରମ୍ଭ ହେବ ଶ୍ରେଣୀଗୃହ ଶିକ୍ଷାଦାନ । କରୋନାର ତୃତୀୟ ଲହର ଆଶଙ୍କା ଭିତରେ ପ୍ରାଇମେରୀ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।
ଘରେ ପଡ଼ିରହିଥିଲା କୋଟି କୋଟି ଟଙ୍କାର କଳାଧନ। ଟଙ୍କା ଗଦିରେ ଶୋଇବା ପାଇଁ ଥିଲା ସାମର୍ଥ୍ୟ। ଚାହିଁଥିଲେ ଚଢ଼ିପାରିଥାନ୍ତା ନାମୀଦାମୀ ବ୍ରାଣ୍ଡ୍ ର ହାଇଫାଇ ଗାଡ଼ି। କିନ୍ତୁ କାଳେ କିଏ ଜାଣିଦେବ ସେଥିପାଇଁ ଖଣ୍ଡେ ପୁରୁଣା ବଜାଜ୍ ସ୍କୁଟର ଚଢ଼ି ବୁଲୁଥିଲେ ଅମାପ କଳା ସଂପତ୍ତିର ମାଲିକ ପୀୟୂଷ ଜୈନ
ପଛୁଆ ବର୍ଗଙ୍କୁ ସଂରକ୍ଷଣରୁ ବାଦ୍ ଦେଇ ପଂଚାୟତ ନିର୍ବାଚନ ଲାଗି ପ୍ରକାଶ ପାଇଛି ଆସନ ସଂରକ୍ଷଣ ଚିଠା ତାଲିକା। ହେଲେ ଏହି ପ୍ରସଙ୍ଗକୁ ନେଇ କିନ୍ତୁ ଥମୁନି ରାଜନୀତି।
ମୋ ବସ୍ ର ମହିଳା କଣ୍ଡକ୍ଟର ଛବି ପ୍ରଧାନ। ଘର ଗଞ୍ଜାମ, ରୁହନ୍ତି ଭୁବନେଶ୍ୱର ଓୟୁଏଟି ପାଖ ଫାର୍ମ ଗେଟ୍ ବସ୍ତିରେ। ମୋ ବସରେ ଯାତ୍ରୀଙ୍କ ଠାରୁ ଟିକେଟ୍ କାଟନ୍ତି, ଯାତ୍ରୀ ଗନ୍ତବ୍ୟସ୍ଥଳୀ ସମ୍ପର୍କରେ ସହାୟତା କରନ୍ତି। ତାଙ୍କର ଏ କାମ ପଛର କାହାଣୀ ଶୁଣିଲେ କହିବେ ପରିଶ୍ରମର ଫଳ ନିଶ୍ଚୟ ମିଠା।
ରାଜଗାଙ୍ଗପୁର କାଂଶବାହାଲର ବୋହୂ ନଵଦ୍ୱୀପ କୌର। ଆମେରିକା ଲସଏଞ୍ଜେଲସ୍ ସହରରେ ହେବାକୁ ଥିବା ମିସେସ ୱାର୍ଲଡ ପ୍ରତିଯୋଗିତାରେ ଭାଗ ନେବେ। ସେ ଭାରତକୁ ପ୍ରତିନିଧିତ୍ୱ କରିବେ। ଏହି ପ୍ରତିଯୋଗିତାରେ ପୃଥିବୀରୁ ଷାଠିଏଟି ଦେଶର ମିସେସ ସୁନ୍ଦରୀ ଭାଗ ନେଉଛନ୍ତି| ଶୁଣନ୍ତୁ ଏ ଯାତ୍ରା ଓ ପ୍ରତିଯୋଗିତାକୁ ନେଇ ସେ କେତେ ଆଶାବାଦୀ।
ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଶୀତ କମିଥିବା ବେଳେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଆଜି କୁହୁଡ଼ି ନେଇ ୭ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ସକାଳ ୮ଟା ୩୦ ଯାଏ ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।
