କୋଭିଡ୍ ପୂର୍ବ ଲହରି ଭଳି ପୁଣି ଥରେ ମହାରାଷ୍ଟ୍ରରେ ବ୍ୟାପିବାରେ ଲାଗିଛି ଓମିକ୍ରନ୍.. ଗତକାଲି ପୁଣି ୨ ଜଣ ଓମିକ୍ରନ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି.. ଏହାକୁ ମିଶାଇ ମହାରାଷ୍ଟ୍ରରେ ୧୦ ଜଣ ସଂକ୍ରମିତ ହୋଇସାରିଲେଣି..
ବର୍ଷା ଛାଡିଲା ପରେ ରାଜ୍ୟରେ ବଢିଛି ଶୀତ । ଟିଟିଲାଗଡରେ ଆରମ୍ଭ ହୋଇଛି ଶୀତ । ଘନ ଘନ କୁହିଡି ଯୋଗୁ ରାସ୍ତା ଘାଟ ଠିକ ଭାବରେ ଦୃଶ୍ୟମାନ ମଧ୍ୟ ହେଉନାହିଁ । ଆଉ ଏହି ଶୀତର ମଜା ନେଉଛନ୍ତି ସ୍ଥାନୀୟ ବାସିନ୍ଦା । ଶୁଣନ୍ତୁ ଶୀତକୁ ନେଇ କଣ ରହିଛି ଲୋକଙ୍କ ପ୍ରତିକ୍ରିୟା ।
ଜୱାଦ ବାତ୍ୟାର ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ଦୁଇ ଦିନ ଧରି ବର୍ଷା ଲାଗି ରହିଥିଲା ।କପ୍ତିପଦା ଉପଖଣ୍ଡରେ ଅନେକ ଚାଷୀ ପ୍ରଭାବିତ ହୋଇଥିଲେ। ତରବରିଆରେ କାଟିଥିବା ଧାନକୁ ଖରାରେ ସୁଖାଉଛି ଚାଷୀ ।
ଜୱାଦ ପ୍ରଭାବରେ ରାଜ୍ୟରେ ହୋଇଥିବା ବର୍ଷାରେ ଚଷୀକୂଳ ପ୍ରଭାବିତ । ଅମଳକ୍ଷମ ଧାନ ଏବେ ପାଣିରେ ବୁଡି ରହିଛି । ଚିନ୍ତାରେ ଚାଷୀ ଭାଇ । ଜଗତସିଂହପୁରରେ ମଧ୍ୟ ଏକର ଏକର ଧାନ ଚାଷଜମି ପାଣିରେ ବୁଡି ରହିଛି । ଏନେଇ କଣ ରହିଛି ଚାଷୀଙ୍କ ପ୍ରତିକ୍ରିୟା ଶୁଣନ୍ତୁ ..।
ଏ ଦୃଶ୍ୟ ଦେଖିଲେ ଛାତି ଫାଟିଯାଉଛି। ଆଉ ମାତ୍ର କେଇଟା ଦିନ ପରେ ଚାଷୀ କାଟିଥାନ୍ତା ଫୁଲକୋବି। ଦୁଇ ପଇସା ପାଇଥାନ୍ତା, ମାସ ମାସ ଧରି ଯେଉଁ ରକ୍ତ ନିଗାଡ଼ିଥିଲା ତାହାର ମୂଲ୍ୟ ପାଇଥାନ୍ତା। କିନ୍ତୁ ସବୁକିଛି ବିଗିଡ଼ି ଗଲା। କୋବି ବାଡ଼ିରେ ଏବେ ଆଣ୍ଠୁଏ ପାଣି।
ଦୁର୍ଘଟଣା ଯୋଗୁଁ କୋରାପୁଟ୍ ଜିଲ୍ଲା ସୁଙ୍କି ଘାଟିରେ ରାସ୍ତା ଜାମ୍.. ଦୁର୍ଘଟଣାସ୍ଥଳର ଉଭୟ ପାର୍ଶ୍ୱରେ ବହୁ ଦୂର ଯାଏ ଶହ ଶହ ଗାଡ଼ି ଅଟକି ରହିଛନ୍ତି..
