Advertisment

Parenting Tips: ଆପଣଙ୍କ ପିଲା ବାରମ୍ବାର ଅସୁସ୍ଥ ହେଉଛନ୍ତି କି… ଆପଣଙ୍କ ପାଇଁ ଏହି ଟିପ୍ସ

ପିଲାମାନେ ଯଦି ବାରମ୍ବାର ବେମାରରେ ପଡନ୍ତି ଏହା କେବଳ ସେମାନଙ୍କର ପାଠପଢାରେ ବାଧା ଆଣେ ନାହିଁ ବରଂ ସେମାନଙ୍କର ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଯଦି ଆପଣଙ୍କ ପିଲା ମଧ୍ୟ ସ୍କୁଲ ଯିବା ବେଳେ ଅସୁସ୍ଥ ହେଉଛନ୍ତି ତେବେ ଆପଣ ସଚେତନ ହେବା ଜରୁରୀ ଏବଂ ସେମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଉଚିତ।

author-image
Pramod Behera
ଅଦ୍ୟତନ ହୋଇଛି
How to protect school going children from getting sick

How to protect school going children from getting sick

ଅନେକ ସମୟରେ ଦେଖାଯାଏ ଯେ ସ୍କୁଲ୍‌ ଯାଉଥିବା ପିଲାମାନେ ଥଣ୍ଡା, କାଶ କିମ୍ବା କୌଣସି ପ୍ରକାର ସଂକ୍ରମଣରେ ଆକ୍ରାନ୍ତ ହୁଅନ୍ତି। ପିଲାମାନେ ଯଦି ଏମିତି ବାରମ୍ବାର ବେମାରରେ ପଡନ୍ତି ଏହା କେବଳ ସେମାନଙ୍କର ପାଠପଢାରେ ବାଧା ଆଣେ ନାହିଁ ବରଂ ସେମାନଙ୍କର ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ।

Advertisment

ଯଦି ଆପଣଙ୍କ ପିଲା ମଧ୍ୟ ସ୍କୁଲ ଯିବା ମାତ୍ରେ ଅସୁସ୍ଥ ହେଉଛନ୍ତି ତେବେ ଆପଣ ସଚେତନ ହେବା ଜରୁରୀ ଏବଂ ସେମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଉଚିତ।

ଏହି ପରିବର୍ତ୍ତନଗୁଡିକ ହେତୁ, ସେମାନଙ୍କର ନିଦ ଭଲ ହେବ, ଭୋକ ବଢିବ, ଗ୍ରୋଥ୍‌ରେ ଉନ୍ନତି ହେବ ଏବଂ ସେମାନେ ଉଭୟ ଭିତରୁ ଓ ବାହାରୁ ଅଧିକ ଶକ୍ତିଶାଳୀ ହେବେ। କେବଳ ଏତିକି ନୁହେଁ, ଏହି ପରିବର୍ତ୍ତନ ଯୋଗୁଁ ସେମାନଙ୍କର ଆଚରଣରେ ସକରାତ୍ମକ ପରିବର୍ତ୍ତନ ମଧ୍ୟ ଦେଖାଯିବ। ତେଣୁ ଆପଙ୍କ ପିଲାକୁ ବାରମ୍ବାର ଅସୁସ୍ଥତାରୁ ରକ୍ଷା କରିବା ପାଇଁ କ’ଣ କରିବାକୁ ହେବ ଜାଣନ୍ତୁ।

Advertisment

ସ୍କୁଲ ଯାଉଥିବା ପିଲାମାନଙ୍କୁ କିପରି ରୋଗରୁ ରକ୍ଷା କରିବେ:

  • ପ୍ଲେ ସ୍କୁଲ୍‌ରୁ ଆରମ୍ଭ କରି ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ରାତିରେ ୯ ଘଣ୍ଟାରୁ ୧୧ଘଣ୍ଟା ଶୋଇବା ଆବଶ୍ୟକ। ଏହା କରିବା ଦ୍ୱାରା ସେମାନଙ୍କୁ ଭଲ ଭୋକ ହେବ, ରୋଗ ପ୍ରତିରୋଧକ ଶକ୍ତି ବଢିବ ଏବଂ ସେମାନଙ୍କର ମୁଡ୍ ମଧ୍ୟ ଭଲ ରହିବ।
  • ପିଲାମାନେ ପ୍ରତିଦିନ ଅତି କମରେ କିପରି ୧ ଘଣ୍ଟା ବ୍ୟାୟାମ କରିବେ ସେ ଅଭ୍ୟାସରେ ପରିଣତ କରନ୍ତୁ। ଏହା କରିବା ଦ୍ୱାରା ସେମାନେ ଭଲ ନିଦ ପାଇବା ସହ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହେବ। ଏହା ଚାପ ପରିଚାଳନାରେ ମଧ୍ୟ ସାହାଯ୍ୟ କରିବ।
  • ଆପଣଙ୍କ ପିଲାଙ୍କ ସ୍କ୍ରିନ୍ ଟାଇମ୍ ସୀମିତ କରନ୍ତୁ। ଚେଷ୍ଟା କରନ୍ତୁ ଯେ ପିଲାମାନେ ଯେପରି ୧ ରୁ ୨ ଘଣ୍ଟାରୁ ଅଧିକ ମୋବାଇଲ୍, ଟିଭି ଇତ୍ୟାଦି ନ ଦେଖନ୍ତି। ଏହା ଶରୀରରେ ସାଧାରଣ ମେଲାଟୋନିନ୍ ସ୍ତରକୁ ଠିକ୍ ରଖିବାରେ ସାହାଯ୍ୟ କରେ।
  • ପିଲାମାନେ ଯେପରି ସୁସ୍ଥ ଖାଇବା ଅଭ୍ୟାସ କରନ୍ତି ସେଥିପ୍ରତି ଧ୍ୟାନ ଦିଅନ୍ତୁ। ପ୍ରତ୍ୟେକ ଖାଦ୍ୟରେ ପ୍ରୋଟିନ୍, କାର୍ବ୍ସ, ଫାଇବର, ଫଳ, ପନିପରିବା ଇତ୍ୟାଦି ଅନ୍ତର୍ଭୂକ୍ତ କରନ୍ତୁ। ଖାଦ୍ୟରେ ଯଥାସମ୍ଭବ କମ ମିଠା ଜିନିଷ ଅନ୍ତର୍ଭୂକ୍ତ କରନ୍ତୁ।
  • ପିଲାକୁ ବାରମ୍ବାର ହାତ ଧୋଇବାକୁ ଏବଂ ୨୦ ସେକେଣ୍ଡ ପାଇଁ ହାତ ଘଷିବାକୁ ଶିଖାନ୍ତୁ। ପିଲାମାନେ ମୁହଁକୁ ଛୁଇଁବାକୁ ବାରଣ କରନ୍ତୁ।
  • ପିଲାମାନଙ୍କୁ ଚାପ ଏବଂ ଭୟରୁ ରକ୍ଷା କରନ୍ତୁ। ଅତ୍ୟଧିକ ଚାପ ମଧ୍ୟ ପିଲାର ଗ୍ରୋଥ୍ ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ହ୍ରାସ କରେ। ପିଲାମାନଙ୍କୁ ଖରାପ ପରିବେଶରୁ ରକ୍ଷା କରନ୍ତୁ ଏବଂ ସେମାନଙ୍କୁ ସୋସିଆଲ ମିଡିଆରୁ ଦୂରରେ ରଖନ୍ତୁ।
  • ସମସ୍ତ ଟିକା ଡୋଜ୍‌କୁ ଠିକ୍ ସମୟରେ ସଂପୂର୍ଣ୍ଣ କରନ୍ତୁ ଏବଂ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ପିଲାମାନଙ୍କୁ ଫ୍ଲୁ ଟିକା ଦିଅନ୍ତୁ।
  • ପିଲାମାନଙ୍କୁ ମାସ୍କ ବ୍ୟବହାର କରିବାକୁ ଶିଖାନ୍ତୁ। ମାସ୍କ ସେମାନଙ୍କୁ କାଶ ଏବଂ ଥଣ୍ଡା ଠାରୁ ରକ୍ଷା କରିବାରେ ସାହାଯ୍ୟ କରିବ।
  • ଆପଣ ଯଦି ଏହିସବୁ ଜିନିଷଗୁଡ଼ିକୁ ଧ୍ୟାନରେ ରଖନ୍ତି, ତେବେ ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ଏବଂ ସେମାନେ ବାରମ୍ବାର ଅସୁସ୍ଥ ହେବେ ନାହିଁ।
Health Tips Parenting Tips
Advertisment
Advertisment