Advertisment

Health Ministry : ବଧିର କରୁଛି ଇଅରଫୋନ୍ ଏବଂ ହେଡଫୋନ୍, ଗାଇଡ୍ ଲାଇନ୍ ଜାରିକଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ଯୁବପିଢି କିପରି ଦୀର୍ଘ ସମୟ ହେଡଫୋନ୍ ଏବଂ ଇଅରଫୋନ୍ ବ୍ୟବହାରରୁ ବର୍ତ୍ତିବେ ସେଥିପାଇଁ ମନ୍ତ୍ରଣାଳୟ ସମସ୍ତ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶନାମା ଜାରି କରିଛି। ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ଅତୁଲ ଗୋଏଲ ଏକ ଚିଠି ଯୋଗେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।

author-image
Deviprasad Jena
ଅଦ୍ୟତନ ହୋଇଛି
Prevent Hearing Damage

Prevent Hearing Damage

ଗ୍ରୀନ୍ ଲାଇଟ୍ ପରେ ଏବେ ଇଅର୍ ଫୋନ୍ ଏବଂ ହେଡ୍ ଫୋନ୍ ଚିନ୍ତା । ମୋବାଇଲ୍, ଲାପଟପ୍ ଆଖି ଉପରେ କୁପ୍ରଭାବ ପକାଉ ଥିବାବେଳେ ଏବେ କାନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ହେଡଫୋନ୍ ଏବଂ ଇଅରଫୋନ୍ । ଏହି ଦୁଇ ଯାନ୍ତ୍ରିକ ଉପକରଣ କାରଣରୁ ଅଧିକାଂଶ ଯୁବପିଢି ଏବେ ଶୃତିବାଧିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଣୁ ସଚେତନତା ପାଇଁ ଗାଇଡ୍ ଲାଇନ୍ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

Advertisment

ଯୁବପିଢି କିପରି ଦୀର୍ଘ ସମୟ ହେଡଫୋନ୍ ଏବଂ ଇଅରଫୋନ୍ ବ୍ୟବହାରରୁ ବର୍ତ୍ତିବେ ସେଥିପାଇଁ ମନ୍ତ୍ରଣାଳୟ ସମସ୍ତ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶନାମା ଜାରି କରିଛି । ଡିରେକ୍ଟର ଜେନେରାଲ୍ ଅଫ୍ ହେଲଥ ସର୍ଭିସ୍ ବା ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ଅତୁଲ ଗୋଏଲ ଏକ ଚିଠି ଯୋଗେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଗୋଏଲ ଉଲ୍ଲେଖ କରିଛନ୍ତି ଯେ ହୋଡଫୋନର ଭଲ୍ୟୁମ୍ ୫୦ ଡେସିବଲରୁ ଅଧିକ ହେବା ଉଚିତ୍ ନୁହେଁ । ଏପରିକି ଶୁଣିବାର ସମୟ ମଧ୍ୟ କିପରି ୨ ଘଣ୍ଟାରୁ ଅଧିକ ହେବ ନାହିଁ, ସେଥିପ୍ରତି ଧ୍ୟାନ ଦିଆଯିବ। କମ୍ ଭଲ୍ୟୁମର ଅଡିଓ କିମ୍ବା ପ୍ରଦୂଷଣ ମୁକ୍ତ ହେଡଫୋନ୍ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ମାର୍ଚ୍ଚ ପହିଲାରୁ ହୋଇଛି ଏହି ସବୁ ପରିବର୍ତ୍ତନ, ପକେଟ୍ ଉପରେ ଏମିତି ପକାଇବ ପ୍ରଭାବ

