Advertisment

Parenting Tips: ନିଜ ଝିଅକୁ ସାହସୀ ଓ ସଫଳ କରାଇବା ପାଇଁ ଜଣେ ବାପାର ୭ଟି ଭୂମିକା

ପ୍ରାୟତଃ ଝିଅମାନଙ୍କର ଲାଳନପାଳନର ଦାୟିତ୍ୱ ମା’ଙ୍କ ଉପରେ ପଡିଥାଏ। ଆଜିକାଲି କିନ୍ତୁ ସମୟ ବଦଳିଯାଇଛି। ଝିଅମାନଙ୍କର ସାମଗ୍ରିକ ବିକାଶ ପାଇଁ ବାପାଙ୍କ ଭୂମିକା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଖାଲି ମା’ ନୁହେଁ, ବାପା ଯଦି ଝିଅର ଯତ୍ନ ନେବାରେ ସକରାତ୍ମକ ଭାବେ ସହଯୋଗ କରିବେ ତେବେ ଝିଅଟି ମଧ୍ୟ ବିକାଶରେ ବହୁ ଆଗକୁ ଯାଇପାରିବ।

author-image
Pramod Behera
ଅଦ୍ୟତନ ହୋଇଛି
7 behaviours of father make girls confident and successful

7 behaviours of father make girls confident and successful

ପ୍ରାୟତଃ ଝିଅମାନଙ୍କର ଲାଳନପାଳନର ଦାୟିତ୍ୱ ମା’ଙ୍କ ଉପରେ ପଡିଥାଏ। ଆଜିକାଲି କିନ୍ତୁ ସମୟ ବଦଳିଯାଇଛି। ଝିଅମାନଙ୍କର ସାମଗ୍ରିକ ବିକାଶ ପାଇଁ ବାପାଙ୍କ ଭୂମିକା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଖାଲି ମା’ ନୁହେଁ, ବାପା ଯଦି ଝିଅର ଯତ୍ନ ନେବାରେ ସକରାତ୍ମକ ଭାବେ ସହଯୋଗ କରିବେ ତେବେ ଝିଅଟି ମଧ୍ୟ ବିକାଶରେ ବହୁ ଆଗକୁ ଯାଇପାରିବ।

Advertisment

ଏଠାରେ ଆମେ କହୁଛୁ ଯେ ଜଣେ ବାପାର ଭୂମିକା ଝଅମାନଙ୍କ ବ୍ୟକ୍ତିତ୍ୱ ଉପରେ କେତେ ପ୍ରଭାବ ପକାଇଥାଏ ଏବଂ ଜଣେ ବାପା ଝିଅକୁ ଜଣେ ଉନ୍ନତ ତଥା ସଫଳ ବ୍ୟକ୍ତି କରିବାରେ କିପରି ଏକ ବିଶେଷ ଭୂମିକା ଗ୍ରହଣ କରିପାରିବ। ତେବେ ଝିଅର ଲାଳନ ପାଳନରେ ଜଣେ ବାପାର ଭୂମିକା କା’ଣ ହେବା ଜରୁରୀ ଆସନ୍ତୁ ଜାଣିନେବା।

ମା’ ସହିତ ଭଲ ଆଚରଣ:

ଜଣେ ବାପା ଝିଅର ପ୍ରଥମ ପ୍ରେମ ହୋଇଥାଏ। ଝିଅମାନେ ନିଜ ପିତାଙ୍କୁ ଦୁନିଆର ସର୍ବୋତ୍ତମ ବ୍ୟକ୍ତି ବୋଲି ଭାବନ୍ତି। ବାପା ହିଁ ଝିଅର ରୋଲ୍ ମଡେଲ୍ ହୋଇଥାନ୍ତି। ଏପରି ପରିସ୍ଥିତିରେ, ଯେତେବେଳେ ମା’ ସହିତ ଆପଣଙ୍କ ଆଚରଣର କଥା ଆସେ, ଏହା ଜାଣିବା ଅତ୍ୟନ୍ତ ଜରୁରୀ ଯେ ଆପଣ ନିଜ ପତ୍ନୀଙ୍କ ସହିତ ଯେପରି ବ୍ୟବହାର କରିବେ ଆପଣଙ୍କ ଝିଅ ମଧ୍ୟ ଅନ୍ୟ ଲୋକଙ୍କ ବିଷୟରେ ମଧ୍ୟ ସମାନ ଚିନ୍ତାଧାରା ରଖିବ। ବାପା-ମାଆଙ୍କ ସମ୍ପର୍କ ମଧ୍ୟ ଝିଅର ବୈବାହୀକ ଜୀବନକୁ ବହୁତ ପ୍ରଭାବିତ କରିଥାଏ। ତେଣୁ ଯଦି ଆପଣ ଝିଅର ମା’ ସହିତ ଉତ୍ତମ ବ୍ୟବହାର କରନ୍ତି ଏହା ତା’ର ବୈବାହୀକ ଜୀବନରେ ଖୁସି ଆଣିବ।