ଚନ୍ଦ୍ରପୃଷ୍ଠରେ ରହସ୍ୟମୟ ଘର ଦେଖିବାକୁ ମିଳିଛି.. ଚନ୍ଦ୍ରପୃଷ୍ଠରେ ଜୀବ ସତ୍ତା ଅଛି କି ନାହିଁ ଏନେଇ ମହାକାଶ ବିଜ୍ଞାନୀ ମାନେ ଗବେଷଣା ଚଳାଇଥିବା ବେଳେ ଏ ଅଜବ ଘରକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି.
ଭୁବନେଶ୍ୱର ଛାତି ଉପରେ ରାତି ଅଧିଆ ଲୁଟ୍ ପରେସନ କରି କମିଶନରେଟ୍ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଲୁଟେରା ଗ୍ୟାଙ୍ଗ ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲା ନୂଆଗଡ଼ ଫରେଷ୍ଟର ଗଣେଶ ପ୍ରଧାନଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ.. ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରି ଖୋଳତାଡ଼ କରୁଛି..
ବୁର୍ଲା ଭିମସାରର କୋଭିଡ୍ ଆକ୍ରାନ୍ତ ଡାକ୍ତରୀ ଛାତ୍ରଙ୍କ ଜେନମ୍ ସିକ୍ୱେନସିଂ ରିପୋର୍ଟରୁ ୨ଟି ଡେଲଟା ଭାରିଆଣ୍ଟ ଚିହ୍ନଟ କରାଯାଇଛି..
ଦେଶରେ କ୍ରମାଗତ ଭାବେ ଚିନ୍ତା ବଢ଼ାଇବାରେ ଲାଗିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍.. ମହାରାଷ୍ଟ୍ରରେ ୧୦ ସଂକ୍ରମିତଙ୍କ ସହ ଦେଶରେ ବର୍ତ୍ତମାନ ସୁଦ୍ଧା ୨୩ରେ ପହଞ୍ଚିଛି ମୋଟ୍ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା
ଭାରତ-ଋଷ ମଧ୍ୟରେ ୨୮ଟି ଚୁକ୍ତି ଏବଂ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି..ଆସନ୍ତା ୧୦ ବର୍ଷ ଲାଗି ପ୍ରତିରକ୍ଷା କ୍ଷେତ୍ରରେ ଉଭୟ ଦେଶ ପରସ୍ପରକୁ ସହଯୋଗିତା କରିବେ..
ଆଜି କେମିତି କଟିବ ଆପଣଙ୍କ ଦିନ ଦେଖନ୍ତୁ ଭାଗ୍ୟରେଖା ||
ପ୍ରାୟ ୧୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଚାଷକୁ ନଷ୍ଟ କରିଛି ପୋଲିସ ଓ ଅବକାରୀ ବିଭାଗର ମିଳିତ ଟିମ୍
ପୁଣି ଆବାସିକ ସ୍କୁଲରେ ପଶିଲା କରୋନା..ଯାଜପୁର ଦଶରଥପୁରର ଏକ ଆବାସିକ ସ୍କୁଲର ୯ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି..
ଗୋଟିଏ ଉଡ଼ାଜାହାଜର ୨ ପାଇଲଟ୍ଙ୍କୁ କାହିଁକି ଦିଆଯାଇଥାଏ ଅଲଗା ଅଲଗା ଖାଇବା? ଏକା ଖାଦ୍ୟ ଖାଇଲେ କଣ ହେବ ଅସୁବିଧା? ଜାଣନ୍ତୁ, ଏହା ପଛର ପ୍ରକୃତ ସତ...
ଏଟା ଆମ ସୁଟିଂ ସେଟ୍ ନୁହେଁ ଘର। ହାଏ ମୋର ହାର୍ଟ ବିଟ୍ ଜଲା ସମ୍ଭାଲ୍କେ....ଚକୋଲେଟ୍ ସମସ୍ତେ ଦିଅନ୍ତି କିନ୍ତୁ ମୁଁ ନିଏନି....ଶୁଣନ୍ତୁ ଏ ଦୁଇ କଳାକାର କଣ କହୁଛନ୍ତି?
