• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha News

Pramod Bhagat
ଅଭାବ ଯୋଗୁଁ ଅଧାରୁ ପାଠପଢା ଛାଡ଼ିଦେଇଥିଲେ ପ୍ରମୋଦ

ସାନ ଭାଇ ଶେଖରଙ୍କ ସହ ମିଶି ପଙ୍ଖା ସଜାଡ଼ିବାଠୁ ଆରମ୍ଭ କରି ମୋଟର ବାଇଣ୍ଡିଂ କରି ପେଟ ପୋଷୁଥିଲେ। ଏତେ ଆର୍ଥିକ ଅନଟନ ଭିତରେ ଥାଇ ବି ବ୍ୟାଡମିଣ୍ଟନ୍ ମୋହରୁ କିନ୍ତୁ ସେ ମୁକୁଳି ପାରିନଥିଲେ। ପ୍ରମୋଦ ୟା ଭିତରେ ଟୋକିଓରେ ଇତିହାସର ରଚନା କରିଥିଲେ ବି ଏପଟେ ଅତାବିରାରେ ଆଜି ବି ଉଜ୍ଜିବୀତ ରହିଛି ତାଙ୍କ ଜୀବନଜୀବିକାର ପୁରୁଣା ସ୍ମୃତି ଇଲେକ୍ଟ୍ରିକ୍‌ ମରାମତି ଦୋକାନ।

School Students
ରାଜ୍ୟର ଟପ୍‌ ୧୦୦୦ ମେଧାବୀଙ୍କୁ ଦିଆଯିବ ସର୍ବୋତ୍କୃଷ୍ଟ ଶିକ୍ଷା

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉତ୍କର୍ଷ କେନ୍ଦ୍ରରେ ଆକର୍ଷଣୀୟ କ୍ଲାସରୁମ, ବିଶ୍ୱସ୍ତରୀୟ ବିଜ୍ଞାନଗାର, ଗ୍ରନ୍ଥାଗାର, ଗଣିତ ଓ ଭାଷା ବିଜ୍ଞାନଗାର, ଉନ୍ନତ କମ୍ପ୍ୟୁଟର ଲାବୋରାଟୋରୀ ଆଦିର ନିର୍ମାଣ କରିବା ପାଇଁ ଯୋଜନା ରହିଛି। ଶହେ କୋଟି ଟଙ୍କାରେ ନିର୍ମାଣ ହେଉଥିବା ଏହି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ OB & CC ଲିମିଟେଡକୁ ଦାୟିତ୍ୱ ଦିଆଯାଇଛି। ଆସନ୍ତା ୧୮ ମାସ ମଧ୍ୟରେ ନିର୍ମାଣ କାମ ଶେଷ ହେବ। 

LATRINE SCAM
ଢୋକିଦେଲେ ପାଇଖାନା ! ଯେତେ ଖୋଳିଲେ ସେତେ ବାହାରୁଛି

ନିୟମ କହୁଛି, ସ୍ଥିତି ଅନୁଧ୍ୟାନ ପରେ ମୋଟିଭେଟର, ଯନ୍ତ୍ରୀ ଓ ବିଆର୍‌ସି ଫାଇନାଲ୍ ବିଲ୍ କରିବା କଥା। କିନ୍ତୁ ନିର୍ମାଣାଧିନ ପାଇଖାନା ନାଁରେ ଏବଂ ହିତାଧିକାରୀଙ୍କ ଅଗୋଚରରେ ଫାଇନାଲ୍ ବିଲ୍ କରି ଉଠାଣ ହୋଇଛି ଲକ୍ଷ ଲକ୍ଷ ଟଙ୍କା। କେବଳ ଭଦ୍ରକ ଓ ରାୟଗଡ଼ା ନୁହେଁ, ରାଜ୍ୟର ଏକାଧିକ ଜିଲ୍ଲାରେ ଏଭଳି ଦୁର୍ନୀତି ହୋଇଥିବା ଆଶଙ୍କା କରାଯାଉଛି।

Durga Puja During Covid time
'ଶ୍ରୀମନ୍ଦିର ପରି ଦୁର୍ଗାପୂଜାରେ ବି ଭକ୍ତଙ୍କୁ ଦର୍ଶନର ସୁଯୋଗ ମିଳୁ'

ପୂଜା କମିଟି ଗୁଡିକର ଦାବି- ମୂର୍ତ୍ତିର ଉଚ୍ଚତା ଓ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ ସରକାର ଲାଗୁ କରିଥିବା କଟକଣା ଯଥାର୍ଥ ନୁହେଁ। ଶ୍ରୀମନ୍ଦିର ସମେତ ଅନ୍ୟ ସବୁ ମନ୍ଦିରରେ ଯେଭଳି ଭକ୍ତଙ୍କୁ ଦର୍ଶନର ସୁବିଧା ଦିଆଯାଇଛି, ଦୁର୍ଗାପୂଜାରେ ମଧ୍ୟ ସମାନ ସୁବିଧା ମିଳିବାକୁ ସେମାନେ ଦାବି କରିଛନ୍ତି। ଏହାଛଡ଼ା ପୂର୍ବବର୍ଷ ଭଳି ଏବର୍ଷ ମଧ୍ୟ ସାଧାରଣ ଭାବେ ଉଚ୍ଚ ମୂର୍ତ୍ତି ନିର୍ମାଣ ଲାଗି ସରକାର ଅନୁମତି ଦିଅନ୍ତୁ ବୋଲି ଦାବି ହୋଇଛି।

fake doctor
ବନ୍ଧା ହେଲେ ନକଲି ଡାକ୍ତର

ବନ୍ଧା ହେଲେ ନକଲି ଡାକ୍ତର। ଜାଲ ଦସ୍ତାବିଜରେ ଖୋଲିଥିଲେ କ୍ଲିନିକ। ଧରାପଡିବା ପରେ ଜେଲ ଗଲେ ନକଲି ଡାକ୍ତର।

Sex Racket
ଓୟୋ ହୋଟେଲ୍‌ରେ ଚାଲିଥିଲା ସେକ୍ସ ରାକେଟ୍‌

ବିଶେଷ ସୂତ୍ରରୁ ଖବର ପାଇ ଭରତପୁର ପୋଲିସ ଏଠାରେ ରେଡ୍ କରିଥିଲା ଚଢାଉ ବେଳେ ଏଠାରୁ ମଦ ବୋତଲ, ଆପତ୍ତି ଜନକ ସାମଗ୍ରୀ ଜବତ କରାଯାଇଛି। ତେବେ ଏହି ରାକେଟର ମୁଖ୍ୟ କୁହାଯାଉଥିବା ହୋଟେଲ ମାଲିକ ଫେରାର ହୋଇଯାଇଛନ୍ତି।

PMAY Scam
ଭଙ୍ଗା କୁଡ଼ିଆରେ ଭିନ୍ନକ୍ଷମ ଦମ୍ପତି, ଭାଗ୍ୟରେ ଜୁଟିନି ଆବାସ ଯୋଜନାରେ ଘର ଖଣ୍ଡେ

ଭିତରେ ଥରେ ଆଖି ବୁଲାଇ ଆଣିଲେ ଗରିବୀର ସଂଜ୍ଞା କଣ ତାହା ଆପେ ଆପେ ବୁଝି ହେବ। ହେଲେ ଦୁଃଖ ଓ ପରିତାପର ବିଷୟ ଯେ ବାଲେଶ୍ୱର ସହରର ୧୬ ନମ୍ବର ଓ୍ୱାର୍ଡରେ ରହୁଥିବା ସରୋଜ କୁମାର ମହାନ୍ତିଙ୍କ ଭାଗ୍ୟରେ ଆଜିଯାଏଁ ଜୁଟିନି ଆବାସ ଯୋଜନାରେ ଘର ଖଣ୍ଡେ। ଏଥିପାଇଁ ଯେ ସେ ଉଦ୍ୟମ କରି ନାହାନ୍ତି, ତା ନୁହେଁ ବ୍ଲକ୍, ମ୍ୟୁନିସିପାଲିଟିରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଯାଏଁ ଦୌଡ଼ିଛନ୍ତି ହେଲେ ଫଳ ଶୂନ।

ACF death case
ରାତି ଅଧରେ ସୌମ୍ୟଙ୍କ ଘରକୁ ଡିଏଫ୍‌ଓ ଯିବା ମୁଁ ଦେଖିଛି: ଜଗୁଆଳି

ଏଲିଫ୍ୟାଣ୍ଟ ଗାର୍ଡ ଭାବେ ପ୍ରଥମେ ନିଯୁକ୍ତ ହୋଇଥିଲେ ଗଙ୍ଗା। ପରବର୍ତ୍ତୀ ସମୟରେ ଡିଏଫ୍ଓଙ୍କ ଅଫିସ ସମେତ କ୍ୟାମ୍ପସରେ ଅସ୍ଥାୟୀ ରାତ୍ର ଜଗୁଆଳି ବନିଥିଲେ। ଏହି ସମୟରେ ସ୍ୱାମୀ ସୌମ୍ୟଙ୍କ ସହ ପତ୍ନୀ ବିଦ୍ୟାଭାରତୀ ଯେତେବେଳେ ମର୍ଣ୍ଣି ୱାର୍କରେ ଯାଆନ୍ତି, ସେତେବେଳେ ଡିଏଫ୍ଓ ଛାତ ଉପରୁ ଅନାନ୍ତି ବୋଲି ବି କହିଛନ୍ତି ଗଙ୍ଗା। ଏସବୁ ଦେଖିଥିବାରୁ ତାଙ୍କୁ କିଛି ମାସ ତଳେ ଚାକିରିରୁ ବାହାର କରିଦିଆଯାଇଥିବା ନେଇ ଗଣମାଧ୍ୟମ ଆଗରେ ବୟାନ ରଖିଛନ୍ତି ଗଙ୍ଗା।  

CET College
ସିଇଟିକୁ ମିଳିଲା ବିଶ୍ୱବିଦ୍ୟାଳୟ ମାନ୍ୟତା

ଓଡ଼ିଶା ବୈଷୟିକ ଗବେଷଣା ବିଶ୍ୱବିଦ୍ୟାଳୟ ବିଲରେ ସିଇଟି କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଛି। ଏହି ଶିକ୍ଷାଅନୁଷ୍ଠାନରେ ଇଂଜିନିୟରିଂ ଏବଂ ବିଜ୍ଞାନ ଓ କାରିଗରୀ, ବୈଷୟିକ ଜ୍ଞାନ କୌଶଳ, ସ୍ଥପତି ଓ ମ୍ୟାନେଜମେଣ୍ଟ ଏବଂ ଗବେଷଣା କ୍ଷତ୍ରରେ ଅଧିକ ସହାୟକ ହୋଇପାରିବ। ତେବେ ଗୃହରେ ଆଜି ଏହିସବୁ ବିଲ ଉପସ୍ଥାପନ ବେଳେ କଂଗ୍ରେସ ସଦସ୍ୟମାନେ କକ୍ଷ ତ୍ୟାଗ କରିଥିଲେ।

Gopalpur Sea Beach
ପର୍ଯ୍ୟଟନ ବିକାଶର ଅର୍ଥ କଣ ବେଳାଭୂମୀରେ ମଦ ଦୋକାନ?

ମାନବ ଅଧତ୍କାର ସୁରକ୍ଷା ମଞ୍ଚ ସଦସ୍ୟ ଅବନୀ ଗୟା କହିଛନ୍ତି ଯେ, ଗୋପାଳପୁର ଓ ସୋନପୁର ବେଳାଭୂମିର ପ୍ରତି ୫୦ ମିଟର ଦୂରରେ ଖୋଲାଖୋଲି ମଦ ଦୋକାନ କରିବାକୁ ଚାହୁଁଛନ୍ତି। ଏହା କେଉଁ ପ୍ରକାରର ଜନମଙ୍ଗଳ କାମ? ଏହା କି ପ୍ରକାର ପର୍ଯ୍ୟଟନର ବିକାଶ? ଗଂଜାମବାସୀ ଏଭଳି ନିଷ୍ପତ୍ତିକୁ ଦୃଢ ବିରୋଧ କରୁଛି।

Pramod Bhagat
ଇତିହାସ ରଚିଲେ ଓଡ଼ିଆ ପୁଅ, ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ଆଣିଲେ ପ୍ରମୋଦ

ଓଡ଼ିଆ ବ୍ୟାଡମିଣ୍ଟନ ଷ୍ଟାର ପ୍ରମୋଦ ଭଗତ ଫାଇନାଲରେ ଆରମ୍ଭରୁ ପ୍ରମୋଦଙ୍କ ପଲ୍ଲା ଭାରି ରହିଥିଲା। ପ୍ରଥମ ସେଟ୍‌ରେ ବ୍ରିଟେନ୍ ଖେଳାଳି ଡାନ୍ ବେଥେଲଙ୍କୁ ହରାଇ ଆଗୁଆ ରହିଥିଲେ ପ୍ରମୋଦ। ପ୍ରମୋଦ ଭଗତ ପ୍ରଥମଥର ପାଇଁ ପାରା ଅଲିମ୍ପିକ୍ସରେ ଭାଗ ନେଇଥିଲେ ମଧ୍ୟ ଚମତ୍କାର ପ୍ରଦର୍ଶନ କରି SL -3 ରେ ଫାଇନାଲରେ ପହଞ୍ଚିଥିଲେ।

vigilance raid on Sundergarh
ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ବିଇଓ, କିରାଣୀ

ଲାଞ୍ଚ ନେବାବେଳେ ଭିଜିିଲାନ୍ସ ଜାଲରେ ପଡ଼ିଲେ ଦୁଇ ସରକାରୀ କର୍ମଚାରୀ। ସେମାନେ ହେଲେ  ସୁନ୍ଦରଗଡ଼ ଜିଲ୍ଲା ହେମଗିରିର ବିଇଓ ସୁରେନ୍ଦ୍ର କୁମାର ସାହୁ ଓ କିରାଣୀ ବିରଞ୍ଚି ଖିଲେଇ। 

dutee chand
ଦୂତିଙ୍କ ବିରୋଧରେ ଅପମାନଜନକ ଖବର ପ୍ରସାରଣ ଅଭିଯୋଗ; ସମ୍ପାଦକଙ୍କ ପରେ ଗିରଫ ହେଲେ ରିପୋର୍ଟର

ଅପମାନଜନକ ଖବର ପ୍ରସାରଣ କରିଥିବା  ଅଭିଯୋଗରେ ଗତକାଲି ୱେବ ଚ୍ୟାନେଲର ସଂପାଦକ ସୁଧାଂଶୁ ରାଉତ ଓ ଆଜି ରିପୋର୍ଟର ସ୍ମୃତିରଂଜନ ବେହେରାଙ୍କୁ ଗିରଫ କରିଛି ଭୁବନେଶ୍ୱର ମହିଳା ଥାନା ପୋଲିସ  ।

Mine loot
ଦିନ ଦ୍ୱିପହରରେ ଲୁଟ ହେଉଛି ମୂଲ୍ୟବାନ ଖଣିଜ ପଥର

ମାଲକାନଗିରି ମୋଟୁ ତହସିଲ୍‌ର କୁନନପାଲୀ ଗାଁ ନିକଟରେ ମୋରମ ଖାଦାନ ଭିତରେ ଥିବା ଧଳା କ୍ୱାର୍ଟଜ ପଥର ଉପରେ ଲୋଲୁପ ଦୃଷ୍ଟି ପଡିଛି ତେଲେଙ୍ଗାନା ମାଫିଆଙ୍କର । ଆଦିବାସୀ ଲୋକଙ୍କୁ ଅଳ୍ପ କିଛି ପ୍ରଲୋଭନ ଦେଖାଇ ମାଫିଆ ମୂଲ୍ୟବାନ ପଥରକୁ ଭାଙ୍ଗିବା ସହ ଟ୍ରକ ଯୋଗେ ବୋହି ନେଉଛନ୍ତି। 

Executive Engineer
ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀଙ୍କୁ ବିଜେପି ନେତାଙ୍କ ମାଡ଼ ଅଭିଯୋଗ 

ବିଦ୍ୟୁତ ବିଲ ଅହେତୁକ ଆସୁଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଲୋକେ। ତେବେ ଅଭିଯୋଗକୁ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରିନଥିବାବେଳେ ବିଜେପି ନେତା ଗୌତମ ସାମନ୍ତରାୟଙ୍କ ସମେତ ଦଳୀୟକର୍ମୀ କାଯର୍ୟାଳୟରେ ପହଞ୍ଚି କାର୍ଯ୍ୟାଳୟରେ ତାଲା ପକେଇଥିବା ଅଭିଯୋଗ ହୋଇଛି। 

Odisha Assembly
କଂଗ୍ରେସ ଓ ବିଜେଡି ମଧ୍ୟରେ ହୋଇଛି ଫିକ୍ସିଂ: ବିଜେପି

ମୋହନ ମାଝୀ କହିଛନ୍ତି, ମାହାଙ୍ଗା ମର୍ଡର ଓ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଆଲୋଚନା ହୋଇଥିଲେ ସରକାର ଅଡୁଆରେ ପଡ଼ିଥାନ୍ତେ। ତେଣୁ କଂଗ୍ରେସ ଷ୍ଟାଫ୍ ସିଲେକ୍ସନ ପ୍ରସଙ୍ଗ ଉଠାଇ ସରକାରଙ୍କ ସହଯୋଗରେ ହାଉସ୍ ବନ୍ଦ କରିଛି। ସରକାରଙ୍କୁ ଘଣ୍ଟ ଘୋଡ଼ାଇବାକୁ ବାଚସ୍ପତି ପକ୍ଷପାତିତା କରିଥିବା ଅଭିଯୋଗ କରିଛନ୍ତି ମୋହନ ମାଝୀ।

