• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha News

Flood
ବଢି ଆସୁଛି, ଡର ବଢୁଛି। ଖସୁଛି ମହାନଦୀ, ଉଛୁଳୁଛି ସୁବର୍ଣ୍ଣରେଖା

ମହାନଦୀ ସିଷ୍ଟମରେ କମୁଛି ହେଲେ ସୁବର୍ଣ୍ଣରେଖାରେ ବଢୁଛି ବନ୍ୟାଜଳ। ଛତିଶଗଡ଼ରେ ବର୍ଷା କମିଥିବାରୁ ହୀରାକୁଦକୁ ଜଳ ପ୍ରବାହ ହ୍ରାସ ପାଇଛି। ଏବେ ୨୮ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି। ଫଳରେ ଡ୍ୟାମର ତଳମୁଣ୍ଡ ସୁବର୍ଣ୍ଣପୂର, ବାଙ୍କି, ଆଠଗଡ ଓ ଖୋର୍ଦ୍ଧ ଜିଲ୍ଲାର କିଛି ଗାଁରେ ପାଣି ପଶିଛି

2 brother
ଲୁଣା ନଦୀରେ ବୁଡ଼ିଗଲେ ଦୁଇ ନାବାଳକ ଭାଇ

ପୁରୀ ଡେଲାଙ୍ଗ ଲୁଣା ନଦୀରେ ବୁଡ଼ି ଦୁଇ ନାବାଳକ ଭାଇଙ୍କ ମୃତ୍ୟୁ। ଗାଧୋଇବା ବେଳେ ଭାସି ଯାଇଥିଲେ ଦୁଇ ଭାଇ। ଉଦ୍ଧାର କରି ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆ ଯାଇଥିଲା। ମୃତ ଦୁଇ ଭାଇଙ୍କ ବୟସ ୭ ବର୍ଷ ଏବଂ ୩ ବର୍ଷ।

baitarani river
କାଠ ଲୋଭରେ ଭାସିଗଲେ ୩ ଜଣ

ଲୋଭ ହେଲା କାଳ ! ବନ୍ୟା ପାଣିରୁ କାଠ ଆଣିବାକୁ ଯାଇଥିବା ବେଳେ ୩ ଜଣ ବ୍ୟକ୍ତି ବନ୍ୟା ପାଣିରେ ଭାସି ଯାଇଥିବା ସୂଚନା ମିଳିଛି। ଅଗ୍ନିଶମ ବାହିନୀ ଜଣଙ୍କୁ ଉଦ୍ଧାର କରି ଥିବାବେଳେ ୨ ଜଣ ନିଖୋଜ ଅଛନ୍ତି। ଆଜି ବୈତରଣୀ ନଦୀର ଆନନ୍ଦପୁର ବ୍ୟାରେଜରେ ଏହି ଘଟଣା ଘଟିଛି।

durga puja
ମୂର୍ତ୍ତି ଉଚ୍ଚତା ବିବାଦ, ହାଇକୋର୍ଟରେ ଆବେଦନ ଖାରଜ

କଟକରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ରାୟ ଶୁଣାଇଛନ୍ତି ହାଇକୋର୍ଟ। ମୂର୍ତ୍ତି ଉଚ୍ଚତା ବୃଦ୍ଧି ନେଇ ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ୪ ଫୁଟ ଉଚ୍ଚତାକୁ ନେଇ କଟକ ବାଲୁବଜାର ପୂଜା କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

jagannath temple
ଆଜି ଶ୍ରୀମନ୍ଦିର ବନ୍ଦ

ଆଜି ଶ୍ରୀମନ୍ଦିର ବନ୍ଦ। ଆଜି ବିଶ୍ୱକର୍ମା ପୂଜା ଏବଂ ବଡ଼ ଏକାଦଶୀ ଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ହେବା ଆଶଙ୍କାରେ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି। ଆଜି ବିଶ୍ୱକର୍ମା ପୂଜା ସହ ବାମନ ଜନ୍ମ, ପାର୍ଶ୍ୱ ପରିବର୍ତ୍ତନ ବା ବଡ଼ ଏକାଦଶୀ, ସଂକ୍ରାନ୍ତି ମଧ୍ୟ ପଡ଼ିଛି।

durga puja
ମୂର୍ତ୍ତି ବିବାଦ ନେଇ କାଲି ରାୟ ଶୁଣାଇବ ହାଇକୋର୍ଟ

ମୂର୍ତ୍ତି ବିବାଦ ନେଇ କାଲି ରାୟ ଶୁଣାଇବ ହାଇକୋର୍ଟ୍। ହାଇକୋର୍ଟରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ଶୁଣାଣି ଶେଷ ହୋଇଛି। ଆସନ୍ତାକାଲି ରାୟ ଶୁଣାଇବେ ହାଇକୋର୍ଟ। ମୂର୍ତ୍ତି ଉଚ୍ଚତା ବିବାଦ ନେଇ କଟକ ବାଲୁବଜାର ପୂଜା କମିଟି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା

Youth Assaulted
ମଦ ନିଶାରେ ମାତାଲ ହୋଇ ଯୁବକଙ୍କ ମଳଦ୍ୱାରରେ ଭର୍ତ୍ତି କରିଦେଲେ ଷ୍ଟିଲ୍‌ ଗ୍ଲାସ୍‌

ନିଶାରେ ମାତାଲ ହୋଇ କିଛି ଯୁବକ ସେମାନଙ୍କର ହିତାହିତ ଜ୍ଞାନ ଭୁଲି ଏକ ଅମାନବୀୟ କାଣ୍ଡ ଘଟାଇଛନ୍ତି। ନିଶାରେ ଏତେ ମାତାଲ୍‌ ଥିଲେ ଯେ, ଜଣେ ଯୁବକଙ୍କ ମଳଦ୍ୱାରରେ ଷ୍ଟିଲ୍‌ ଗ୍ଲାସ୍‌ ଭର୍ତ୍ତି କରିବାକୁ ମଧ୍ୟ ପଛାଇଲେ ନାହିଁ।

Govt Officials Walked In Knee-Deep Mud
ଆମେ ସବୁଦିନ ଭୋଗୁଛୁ, ତୁମେ ଗୋଟିଏ ଦିନ ଭୋଗ-ଏମିତି କହି ଅଧିକାରୀଙ୍କୁ କାଦୁଅ ରାସ୍ତାରେ ଚଲାଇଲେ ଗ୍ରାମବାସୀ

ଧପନ୍ତରିଆ ପଡ଼ିଛି ଗ୍ରାମ ରାସ୍ତା। ବିଭାଗୀୟ ଅବହେଳା ଯୋଗୁ ରାସ୍ତା କାମ ହେଉ ନ ଥିବାବେଳେ ଆସିଯାଇଛି ବର୍ଷା। ଏକମାତ୍ର ରାସ୍ତା କାଦୁଅ ପଚପଚ ହୋଇଯାଇଛି। ତା ଭିତରେ ପଶି ଗାଁ ଲୋକ ଯିବା ଆସିବା କରୁଛନ୍ତି।  ଯେତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେତେ ଅସନ୍ତୋଷ ବଢୁଛି। ଏହି ଅସନ୍ତୋଷ ଶେଷରେ ବିସ୍ଫୋରକ ରୂପ ନେଇଛି।

swiggy boy at dhauli police station
ପ୍ରେମିକା ସହ ଓଡ଼ିଶା ଫେରିଲା ନିଜ ଅପହରଣ ମହାଡ୍ରାମାର ନାୟକ ଚିକୁନ୍‌

ନିଜ ଅପହରଣ ନାଟକ ରଚିଥିବା ସ୍ୱିଗି ବୟ ଚିକୁନ ଭୁବନେଶ୍ୱର ଫେରିଛନ୍ତି । ଚିକୁନ ଓ ତାଙ୍କ ବାନ୍ଧବୀକୁ ମଧ୍ୟପ୍ରଦେଶର କଟ୍ନିରୁ ଭୁବନେଶ୍ୱରକୁ ଆଣିଛି ଧଉଳି ଥାନା ପୋଲିସ । ଧଉଳି ଥାନାରେ ଉଭୟଙ୍କୁ ପଚରା ଉଚରା କରାଯାଉଛି ।

