Advertisment

ଧନ୍ୟ ସରକାର ! ୨୫ ବର୍ଷର ଶାସନ, ୫୦ ବର୍ଷର ଗାଁକୁ ନାହିଁ ରାସ୍ତା

ଠକିଦେଲେ ବିଧାୟକ । ଏଥର ଗାଁକୁ ଆସିଲେ ଭୋଟ ବର୍ଜନ କଥା ଶୁଣାଇଦେବୁ । ଏମିତି ଏକ ନିଷ୍ପତ୍ତି ନେଇଛନ୍ତି ବଡମ୍ବା ବ୍ଲକ ମାନପୁର ପଂଚାୟତ କଦନା ଗାଁର ୮ନମ୍ବର ୱାର୍ଡ ଶବର ସାହି ଗ୍ରାମବାସୀମାନେ ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
to suffer after no availability of roads since 50 years

to suffer after no availability of roads since 50 years

୫୦ବର୍ଷର ଗାଁ... ହେଲେ ଗାଁକୁ ନାହିଁ ରାସ୍ତା । ନାଳ ଉପରେ ଭରସା କରୁଛନ୍ତି ଗ୍ରାମବାସୀ । ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଶୁଣୁନାହାନ୍ତି ସରକାର କି ଶୁଣୁନି ପ୍ରଶାସନ । ଏମିତି କି ଗ୍ରାମବାସୀମାନେ ବିଧାୟକଙ୍କୁ ରାସ୍ତା ଖଣ୍ଡିଏ ପାଇଁ ବହୁବାର ନିବେଦନ କରିଥିଲେ ମଧ୍ୟ ପ୍ରତିଶ୍ରୁତି ଦେଇ ବିଧାୟକ ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

Advertisment

ଠକିଦେଲେ ବଡମ୍ବା ବିଧାୟକ ଦେବୀ ମିଶ୍ର । ଏଥର ଗାଁକୁ ଆସିଲେ ଭୋଟ ବର୍ଜନ କଥା ଶୁଣାଇଦେବୁ । ଏମିତି ଏକ ନିଷ୍ପତ୍ତି ନେଇଛନ୍ତି ବଡମ୍ବା ବ୍ଲକ ମାନପୁର ପଂଚାୟତ କଦନା ଗାଁର ୮ନମ୍ବର ୱାର୍ଡ ଶବର ସାହି ଗ୍ରାମବାସୀମାନେ । ଗାଁରେ ୨୦ରୁ ଊର୍ଦ୍ଧ୍ୱ ପରିବାର ବାସ କରନ୍ତି । ୫୦ବର୍ଷ ହେବ ଏହି ଗାଁରେ ରହିଆସୁଛନ୍ତି । ହେଲେ ଗାଁକୁ ଯିବାକୁ ନାହିଁ ଖଣ୍ଡିଏ ରାସ୍ତା । ବର୍ଷା ଦିନରେ ଏଠି ୫ଫୁଟ ଉଚ୍ଚର ପାଣି ଚାଲେ । ଫଳରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି ଗ୍ରାମବାସୀ ।

ନିର୍ବାଚନ ସମୟରେ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ସାଂସଦ ପ୍ରାର୍ଥୀ ଯାଏଁ ସମସ୍ତେ ଏଠାକୁ ଆସନ୍ତି । ପ୍ରତିଶ୍ରୁତି ଦେଇ ଚାଲିଯାଆନ୍ତି । ହେଲେ ଥରେ ଗାଦିରେ ବସିଗଲା ପରେ ଆଉ ମନେପଡ଼େନି ଏହି ଗାଁର କଥା । ବର୍ଷ ବର୍ଷ ଧରି ଏମିତି ହଇରାଣ ହୁଅନ୍ତି ଗାଁ ଲୋକେ । ଗାଁକୁ ଏମିତିରେ ଆମ୍ବୁଲାନ୍ସଟେ ଆସିପାରେନି । ବର୍ଷାଦିନେ ପିଲାମାନେ ସ୍କୁଲ ଯିବାକୁ ନାନା ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଆଉ ନିତିଦିନିଆ କଥା କହିଲେ ତ ନସରେ । ଏଣୁ ତୁରନ୍ତ ବଡମ୍ବା ମାନପୁର କଦନା ୮ନମ୍ବର ୱାର୍ଡ ଶବର ସାହିକୁ ରାସ୍ତା ସଂଯୋଗୀକରଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Advertisment

ରାଜ୍ୟରେ କେମତି ହେଉଛି ବିକାଶ ? ଆମ ଗାଁ ଆମ ବିକାଶର ନାରା କେତେ ସଫଳ ହେଉଛି ? ଏହି ରାସ୍ତାକୁ ଦେଖିଲେ ବେଶ ଅନୁମାନ କରିହେଉଛି। ତେବେ ଦେଖିବାକୁ ବାକି ରହିଲା କେବେ ହେଉଛି ଶବର ସାହିର ରାସ୍ତା ।

(ବଡମ୍ବାରୁ ସର୍ବେଶ୍ୱର ସ୍ୱାଇଁ, ଓଟିଭି)

Villagers Road Problem
Advertisment
Advertisment