ପଂଚାୟତ ନିର୍ବାଚନ ହେବା ପୂର୍ବରୁ ସବୁ ବର୍ଗଙ୍କୁ ଖୁସ୍ କରିଦେଲେ ନବୀନ ସରକାର । ଫୋକସ୍ରେ ଶିକ୍ଷକ, ଗୋଟିଏ ପରେ ଗୋଟିଏ ଦାବିକୁ ପୂରଣ କରୁଛନ୍ତି ସରକାର ।
କିଛି ମାନୁନି ସଂକ୍ରମଣ । ନିଇତି ବଢୁଛି ସଂକ୍ରମଣ ଗ୍ରାଫ୍, ଫେରିଲା ନାଇଟ୍ କର୍ଫ୍ୟୁ ।
ରାଜ୍ୟର ବିଭିନ୍ନ ସ୍ଥାନରେ ସନ୍ଦିଗ୍ଧ ପାରା ଆତଙ୍କ । ଗୋଡ଼ରେ ରିଙ୍ଗ୍ ଓ ଚୀନ ଭାଷାର ସଙ୍କେତକୁ ନେଇ ସନ୍ଦେହ ।
ଓମିକ୍ରନ୍ର ଆଶଙ୍କା ଭିତରେ କାଲିଠାରୁ ଆରମ୍ଭ ହେବ ଦଶମ ସମ୍ମେଟିଭ ପରୀକ୍ଷା । ଚାରିଦିନ ଧରି ପରୀକ୍ଷା ଚାଲିବ ।
ବିଶ୍ୱାସ ଆଗରେ ହାର ମାନିଲା ପ୍ରତିବନ୍ଧକ । ଶେଷରେ ତପସ୍ୱିନୀଙ୍କ ସପକ୍ଷରେ ରାୟ ଦେଲେ କୋର୍ଟ । ସୁମୀତଙ୍କ ସହ ଗୋଟିଏ ଘରେ ରହିବେ ତପସ୍ୱିନୀ ।
ହୁସିଆର୍ ! ହିରୋଗିରି ଦେଖେଇବାକୁ ଯଦି ଡନ୍ ପରି ଭିଡିଓ ସୁଟିଂ କରୁଛ, ତେବେ ଫସିବ। ଦେଖନ୍ତୁ ବାଇକ୍ ଉପରେ ଡନ୍ ପରି ବନ୍ଧୁକ ଧରି, ସିଗାରେଟ୍ ଟାଣି କେମିତି ଭିଡିଓ କରିଥିଲେ ଏ ଦୁଇ ଯୁବକ। ତେବେ ତା ପରେ କେମିତି ହେଲା ଅବସ୍ଥା ଦେଖନ୍ତୁ।
ସେନା ବାହିନୀରେ ୨୦ ବର୍ଷର ଚାକିରି ପରେ ଗାଁକୁ ଫେରିଲା ଗାଁ ପୁଅ। ଏହା କିଛି କମ୍ ଗର୍ବର କଥା ନୁହେଁ। ଦେଶର ସୀମାରେ ୨୦ ବର୍ଷ ଧରି ସେବା କରିବା କାହା ଭାଗ୍ଯରେ ଯୁଟେ। ତେଣୁ ଗାଁ ପୁଅକୁ ସ୍ୱାଗତ କରିବାକୁ ଏକାଠି ହେଲେ ଗ୍ରାମବାସୀ। ଆଉ ତା ପରର ଦୃଶ୍ଯ ଦେଖିଲେ ଆପଣଙ୍କ ଆଖିକୁ ଲୁହ ଆସିଯିବ।
ସମସ୍ତେ ଚାହାଁନ୍ତି ସ୍ଲିମ ହୋଇ ଦର୍ଶକଙ୍କ ଆଗକୁ ଆସିବେ। ହେଲେ ଏଥି ପାଇଁ କାହାକୁ କଣ କରିବାକୁ ହୁଏ। କିଏ କଣ ଖାଆନ୍ତି। ଏ ସବୁ ଜାଣିବା ପାଇଁ ଚାହୁଁଥିଲେ ଷ୍ଟାରଙ୍କ ମୁହଁରୁ ଶୁଣନ୍ତୁ ଫିଟନେସ୍ ଫଣ୍ଡା...
