/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656136988.jpg)
matric result
ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ଶନିବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏସମ୍ପର୍କରେ ସୂଚନା ଦେଇଛନ୍ତି । ବର୍ତ୍ତମାନ ମୂଲ୍ୟାଙ୍କନ ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି ଏବଂ ଫଳାଫଳ ଆସନ୍ତା ମାସରେ ପ୍ରକାଶ ପାଇବ । ରେଜଲ୍ଟ ନେଇ ବୋର୍ଡ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଥିବା ସେ କହିଛନ୍ତି । ତେବେ ପୂର୍ବରୁ ମାଟ୍ରିକ ପରୀକ୍ଷା ଫଳ ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ବୋଲି କହିଥିଲେ ସମୀର ରଂଜନ ଦାଶ ।
ସୂଚନାଯୋଗ୍ୟ ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ ୭ରେ ସରିଥିଲା ମାଟ୍ରିକ ପରୀକ୍ଷା । ସକାଳ ୮ଟାରୁ ଆରମ୍ଭ ହେଉଥିଲା ପରୀକ୍ଷା । ଦୁଇ ବର୍ଷ ପରେ ପୁଣି ଅଫଲାଇନ୍ ପରୀକ୍ଷା ହୋଇଥିବା ବେଳେ ୩, ୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପରୀକ୍ଷା ପରିଚାଳନା ପାଇଁ ରାଜ୍ୟର ୩୫ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟୋଜିତ ହୋଇଥିଲେ । ମୂଲ୍ୟାଙ୍କନ ପ୍ରକ୍ରିୟା ମେ ୨୧ ରୁ ୫୮ଟି ମୂଲ୍ୟାଙ୍କନ କେନ୍ଦ୍ରରେ ଆରମ୍ଭ ହୋଇଥିଲା । ଏବେ ତେଣୁ ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ ବୋଲି ଆଶାବାଦୀ ଥିବା କହିଛନ୍ତି ମନ୍ତ୍ରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)