• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha News

School reopen
ଏବେ ଖୋଲିବ କି ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ?

କେବଳ ଡିଜିଟାଲ ମୋଡରେ ଅନଲାଇନ୍ ପାଠପଢାକୁ ବିକଳ୍ପ ଭାବେ ନେଇ ମୋବାଇଲ ଓ କମ୍ପ୍ୟୁଟରକୁ ଛାତ୍ରଛାତ୍ରୀ ଆପଣାଇଛନ୍ତି। ତେବେ ଏହି ବ୍ୟବସ୍ଥାରେ ଶୀଘ୍ର ପୂର୍ଣ୍ଣଚ୍ଛେଦ ପଡିବା ଚାହୁଁଛନ୍ତି ଉଭୟ ପିଲା ଓ ଅଭିଭାବକ। ତେବେ ତୃତୀୟ ଲହର ଆଶଙ୍କା ମନରେ ଭୟ ବି ସୃଷ୍ଟି କରୁଛି।

Manas Das Arrest
ବହୁଚର୍ଚ୍ଚିତ ସତ୍ୟବ୍ରତ ନାଏକ ହତ୍ୟା ମାମଲାରେ ବନ୍ଧା ହେଲେ ଗୁରୁଜୀ

ହତ୍ୟା ସ୍ଥଳରେ ନଥିଲେ ବି ପରୋକ୍ଷରେ ମାନସ  ଅପରାଧ ଘଟାଇଥିଲେ। ମାନସଙ୍କ ନାଁରେ ଅପହରଣ, ହତ୍ୟା, ପୋଡ଼ି ପ୍ରମାଣ ନଷ୍ଟ ଦଫା ଲାଗିଛି। ମାନସଙ୍କ ନାଁରେ ଆଉ ଯାହା ଅଭିଯୋଗ ଅଛି, ତଦନ୍ତ ଚାଲିଛି ବୋଲି IG କହିଛନ୍ତି। ମାନସ ଦାସଙ୍କ ନାଁରେ ସଂଗୀନ ଦଫା ପୋଲିସ ଲଗାଇଛି।

Bidyabharati panda
ବିଦ୍ୟାଭାରତୀଙ୍କ ଠାରୁ ୬ ପ୍ରଶ୍ନର ଉତ୍ତର ଖୋଜିବ କ୍ରାଇମବ୍ରାଞ୍ଚ

ଗତକାଲି ସୌମ୍ୟଙ୍କ ପୈତୃକ ଘରକୁ ଯାଇ ତାଙ୍କ ପରିବାରକୁ କ୍ରାଇମବ୍ରାଞ୍ଚ ପଚରା ଉଚରା କରିଛି। ସୌମ୍ୟଙ୍କ ମୃତ୍ୟୁ ପ୍ରାୟ ଦେଢ଼ ମାସ ପରେ ମଧ୍ୟ ସସପେନ୍ସରେ ରହିଛି। ସୌମ୍ୟଙ୍କ ମୃତ୍ୟୁର ରହସ୍ୟ ଫିଟି ପାରିନି। ଆଗରୁ ଡିଏଫ୍ଓ ସଂଗ୍ରାମ ବେହେରାଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଜେରା କରିଛି।

Manas Das
ମାନବବାଦ ସଂଗଠନର ମୁଖିଆ ମାନସ ଦାସ ଗିରଫ

ଜାତି ଜାତି ମଧ୍ୟରେ ଭେଦଭାବ ସୃଷ୍ଟି କରୁଥିବା ଏକ ଲିଫ୍ଲେଟ୍ ସାମନାକୁ ଆସିଛି। ଏଥିରେ ଗୋଟିଏ ଧର୍ମର ବିଭିନ୍ନ ଜାତି ମଧ୍ୟରେ ଭେଦଭାବ ସୃଷ୍ଟି କଲାଭଳି ହିଂସା ଉଦ୍ରେକକାରୀ ବାର୍ତ୍ତା ରହିଛି। ନିର୍ଦ୍ଦିଷ୍ଟ ଏକ ଜାତିକୁ ନେଇ ଏକାଠି ହେବାକୁ ଦିଆଯାଇଛି। ବାର୍ତ୍ତା ଅନ୍ୟ ଏକ ଜାତିକୁ ନେଇ ଶତ୍ରୁର ସଜ୍ଞା ବର୍ଣ୍ଣନା କରାଯାଇଛି।

Odisha Amends Gram Panchayat Election Rules
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଟ ଫିଟିଲା!