Villagers Hang On To A Rope To Cross River
ପୋଲ ନାହିଁ, ରଶି ସାହାଯ୍ୟରେ ବଢିଲା ନଦୀ ପାର ହେଉଛନ୍ତି ଗ୍ରାମବାସୀ

ବ୍ରିଜ ନ ଥିବାରୁ ଲୋକେ ଜୀବନକୁ ପାଣି ଛଡେଇ ରଶୀ ସାହାଯ୍ୟରେ ବଢିଲା ନଦୀ ପାର ହେଉଛନ୍ତି।  ଏମିତି ଦୃଶ୍ୟ ସାମ୍ନାକୁ ଆସିଛି ଖୋର୍ଦ୍ଧା ବାଣପୁରର ନିକଟସ୍ଥ ସିଲିଙ୍ଗପଡ଼ା ଗାଁରୁ।

'Ashirbad'
ବାଃ ବାଃରେ ଯୋଜନା। ୩ ମାସ ତଳେ ଆରମ୍ଭ କରିଥିଲେ ଏବେ ବନ୍ଦ କରିଦେଲେ....

ବନ୍ଦ ହେଲା ରାଜ୍ୟ ସରକାରଙ୍କ ବହୁ ପ୍ରଚାରିତ ଆଶୀର୍ବାଦ ସ୍କିମ୍। ମାତ୍ର ୩ ମାସ ଭିତରେ ଏହି ଯୋଜନାରେ ପଡ଼ିଛି ତାଲା। କୋଭିଡରେ ବାପା, ମାଆଙ୍କୁ ହରାଉଥିବା ପିଲାମାନଙ୍କୁ ସହାୟତା ଯୋଗାଇବା ଲାଗି ଏହି ସ୍କିମ୍ ଆଣିଥିଲେ ରାଜ୍ୟ ସରକାର

Heavy Rain
ଛାଡିଯାଇଛି ଲଗାଣ ବର୍ଷା; କଲବଲ କରୁଛି ପାଣି

ଉପକୂଳ ଓଡ଼ିଶାରେ ବର୍ଷା ଛାଡିଥିଲେ ବି ହେଲେ ବଢିଯାଇଛି ଦୁର୍ଦ୍ଦଶା। ଲଗାଣ ବର୍ଷା ପରେ ଅଧିକାଂଶ ସ୍ଥାନରେ ଜଳବନ୍ଦୀ ସ୍ଥିତି। ପାଣିରେ ବୁଡି ରହିଛି ସାହି, ଗଳି, ଘରଦ୍ୱାର। ଘରେ ଘରେ ଆଣ୍ଠୁଏ ଉଚ୍ଚରେ ଛୁଟୁଛି ପାଣିର ସୁଅ। ରୋଷେଇବାସ ବନ୍ଦ, ଭୋକ ଉପାସରେ କଟୁଛି ଦିନ।

Odisha Plus 2 Admission To Start From Today
ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ନାମଲେଖା

ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ନାମଲେଖା। ଉଭୟ ଅଫଲାଇନ୍ ଓ ଅନଲାଇନରେ ହେବ ଆଡମିଶନ୍।

Honeybee to watch elephant
ବନ ବିଭାଗର ନୂଆ ନୀତି; ହାତୀକୁ ତଡିବ ମହୁମାଛି

ସ୍ଥଳଭାଗର ସବୁଠାରୁ ବଡ଼ ଜୀବ ହାତୀକୁ ଜଗିବ ଏହା ତୁଳନାରେ ଅତି ଛୋଟ ମହୁମାଛି। ହାତୀ ଉପଦ୍ରବରେ ଅଙ୍କୁଶ ଲଗାଇବାକୁ ମହୁମାଛିଙ୍କୁ ଉପଯୋଗ କରିବ ବନ ବିଭାଗ। ଯେଉଁ ଅଞ୍ଚଳରେ ହାତୀ ଉପଦ୍ରବ ଅଧିକ ରହୁଛି, ସେସବୁ ଜାଗାରେ ରହିବ ମହୁମାଛି ବକ୍ସ। ବକ୍ସଗୁଡ଼ିକ ତାରରେ ସଂଯୋଗ କରାଯିବ। ଯେତେବେଳେ ହାତୀ ସେହି ଅଞ୍ଚଳକୁ ପ୍ରବେଶ କରିବାକୁ ଉଦ୍ୟମ କରିବ, ସେତେବେଳେ ତାର ସଂସ୍ପର୍ଶରେ ଆସିବ। ଆଉ ତାର ଦ୍ୱାରା ବକ୍ସ ଟାଣିହେଲେ ତା’ ଭିତରୁ ମହୁମାଛି ବାହାରିବେ। ମହୁମାଛିଙ୍କୁ ଆକଟ କରିବାରେ ଅକ୍ଷମ ହାତୀ ଏହାଦ୍ୱାରା ସଂପୃକ୍ତ ଅଞ୍ଚଳ ଛାଡ଼ି ଚାଲିଯିବ ବୋଲି ଆଶା ବାନ୍ଧିଛି ବନ ବିଭାଗ।

Heavy Rain in Bhubaneswar
ବର୍ଷାରେ ବେହାଲ ରାଜଧାନୀ; ବୁଡ଼ିଲା କଟକ, ଉବୁଟୁବୁ ପୁରୀ

ରବିବାର ସକାଳ ୮ରୁ ସୋମବାର ସକାଳ ୮ଟା ୨୪ ଘଣ୍ଟାରେ ୬୩ ବର୍ଷର ରେକର୍ଡ ଭାଙ୍ଗି ମୂଷଳ ଧାରା ବର୍ଷାରେ ରାଜଧାନୀ ଭୁବନେଶ୍ୱର ବେହାଲ ହୋଇପଡିଛି। ସହର ଜଳମୟ ହୋଇଯାଇଛି। ରାସ୍ତା, ରେଳଷ୍ଟେସନ୍, ଗଳିକନ୍ଦି ଯେଉଁଠି ଦେଖ ସବୁଠି ପାଣି। ବସ୍‌ଷ୍ଟାଣ୍ଡ୍‌ଠୁ ବସ୍ତି, ଆପାର୍ଟମେଣ୍ଟଠୁ ଝୁମ୍ପୁଡ଼ି ସବୁ ସ୍ଥାନ ଜଳମ। କିଏ ଘର ଛାଡି ପଳାଇଲେଣି ତ ଆଉ କିଏ ପଦାକୁ ବାହାରି ପାରୁନି। ପାଣିରେ ଲହଡି ଭାଙ୍ଗୁଛି ସ୍ମାର୍ଟସିଟି। ମହାନଗର ରାସ୍ତାରେ ଗାଡ଼ି ବୁଡ଼ିବାଠୁ ନେଇ, ଗତରାତିରେ ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ ଫସିବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

durga puja
‘ମୂର୍ତ୍ତି ଛୋଟ ଅର୍ଥ ଏହା ଏକ ବିଘ୍ନ’

ମୂର୍ତ୍ତି ଛୋଟ ଅର୍ଥ ଏହା ଏକ ବିଘ୍ନ ବୋଲି କହିଲେ ସାଂସଦ ଭର୍ତ୍ତୃହରି ମହତାବ। ସରକାରଙ୍କ ନିଷ୍ପତ୍ତିକୁ ହାସ୍ୟାସ୍ପଦ ବୋଲି କହି ଆଉ ଦୁଇ ଫୁଟ ଅଢ଼େଇ ଫୁଟରେ କଣ କରୋନା ଡରି ପଳାଉଛି ବୋଲି ତାଚ୍ଛଲ୍ୟ କରିବାକୁ ବି ପଛାଇ ନାହାନ୍ତି ଭର୍ତ୍ତୃହରି।

Weather Alert | Rain To Lash Odisha For Next 3 Days
ଆଜି ପାଇଁ ୧୭ ଜିଲ୍ଲାକୁ ପାଣିପାଗ ବିଭାଗର ଓ୍ୱାର୍ଣ୍ଣିଂ

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ଆଜି ପାଇଁ ୧୭ ଜିଲ୍ଲାକୁ ପାଣିପାଗ ବିଭାଗର ଓ୍ୱାର୍ଣ୍ଣିଂ। ୮ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ।

MP bhartruhari mahtab
ମା'ଙ୍କ ମୂର୍ତ୍ତି ଛୋଟ ଅର୍ଥ ଏହା ବିଘ୍ନ: ଭର୍ତ୍ତୃହରି

ମୂର୍ତ୍ତି ଉଚ୍ଚତା ବିବାଦ ସଂପର୍କରେ ଆଲୋଚନା ପାଇଁ କଟକ ମହାନଗର ଶାନ୍ତି କମିଟି ଓ ପୂର୍ବାଞ୍ଚଳ ଶାନ୍ତି କମିଟି ଆବାହକତ୍ୱରେ ବସିଥିବା ବୈଠକ ବସିଥିଲା। ଏଇ ବୈଠକରେ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଜୋର୍‌ଦାର ହୋହଲ୍ଲା ବି ହୋଇଥିଲା। ଶାନ୍ତି କମିଟି ବୈଠକରେ ମୂର୍ତ୍ତି ଉଚ୍ଚତା ସଂପର୍କରେ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ଯେ ମୂର୍ତ୍ତି ଛୋଟ ଅର୍ଥ ଏହା ଏକ ବିଘ୍ନ।

PCR van
ଗାଁ ଦାଣ୍ଡରେ ବାପାର ବେକକୁ ଚୋଟ ମାରିଲା ପୁଅ !

ବାପା ପଡ଼ିଯିବା ପରେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ପୁଅ। ପୁଅର ଏପରି ରୂପ ଦେଖି ପାଖକୁ ଯିବାକୁ ସମସ୍ତେ ଭୟ କରିଥିଲେ। ଶେଷରେ ଛଟପଟ ହୋଇ ବାପାର ଜୀବନ ଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

Attack on woman
ନିର୍ଦ୍ଦୟ ମଣିଷ ! ଗର୍ଭବତୀଙ୍କୁ ପିଟି ପିଟି ମାରିଦେଲେ !

ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ୁଛି ଗର୍ଭବତୀଙ୍କ ପେଟକୁ ଗୋଇଠା ବା ପିଟା ଯାଇଥାଇପାରେ। ଯେଉଁଥିପାଇଁ ମହିଳାଙ୍କ ଗର୍ଭରେ ଥିବା ପିଲା ଅଧା ପ୍ରସବ ଅବସ୍ଥାରେ ରହିଛି। ଆଉ ମହିଳାଙ୍କ ପ୍ରାଣବାୟୁ ଉଡିଯାଇଛି। ଆଜି ଅଧା ପ୍ରସବ ଅବସ୍ଥାରେ ହାତ ଓ ଗୋଡ଼ ବନ୍ଧା ମହିଳାଙ୍କ ମୃତଦେହଟି ଢେଙ୍କାନାଳ ଜିଲ୍ଲାରେ ଏକ ବ୍ରିଜ୍‌ ତଳୁ ଜବତ ହୋଇଛି।

Poor Internet Connectivity Shadows Online Classes In Odisha
ନେଟ୍‌ୱର୍କ ନଥିବାରୁ ପିଲାଙ୍କ ପଢାରେ ବନ୍ଧା ହେଲାଣି ଡୋରୀ

ରାଜ୍ୟ କଥା ଛାଡ଼ନ୍ତୁ, ଦେଶରେ ବି କରୋନା କାଳରେ ପାଠପଢ଼ା ନେଇ ଉଦବେଗଜନକ ତଥ୍ୟ ଦେଇଛି ଲକ୍‌ଡ୍‌ ଆଉଟ୍। ଏମର୍ଜେନ୍ସି ରିପୋର୍ଟ ଅନ୍ ସ୍କୁଲ ଏଜୁକେସନ୍ ସର୍ଭେ ରିପୋର୍ଟ ସଂଗୃହୀତ ତଥ୍ୟ କହୁଛି, ଗ୍ରାମାଞ୍ଚଳର ୩୭ ପ୍ରତିଶତ ଓ ସହରାଞ୍ଚଳର ୧୯ ପ୍ରତିଶତ ଛାତ୍ରଛାତ୍ରୀ ପାଠ ପଢ଼ା ଛାଡ଼ିଦେଲେଣି।ସାରା ଦେଶରେ ମାତ୍ର ୮ ପ୍ରତିଶତ ଛାତ୍ରଛାତ୍ରୀ ନିୟମିତ ଅନଲାଇନ୍‌ରେ ପଢ଼ୁଛନ୍ତି। 

puri police
ଫେକ୍ RTPCR ରିପୋର୍ଟ ପ୍ରବେଶ ମାମଲାରେ ୧୨ ଗିରଫ

ଶ୍ରୀମନ୍ଦିରରେ ଫେକ୍ RTPCR ରିପୋର୍ଟ ଦେଖାଇ ପ୍ରବେଶ ମାମଲା। ୧୨ ଅଭିଯୁକ୍ତଙ୍କୁ ଗିରଫ କଲା ପୁରୀ ପୋଲିସ। ଏମାନଙ୍କ ନାଁରେ ୩ଟି ଭିନ୍ନ ଭିନ୍ନ ମାମଲା ରହିଛି। ଫେକ୍ ରିପୋର୍ଟ ବାହାର କରୁଥିବା ମାସ୍ଟରମାଇଣ୍ତକୁ ମଧ୍ୟ ଗିରଫ କରିଥିବାର ସୂଚନା ଦେଇଛି ପୁରୀ ପୋଲିସ।

Festive Guidelines
ଏବର୍ଷ କେମିତି ହେବ ଦୂର୍ଗାପୂଜା, ଘୋଷଣା କଲେ ରାଜ୍ୟ ସରକାର

ରୋନାର ଦ୍ୱିତୀୟ ଲହରି ଏପର୍ଯ୍ୟନ୍ତ ଶେଷ ହୋଇନି। ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ପୁଣି କରୋନା ପ୍ରଭାବ ବଢ଼ିଛି। ଓନାମ ପରବର୍ତ୍ତୀ ସମୟରେ କେରଳରେ ପୁଣି ସଂକ୍ରମଣ ବଢ଼ିଛି। କୁମ୍ଭମେଳା ଏବଂ ଓନାମରୁ ଆମକୁ ବହୁତ କିଛି ଶିଖିବାର ଅଛି। ପାର୍ବଣ ଋତୁ ଆସିଛି। ୨ୟ ଲହର ଚାଲିଛି। ୩ୟ ଲହର ସମ୍ଭାବନା ଅଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପାର୍ବଣ ଗାଇଡଲାଇନ କରିଥିଲେ।

bridge collapsed
ନଦୀ ପାର ହେଉଥିଲା ଡମ୍ପର, ଭୁଶୁଡି ପଡ଼ିଲା ବ୍ରିଜ

ନଦୀ ପାର ହେଉଥିଲା ଡମ୍ପର। ହଠାତ ଭୁଶୁଡି ପଡ଼ିଲା ପୋଲ। ନଦୀ ଭିତରେ ଖସିପଡ଼ିଲା ଡମ୍ପର। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  ସମ୍ବଲପୁର ଜିଲ୍ଲାରେ। ଘଟଣାସ୍ଥଳରୁ ଜଣକୁ ଉଦ୍ଧାର କରାଯାଇଛି।  

Ganesh Puja | Sudarsan Pattnaik Creates Sand Art Using Sea Shells On Puri Beach
ବାଲି ଓ ଶାମୁକାରେ ତିଆରି ହୋଇଛି ସୁନ୍ଦର ଗଣେଶ ପ୍ରତିମୂର୍ତ୍ତି

ଗଣେଶ ପୂଜା ଅବସରରେ ବିଶ୍ୱ ଶାନ୍ତି ପାଇଁ ପୁରୀ ବେଳାଭୂମୀରେ ବାଲୁକା କଳାକୃତି ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।