ଥଣ୍ଡା ହେଉ କି ସର୍ଦ୍ଦି। ଆମେ ବ୍ୟବହାର କରିଥାଉ ଆଣ୍ଟିବାୟୋଟିକ୍। ଏ ଆଣ୍ଟିବାୟୋଟିକ୍ କଣ? କାହିଁକି ବ୍ୟବହାର କରାଯାଏ ଆଣ୍ଟିବାୟୋଟିକ୍? ଏମିତି ଅନେକ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଦେଖନ୍ତୁ ଆଜିର ଡକ୍ଟର... ଡକ୍ଟର...
ମମିତାକୁ ନେଇ ଉଠୁଛି ପଡୁଛି ରାଜ୍ୟ। ରାଜରାସ୍ତାରୁ ବିଧାନସଭା ସବୁଠି ମମିତା ତାତି। ଏମିତି ବେଳେ ମମିତାଙ୍କୁ ନ୍ୟାୟ ପାଇଁ କେମିତି ଚୁପ ହୋଇ ବସିଥାନ୍ତେ ବନିତା ପତି। ଗାଇଲେ ଏମିତି କବିତା...
ହରିଣ ଛୁଆଟି ଯବାନଙ୍କୁ ଭଲ ପାଉଛି । ଯବାନଙ୍କ ସହ ଜଙ୍ଗଲରେ ବୁଲୁଛି । ସାଙ୍ଗରେ ବେସ୍ କ୍ୟାମ୍ପକୁ ଆସୁଛି । ପୁଣି ଜଙ୍ଗଲକୁ ଫେରିଯାଉଛି । ନାଁ ଧରି ଡାକିଲେ ପାଖକୁ ଆସୁଛି । କେମିତି ହେଲା ଏ ପ୍ରେମ ? ଏହା ପଛରେ ବି ରହିଛି କାହାଣୀ । ଏଇ ଯବାନଙ୍କ ପାଇଁ ଦେଶ ଗର୍ବିତ ଓ ଆମେ ଗର୍ବିତ । କାହିଁକି ନା ଏମାନେ ମାଓବାଦୀଙ୍କ ଜୀବନ ନିଅନ୍ତି ସତ କିନ୍ତୁ ନୂଆ ଜୀବନ ବି ଦିଅନ୍ତି ।
ଗ୍ରାହକଙ୍କୁ ଜୋରଦାର ଝଟକା ଦେଲା ଦେଶର ବଡ଼ ମୋବାଇଲ କଂପାନୀ ଜିଓ। ଏହି ୪ ଶାନଦାର ଓ ଜବରଦସ୍ତ ପ୍ଲାନକୁ କରିଦେଲା ବନ୍ଦ। ସଫେଇ ଦେଇ କହିଲା....
ଚାଷ ଉଜାଡ଼ି ଗଲା, ଚାଷୀ ଜୀବନ ହାରିଦେଲେ....ବୁକୁ ଫଟା କାନ୍ଦରେ କମ୍ପିଲା ଗାଁ ଦାଣ୍ଡ....ଏ ଅଦିନିଆ ବର୍ଷା ଅଦିନରେ କଲା ବଡ଼ କ୍ଷତି
ନାଗାଲାଣ୍ଡ ଘଟଣା ପାଇଁ ଦାୟୀ କିଏ? କାହାର ଭୁଲ ପାଇଁ ଘଟିଲା ବଡ଼ ଅଘଟଣ?
ଆମର ଦାବି ସରକାର ତୁମେ ମାନିନିଅ... କମ୍ପୁଛି ଗୃହ... ନିଜ ଜିଦ୍ରେ ଅଟଳ ଶାସକ-ବିରୋଧୀ
ଓଡ଼ିଶାରେ ପହଞ୍ଚିଲା କି ଓମିକ୍ରନ? ବଢୁଛି ସଂକ୍ରମଣ, ବଢୁଛି ଚିନ୍ତା