ଯଦି ଆପଣଙ୍କର ପିଲାକୁ ୧୦ବର୍ଷ ହୋଇଯାଇଛି, ତେବେ ନିଶ୍ଚିତ ଭାବରେ ତାଙ୍କୁ ବର୍ତ୍ତମାନଠାରୁ କିଛି ଜିନିଷ ଶିଖାଇବା ଆରମ୍ଭ କରନ୍ତୁ। ଯଦି ଏହି ଜିନିଷ ମନରେ ରହିଯାଏ, ତେବେ ଭବିଷ୍ୟତରେ ସେମାନଙ୍କୁ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।
ସବୁ ବାପା-ମାଆ ଚାହାନ୍ତି ସେମାନଙ୍କ ପିଲା ଭଲ ପାଠ ପଢୁ। ଏହା ସତ୍ତ୍ୱେ ଅନେକ ପିଲା ଅଛନ୍ତି ଯେଉଁମାନେ ପାଠ ପଢିବାରେ ଆଗ୍ରହ ଦେଖାନ୍ତି ନାହିଁ। ଏଭଳି କ୍ଷେତ୍ରରେ କେଉଁ ବାପା-ମାଆ ଅବା ଚିନ୍ତାରେ ନ ପଡିବେ। ଆପଣ ଯଦି ଏଭଳି ପିଲାମାନଙ୍କର ବାପା-ମାଆ ତେବେ ଆପଣଙ୍କ ପାଇଁ କିଛି ଟିପ୍ସ।
ନିଜ ପିଲାଙ୍କୁ କଲେଜକୁ ପଠାଇବା ପୂର୍ବରୁ ଅଭିଭାବକମାନେ କିଛି ଗୁରୁତ୍ୱପୂର୍ଣ୍ଣ କଥା ସେମାନଙ୍କୁ କହିବା ଉଚିତ୍, ଯାହାଫଳରେ ପିଲାଟି କଲେଜ ଜୀବନରେ ଦିଗହରା ହେବନି। ଆପଣଙ୍କ ପିଲା ଯଦି ପ୍ରଥମ ଥର ପାଇଁ କଲେଜ ଯିବାକୁ ପ୍ରସ୍ତୁତ ହେଉଛି ତେବେ ନିଜ ପିଲାକୁ କି ପରାମର୍ଶ ଦେବେ ଆସନ୍ତୁ ଜାଣିବା।
ପିଲାମାନେ ଯଦି ବାରମ୍ବାର ବେମାରରେ ପଡନ୍ତି ଏହା କେବଳ ସେମାନଙ୍କର ପାଠପଢାରେ ବାଧା ଆଣେ ନାହିଁ ବରଂ ସେମାନଙ୍କର ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଯଦି ଆପଣଙ୍କ ପିଲା ମଧ୍ୟ ସ୍କୁଲ ଯିବା ବେଳେ ଅସୁସ୍ଥ ହେଉଛନ୍ତି ତେବେ ଆପଣ ସଚେତନ ହେବା ଜରୁରୀ ଏବଂ ସେମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଉଚିତ।
ଆପଣ ଜାଣନ୍ତି କି ଯଦି ଆପଣଙ୍କର ପିଲା ରାଗିଯାଏ ତେବେ ଆପଣ ତାଙ୍କ ସହିତ କିପରି ବ୍ୟବହାର କରିବେ ଏବଂ ସେହି ସମୟରେ ଆପଣ କ’ଣ ନ କରିବେ? ଏହି ସମୟରେ ଅନେକ ବାପାମାଆ ୬ଟି ଭୁଲ୍ କରିଥାନ୍ତି। ଆସନ୍ତୁ ସେସବୁ ଜାଣିନେବା।
ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ପିଲାମାନଙ୍କୁ ଘର କାମ କରିବାକୁ ଅନୁମତି ଦେଲେ ଏହା ସେମାନଙ୍କର ଆତ୍ମ ସମ୍ମାନକୁ ବଢାଇଦେଇଥାଏ। ଏହିସବୁ ଛୋଟ ଛୋଟ କାମ ସେମାନଙ୍କ ବ୍ୟକ୍ତିତ୍ୱରେ ଚମତ୍କାର ଆଣିଥାଏ। ଏହା ମଧ୍ୟ ସେମାନଙ୍କ ପାଖରେ ଟିମ୍ ୱାର୍କ କରିବାର ଭାବନାକୁ ଜାଗ୍ରତ କରେ।
