/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743489034.jpg)
Barik Sir Free Training Class
ବାରିକ୍ ସାର୍ଙ୍କ ପାଖରେ ପହଞ୍ଚିଗଲେ ଓଠରେ ହସ ଫୁଟେ । ଆଗକୁ ବଢ଼ିବାର ବାଟ ଫିଟେ । ସବୁ ସଂଘର୍ଷ ଯେମିତି ଶେଷ ହୋଇ ଭବିଷ୍ୟତ ପାଇଁ ଆପେ ଆପେ ଛିଡ଼ା ହୋଇଯାଏ ଏକ ମାଇଲ୍ ଖୁଣ୍ଟ । କାରଣ କାହିଁକି ଜାଣନ୍ତି, ବାରିକ୍ ସାର୍ଙ୍କ ମାଗଣା ଶାରିରୀକ ପ୍ରଶିକ୍ଷଣ ।
ବାରିକ୍ ସାର୍ଙ୍କ ପାଖରେ ତାଲିମ ନେଇ ଶହେରୁ ଊର୍ଦ୍ଧ୍ୱ ଯୁବକ ପାଇଛନ୍ତି ଓଡ଼ିଶା ପୋଲିସର ରିଜର୍ଭ ବାଟାଲିୟନ୍ରେ ଚାକିରି । ସୀମାଞ୍ଚଳ ବାରିକଙ୍କ ମାଗଣା ପ୍ରଶିକ୍ଷଣ ଏବେ ଯେତିକି ଚର୍ଚ୍ଚାକୁ ଆସିଛି ତା’ ଠୁ ଆହୁରି ପ୍ରରଣା ଦାୟୀ ତାଙ୍କ ଜୀବନର ସଂଘର୍ଷ । ଯେଉଁ ସଂଘର୍ଷ ଦିନେ ଶିଳା ପରି କଠିନ ହୋଇ ରହିଥିଲା ସେ ଆଜି ଫୁଲରେ ପରିଣତ ହୋଇ ପୁଷ୍ପ ବର୍ଷା ହେଉଛି ।
ଅଧିକ ପଢ଼ନ୍ତୁ: ଏମିତି ବି ଆସେ ମୃତ୍ୟୁ; ପ୍ରବଚନ ଦେବାବେଳେ ଚାଲିଗଲା ଜୀବନ
ସେନାରୁ ଅବସରପ୍ରାପ୍ତ ୪୪ ବର୍ଷିୟ ବାରିକ ସାର୍ ପ୍ରତିଦିନ ହଜାର ହଜାର ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ଦିଅନ୍ତି । ସକାଳେ ଓ ସଂଧ୍ୟାରେ ୨ରୁ ୩ ଘଣ୍ଟା ଟ୍ରେନିଂ ଦିଅନ୍ତି । ଏହା ବ୍ୟତୀତ ସାର୍ ଶିଶୁଙ୍କ ଠାରୁ ଆରମ୍ଭ କରି ଯୁବକ ଯୁବତୀଙ୍କୁ ୱେଟଲସ୍ ପାଇଁ ବି ଶିକ୍ଷା ଦିଅନ୍ତି । ଏହାକୁ ନେଇ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ୍ରେ ବି ୨ ମିଲିୟନ୍ରୁ ଅଧିକ ସବସ୍କ୍ରାଇବର କରିଛନ୍ତି ବାରିକ ସାର୍ । ତାଙ୍କ ସର୍ଟ ରିଲ୍ ଠାରୁ ଆରମ୍ଭ କରି ପୋଡ୍କାଷ୍ଟ ସବୁଠି ଡିମାଣ୍ଡ ।
ବାରିକ୍ ସାର୍ଙ୍କ ଏହି କାର୍ଯ୍ୟକୁ ନେଇ ଏବେ ସବୁଠି ଚର୍ଚ୍ଚା । ଚଳାଇଛନ୍ତି ମାଗଣା ଯବାନ ତିଆରି କାରଖାନା, ଗଢ଼ିଛନ୍ତି ହଜାର ହଜାର ଦକ୍ଷ ଯବାନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)