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଟ ଫିଟିଲା! ଓଡ଼ିଶା ପଞ୍ଚାୟତ ଆଇନ ସଂଶୋଧନ ପ୍ରସ୍ତାବ ଅନୁମୋଦନ ପାଇଥିବା ସୂଚନା। ଜିଲ୍ଲା ପରିଷଦ ଆଇନ ଓ ସମିତି ସଭ୍ୟ ଆଇନ ସଂଶୋଧନ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଥିବା ସୂଚନା।

Representational Image
୫୦% ରହିବ ପଞ୍ଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣ ସୀମା

ବିଶ୍ୱସ୍ତ ସୂତ୍ରରୁ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଥିବାବେଳେ ଚଳିତ ଅଧିବେଶନରେ ବି ଏ ସମ୍ପର୍କିତ ବିଲ୍ ଆସିବା ଅନୁମାନ କରାଯାଉଛି। ଏସବୁ ଆଇନ୍ ବିଧାନସଭାରେ ପାରିତ ହେଲା ପରେ ସଂରକ୍ଷଣ ସୀମା ୫୦ ପ୍ରତିଶତ ଭିତରେ ରହିବ। 

Mysterious death
ରାତିରେ ଅଧା କଥାରୁ କଟିଗଲା ପୁଅର କଲ୍‌, ସକାଳେ ଆସିଲା ମୃତ୍ୟୁ ଖବର

ମୃତ ରାଜୁର ପିତାଙ୍କ କହିବା ଅନୁଯାୟୀ ରାତି ଗୋଟାଏ ବେଳେ ତାଙ୍କ ପୁଅର ମୋବାଇଲ‍୍‌ ଫୋନରୁ ତାଙ୍କୁ କଲ‍୍‌ ଯାଇଥିଲା। ପୁଅ କହିଥିଲା ଯେ କିଛି ଲୋକ ତାକୁ ମରାପିଟା କରୁଛନ୍ତି, ତିରିଶି ହଜାର ଟଙ୍କା ଦେଲେ ଛାଡିବେ ବୋଲି କହିବା ପରେ ଫୋନ କଟି ଯାଇଥିଲା। ସେ ସକାଳୁ ରାୟଗଡା ଆସିବା ବେଳେ ପୁଅର ମୃତ୍ୟୁ ଖବର ପାଇଥିଲେ।

Bank Loot
ବିଲ ମଝିରେ ଝୁଣ୍ଟିଲା ବ୍ୟାଙ୍କ୍‌ ଲୁଟେରା

ତେବେ ଏଠି ପ୍ରଶ୍ନ-ବ୍ୟାଙ୍କରେ ଲୁଟେରା ଦୀର୍ଘ ସମୟ ଧରି ବସିରହିଥିଲେ ବି କେମିତି ତା ଉପରେ ସନ୍ଦେହ ହୋଇନଥିଲା ? କାହିଁକି ବ୍ୟାଙ୍କରେ ସୁରକ୍ଷା ଗାର୍ଡ ନଥିଲେ ? ଆଲାରାମ୍‌ ବ୍ୟବସ୍ଥା ଥାଇ ବି କାହିଁକି କର୍ମଚାରୀମାନେ ତାକୁ ବ୍ୟବହାର କରିନଥିଲେ ? ଗତକାଲିର ଘଟଣା ପରେ ଉଙ୍କି ମାରିଛି ଏମିତି ଅନେକ ପ୍ରଶ୍ନ।

