Advertisment

Tahawwur Rana Extradition: ଭାରତ ମାଟିରେ ହେବ ଆତଙ୍କବାଦୀ ତହବୁର ରାଣାର ହିସାବ ନିକାଶ

ତହବୁର ରାଣାକୁ NIA ହେଡକ୍ବାର୍ଟସରେ ଖାତିରଦାରୀ ପାଇଁ ତୟାର ରହିଛି ସ୍ପେଶାଲ ସେଲ୍ । ସ୍ପେଶାଲ ସେଲ୍ ଭିତରକୁ କେବଳ NIA ଡିଜି ସଦାନନ୍ଦ ଦାତେ, ଆଇଜି ଆଶିଷ ବାତ୍ରା ଏବଂ ଡିଆଇଜି ଜୟା ରୟଙ୍କ ସମେତ ୧୨ ଜଣଙ୍କୁ ଯିବାକୁ ରହିଛି ଅନୁମତି ।

author-image
Deviprasad Jena
ଅଦ୍ୟତନ ହୋଇଛି
undefined

ଭାରତ କରିବ 'ତହବୁର୍' ହିସାବ ।

ଦିଲ୍ଲୀରେ ପହଞ୍ଚିଲା ମୁମ୍ବାଇ ଆତଙ୍କୀ ହମଲାର ଅନ୍ୟତମ ମାଷ୍ଟରମାଇଣ୍ଡ୍ ତହବୁର ରାଣା । ତହବୁରକୁ ଆମେରିକାର ପ୍ରତ୍ୟର୍ପଣ ପରେ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଅଣାଯାଇଛି । ପାଲମ ଏୟାରବେସରେ ଓହ୍ଲାଇବା ପରେ ତହବୁରକୁ ଗିରଫ କରିଛି ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି

Advertisment

NIA ଓ ର' ପକ୍ଷରୁ ମିଳିତ ଟିମ୍ ତହବୁରକୁ ଭାରତ ଅଣାଯାଇଛି । ଏହାପରେ ତାକୁ ବୁଲେଟପ୍ରୁଫ୍ ଗାଡ଼ିରେ NIA ହେଡକ୍ବାର୍ଟର୍ସକୁ ନେବେ ଏଲିଟ୍ କମାଣ୍ଡୋ । ସେଠାରେ ମେଡିକାଲ ଟେଷ୍ଟ୍ ପରେ ରାଣାକୁ NIA ସ୍ପେଶାଲ କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି । ଏଥିପାଇଁ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ଏବଂ କୋର୍ଟରେ ଟ୍ରାଏଲ୍ ରେକର୍ଡ ବି ପହଞ୍ଚି ସାରିଛି ।

NIA ହେଡକ୍ବାର୍ଟସରେ ଖାତିରଦାରୀ ପାଇଁ ତୟାର ରହିଛି ସ୍ପେଶାଲ ସେଲ୍ । ତହବୁର ରାଣାକୁ ଘାଣ୍ଟିବ NIA ସ୍ପେଶାଲ୍ ଟିମ୍ । ସ୍ପେଶାଲ ସେଲ୍ ଭିତରକୁ କେବଳ NIA ଡିଜି ସଦାନନ୍ଦ ଦାତେ, ଆଇଜି ଆଶିଷ ବାତ୍ରା ଏବଂ ଡିଆଇଜି ଜୟା ରୟଙ୍କ ସମେତ ୧୨ ଜଣଙ୍କୁ ଯିବାକୁ ରହିଛି ଅନୁମତି । ଗୋଟି ଗୋଟି ସତ ନଉଗାଳିବା ଯାଏଁ ସରିବନି ମାରାଥନ ଜେରା ।

Advertisment

NIA ଓ IBର ସ୍ପେଶାଲ ଟିମ୍ ବହୁ ପର୍ଯ୍ୟାୟରେ ଜେରା କରିବ। ସାଙ୍ଗରେ ରହିବେ କାଉଣ୍ଟର ଟେରରିଜମ୍ ଏକ୍ସପର୍ଟ ଓ ଫରେନ୍ସିକ୍ ସାଇକୋଲଜିଷ୍ଟ୍ । କ୍ୟାମେରାରେ ପୂରା ଜେରାକୁ ରେକର୍ଡ କରାଯିବ । ତେବେ କେବଳ ୨୬/୧୧ ମୁମ୍ବାଇ ଆଟାକରେ ତହବୁରର ଭୂମିକା ସ୍ପଷ୍ଟ କରିବା ନୁହେଁ ବରଂ ଆକ୍ରମଣ ପଛରେ ପାକିସ୍ତାନର ହାତ ଖୋଜି ବାହାର କରିବା ଜେରାର ମୁଖ୍ୟ ଫୋକସ୍ ରହିବ । ଏଥିସହ ସୀମାପାର ଆତଙ୍କବାଦର ନେଟୱର୍କ ଏବଂ ଆତଙ୍କୀ ସଂଗଠନ ଲସ୍କର-ଏ-ତଏବା ଓ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ଲିଙ୍କ୍ ପର୍ଦ୍ଦାଫାସ କରିବା ପାଇଁ ଟାର୍ଗେଟ ଘନ ଘନ ଜେରା କରିବେ ବିଭିନ୍ନ ଏଜେନ୍ସି ।

ଅଧିକ ପଢ଼ନ୍ତୁ: ଭାରତ ଆସିବ ୨୬/୧୧ ମାଷ୍ଟର ମାଇଣ୍ଡ; ତହବୁରର ପ୍ରତ୍ୟର୍ପଣକୁ ନେଇ ତଦାରଖ କରିବେ ଡୋଭାଲ

ତିହାର ଜେଲର ହାଇ-ସିକ୍ୟୁରିଟି ୱାର୍ଡରେ ରହିବ ତହବୁର, ଏପଟେ NIA କୋର୍ଟରେ ଚାଲିବ ମାମଲା । RC-04/2009/NIA/DLI ରହିଛି NIA କେସ୍ ନମ୍ବର । ରାଣା ବିରୋଧରେ ଲାଗିଛି UAPA, ହତ୍ୟା, ଅପରାଧିକ ଷଡ଼ଯନ୍ତ୍ର, ଜାଲିଆତି ଓ ଭାରତ ସରକାରଙ୍କ ବିରୋଧରେ ଯୁଦ୍ଧ ଭିଆଇବା ଭଳି ସଂଗୀନ ଦଫା । NIA ପକ୍ଷରୁ ମାମଲା ଲଢ଼ିବେ ନରେନ୍ଦ୍ର ମାନ୍ । ସିବିଆଇ ପକ୍ଷରୁ ବହୁ ହାଇପ୍ରୋଫାଇଲ୍ କେସ୍ ଲଢ଼ିଥିବା ନରେନ୍ଦ୍ର ମାନ୍ ଙ୍କୁ ବିଚାର ଶେଷ ପର୍ଯ୍ୟନ୍ତ କିମ୍ବା ସର୍ବାଧିକ ୩ ବର୍ଷ ପାଇଁ ସ୍ପେଶାଲ୍ ପବ୍ଲିକ୍ ପ୍ରସିକ୍ୟୁଟର ଭାବେ ନିଯୁକ୍ତ କରାଯାଇଛି ।

ପୂରା ପ୍ରକ୍ରିୟାକୁ ଆଇନଗତ ଓ କୂଟନୈତିକ ସୀମା ଭିତରେ ରଖି, କିପରି ତହବୁର ମୁହଁରୁ ଅଧିକରୁ ଅଧିକ ଗୁଇନ୍ଦା ତଥ୍ୟ ବାହାର କରିହେବ, ସେଥିପାଇଁ ବୈଠକରେ ରଣନୀତି ପ୍ରସ୍ତୁତକରିସାରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍, ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଏବଂ ବରିଷ୍ଠ ଅଧିକାରୀ ।

ସେପଟେ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ତହବୁରଠୁ ନିଜକୁ ଦୂରେଇବାକୁ ଆଗୁଆ ସଫେଇ ଦେଇ କହିଛି, ତହବୁର ଗତ ୨ ଦଶନ୍ଧି ଭିତରେ ନିଜ ପାକିସ୍ତାନୀ ଡକ୍ୟୁମେଣ୍ଟ ରିନ୍ୟୁ କରିନାହିଁ । ତାର କାନାଡ଼ା ନାଗରିକତ୍ବ ପୂରା ସ୍ପଷ୍ଟ । ପାକିସ୍ତାନରେ ଜନ୍ମିତ ତହବୁର ରାଣା ପାକିସ୍ତାନ ସେନାରେ ଡାକ୍ତର ଥିଲା ଏବଂ ତାର ପତ୍ନୀ ମଧ୍ୟ ଜଣେ ଡାକ୍ତର । ୧୯୯୭ରେ କାନାଡ଼ା ପଳାଇଥିଲା ଏବଂ ସେଠାରେ ନାଗରିକତା ଗ୍ରହଣ କରିଥିଲା ।

ତେବେ ଆମେରିକାର ଚିକାଗୋରେ କଂସେଇଖାନା ଚଳାଇବା ସହ ଟ୍ରାଭେଲ ଏଜେନ୍ସି ଖୋଲିଥିଲା ତହବୁର । କଲେଜ ବେଳର ଘନିଷ୍ଠ ବନ୍ଧୁ ତଥା ଲସ୍କର କ୍ୟାମ୍ପର ସାଥି ଆତଙ୍କୀ ଡେଭିଡ୍ ହେଡଲିକୁ ନିଜ ଟ୍ରାଭେଲ ଏଜେନ୍ସି ଆଳରେ ଭାରତ ପଠାଇ, ମୁମ୍ବାଇ ଆକ୍ରମଣ ବ୍ଲୁପ୍ରିଣ୍ଟ୍ ରଚିବାରେ ସାଥ୍ ଦେଇଥିଲା ରାଣା । ନିଜେ ହେଡଲି ରାଜସାକ୍ଷୀ ବନି ରାଣାର ନାଁ ସାମ୍ନାକୁ ଆଣିବା ପରେ ଖୋଲିଥିଲା ସବୁ ଗୁମର । ହେଲେ, ସେତେବେଳକୁ ଅନ୍ୟ ଏକ ଆତଙ୍କବାଦ ମାମଲାରେ ତହବୁର ରାଣା ଆମେରିକାରେ ସଜ୍ଜା କାଟୁଥିବାରୁ, ତାକୁ ପ୍ରତ୍ୟର୍ପଣ ପ୍ରକ୍ରିୟାରେ ଭାରତ ଅଣାଯିବ ଖୁବ୍ ଜରୁରୀ ଥିଲା ।

ଅଧିକ ପଢ଼ନ୍ତୁ: ଭାରତ ଫେରିଲା କୁଖ୍ୟାତ ତହବୁର ରାଣା, ଏହି ଜେଲରେ ରହିପାରେ ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ

Pakistan Terror Activities 26/11 Mumbai Attacks Tahawwur Rana
Advertisment
Advertisment