ବେଳାଭୂମିରେ ବାଲି ମାଫିଆଙ୍କ ରାଜ୍। ରାତି ହେଲେ ବେଧଡ଼କ ଚାଲୁଛି ଚୋରା ଚାଲାଣ। କିଟିମିଟି ଅନ୍ଧାର ଭିତରେ ଚାଲିଛି କୋଟି କୋଟିରେ ଖେଳ।
ମାଞ୍ଜା ସୂତା ଲାଗି ବଡ଼ ଅଘଟଣ। ଦିନରେ କଟକ, ରାତିରେ ପୁରୀ। ମକର ସଂକ୍ରାନ୍ତି ପାଖେଇ ଆସୁଥିବା ବେଳେ ଗୁଡି ସୂତା ନେଇଛି ଜଣଙ୍କ ଜୀବନ।
କୁନି ଝିଅଟିକୁ ପଚାରିଲେ କହୁଥିଲା ମୋ ମାଆର ଦେହ ଭଲ ନାହିଁ, ସେ ସୋଇଛି... ହେଲେ ସେ ଜାଣି ନ ଥିଲା ଯେ ତା ମାଆ ସବୁଦିନ ପାଇଁ ଶେଷନିଦ୍ରା ଯାଇଛି।
ଭିଡ଼ ଏଡ଼ାଇବାକୁ ଯଥାସମ୍ଭବ ପଦକ୍ଷେପ ନେବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେବାକୁ କହିବା ସହ ଆବଶ୍ୟକତାକୁ ଦେଖି କଣ୍ଟେନମେଣ୍ଟ ଜୋନ୍ କରି ସଂକ୍ରମଣ ରୋକିବାକୁ ବି ପରାମର୍ଶ ଦେଇଛନ୍ତି । ତେବେ ଓମିକ୍ରନକୁ ନେଇ ଲୋକଙ୍କୁ ନଡରାଇ ସଚେତନ କରିବା ସହ ନିୟମ ଖିଲାପକାରୀଙ୍କ ବିରୋଧରେ କଡ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବି କହିଛନ୍ତି କେନ୍ଦ୍ର ଗୃହ ସଚିବ ।
ମିଶନ୍ ପଞ୍ଚାୟତ । ଭୋଟ୍ ତାରିଖ ଘୋଷଣା ନହେଉଣୁ, ଯିଏ ଯାହା ରଣନୀତିରେ ବ୍ୟସ୍ତ । ଲୋକ ପ୍ରତିନିଧିଙ୍କ ସହ ଆଜି ବିଜେପିର ବ୍ରେନ୍ ଷ୍ଟର୍ମିଂ । ରାଜ୍ୟ କାର୍ଯ୍ୟାଳୟରେ ପ୍ରଥମେ ସାଂସଦ ଓ ପରେ ବିଧାୟକଙ୍କ ସହ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀଙ୍କ ପଞ୍ଚାୟତ ନିର୍ବାଚନ ରଣନୀତି ନେଇ ମାନସ ମନ୍ଥନ ।
ପ୍ରତି ସାଧାରଣ ମଣିଷ ଚାହିଁଲେ ଅସାଧାରଣ କାମଟିଏ କରିପାରିବ। ଏହିପରି ଜଣେ ମହିଳା ହେଲେ ସୁନ୍ଦରଗଡ଼ ଜିଲ୍ଲା ମାୟାଦେବୀ। ଏହି ବୟସ୍କା ମହିଳାଙ୍କର ଦିନକ ତଳେ ଦେହାନ୍ତ ହୋଇଛି। କିନ୍ତୁ ଯିବା ଆଗରୁ ସେ ଦୁଇଜଣଙ୍କୁ ଦୁନିଆର ଆଲୋକ ଦେଖିବାର ଶକ୍ତି ଦେଇଯାଇଛନ୍ତି।
ଗଜପତି ଜିଲ୍ଲା ମୋହନା ଚର୍ଚ୍ଚରେ କୋଭିଡ କଟକଣାରେ ମଧ୍ୟରେ ପାଳନ କରାଯାଉଛି ବଡ ଦିନ