Advertisment

ଜଣେ ଭଲ ଶ୍ରୋତା ହେବା:

ପ୍ରତ୍ୟେକ ବାପା ନିଜ ଝିଅର ସୁରକ୍ଷାକୁ ପ୍ରାଥମିକତା ଭାବରେ ଗ୍ରହଣ କରନ୍ତି। ପିଲାଦିନରେ ତ ଅମାନେ ସବୁକିଛି ଅତି ସହଜରେ ବାପାଙ୍କୁ ଶେୟାର କରନ୍ତି, କିନ୍ତୁ ବୟସ ବଢିବା ସହିତ ସେମାନେ ସବୁକିଛି କହିବାରେ ଦ୍ୱିଧା ଅନୁଭବ କରନ୍ତି। ଏପରି ପରିସ୍ଥିତିରେ, ଏହା ଜରୁରୀ ଯେ ସେମାନଙ୍କୁ ସବୁ କଥା ଉପରେ ପରାମର୍ଶ କିମ୍ବା ଜ୍ଞାନ ଦେବା ପରିବର୍ତ୍ତେ, ସେମାନଙ୍କୁ ସବୁ କଥାକୁ ନେଇ ଆଲୋଚନା କରିବାର ସୁଯୋଗ ଦିଅନ୍ତୁ। ଯଦି ଆପଣ ଜଣେ ଭଲ ଶ୍ରୋତା ହୋଇ ସେମାନଙ୍କ କଥା ଶୁଣନ୍ତି ଏବଂ ସେମାନଙ୍କର ଭାବନାକୁ ବୁଝନ୍ତି, ତେବେ ଆପଣ ସେମାନଙ୍କୁ ଏକ ଉତ୍ତମ ଉପାୟରେ ସାହାଯ୍ୟ କରିବାକୁ ସମର୍ଥ ହେବେ।

ସହଯୋଗୀ ହେବା:

ଛୋଟ ପିଲାମାନଙ୍କର ସମସ୍ୟା ହେଉଛି ଯେ ବାପାମାଆ ସେମାନଙ୍କର ପ୍ରତ୍ୟେକ କାମରେ ଦୋଷ ଖୋଜନ୍ତି, କିନ୍ତୁ ଯଦି ଆପଣ ଜଣେ ଭଲ ବାପା ହେବାକୁ ଚାହାଁନ୍ତି ତେବେ ଆପଣଙ୍କ ଝିଅର କାମକୁ ମଧ୍ୟ ପ୍ରଶଂସା କରନ୍ତୁ। ପ୍ରତ୍ୟେକ ଝିଅଙ୍କ ପାଇଁ, ତାଙ୍କ ବାପାଙ୍କଠାରୁ ମିଳୁଥିବା ସକରାତ୍ମକ ମତାମତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ମଧ୍ୟ ଆଗକୁ ବଢିବାକୁ ସାହସ ଦେଇଥାଏ।

ଶଉକ ପ୍ରତି ଆଗ୍ରହ:

ଆପଣଙ୍କ ଆଚରଣ ମାଧ୍ୟମରେ, ଝିଅମାନଙ୍କୁ ଅନୁଭବ କରେଇବା ଉଚିତ ଯେ ଆପଣ ମଧ୍ୟ ସେମାନଙ୍କ ଶଉକ ପ୍ରତି ଆଗ୍ରହୀ। ଉଦାହରଣ ସ୍ୱରୂପ, ସ୍କୁଲ୍‌ରେ କ’ଣ ପଢା ହେଲା ପଚାରିବା ପରିବର୍ତ୍ତେ, ଆପଣ ପଚାରିପାରିବେ କ୍ଲାସ୍‌ରେ କିଛି ମଜ୍ଜା ହେଲା ନା ନାହିଁ। ଯଦି ଆପଣଙ୍କ ଝିଅ ସଂଗୀତ ଇତ୍ୟାଦି ପ୍ରତି ଆଗ୍ରହ ଦେଖାଉଛି, ତେବେ ଆପଣ ମଧ୍ୟ ତା’ର ଏହି ଆଗ୍ରହକୁ ପ୍ରଶଂସା କରନ୍ତୁ ଏବଂ ଜଡିତ ରୁହନ୍ତୁ।

ସହଯୋଗ କରିବା:

ପ୍ରତ୍ୟେକ ଝିଅମାନଙ୍କ ପାଇଁ ବାପାଙ୍କ ସମର୍ଥନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ସେମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସମର୍ଥନ କରନ୍ତି ଏବଂ ସେମାନଙ୍କୁ ଆଗକୁ ବଢିବାକୁ ଉତ୍ସାହିତ କରନ୍ତି, ତେବେ ଏହା ସେମାନଙ୍କୁ ଜୀବନରେ ଆଗକୁ ବଢିବାକୁ ମାନସିକ ସ୍ତରରେ ପ୍ରସ୍ତୁତ କରିବ ଏବଂ ସେମାନେ ସମସ୍ତ ପ୍ରକାରର ସମସ୍ୟାର ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ କରିବେ।

ଉତ୍ସାହିତ କରିବା:

ନିଜ ଝିଅକୁ ସମସ୍ୟାର ମୁକାବିଲା କରିବାର ସାହସ ଦିଅନ୍ତୁ, ସମସ୍ତ ବାଧାବିଘ୍ନକୁ ଦୂର କରିବାକୁ ସାହସ ଦିଅନ୍ତୁ, ସେମାନଙ୍କ ଲକ୍ଷ୍ୟ ହାସଲ କରିବା ଏବଂ ନିଜକୁ ଆଗକୁ ବଢିବାକୁ ପ୍ରସ୍ତୁତ କରିବାର ଉପାୟ କହି ଆପଣ ଜଣେ ଭଲ ବାପା ହେବାର ଦାୟିତ୍ୱକୁ ଭଲ ଭାବରେ ପୂରଣ କରିପାରିବେ।

ନିଜକୁ ସ୍ୱତନ୍ତ୍ର କରାଇବା:

ଏଠାରେ ମନେରଖିବା ଜରୁରୀ ଯେ ସମୟ ଶୀଘ୍ର ଗତି କରୁଛି ଏବଂ ଝିଅମାନେ, ଯେଉଁମାନେ ଆଜି ଛୋଟ ଅଛନ୍ତି ସେମାନେ ଆସନ୍ତାକାଲି ନିଜ ପାଦରେ ଠିଆ ହେବେ। ତେଣୁ ସେମାନଙ୍କୁ ଭରପୂର ପ୍ରେମ ଦିଅନ୍ତୁ, ବିଭିନ୍ନ ସମୟରେ ଉପହାର ମଧ୍ୟ ଦିଅନ୍ତୁ, ସେମାନଙ୍କ ସହ କିଛି ଭଲ ସମୟ କାଟନ୍ତୁ, ସେମାନଙ୍କ ସହିତ ଖେଳନ୍ତୁ। ଏହି ସ୍ମୃତିଗୁଡ଼ିକ ଆପଣଙ୍କ ଜୀବନର ବନ୍ଧନକୁ ଦୃଢ ରଖିବ ଏବଂ ଅସୁବିଧା ସମୟରେ ସାହସ ଯୋଗାଇବ।

Parents Guide Parenting Tips
Advertisment
Advertisment