Accused Deepak Dehury
ଫେସବୁକ୍‌ରୁ ପ୍ରେମ ପରେ ଯୁବତୀଙ୍କ ଠାରୁ ଅଢ଼େଇ ଲକ୍ଷ ଟଙ୍କା ଲୁଟିନେଲେ ପ୍ରେମିକ

ସମ୍ପୃକ୍ତ ଯୁବକ ବିବାହିତ ବୋଲି ଯୁବତୀ ଜଣକ ଜାଣିବା ପରେ ସେଠାରୁ ଖସିଆସି ଥାନାରେ ଅଭିଯୋଗ କରିଥିଲେ। ଆକାଉଣ୍ଟରେ ଥିବା ଟଙ୍କାକୁ ଉକ୍ତ ଯୁବକ କୌଶଳ କରି ତାଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଦେଇଥିଲା।

Shree Jagannatha Temple
ଶନି, ରବିରେ ଭକ୍ତଙ୍କୁ ମିଳିବ କି ଶ୍ରୀଜିଉଙ୍କ ଦର୍ଶନ?

ସେପ୍ଟେମ୍ବର ଶେଷ ଯାଏ ଶନି, ରବି ଦର୍ଶନ ବନ୍ଦ ଘୋଷଣା ହୋଇଥିଲା। ସରକାର ସଟଡାଉନ ହଟାଇବା ପରେ ଶ୍ରୀମନ୍ଦିର ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି।ତେବେ ଗଣେଶ ପୂଜା ଦିନ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିବ। ପୂର୍ବ ଘୋଷଣା ଅନୁସାରେ ୧୦ରେ ଦର୍ଶନ ମନା କରାଯାଇଥିବା ନେଇ ଉନ୍ନୟନ ପ୍ରଶାସକ କହିଛନ୍ତି।

Odisha Assembly
ରାଜ୍ୟରେ ଭୟଙ୍କର ମରୁଡ଼ି ସ୍ଥିତି: ମୋହନ ମାଝୀ

ବିଜେପି ଟିମ ପକ୍ଷରୁ ୪ଟିମ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ପରଖି ଆସିଛି। ରାଜ୍ୟରେ ଭୟଙ୍କର ମରୁଡ଼ି ସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ମୁଲତବି ପରେ ସ୍ୱାଭାବିକ ଭାବେ ଚାଲିଛି ବିଧାନସଭା ଗୃହକାର୍ଯ୍ୟ। ମରୁଡି ସ୍ଥିତି ନେଇ ଗୃହରେ ଆଲୋଚନା ହୋଇଥିଲା। ବିରୋଧୀଙ୍କ ମୁତଲବି ନୋଟିସ ପରେ ଏହା ଉପରେ ଆଲୋଚନା ହୋଇଥିଲା।

Manas Das
ଏତେ ଅତ୍ୟାଚାରୀ ଥିଲା ମାନବବାଦଙ୍କ ସଂଗଠନ?

ପ୍ରତିଦିନ ଫିଟୁଛି ମାନବବାଦ ସଂଗଠନର କଳା କାରନାମାର ଗୁମର । ଲୋକଙ୍କୁ ସଂଗଠନରେ ମିଶିବାକୁ ବାଧ୍ୟ କରୁଥିଲେ, ଆଉ ଯଦି ଏଥିରେ ଅରାଜି ହୁଅନ୍ତି ତେବେ ତାଙ୍କୁ ଦିଆଯାଉଥିବା ଅକଥନୀୟ ଅତ୍ୟାଚାର ଆଜି ବି ସେ ଦିନର ଘଟଣାକୁ ଭୁଲି ନାହାନ୍ତି ଖୋର୍ଦ୍ଧା ହଳଦିଆ ପଞ୍ଚାୟତ ଦଣ୍ଡେଇ ସାହିର ୨ ପରିବାର। ୨୦୧୪ ମସିହାରେ ତାଙ୍କ ସହ ମାନବବାଦୀ ସଂଗଠନର ସମର୍ଥକ ଘରେ ପଶି ଭିଆଇଥିଲେ ଗୁଣ୍ଡରାଜ