ଆଜିକାଲିର ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଭୟ ସ୍ୱାମୀ-ସ୍ତ୍ରୀ କାମ କରିବାକୁ ବାଧ୍ୟ ହେଉଛନ୍ତି। ତେବେ ଅଫିସ୍, ଘର ଏବଂ ପିଲାମାନଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଏକ ସହଜ କାମ ନୁହେଁ। କିନ୍ତୁ ଯଦି ଆପଣଙ୍କର ଯୋଜନା ଠିକଠାକ ଅଛି ତେବେ ଆପଣଙ୍କ ଜୀବନ ବହୁ ପରିମାଣରେ ସହଜ ହୋଇଯାଇପାରେ।
ଏକ ନିର୍ଦ୍ଦିଷ୍ଟ ବୟସ ପରେ, ଅନେକ ଲୋକ ଅଭିଯୋଗ କରନ୍ତି ଯେ ସେମାନଙ୍କର ଝିଅ ପିଲାଦିନ ପରି ସେମାନଙ୍କ ସହ ଏତେ ମିଶୁନି। ବାସ୍ତବରେ, ଏହାର ଅନେକ କାରଣ ଥାଇପାରେ। ତେବେ ଏଠାରେ ଆମେ ଝିଅମାନଙ୍କର କିଛି ଆବଶ୍ୟକତା ବିଷୟରେ କହୁଛୁ, ଯାହା ସେମାନେ ନିଜ ବାପାଙ୍କଠାରୁ ଆଶା କରନ୍ତି।
ଅନେକ ବାପାମାଆ ଭାବନ୍ତି ଯେ ପିଲାଙ୍କୁ ଦିନ-ରାତି ନଜର ରଖିବା ଏକ ଭଲ ଅଭ୍ୟାସ। କିନ୍ତୁ ଏହା ବେଳେବେଳେ ପିଲାମାନଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ। ପିଲାମାନଙ୍କୁ ଅତ୍ୟଧିକ ମନିଟରିଂ ଏବଂ ନିୟନ୍ତ୍ରଣ କରିବାର ଅଭ୍ୟାସକୁ ଓଭର୍ ପ୍ୟାରେଣ୍ଟିଂ ବୋଲି କୁହାଯାଏ।
ପ୍ରାୟତଃ ଝିଅମାନଙ୍କର ଲାଳନପାଳନର ଦାୟିତ୍ୱ ମା’ଙ୍କ ଉପରେ ପଡିଥାଏ। ଆଜିକାଲି କିନ୍ତୁ ସମୟ ବଦଳିଯାଇଛି। ଝିଅମାନଙ୍କର ସାମଗ୍ରିକ ବିକାଶ ପାଇଁ ବାପାଙ୍କ ଭୂମିକା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଖାଲି ମା’ ନୁହେଁ, ବାପା ଯଦି ଝିଅର ଯତ୍ନ ନେବାରେ ସକରାତ୍ମକ ଭାବେ ସହଯୋଗ କରିବେ ତେବେ ଝିଅଟି ମଧ୍ୟ ବିକାଶରେ ବହୁ ଆଗକୁ ଯାଇପାରିବ।
ମାନସିକ ସ୍ୱାସ୍ଥ୍ୟ ପାଇଁ ସାମାଜିକ ଦକ୍ଷତା ବୃଦ୍ଧି କରିବା ଆଜି ଏକ ଆବଶ୍ୟକତା ପାଲଟିଯାଇଛି। ତେବେ ପିଲାଦିନରୁ ହିଁ ଏହାକୁ ଶିଖାଇବା ଜରୁରୀ। ତେବେ ପିଲାମାନେ କିପରି ଅନ୍ୟମାନଙ୍କ ସହ ମିଶିବେ ସେନେଇ କେତେକ ଟିପ୍ସ ଜାଣିନେବା ଜରୁରୀ।