ହେ ପ୍ରଭୁ !! ମତେ କେବେ ଦବୁ? ମୋରି ଆଗରେ ୪୦ ଫଗୁଣ ପାର୍ ହେଲାଣି କିନ୍ତୁ ମୋ ବସାରେ କୁଆଁ କୁଆଁ ଶୁଭିଲା ନାହିଁ ...ବଗିଚାର ନାଁ ତିନିକୋଣିଆ ଏଠି ରାତିରେ ଖାଲି.....କେତେ ଦୁଃଖ ବି ତାଙ୍କ ଭିତରେ ଅଛି...ଜାଣିବା ପାଇଁ ଦେଖନ୍ତୁ ଏହି ଭିଡ଼ିଓ
ଚର୍ଚ୍ଚାରେ ସୁବ୍ରତ। ନୂଆବର୍ଷରେ ଗରିବ ଭୋକିଲାଙ୍କୁ ରେସ୍ତୋରାଁକୁ ନେଇ ଦେଲେ ମାଗଣା ଖାଇବା....କେକ୍ କାଟିବା ସହ ସୁସ୍ୱାଦୁ ଖାଇବା ଖାଇ ବିଭୋର ହେଲେ ଅନେକ ଭୋକିଲା, ଦେଖନ୍ତୁ ସେହି ଭିଡ଼ିଓ
ପୁରୀ ସମୁଦ୍ରକୂଳ ନିକଟ ଏକ ହୋଟେଲ୍ରୁ ୩ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ହୋଟେଲ୍ ସଲଗ୍ନ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ସଟ୍ଡାଉନ୍ ଘୋଷଣା କରିଛି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ କରୋନାରେ ସଂକ୍ରମିତ ହୋଇଛନ୍ତି। କରୋନା ପଜିଟିଭ୍ ହୋଇଥିବା ନେଇ ଟ୍ୱିଟ୍ କରିଛନ୍ତି ଅରବିନ୍ଦ କେଜରିଓ୍ୱାଲ। ସ୍ୱଳ୍ପ ଲକ୍ଷଣ ଥିବାରୁ ଘରେ ଆଇସୋଲେସନରେ ରହିଛନ୍ତି। ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି।
ୟୁରୋପରେ ପୁଣି ଭୟଙ୍କର ସ୍ଥିତି ସୃଷ୍ଟି କଲାଣି କରୋନା । ଭାରତରେ ବି ବେକାବୁ ହେଉଛି କରୋନା । ଏଭଳି ସ୍ଥିତିରେ ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୩୩,୭୫୦ ନୂଆ କରୋନା ଆକ୍ରାନ୍ତ । ଆଜିର ତଥ୍ୟ ସହ ଗତ ୬ଦିନର ସଂକ୍ରମଣ ତଥ୍ୟକୁ ହିସାବକୁ ନେଲେ ପାଖାପାଖି ୪ଗୁଣା ଲମ୍ବା ଡିଆଁ ମାରିଛି ମହାମାରୀ ।