tribal people protest
ଗୁରୁଜୀଙ୍କ ଗିରଫ ଦାବିରେ ଗର୍ଜିଲା ଆଦିବାସୀ ସଂଘ

ଗୁରୁଜୀଙ୍କ ବିରୋଧରେ ତାତିଲେ ଆଦିବାସୀ ସଂଘ। ଗିରଫ ଦାବିରେ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ।

Odisha Guideline
କ’ଣ ହେବ ସେପ୍ଟେମ୍ବର ଗାଇଡ୍‌ଲାଇନ୍

ସେପ୍ଟେମ୍ବରରେ ସରକାର ସଂପୂର୍ଣ୍ଣ ଅନ୍‌ଲକ୍‌କୁ ଯିବେ ନା କଟକଣାକୁ ଆଉ ଟିକେ କୋହଳ କରିବେ ସେନେଇ ଲୋକେ ଚାହିଁ ବସିଛନ୍ତି। ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ନୂଆ ଗାଇଡ୍‌ଲାଇନ ଆସିବାକୁ ଥିବାବେଳେ ସରକାରଙ୍କ ନିଷ୍ପତ୍ତି ଉପରେ ନଜର ରହିଛି। ରାଜ୍ୟରେ କରୋନା ଦ୍ୱିତୀୟ ଲହରର ପ୍ରଭାବ ହ୍ରାସ ପାଇବା ସହ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବି କମିଛି । ତେବେ ପିଲାଙ୍କ ସଂକ୍ରମଣ ବଢିବା ଓ ତୃତୀୟ ଲହର ଆଶଙ୍କା ସରକାରଙ୍କ ନିଷ୍ପତ୍ତିର ମାନଦଣ୍ଡ ହେବ ବୋଲି ଆଶା କରାଯାଉଛି।

Fake Manababad
ଫିଟୁଛି ଗୁରୁଜୀଙ୍କ ନକଲି ମାନବବାଦର ଅସଲି ଗୁମର

ତଥାକଥିତ ମାନବବାଦ ସଂଗଠନର ଗୁମର ସାମ୍ନାକୁ ଆସୁଛି । କେଉଁଠି ଚାନ୍ଦା ନ ଦେଲେ ମାଡ଼ ତ କେଉଁଠି ସଂଗଠନକୁ ବିରୋଧ କଲେ ହତ୍ୟା ଅଭିଯୋଗ। ପୂର୍ବରୁ ଶାସକ ଦଳ ସହ ସଂପୃକ୍ତିର ନିଚ୍ଛକ ଚିତ୍ର ସାମ୍ନାକୁ ଆସିଥିବା ବେଳେ ଏବେ ସଂଗଠନର ଜାତି ଆଉ ଧର୍ମ ବିରୋଧୀ ଆଭିମୁଖ୍ୟ ପଦାକୁ ଆସିଛି। ସଂଗଠନ ସଧବାଙ୍କୁ ଶଙ୍ଖା ଆଉ ସିନ୍ଦୂର ନ ପିନ୍ଧିବାକୁ ତାଗିଦ୍ କରୁଛି, କାହାର ବିୟୋଗ ହେଲେ ଗୃହକର୍ତ୍ତାଙ୍କୁ ଶୁଦ୍ଧିକ୍ରିୟା ପାଇଁ ବାରଣ କରୁଛି। ଖିଲାପ କଲେ ଗାଁରୁ ମାଡ଼ଖାଇ ବିଦା ହେବା ଥୟ।

Sero Survey
୩ୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ନବ ଦାସ

ଆଜିଠୁ ରାଜ୍ୟର ୧୨ଟି ଜିଲ୍ଲାରେ ହେବ ସେରୋ ସର୍ଭେ। ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର, କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାରେ ହେବ ସେରୋ ସର୍ଭେ। ଏହି ସର୍ଭେ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଚାଲିବ। ଏନେଇ ସଂପୃକ୍ତ ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର।

