• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଟଙ୍କା ପାଇଁ ଦେଶର ଲୋକ ତଥା ଦେଶ ସହ ଦେଶଦ୍ରୋହ । ଚୀନ୍‌ ନାଗରିକଙ୍କ ପାଇଁ ନିଜ ଲୋକଙ୍କୁ ଠକୁଥିଲେ ଅଭିଯୁକ୍ତ । ମୋବାଇଲ୍ ଆପ୍ ମାଧ୍ୟମରେ ସହଜରେ ଋଣ ଦେବାକୁ ପ୍ରଲୋଭିତ କରୁଥିବା ୨୨ ଜଣଙ୍କୁ ସାରା ଦେଶରୁ ଗିରଫ କରାଯାଇଛି । ଚୀନ୍ ନାଗରିକଙ୍କ ଦ୍ୱାରା ଏହି ଗ୍ୟାଙ୍ଗ୍‌ ପରିଚାଳିତ ହେଉଥିଲା ଏବଂ ବର୍ତ୍ତମାନ ପ୍ରାୟ ୫୦୦ କୋଟି ଟଙ୍କା ଆଦାୟ ହୋଇଥିବା ମାମଲା ସାମ୍ନାକୁ ଆସିଛି । ୧୦୦ରୁ ଅଧିକ ଲୋନ୍ ଆପ୍‌ ବ୍ୟବହାର କରି ଅଭିଯୁକ୍ତମାନେ ଲୋକଙ୍କୁ ଫସାଉଥିଲେ । ପରେ ତାକୁ ଚୀନ୍‌ ଏବଂ ହଂକଂ ସ୍ଥିତ ସର୍ଭରରେ ଅପଲୋଡ୍ କରୁଥିଲେ ।

ଦୁଇ ମାସରୁ ଅଧିକ ସମୟ ଛାନଭିନ୍‌ କରିବା ପରେ ଏହି ଗ୍ୟାଙ୍ଗ ସଦସ୍ୟଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଦିଲ୍ଲୀ, କର୍ଣ୍ଣାଟକ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟରେ ବ୍ୟାପିଛି ଏହି ନେଟ୍‌ୱର୍କ । ଲକ୍ଷ୍ନୌରେ ଏକ କଲ ସେଣ୍ଟର କରି ଷଡ଼ଯନ୍ତ୍ର ରଚୁଥିଲେ ଅଭୁଯୁକ୍ତ । ଗ୍ୟାଙ୍ଗର ସଦସ୍ୟମାନେ ପ୍ରଥମେ ଆପ୍ ମାଧ୍ୟମରେ ଲୋନ୍‌ ପ୍ରଦାନ କରୁଥିଲେ । ୟୁଜର ଥରେ ଆପ୍‌ ଡାନଲୋଡ଼ କରିବା ପରେ ତୁରନ୍ତ ସେମାନଙ୍କ ଆକାଉଣ୍ଟକୁ କିଛି ମିନିଟ୍ ମିନିଟ୍‌ ମଧ୍ୟରେ ଟଙ୍କା କ୍ରେଡିଟ୍‌ ହୋଇଯାଉଥିଲା ।

ହେଲେ ଟଙ୍କା ଦେବା ପରେ ନକଲି ଆଇଡି ଆଧାରରେ ନିଆଯାଇଥିବା ବିଭିନ୍ନ ନମ୍ବରରୁ ୟୁଜରଙ୍କୁ କଲ୍‌ କରୁଥିଲେ ଅଭିଯୁକ୍ତ । ସୋସିଆଲ ମିଡିଆରେ ତାଙ୍କ ନଗ୍ନ ଚିତ୍ର ଅପଲୋଡ୍ କରିଦେବାକୁ ଧମକ ଦେଉଥିଲେ । ଅପମାନ ଭୟରେ ୟୁଜର ବାଧ୍ୟ ହୋଇ ଦାବି ମୁତାବକ ଟଙ୍କା ଦେଇ ଦେଉଥିଲା । ଯେଉଁ ଟଙ୍କା ଆଦାୟ କରାଯାଉଥିଲା ସେଗୁଡ଼ିକରେ କ୍ରିପ୍ଟୋ କରେନ୍ସି କ୍ରୟ କରାଯାଇ ଚୀନ୍‌କୁ ପଠାଯାଉଥିଲେ । ଏହି ଗ୍ୟାଙ୍ଗ ସଦସ୍ୟମାନେ ଏକାଧିକ ଆକାଉଣ୍ଟ ବ୍ୟବହାର କରୁଥିଲେ । ପ୍ରତ୍ୟେକ ଦିନ କୋଟି କୋଟି ଟଙ୍କା କାରବାର କରୁଥିଲେ ।

ଗିରଫ ସଦସ୍ୟମାନେ ପୋଲିସକୁ କହିଛନ୍ତି ,ଚୀନ୍ ନାଗରିକଙ୍କ ନିର୍ଦ୍ଦେଶରେ ଏହି ରାକେଟ୍‌ ଚାଲୁଥିଲେ । ତେବେ ବର୍ତ୍ତମାନ ଚୀନ୍ ନାଗରିକଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଖୋଜି ଏବଂ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି ।