Advertisment

Fire Breaks Out: କଟକରେ ଭୟାବହ ଅଗ୍ନିକାଣ୍ଡ; ଜଳୁଛି ସୁଟକେସ ସୋ'ରୁମ

ପବନ ହେଉଥିବାରୁ ନିଆଁ ଶୀଘ୍ର ଚାରିଆଡକୁ ବ୍ୟାପିଯାଉଥିବା ଜଣାଯାଇଛି। ନିଆଁ ଲିଭାଇବା କାର୍ଯ୍ୟରେ ୨ଟି ଅଗ୍ନିଶମ ବାହିନୀ ଗାଡ଼ି ଲାଗିଛନ୍ତି। ତେବେ ନିଆଁ କିପରି ଲାଗିଲା ତାହାର କାରଣ ଜଣାପଡ଼ିନାହିଁ। ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
fire

fire

କଟକ ଦୋଳମୁଣ୍ଡାଇରେ ଥିବା ସୁଟକେସ ସୋ'ରୁମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ଜିନିଷ ପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି। ଅଗ୍ନିକାଣ୍ଡରେ କାହାର କିଛି କ୍ଷତି ହୋଇନାହିଁ।

Advertisment

ଅଧିକ ପଢ଼ନ୍ତୁ: ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ; ଜଳୁଛି ମିକ୍ସଚର ଫ୍ୟାକ୍ଟ୍ରି

ଆଜି ଦିନ ପ୍ରାୟ ୧୦ଟା ସମୟରେ ହଠାତ୍ ସୁଟକେସ ସୋ'ରୁମରେ ନିଆଁ ଲାଗିଯାଇଥିଲା। ଶୋ’ରୁମ ତଳ ମହଲାରେ ଥିବା ବେଳେ ଉପର ମହଲା ଗୋଦାମରେ ରହିଥିଲା। ନିଆଁ ସୁଟକେସ ସୋ'ରୁମରେ ଲାଗିବା ପରେ ଉପରମହଲାକୁ ବ୍ୟାପି ଯାଇଥିଲା।  ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି।

ଅଧିକ ଧୁଆଁ ବାହାରୁଥିବାରୁ ନିଆଁ ଲିଭାଇବା ପାଇଁ କଷ୍ଟକର ହୋଇପଡ଼ିଛି। ସେହିପରି ସୁଟକେସ ସୋ'ରୁମ ନିକଟରେ ଥିବା କପଡ଼ା ଦୋକାନକୁ ନିଆଁ ବ୍ୟାପିଯାଇଛି। ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବାକୁ ଉଦ୍ୟମ ଚଳାଇଛନ୍ତି।

Advertisment

ଅନ୍ୟପକ୍ଷରେ ପବନ ହେଉଥିବାରୁ ନିଆଁ ଶୀଘ୍ର ଚାରିଆଡକୁ ବ୍ୟାପିଯାଉଥିବା ଜଣାଯାଇଛି। ନିଆଁ ଲିଭାଇବା କାର୍ଯ୍ୟରେ ୨ଟି ଅଗ୍ନିଶମ ବାହିନୀ ଗାଡ଼ି ଲାଗିଛନ୍ତି। ତେବେ ନିଆଁ କିପରି ଲାଗିଲା ତାହାର କାରଣ ଜଣାପଡ଼ିନାହିଁ। ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

ଅଧିକ ପଢ଼ନ୍ତୁ: ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ୬ ଜଣ ଜୀବନ୍ତ ଦଗ୍ଧ

Fire Breaks Out Fire Mishap Cuttack
Advertisment
Advertisment