RI Exam
ଆଡମିଟ୍‌ କାର୍ଡ ଧରି ସେଣ୍ଟର ଖୋଜୁଛନ୍ତି RI ପରୀକ୍ଷାର୍ଥୀ

ଘଟଣାସ୍ଥଳରେ ଟିଟିଲାଗଡ ଉପଜିଲ୍ଲାପାଳ ଓ ପୋଲିସ ପହଞ୍ଚି ବୁଝାସୁଝା କରୁଛନ୍ତି। ପରୀକ୍ଷାର୍ଥୀଙ୍କୁ ବଲାଙ୍ଗିର ସ୍ଥିତ ପରୀକ୍ଷା କେନ୍ଦ୍ରକୁ ନିଆଯିବ କହିଲେ। ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ବସ୍‌ରେ ପରୀକ୍ଷାର୍ଥୀଙ୍କୁ ବଲାଙ୍ଗିର ନିଆଯିବ। ଦିନ ୧୨ଟାରୁ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ସୁଯୋଗ ଦିଆଯିବ ବୋଲି ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। 

Covid Test
ରାଜ୍ୟରେ ଦିନକରେ ୮୪୯ ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଏଯାବତ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬ହଜାର ୫୦୩କୁ ବୃଦ୍ଧି ପାଇଛି।  ଦିନକରେ ୯୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଟ୍ୱିଟ୍‌ ଯୋଗେ କହିଛି ସୂଚନା ଓ ଲୋକସମ୍ପର୍କ ବିଭାଗ। ଗତକାଲି ମୋଟ୍ ୬୮, ୬୬୭ ଟେଷ୍ଟିଂ ହୋଇଛି ଓ ପଜିଟିଭିଟି ରେଟ୍‌ ୧.୨୩ ରହିଛି।

Builder Ramesh Behera
ପ୍ଲଟିଂ ମାଲିକଙ୍କୁ ବିଭତ୍ସ ହତ୍ୟା, ଅଲଗା କରିଦେଲେ ମୁଣ୍ଡ ଗଣ୍ଡି

ଦୁର୍ବୃତ୍ତମାନେ ତାକୁ ହାଣି ମୁଣ୍ଡ ଓ ଗଣ୍ଡି ଅଲଗା କରିଦେଇଥିଲେ। ରକ୍ତର ହୋଲି ଖେଳିବା ପରେ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ। ମାତ୍ର ହତ୍ୟାକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ ଜମିଜମା କିମ୍ୱା ପୂର୍ବଶତ୍ରୁତାରୁ ହାଣିଥିବା ଅନୁମାନ କରାଯାଉଛି।  ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୁଲିସ।

ECMO Service
ଏସସିବି ମେଡିକାଲରେ ଆରମ୍ଭ ହେଲା ଇକ୍‌ମୋ ଚିକିତ୍ସା

ଇକମୋ ଚିକିତ୍ସା ଆବଶ୍ୟକ ରୋଗ ଚୟନ ପାଇ ଏକ ଡ଼ାକ୍ତରୀ ଟିମ୍ ଗଠନ କରାଯାଇଛି। ଦିନକ ପୂର୍ବରୁ ଗତ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ଏସସିବି ମେଡିକାଲରେ ୯ଟି ଇକମୋ ମେସିନ୍‌ରେ ଉଦଘାଟନ କରିଥିଲେ।

Actor Bobby Mishra
ଅଭିନେତା ବବି ମିଶ୍ରଙ୍କୁ ଥାନାରୁ ନୋଟିସ୍ ଦେଇ ଛାଡ଼ିଲା ପୋଲିସ୍

ପଡୋଶୀ କହିଥିଲେ ଯେ, ‘ବବି ମିଶ୍ର କାହାସହ ଫୋନ୍‌ରେ କଥା ହେଉଥିବା ମୁଁ ଶୁଣିବାକୁ ପାଇଲି। ଏହି ସମୟରେ ସେ କହିଥିଲେ, ଆଜି ଲୋକ ଡକାଇବି। ତପି ମିଶ୍ରକୁ ମାରିବି ଓ ତା ସ୍ତ୍ରୀକୁ ବାହା ହେବି। ଏପରିକି ବବି ଆସି ଆମ ଘରର ଗ୍ରୀଲକୁ ଗୋଇଠା ମାରିଛନ୍ତି। ଫଳରେ ମୋତେ ଗ୍ରୀଲରେ ଚାବି ଲଗାଇବାକୁ ପଡ଼ିଲା।’

Corona Vaccine
ନକଲି କୋଭିସିଲ୍ଡ ଟିକା ପ୍ରତି ନଜର ରଖ: ଏସିଏସ୍

ଟିକା ବ୍ୟବହାର ପୂର୍ବରୁ ଉତ୍ପାଦ ଓ ସପ୍ଲାଇ ଚେନ୍ ପ୍ରତି ସତର୍କ ଦୃଷ୍ଟି ଦେବାକୁ କୁହାଯାଇଛି। ଘରୋଇ ହସ୍ପିଟାଲର ପାଖରେ ଟିକାକରଣ ଅଭିଯାନ ପ୍ରତି ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏମିତି କିଛି ନଜରକୁ ଆସିଲେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ACS ନିର୍ଦ୍ଦେଶ ଦେଇଛନ୍ତି।

Weather Forecast
ଦାନା ବାନ୍ଧୁଛି ଲଘୁଚାପ, ୩ ଦିନ ବର୍ଷିବ

ବିଶେଷ କରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ। ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂପୁର, ନୟାଗଡ଼, କଟକ, ଅନୁଗୁଳ, ଦେବଗଡ଼, କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷାର ପୁର୍ବାନୁମାନ କରିଛି ପାଣିପାଗ ବିଭାଗ। 

Aambulance
ଭିଆଇପି ରାସ୍ତାରେ ଆମ୍ବୁଲାନ୍ସ ଯିବା ମନା କି?

ଭିଆଇପି ଲାଇନରେ ଆମ୍ବୁଲାନ୍ସ କାହିଁକି ଆଣିଲ ବୋଲି ସଂପୃକ୍ତ ଅଣଓଡ଼ିଆ କର୍ମଚାରୀ ତାଙ୍କ ଯୁକ୍ତିତର୍କ କରିବା ସାଙ୍ଗକୁ ଆମ୍ବୁଲାନ୍ସକୁ ୭ରୁ ୮ମିନିଟ ଯାଏଁ ଅଟକାଇ ରଖିଥିବା ଡ୍ରାଇଭର ଅଭିଯୋଗ କରିଛନ୍ତି।

People Waiting In Long Queues To Get Covid 19 Jab In Balasore
ଟିକା ପାଇଁ ଇଟା ଲାଇନ୍ : ଟିକା କେନ୍ଦ୍ରରେ ନିଜ ଉପସ୍ଥିତି ଜାହିର କରିବାକୁ କିଏ ଇଟା ରଖିଛି ତ କିଏ ଆଧାର କାର୍ଡ ରଖିଛି ।

ଟିକା ପାଇଁ ଇଟା ଲାଇନ୍ : ଟିକା କେନ୍ଦ୍ରରେ ନିଜ ଉପସ୍ଥିତି ଜାହିର କରିବାକୁ କିଏ ଇଟା ରଖିଛି ତ କିଏ ଆଧାର କାର୍ଡ ରଖିଛି । ଖାଇବା, ପିଇବା ସାମଗ୍ରୀ, ପାଣି ବୋତଲ ସହ ଚଟାଣରେ ଶୋଇଛନ୍ତି ଲୋକେ ।