Farmer Suicide
ମରୁଡି ହେଲା କି କାଳ! ଚାଷ କ୍ଷତି ସହି ନପାରି ଜୀବନ ହାରିଲେ ଚାଷୀ

ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ବର୍ଷା ଅଭାବ ଜନିତ ଚାଷ କ୍ଷତି ପାଇଁ ବିଷ ପିଇଥିବା ନେଇ ମୃତ ଚାଷୀଙ୍କ ପୁଅ କହିଛନ୍ତି।  

Air Pollution
ଓଡ଼ିଶାରେ ବାୟୁ ପ୍ରଦୂଷଣର ଉତ୍କଟ ସ୍ଥିତି: ଲୋକଙ୍କ ଆୟୁକାଳ ୫ ବର୍ଷ କମିଯିବ !

ଆୟୁକାଳର ପାଖାପାଖି ୧୯୪୫ ଦିନ(୫ ବର୍ଷ ୪ମାସ) ପୂର୍ବରୁ ଜୀବନ ସରିଯିବ ଅର୍ଥାତ୍ ଜୀବନ ଥାଉ ଥାଉ ଆମେ ମୃତ୍ୟୁକୁ ନିମନ୍ତ୍ରଣ କରିବା। କ୍ୱାଲିଟି ଲାଇଫ୍‌ ଇଣ୍ଡେକ୍ସକୁ ନେଇ ଏଭଳି ଚାଞ୍ଚଲ୍ୟକର ରିପୋର୍ଟ ଦେଇଛି ଆମେରିକାର ଚିକାଗୋ ବିଶ୍ୱବିଦୟାଳୟ।

Covid Hospital
କରୋନାରେ ବାଲେଶ୍ୱରର ୬ ବର୍ଷର ଶିଶୁକନ୍ୟା ମୃତ

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା କମିଛି। ଗତକାଲି ରାଜ୍ୟରେ ଆଉ ୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଥିଲା।

Bidyabharati panda
୬ ଘଣ୍ଟାରେ ବିଦ୍ୟାଭାରତୀଙ୍କୁ ୭୦ ପ୍ରଶ୍ନ ପଚାରିଲା କ୍ରାଇମବ୍ରାଞ୍ଚ

ଏହି ଟିମ୍ ଦିନ ୨ଟାରୁ ଜେରା ଆରମ୍ଭ କରିଥିଲା। ସୌମ୍ୟଙ୍କ ଦେହରେ ନିଆଁ କେମିତି ଲାଗିଲା, ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ କାହିକି ଭଲ ନଥିଲା, ସୌମ୍ୟଙ୍କ ମୃତ୍ୟୁ ପୂର୍ବରୁ ଏଗ୍ରିମେଣ୍ଟ କାହିଁକି କରାଯାଇଥିଲା, କେଉଁ କାରଣ ପାଇଁ ଝଗଡ଼ା କରି ବିଦ୍ୟାଭାରତୀ ଡିଏଫଓଙ୍କ ଘରକୁ ପଳାଇଥିଲେ ଆଦି ଅନେକ ପ୍ରଶ୍ନ ତାଙ୍କୁ ପଚରାଯାଇଥିବା ସୂଚନା ମିଳିଛି।

Dutee Chand
୫ କୋଟି ଟଙ୍କାର ମାନହାନି ମାମଲା ଦାୟର କଲେ ଦୂତି

ଟୋକିଓ ଅଲିମ୍ପିକସ ଚାଲିଥିବା ବେଳେ ଦୂତି ଚାନ୍ଦଙ୍କ ଚରିତ୍ର ଓ ଫଳାଫଳକୁ ନେଇ ୱେବ ଚାନେଲମାନେ ବିଭିନ୍ନ ପ୍ରକାର ଖବର ପ୍ରସାରଣ କରି ତାଙ୍କୁ ମାନସିକ ସ୍ତରରେ ଆଘାତ ଦେଇଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦୁତି ଚାନ୍ଦ ଅଭିଯୋଗ କରିଛନ୍ତି। ସମ୍ମାନରେ ଆଞ୍ଚ ଆସିଛି, ଖେଳରେ ପ୍ରଭାବିତ ହୋଇଥିବା ସେ କହିଛନ୍ତି।

School reopen
ଏବେ ଖୋଲିବ କି ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ?

