ବିଶ୍ୱର ସବୁଠାରୁ ସନ୍ତସନ୍ତିଆ ବା ଆର୍ଦ୍ରତା ସ୍ଥାନ ଭାବରେ ମେଘାଳୟର ମାସିନ୍ରାମର ନାମ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନିତ କରାଯାଇଛି। ବଙ୍ଗୋପସାଗର ଯୋଗୁଁ ଏଠାରେ ବହୁତ ଆର୍ଦ୍ରତା ଦେଖାଯାଏ। ଆହୁରି ମଧ୍ୟ, ଏଠାରେ ହାରାହାରି ବାର୍ଷିକ ବୃଷ୍ଟିପାତ ୧୧,୮୭୧ ମିମି। ଏହି ବର୍ଷା ଏତେ ଅଧିକ ଯେ ରିଓ ଡି ଜେନେରିଓରେ ଥିବା ୩୦ ମିଟର ଉଚ୍ଚ ଷ୍ଟାଚ୍ୟୁ ଅଫ୍ ଖ୍ରୀଷ୍ଟଙ୍କ ଆଣ୍ଠୁ ପର୍ଯ୍ୟନ୍ତ ପାଣି ଆସିଯାଏ।