ପଞ୍ଚାୟତ ସଂରକ୍ଷଣ ଚିଠା ତାଲିକାକୁ ନେଇ ତୀବ୍ର ହେଉଛି ଅସନ୍ତୋଷ। ଅନୁସୂଚିତ ଜନଜାତି ସଂରକ୍ଷଣ ତାଲିକାରେ ତ୍ରୁଟି ଥିବା ଦର୍ଶାଇ ବଲାଙ୍ଗିରରେ ଆଦିବାସୀଙ୍କ ବିରାଟ ମେଳି, ପୋଲିସ ସହ ଧସ୍ତାଧସ୍ତି ବି ହୋଇଛି। ତେଣେ ଅନୁସୂଚିତ ଜାତି ଓ ପଛୁଆବର୍ଗଙ୍କୁ ଅବହେଳା କରାଯାଇଥିବା ଅଭିଯୋଗ ଆଣି ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜେପି ପ୍ରତିବାଦ କରିଛି।
ଧାନ ନେଇଗଲେ କିନ୍ତୁ ଚାଉଳ ଦେଲାବେଳକୁ କୁନ୍ଥୁ କୁନ୍ଥୁ । ମିଲର୍ସ ଆଉ ଅଧିକାରୀଙ୍କ ମିଲି ଭଗତରେ ଚଳୁ ହୋଇଗଲା ପ୍ରାୟ ୨୪ କୋଟି ଟଙ୍କା । ଧାନ ବଦଳରେ ଚାଉଳ ଯୋଗାଣ ନାଁରେ ମିଲ୍ ମାଲିକଙ୍କ ସହ ମିଶି ହଡ଼ପ କୋଟି କୋଟି ଟଙ୍କା କରିଦେଇଛନ୍ତି ।
ଖୋର୍ଦ୍ଧାର ନିଜିଗଡ଼ ତାପଙ୍ଗ ପଞ୍ଚାୟତ ଅଞ୍ଚଳର ପଞ୍ଚାୟତର ତାପଙ୍ଗ, ଅଣ୍ଡା ଓ ଝିଙ୍କିଝାରୀ ଗାଁରେ ଥିବା ଶହ ଶହ ଏକର ଜଗନ୍ନାଥ ଜମିରେ ଚାଲିଛି ଲୁଟ୍ । ଦିନରେ ଖୋଳୁଛନ୍ତି ଆଉ ରାତି ହେଲେ ଚାଲାଣ ହେଉଛି । ସରକାରୀ ବାବୁମାନେ ଏକଥା ଯେ ଜାଣି ନାହାନ୍ତି, ତା ନୁହେଁ ଗ୍ରୀନ୍ ଟ୍ରିବୁନାଲରେ ସତ୍ୟପାଠ କରି ଖୋଦ୍ ଖୋର୍ଦ୍ଧା ଜିଲ୍ଲାପାଳ ବି ମାନିଛନ୍ତି
ନକଲି ସହର ପାଲଟିଗଲାଣି କଟକ ! ଗୋଟିଏ ପରେ ଗୋଟିଏ ନକଲି ସାମଗ୍ରୀ ରାକେଟର ପର୍ଦ୍ଦାଫାସ ହେଉଛି । ଏବେ ତ ସିମେଣ୍ଟ ବି ନକଲି ବାହାରିଲା । କଟକ ଜଗତପୁର ପୀରବଜାର ସ୍ଥିତ ନକଲି ସିମେଣ୍ଟ କାରଖାନା ସିଲ୍ କରିଛି ପୋଲିସ ।
ସମୁଦ୍ର ପତ୍ତନଠାରୁ ୧୧୩୮୫ ଉଚ୍ଚତାରେ ଯୋଗାଭ୍ୟାସ। ଖାଲି ଦେହରେ ୮ ଡିଗ୍ରୀରେ କଲେ ସୂର୍ଯ୍ୟ ନମସ୍କାର ଓ ପ୍ରାଣାୟମ। ପୃଥିବୀର ସବୁଠାରୁ ଉଚ୍ଚତମ ଶିବ ମନ୍ଦିର ଉତ୍ତରାଖଣ୍ଡର ତୁଙ୍ଗନାଥଠାରେ ଏମିତି କରି ଚର୍ଚ୍ଚାକୁ ଆସିଛନ୍ତି ବୌଦ୍ଧ ଜିଲ୍ଲା ନୂର୍ପା ଗାଁର ଯୁବକ ଦିବାକର ଆର୍ଯ୍ୟ..