ସେହିପରି ପିଲାମାନେ ଅଧିକ ଅନଲାଇନ ଗେମିଂରେ ସମୟ ବିତାଉଥିବାରୁ ଏଥିପ୍ରତି ସତର୍କତା ଜାରି କରିବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ଅନଲାଇନ ଗେମିଂରେ ବ୍ୟବହାର ହେଉଥିବା ଉଚ୍ଚ ଶବ୍ଦ ଏବଂ ପିଲାମାନଙ୍କର ସୋଶାଲ ମିଡିଆ ବ୍ୟବହାର ସମୟ ହ୍ରାସ କରିବାକୁ ସଚେତନତା ସୃଷ୍ଟି କରିବା ପାଇଁ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି ଗୋଏଲ ।

ଏହା ବ୍ୟତୀତ ଶବ୍ଦ ପ୍ରଦୂଷଣକୁ ଏଡ଼ାଇବା ସହ ପ୍ରତିଟି ସ୍ଥାନରେ ଆଭେରଜ୍ ସାଉଣ୍ଡ ଯେପରି ୧୦୦ ଡେସିବଲ ମଧ୍ୟରେ ରହେ ଏବଂ ଲୋକମାନେ ଯେପରି ଶାନ୍ତ ପରିବେଶରେ ରହିବେ, ସେଥିପ୍ରତି ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି ଗୋଏଲ । ପିଲାମାନଙ୍କ ସ୍କ୍ରିନ୍ ସମୟ ସୀମିତ ଉପରେ ମଧ୍ୟ ମନ୍ତ୍ରଣାଳୟ ଗୁରୁତ୍ୱାରୋପ କରିଛି ।

ଆଖିର ସୁସ୍ଥତା ପାଇଁ ଯେପରି ପିଲାମାନେ ଗ୍ରୀନ୍ ଲାଇଟରେ କମ୍ ସମୟ ବିତାଇବେ, ସେଥିପ୍ରତି ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦିଆଯାଇଛି । କାରଣ ଏସବୁ ଟେକ୍ନୋଲୋଜିର ବହୁଳ ବ୍ୟବହାର ଫଳରେ ପିଲାମାନଙ୍କର ଶାରୀରିକ ଓ ବୌଧିକ ବିକାଶ ପ୍ରଭାବିତ ହେଉଛି ।

ଅପରପକ୍ଷେ ପିଲାମାନେ ମଧ୍ୟ ଅତ୍ୟଧିକ ମୋବାଇଲ୍ ଓ ଇଅର୍ ଫୋନ୍ ବ୍ୟବହାର ଫଳରେ କୁପ୍ରଭାବକୁ ଅନୁଭବ କରିପାରୁଛନ୍ତି । ମାତ୍ର ଏଥିରୁ ନିଜକୁ ଦୂରେଇ ରଖିପାରୁ ନାହାନ୍ତି । ଏହାର ମୁଖ୍ୟ କାରଣ ହେଉଛି ପିଲାଟି ଦିନରୁ ଏସବୁ କୁଅଭ୍ୟାସକୁ ଅଭ୍ୟାସରେ ପରିଣତ କରିଦେବା । ଏନେଇ ମାଆମାନଙ୍କୁ ପଚାରିଲେ ମାଆମାନେ କହୁଛନ୍ତି, ପିଲାମାନେ ଏବେ ସହରରେ ଏକୁଟିଆ ରହୁଛନ୍ତି । ପୂର୍ବ ପରି ଯୌଥ ପରିବାର ନାହିଁ । ତେଣୁ ଆମେ ନ ଚାହିଁଲେ ବି ମୋବାଇଲ ଧରାଇ ଅନ୍ୟ କାମ କରିବାକୁ ବାଧ୍ୟ ହେଉଛୁ ।

ଅଧିକ ପଢ଼ନ୍ତୁ: ଅବସର ନେଇଥିବା ବ୍ୟକ୍ତିଙ୍କ ପାଇଁ ଜରୁରୀ ସୂଚନା, ବଦଳିବ ପେନସନ ଢାଞ୍ଚା

Health Ministry New Guidelines Hearing Problems
Advertisment
Advertisment