କେବଳ ଡିଜିଟାଲ ମୋଡରେ ଅନଲାଇନ୍ ପାଠପଢାକୁ ବିକଳ୍ପ ଭାବେ ନେଇ ମୋବାଇଲ ଓ କମ୍ପ୍ୟୁଟରକୁ ଛାତ୍ରଛାତ୍ରୀ ଆପଣାଇଛନ୍ତି। ତେବେ ଏହି ବ୍ୟବସ୍ଥାରେ ଶୀଘ୍ର ପୂର୍ଣ୍ଣଚ୍ଛେଦ ପଡିବା ଚାହୁଁଛନ୍ତି ଉଭୟ ପିଲା ଓ ଅଭିଭାବକ। ତେବେ ତୃତୀୟ ଲହର ଆଶଙ୍କା ମନରେ ଭୟ ବି ସୃଷ୍ଟି କରୁଛି।

Manas Das Arrest
ବହୁଚର୍ଚ୍ଚିତ ସତ୍ୟବ୍ରତ ନାଏକ ହତ୍ୟା ମାମଲାରେ ବନ୍ଧା ହେଲେ ଗୁରୁଜୀ

ହତ୍ୟା ସ୍ଥଳରେ ନଥିଲେ ବି ପରୋକ୍ଷରେ ମାନସ  ଅପରାଧ ଘଟାଇଥିଲେ। ମାନସଙ୍କ ନାଁରେ ଅପହରଣ, ହତ୍ୟା, ପୋଡ଼ି ପ୍ରମାଣ ନଷ୍ଟ ଦଫା ଲାଗିଛି। ମାନସଙ୍କ ନାଁରେ ଆଉ ଯାହା ଅଭିଯୋଗ ଅଛି, ତଦନ୍ତ ଚାଲିଛି ବୋଲି IG କହିଛନ୍ତି। ମାନସ ଦାସଙ୍କ ନାଁରେ ସଂଗୀନ ଦଫା ପୋଲିସ ଲଗାଇଛି।

Bidyabharati panda
ବିଦ୍ୟାଭାରତୀଙ୍କ ଠାରୁ ୬ ପ୍ରଶ୍ନର ଉତ୍ତର ଖୋଜିବ କ୍ରାଇମବ୍ରାଞ୍ଚ

ଗତକାଲି ସୌମ୍ୟଙ୍କ ପୈତୃକ ଘରକୁ ଯାଇ ତାଙ୍କ ପରିବାରକୁ କ୍ରାଇମବ୍ରାଞ୍ଚ ପଚରା ଉଚରା କରିଛି। ସୌମ୍ୟଙ୍କ ମୃତ୍ୟୁ ପ୍ରାୟ ଦେଢ଼ ମାସ ପରେ ମଧ୍ୟ ସସପେନ୍ସରେ ରହିଛି। ସୌମ୍ୟଙ୍କ ମୃତ୍ୟୁର ରହସ୍ୟ ଫିଟି ପାରିନି। ଆଗରୁ ଡିଏଫ୍ଓ ସଂଗ୍ରାମ ବେହେରାଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଜେରା କରିଛି।

Manas Das
ମାନବବାଦ ସଂଗଠନର ମୁଖିଆ ମାନସ ଦାସ ଗିରଫ

ଜାତି ଜାତି ମଧ୍ୟରେ ଭେଦଭାବ ସୃଷ୍ଟି କରୁଥିବା ଏକ ଲିଫ୍ଲେଟ୍ ସାମନାକୁ ଆସିଛି। ଏଥିରେ ଗୋଟିଏ ଧର୍ମର ବିଭିନ୍ନ ଜାତି ମଧ୍ୟରେ ଭେଦଭାବ ସୃଷ୍ଟି କଲାଭଳି ହିଂସା ଉଦ୍ରେକକାରୀ ବାର୍ତ୍ତା ରହିଛି। ନିର୍ଦ୍ଦିଷ୍ଟ ଏକ ଜାତିକୁ ନେଇ ଏକାଠି ହେବାକୁ ଦିଆଯାଇଛି। ବାର୍ତ୍ତା ଅନ୍ୟ ଏକ ଜାତିକୁ ନେଇ ଶତ୍ରୁର ସଜ୍ଞା ବର୍ଣ୍ଣନା କରାଯାଇଛି।