ସୁମିତ୍ଙ୍କ ଘର ସାମ୍ନାରେ ୧୪୪ ଧାରା ଲାଗୁ ହେଲା। ବ୍ରହ୍ମାନଗର ଅଂଚଳରେ ଥିବା ସୁମିତଙ୍କ ଘର ଆଗରେ ପୋଲିସ ୧୪୪ ଧାରା ଲାଗୁ କରିଛି। ସୂଚନା ଅନୁସାରେ, ଅନିର୍ଦ୍ଦିଷ୍ଟକାଳ ପାଇଁ ୧୪୪ ଲାଗିଛି।
ଶୀତ ବଢୁଥିବାରୁ ଚାରି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଁ। ରାତି ଆସିଲେ ଆସୁଛି କୋହଲା ପବନ ଲହରୀ । ପ୍ରବଳ ଶୀତକକରରେ ଥରୁଛି ପୂରା ଓଡିଶା।
ଦାରିଙ୍ଗବାଡ଼ିରେ ପ୍ରବଳ ଜାଡ଼ ଅନୁଭୂତ ହେବା ସହ ତୁଷାରପାତ ହୋଇଛି । ପ୍ରବଳ ଥଣ୍ଡାର ପ୍ରକୋପ ଯୋଗୁ ଲୋକେ ଘରୁ ମଧ୍ୟ ବାହାରିବା ମଧ୍ୟ ମୁସ୍କିଲ ହେଇଛି ।
ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ମିଳିବ ଏକ ହଜାର ଟଙ୍କା। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲା ପାଇଁ ୩୫୦ କୋଟି ଟଙ୍କା ମଂଜୁର କରାଯାଇଛି। ଆସନ୍ତା ୭ ଦିନ ଭିତରେ ଏହି ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶନାମା ରହିଛି ।
ଏବେ ରାଜ୍ୟରେ ଚାଲିଛି ଅଣ୍ଡା ମାଡ଼ର ଫଣ୍ଡା। ନେତାଙ୍କଠୁ ଆରମ୍ଭ କରି କର୍ମୀ ସମସ୍ତେ ଅଣ୍ଡା ନାଁ ଶୁଣିଲେ ଛାନିଆ।
ଜଣେ ମୁଢି ବ୍ୟବସାୟୀଙ୍କ ପାଖରେ ରହିଛି ପ୍ରଚଣ୍ଡ ପ୍ରତିଭା । ମୁଢି ବିକ୍ରି କରୁଥିଲେ ବି କଣ୍ଠସ୍ୱରରେ ବାନ୍ଧି ରଖୁଛନ୍ତି ଗ୍ରାହକଙ୍କୁ । ସତେ ଯେମିତି ସରସ୍ୱତୀ ବିଜେ କରିଛନ୍ତି ତାଙ୍କ କଣ୍ଠରେ । ଆଉ ହାତରେ ଅଛନ୍ତି ମାଆ ଲକ୍ଷ୍ମୀ । ମସଲା ପକାଇ ସୁଆଦିଆ କରିଦେଉଛନ୍ତି ମୁଢି ।
ଆଜି ସଂଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ପ୍ଲାଟଫର୍ମରେ ବସୁଥିବା ବୈଠକରେ ୯ଟି ପ୍ରସ୍ତାବ ପାରିତ ହେବାର ସମ୍ଭାବନା ରହିଛି ।
ପ୍ରବଳ ଜାଡରେ ଥରୁଛି ପୁୁରା ଓଡିଶା। ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା।
ଆଜି ୨୦୨୧ ମସିହା, ଡିସେମ୍ବର ମାସ ୨୧ ତାରିଖ, ମଙ୍ଗଳବାର, ଧନୁ୬ଦିନ, ମାର୍ଗଶିର ମାସ, କୃଷ୍ଣପକ୍ଷ,ଦ୍ୱିତୀୟା ତିଥି, ପୁନର୍ବସୁ ନକ୍ଷତ୍ର, ମିଥୁନ ରାଶିରେ ଚନ୍ଦ୍ର, ମକର ରାଶିର ଘାତବାର ଏବଂ କନ୍ୟା ରାଶି ପୁରୁଷ , ବିଛା ଓ କୁମ୍ଭ ରାଶି ମହିଳାଙ୍କର ଘାତଚନ୍ଦ୍ର, ଜଣନ୍ତୁ ....