ଏମିତି ଖବର ଆପଣଙ୍କୁ ମିଛ ଲାଗିପାରେ, ହେଲେ ଏହା ସତ। କେବଳ ଏମିତି କଲେ ଆପଣ ବି ହୋଇଯିବ କୋଟିପତି। ଆଉ ହାତକୁ ଆସିଯିବ କୋଟି କୋଟି ଟଙ୍କା...
ପୁଣି ଚର୍ଚ୍ଚାରେ ତପସ୍ୱିନୀ-ସୁମିତ୍ ବିବାଦ.. କିଛି ଦିନ ହେଲା ଢେଙ୍କାନାଳରୁ ରୀତିମତ ତପସ୍ୱିନୀଙ୍କୁ କଲ୍ ଆସୁଥିବା ସେ କହିଛନ୍ତି.. ତେବେ କିଏ କରୁଛି ତପସ୍ୱିନୀଙ୍କୁ କଲ୍? କଲ୍ କରି କଣ ସବୁ କହୁଛି ?
ନୂଆବର୍ଷ ଭିଡକୁ ନଜରରେ ରଖି ଡିସେମ୍ବର ୩୧, ଜାନୁଆରୀ ୧ ଓ ୨ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ଏହି ସମୟରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗରୁ ବଞ୍ଚିତ ଥିଲେ । ହେଲେ ୩ ଦିନ ପରେ ଆଜି ଶ୍ରୀମନ୍ଦିର ଖୋଲିଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଅନ୍ୟ ଦିନ ଅପେକ୍ଷା ଆଜି ଶ୍ରୀମନ୍ଦିରକୁ ଅଧିକ ଭକ୍ତ ଆସିଛନ୍ତି ।
ପୁଅକୁ ମାରି କୂଅକୁ ଫିଙ୍ଗି ଦେଲା ମା’। ୨ ମାସର ପୁଅକୁ ମା’ ହତ୍ୟା କରିଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ କାନପୁର ଗାଁରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି। ଘରୋଇ କଳିରୁ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି।
ଖୋର୍ଦ୍ଧା ନିଜିଗଡ଼ ତାପଂଗ ପଞ୍ଚାୟତ ଅଞ୍ଚଳରେ ୫୦୦ ଏକରରୁ ଉର୍ଦ୍ଧ୍ୱ ଜଗନ୍ନାଥ ଜମିରେ ବେଆଇନ ପଥର ଖଣି ଲୁଟ ଘଟଣାକୁ ଗୁରୁତର ସହ ନେଇଛି ଏନଜିଟି। ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟାକ୍ସଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦେଲେ ଏନଜିଟି। ସଚିବ, ପୋଲିସ ଡିଜି ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଅଧ୍ୟକ୍ଷ ବୈଠକ କରି ୧୫ ଦିନ ମଧ୍ୟରେ ସ୍ୱତନ୍ତ୍ର ଟାକ୍ସଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଓମିକ୍ରନ ସଂକ୍ରମଣ ବୃଦ୍ଧି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ କାଲି ଚିହ୍ନଟ ୨୩ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣଙ୍କ ଲକ୍ଷଣ ନାହିଁ। ଓମିକ୍ରନ ଅଧିକ ସଂକ୍ରମଣ କରିବ, କିନ୍ତୁ ସିଭିଅରିଟି ନାହିଁ। ଲୋକାଲ୍ରେ ଓମିକ୍ରନ ଅଛି ଓ ଏହା ଚିହ୍ନଟ ହେଉଛି। ତେଣୁ ସଂକ୍ରମଣ ହେବ। ରାଜ୍ୟରେ ୪୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଦାୟିତ୍ୱ ନେବା ପରେ ପୁରୀ ଯାଉ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ.. ମହାପ୍ରଭୁଙ୍କ ଦର୍ଶନ ପରେ ବିଭିନ୍ନ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି.. ଶୁଣନ୍ତୁ DGP କଣ କହୁଛନ୍ତି