/odishatv-khabar/media/post_attachments/uploadimage/library/16_9/16_9_0/IMAGE_1714746918.jpg)
To motivate your child for self-study
ସବୁ ବାପା-ମାଆ ନିଜ ସନ୍ତାନର ଏକ ଉଜ୍ଜ୍ୱଳ ଭବିଷ୍ୟତ ଚାହାନ୍ତି। ଏନେଇ ସେମାନେ ପିଲାଙ୍କ ପାଠପଢା ପ୍ରତି ବିଶେଷ ଯତ୍ନବାନ ହୁଅନ୍ତି। ଏହି କାରଣରୁ ଅଭିଭାବକମାନେ ସେମାନଙ୍କର ପିଲାମାନଙ୍କୁ ଭଲ ବିଦ୍ୟାଳୟକୁ ପଠାନ୍ତି। ଖାଲି ସେତିକି ନୁହେଁ ସେମାନେ ପିଲାକୁ ଟିଉସନ ଦେବା ଠାରୁ ଅନ୍ୟାନ୍ୟ ସୁବିଧା ମଧ୍ୟ ଯୋଗାଇ ଦିଅନ୍ତି।
ଏହା ସତ୍ତ୍ୱେ ଅନେକ ପିଲା ଅଛନ୍ତି ଯେଉଁମାନେ ପାଠ ପଢିବାରେ ଆଗ୍ରହ ଦେଖାନ୍ତି ନାହିଁ। ଏଭଳି କ୍ଷେତ୍ରରେ କେଉଁ ବାପା-ମାଆ ଅବା ଚିନ୍ତାରେ ନ ପଡିବେ। ଏହିପାରି ବାପା-ମାଆମାନେ ସେମାନଙ୍କ ପିଲା ପାଠ ପଢିବା ନେଇ ଅନେକ କିଛି କରନ୍ତି। ଅନେକ ବାର ବାପା-ମାଆମାନେ ଅଭିଯୋଗ ମଧ୍ୟ କରନ୍ତି ଯେ ସେମାନଙ୍କର ପିଲା ପାଠ ପଢିବାକୁ ବସୁଛି ସତ ହେଲେ ପିଲାର ମନ ପାଠ ପଢାରେ ଲାଗୁନି। ଏପରି କ୍ଷେତ୍ରରେ ବାପା-ମାଆମାନେ ପିଲାମାନଙ୍କୁ ଗାଳି ଦେଇ ଚାପ ପକାନ୍ତି। ଗାଳି ଦେବା କିମ୍ବା ଜବରଦସ୍ତ କରିବା ପରେ ବି ପିଲାଙ୍କ ପାଠପଢାରେ ଆଗ୍ରହ ବଢେ ନାହିଁ।
ଆପଣ ଯଦି ଏଭଳି ପିଲାମାନଙ୍କର ବାପା-ମାଆ ଆଉ ପିଲାମାନଙ୍କର ଏଭଳି ନୀତି ଯୋଗୁଁ ଆପଣ ଚିନ୍ତାରେ ଅଛନ୍ତି ତେବେ ଧ୍ୟାନ ଦିଅନ୍ତୁ। ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ କହିବାକୁ ଯାଉଛି, ଯାହାକୁ ଆପଣେଇବା ଦ୍ୱାରା ପିଲାକୁ ବାଧ୍ୟ କରିବାକୁ ପଡିବ ନାହିଁ, ସେ ନିଜେ ନିଜେ ପାଠ ପଢିବାକୁ ମନ ଦେବ।
ଉତ୍ସାହିତ କରିବା:
ବାପାମାଆମାନେ ସମୟ ସମୟରେ ସେମାନଙ୍କ ପିଲାକୁ ପ୍ରଶଂସା କରିବା ଉଚିତ। ସବୁ ପିଲା ସେମାନଙ୍କର ବାପାମାଆଙ୍କ ଠାରୁ ପ୍ରଶଂସା ପାଇବା ଆଶା କରନ୍ତି। ପ୍ରଶଂସା ଶୁଣିବା ପରେ, ସେମାନେ ସେହି କାମ କରିବାକୁ ଚାହାଁନ୍ତି ଯାହା ଦ୍ୱାରା ସେମାନଙ୍କ ବାପାମାଆ ତାଙ୍କୁ ଅଧିକ ପ୍ରଶଂସା କରିବେ। ଯଦି ବାପାମାଆ ସେମାନଙ୍କ ପିଲାଙ୍କୁ ଅନ୍ୟ କାହା ସହ ତୁଳନା କରନ୍ତି ତେବେ ଏହା ସେମାନଙ୍କ ମନବଳକୁ ହ୍ରାସ କରେ। ଏମିତି କରିବା ଠାରୁ ଦୂରେଇ ରୁହନ୍ତୁ ଏବଂ ସେମାନଙ୍କର ଭୁଲ ଖୋଜିବା ଏବଂ ତାଙ୍କୁ ଅନ୍ୟମାନଙ୍କ ସହିତ ତୁଳନା କରିବା ପରିବର୍ତ୍ତେ ପ୍ରଶଂସା କରନ୍ତୁ।
ଚାପ ନ ଦେବା:
ପିଲାମାନଙ୍କୁ ପାଠପଢା ପ୍ରତି ଚାପ ନ ପକାଇ ସେମାନକୁ ଏ ଦିଗରେ ଉତ୍ସାହିତ କରନ୍ତୁ। ପାଠପଢା ଚାପ ପିଲାଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ। ଏହି କାରଣରୁ, ସେମାନେ ପାଠପଢାକୁ ଏକ ଭାର ବୋଲି ଭାବନ୍ତି। ତେଣୁ ସେମାନଙ୍କ ଉପରେ ଅତ୍ୟଧିକ ଚାପ ପକାନ୍ତୁ ନାହିଁ। ହସି-ଖେଳି ପିଲାମାନଙ୍କୁ ପାଠପଢାର କଠିନ ବିଷୟ ବୁଝାଇବାକୁ ଚେଷ୍ଟା କରନ୍ତୁ।
ସଠିକ୍ ପରିବେଶ ଦେବା:
ପିଲାମାନେ ପାଠପଢା ପ୍ରତି ମନ ନ ଦେବାର ଗୋଟିଏ ବଡ କାରଣ ହେଉଛି ଘରେ ଉପଯୁକ୍ତ ଅଧ୍ୟୟନ ପରିବେଶ ନ ରହିବା। ଏହି କାରଣରୁ, ବାରମ୍ବାର ଗାଳି କରିବା ପରେ ମଧ୍ୟ ପିଲାମାନେ ପାଠପଢା ପ୍ରତି ଆଗ୍ରହ ଦେଖାନ୍ତି ନାହିଁ। ଯଦି ଆପଣ ପିଲାକୁ କିଛି ନ କହି ପାଠପଢା ପ୍ରତି ସେମାନଙ୍କ ଆଗ୍ରହ ସୃଷ୍ଟି କରିବାକୁ ଚାହାନ୍ତି, ତେବେ ସର୍ବପ୍ରଥମେ ଘରର ପରିବେଶକୁ ଶାନ୍ତ ରଖନ୍ତୁ। ପାଠପଢାର ସ୍ଥାନକୁ ସେଟ୍ ଅପ୍ କରି ରଖନ୍ତୁ ଏବଂ ଏକ ପାଠପଢା ଡେସ୍କ ପ୍ରସ୍ତୁତ କରିବାକୁ ନିଶ୍ଚିତ କରନ୍ତୁ ଯେଉଁଠାରେ ସେ ନିଜେ ନିଜେ ବସି ପାଠ ପଢିବାକୁ ମନବଳେଇବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)