ଦାରିଙ୍ଗବାଡିରେ ରାଜ୍ୟର ସବୁଠାରୁ ଅଧିକ ଶୀତ। ଚାରି ଜିଲ୍ଲାକୁ ଅରେଞ୍ଜୱାର୍ଣ୍ଣିଂ।
ପିଏମ୍ ଆବାସ ଘରକୁ ନେଇ ବିଜେପି ବିଜେଡି ମୁଁହା ମୁଁହି। ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ ଆରମ୍ଭ ହେଲାଣି ଟଣା ଓଟରା।
ଦିନ ଦ୍ୱିପହରେ ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା ଏଭଳି ଅଭାବନୀୟ ଦୃଶ୍ୟ । ନିଜର ଏକ ଚକ ଜମି ବିକ୍ରି ଅନୁମତି ପାଇଁ ୩ ମାସ ହେଲା ବାର ଦୁଆର ଦୌଡୁଛନ୍ତି ସ୍ଥାନୀୟ ନେଉଳପୁର ଗାଁର ଅନିମା ରାଉତ ।
ଜୀବନ ପଛେ ବାଜିରେ ଲାଗିବ ସିନା JSWର ପ୍ରକଳ୍ପ ପୁରାଇ ନଦେବାକୁ ଚରମ ନିଷ୍ପତ୍ତି ନେଇଛନ୍ତି ଗାଁଲୋକେ। ଅଶାନ୍ତ ହୋଇପଡ଼ିଛି ଢିଙ୍କିଆ। ଆନ୍ଦୋଳନରେ ଅସ୍ତ୍ର ସାଜିଛନ୍ତି କୁନି କୁନି ପିଲା। ରଣକ୍ଷେତ୍ର ପାଲଟିଥିଲା ଜଟାଧାରୀ ମୁହାଁଣ ପାଖ ବାଲିଟିକିରା ଇଲାକା। ଆଜି ଏରସମା ତହସିଲଦାରଙ୍କ ସମେତ ଆରଆଇ, ଅମିନ ପୋଲିସ କର୍ଡନରେ ରହି ଢିଙ୍କିଆକୁ ପଶିଥିଲେ।
ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜୋର ଧରିଛି ପ୍ରକଳ୍ପ ରାଜନୀତି । ଜିଲ୍ଲାକୁ ଜିଲ୍ଲା ବୁଲି ମୁଖ୍ୟମନ୍ତ୍ରୀ BSKY କାର୍ଡ ବାଣ୍ଟିଲା ପରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ଜାରି ରଖିଛନ୍ତି ।
ଆଜି କୋର୍ଟ ରାୟ ଦେଇଛନ୍ତି ଯେ, ସୁମିତ୍ ତପସ୍ୱିନୀଙ୍କୁ ଭଡ଼ା ଘରେ ରଖିବେ। ଆଉ ଏହା ପରେ ଆଜି ଏବେ ସୁମିତଙ୍କ ଘର ଆଗରେ ହଙ୍ଗାମା। ସୁମିତଙ୍କ ଘରର ଗେଟ୍ ଭାଙ୍ଗି ମହିଳା ପଶିଯାଇଛନ୍ତି ଭିତରେ। ଦେଖନ୍ତୁ ଦୃଶ୍ୟ।
ପାରାଦୀପ ନିକଟରେ ପ୍ରସ୍ତାବିତ ଜେ.ଏସ୍.ଡବ୍ଲୁ. ପ୍ରକଳ୍ପକୁ ଢିଙ୍କିଆ ଅଞ୍ଚଳରେ ତୀବ୍ର ବିରୋଧ କରାଯାଇଛି। ଆଜି ପରିସ୍ଥିତି ଅଣାୟାତ ହୋଇପଡ଼ିଛି। ପୋଲିସ୍ ଓ ସ୍ଥାନୀୟ ଗ୍ରାମବାସୀଙ୍କ ଭିତରେ ଏକପ୍ରକାର ଖଣ୍ଡଯୁଦ୍ଧ ହୋଇଛି। ପୋଲିସ୍ ଗୋଡ଼େଇ ଗୋଡ଼େଇ ଲୋକଙ୍କୁ ପିଟିଛି। ଗାଁରେ ପଶି ଆତଙ୍କ ସୃଷ୍ଟି କରିବା ସହ ଲୋକଙ୍କୁ ଧରିନେଇଛି। ଜଟାଧାର ମୁହାଣର ଠିକ୍ ବାଲିଟିକିରାରେ ପ୍ରଶାସନ ଏବଂ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି। ନବଗଠିତ ରାଜସ୍ଵ ଗ୍ରାମ ମାହାଳର ସୀମା ନିର୍ଦ୍ଧାରଣ ପାଇଁ ପ୍ରଶାସନ ପହଞ୍ଚିବା ପରେ ଲୋକେ ବିରୋଧ ପାଇଁ ବାଲିଟିକିରାରେ ପହଞ୍ଚିଥିଲେ। ଡିସେମ୍ବର ୧ ତାରିଖରେ ମାପଚୁପ କରାଯାଇଥିଲେ ବି ବିରୋଧ ଯୋଗୁ ଅଧାରୁ ଫେରିଥିଲା ପ୍ରଶାସନ।
ରାଜ୍ୟରେ ଶୀତ ଲହରି ଆହୁରି ବଢ଼ିବ । ଶୀତ ଲହରୀ ବଢ଼ିବା ନେଇ ସତର୍କ କଲା ପାଣିପାଗ ବିଭାଗ। ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ଆସୁଥିବାରୁ ରାଜ୍ୟରେ ଶୀତ ବଢ଼ିବ ବୋଲି କୁହାଯାଉଛି। ୨/୩ ଦିନ ପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ ୪ରୁ ୬ ଡିଗ୍ରୀ ତାପମାତ୍ରା କମିବ ।
ଗୁଟଖା କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ସମ୍ବଲପୁର ଶରଧାପାଲିରେ ଘଟିଛି ଏହି ଅଗ୍ନିକାଣ୍ଡ...ନିଆଁ ଲିଭାଇବା ପାଇଁ ପହଞ୍ଚିଲା ଅଗ୍ନିଶମ ବାହିନୀ...
ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟ ରାୟଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନ। ପାନାମା ପେପର ଲିକ୍ ମାମଲାରେ ବୟାନ ରେକର୍ଡ ଲାଗି ଇଡି ସମନ କରିଛି।
ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ ପୂର୍ବରୁ ତାତିଲେ ବିଜେପି କର୍ମୀ.. କଳାପତାକା ଦେଖାଇ ନାରାବାଜୀ କଲେ.. ଶତାଧିକ ବିଜେପି କର୍ମୀଙ୍କୁ ପାର୍ଟି ଅଫିସରୁ ଉଠାଇ ନେଲା ପୋଲିସ
ଆନନ୍ଦପୁର ଆରଆଇ ସିମନ୍ତିନୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଅଫିସ ଭିତରେ ପଶି ତାଙ୍କ ଉପରକୁ ମାରଣାସ୍ତ୍ରରେ ଆକ୍ରମଣ ହୋଇଛି । ଗୁରୁତର ଆହତ ସୀମା ସିମନ୍ତିନୀଙ୍କୁ ବର୍ତ୍ତମାନ ମେଡିକାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣ କରିବା ଅଭିଯୋଗରେ ବାଙ୍ଖିଡ଼ି ଗାଁର ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ଆଜିର ସମୟରେ ଥଣ୍ତା-ସର୍ଦ୍ଦି ହେଲେ ଡର ମାଡୁଛି। କେହି କେହି ଏହାକୁ କରୋନା ବୋଲି ଭାବି ଚିନ୍ତାରେ ପଡି ଯାଉଛନ୍ତି। ଏମିତି ବେଳେ କେମିତି ଜାଣିବେ ଭାଇରାଲ୍ ଫିଭର୍ ଓ କରୋନା ଭାଇରସ୍?
ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ସହ କଳି ଝଗଡ଼ାର ଏକ ପୁରୁଣା ଭିଡିଓ ଶେୟାର କରିଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି.. ନିଜେ ଫେସବୁକ ପେଜରେ ଏହି ସିସିଟିଭି ଫୁଟେଜ ଶେୟାର କରି ଚର୍ଚ୍ଚାକୁ ଆସିଛନ୍ତି ଅନୁଭବ.. ଯାହା ପୁଣି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି...
ଆଗକୁ ପଂଚାୟତ ନିର୍ବାଚନ। ଏଥି ପାଇଁ ଆଶାୟୀ ବିଭିନ୍ନ ରଣକୌଶଳ ଆପଣାଇଛନ୍ତି। ଯେମିତି କି ଏହି ଆଶାୟୀ ପ୍ରାର୍ଥୀ ଜଣକ ଭାବିଥିଲେ ବାତ୍ୟା ନିଶ୍ଚେ ଘାଣ୍ଟିବ। ଏହାର ସୁଯୋଗ ନେଇ ସେ କିଛି ବାଣ୍ଟିବେ ବୋଲି। ହେଲେ..
ଆଜି ପୁଣି ଥରେ କ୍ୟାମେରା ସାମ୍ନାରେ ମୁହଁ ଖୋଲିଛନ୍ତି ତପସ୍ୱିନୀ। କହିଛନ୍ତି ଏଇ ମୋବାଇଲ ଖୋଲିଲେ ସୁମିତଙ୍କ ସବୁ ଇଜ୍ଜତ ପଳେଇବ। କେବଳ ତପସ୍ୱିନୀ ନୁହେଁ ବରଂ ପ୍ରମିଳା ତ୍ରୀପାଠି ମଧ୍ୟ କ୍ୟାମେରା ସାମ୍ନାରେ ମୁହଁ ଖୋଲିବା ସହ ସୁମିତଙ୍କ ଉପରେ ପ୍ରବଳ ବର୍ଷିଛନ୍ତି।