Advertisment

Ganjam Suicide: ନିଶ୍ଚିହ୍ନ ହୋଇଗଲା ପରିବାର, ଏକାସଙ୍ଗେ ଜଳିଲା ମା’ ପୁଅ ଓ ଝିଅର ଜୁଇ

ବନ୍ଧା ସରିଛି କୋକେଇ । ମଶାଣିରେ ଜୁଇ ବି ସଜଡ଼ା ଚାଲିଛି । ସର୍ବସ୍ବାନ୍ତ ହୋଇସାରିଛି ପରିବାର । କଳହ ନେଇଛି ତିନି ତିନି ଜଣଙ୍କ ଜୀବନ । ବିଷ ପିଇ ଏକା ବେଳେ ଆଖି ବୁଜିଦେଲେ ମା’ ସହ ପୁଅ ଝିଅ ।

author-image
Namita Biswal
ଅଦ୍ୟତନ ହୋଇଛି

ବନ୍ଧା ସରିଛି କୋକେଇ । ମଶାଣିରେ ଜୁଇ ବି ସଜଡ଼ା ଚାଲିଛି । ସର୍ବସ୍ବାନ୍ତ ହୋଇସାରିଛି ପରିବାର । କଳହ ନେଇଛି ତିନି ତିନି ଜଣଙ୍କ ଜୀବନ । ବିଷ ପିଇ ଏକା ବେଳେ ଆଖି ବୁଜିଦେଲେ ମା’ ସହ ପୁଅ ଝିଅ । ସବୁ କିଛି ଠିକ୍‌ ଠାକ୍‌ ଥିଲା, ପରିବାର ବି ହସ ଖୁସିରେ ଚାଲୁଥିଲା । ହେଲେ କାଳ ରୂପି ଅନ୍ଧକାର ପରିବାରକୁ ଗ୍ରାସ କରି ସବୁ କିଛି ଛାରଖାର କରିଦେଲା । ଏ ଦୃଶ୍ୟ ହେଉଛି ଗଞ୍ଜାମ ଥାନା ଅଞ୍ଚଳର । ମାଆ ମାମି ରେଡ୍ଡୀ, ୨୩ ବର୍ଷୀୟ ପୁଅ ରାକେଶ ରେଡ୍ଡୀ ଓ ୨୦ ବର୍ଷୀୟା ଝିଅ ମିନା ରେଡ୍ଡୀଙ୍କ ମୃତ୍ୟୁ ହେବା ପରେ ଏବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍‌ କରୁଛି । 

Advertisment
Ganjam Mass Family Suicide
Advertisment
Advertisment