• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କମନ ରୁମ୍‌ରେ ଖଟି ବନ୍ଦ । ସାର୍ ରହିବେ ପୁରା ୭ ଘଣ୍ଟା । ଫାଇଭ୍ ଟି ଚାର୍ଟର ଅନୁସାରେ କଲେଜ ଓ ୟୁନିଭରସିଟି ଗୁଡ଼ିକରେ ଅଧ୍ୟାପକ ଓ ଅଧ୍ୟାପିକାମାନେ ସେମାନଙ୍କ ଡ୍ୟୁଟି ଆୱାରରେ ଏଣିକି ୭ଘଣ୍ଟା ଉପସ୍ଥିତ ରହିବାକୁ ବାଧ୍ୟ । ଗତ ୧୬ ତାରିଖରେ ଉଚ୍ଚଶିକ୍ଷା ବିଭାଗର ହାଇଲେବଲ୍ ମିଟିଂରେ ଏଭଳି ନିଷ୍ପତ୍ତି ପରେ ତାକୁ କଡ଼ାକଡ଼ି ଲାଗୁ ପାଇଁ ସବୁଠି ତତ୍ପର ପ୍ରିନସିପାଲ୍ ଓ ଭାଇସ୍ ଚାନସଲର ।

ନବରଙ୍ଗପୁର କଲେଜର ଅଧ୍ୟାପକଙ୍କ ବିଶ୍ରାମ ପ୍ରକୋଷ୍ଠରେ ଚେୟାର ଖାଲି, ସାର୍ କ୍ଲାସ୍‌ରେ । ପ୍ରିନସିପାଲ୍ ବି ରାଜ୍ୟ ସରକାରଙ୍କ ନିୟମକୁ କଡ଼ାକଡ଼ି ପାଳନ ପାଇଁ ତାଗିଦ୍ କରିଛନ୍ତି । ସେମିତି କେଉଁ ଅଧ୍ୟାପକ କେତେବେଳେ ଆସୁଛନ୍ତି ? କେତେଟା କ୍ଲାସ ନେଇଛନ୍ତି ? ସେ କ୍ଲାସ୍‌ରେ କେତେ ପିଲା ଥିଲେ ? ଏକ୍ସଟ୍ରା କ୍ଲାସ୍‌ରେ କଣ ସବୁ ପିଲାଙ୍କୁ ପଢ଼ାଗଲା ? ତାକୁ ମଧ୍ୟ ରୀତିମତ ଯାଞ୍ଚ କରାଯିବ ବୋଲି କହିଛନ୍ତି ଲମତାପୁଟ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ।

ଅଧ୍ୟାପକଙ୍କ ପାଇଁ ଯେମିତି ୭ଘଣ୍ଟା କଲେଜରେ ରହିବା ବାଧ୍ୟତାମୂଳକ, ୭୫ ପ୍ରତିଶତ ଛାତ୍ରଛାତ୍ରୀ ବି କ୍ଲାସ୍ ରେ ବସିବା ସେତିକି ଜରୁରୀ । ନହେଲେ ସାର୍ ପଢ଼ାଇବେ କାହାକୁ ? ଅଧିକାଂଶ କଲେଜରେ ଦିନ ସାଢ଼େ ୨ଟା ପରେ ଗରିବ ଓ ମେଧାବୀ ପିଲାଙ୍କୁ ସିଭିଲ୍ ସର୍ଭିସ୍ ଲାଗି କୋଚିଂ ଦିଆଯିବାକୁ ବି ସରକାର ସ୍ଥିର କରିଛନ୍ତି । ଯାହାକୁ ପିଲା ସ୍ୱାଗତ କରିଛନ୍ତି ।

ସରକାରଙ୍କ ଏ ନିୟମକୁ ବିରୋଧ କରୁନଥିଲେ ବି ପ୍ରଥମେ ଖାଲିପଡ଼ିଥିବା ୫୦ ପ୍ରତିଶତରୁ ଅଧିକ ସଂଖ୍ୟକ ପଦବୀ ପୂରଣ ଉପରେ ଜୋର ଦେଇଛି ଅଧ୍ୟାପକ ସଂଘ । ତା’ସହ କହିଛି ଡ୍ୟୁଟି ଆୱାର ୭ରୁ ୫ ଘଣ୍ଟା କରାନଗଲେ ଉପାନ୍ତ ଇଲାକାରେ ପିଲା ଘରକୁ ଫେରୁ ଫେରୁ ସନ୍ଧ୍ୟା ହେବ । ଜବାବରେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଶିକ୍ଷାର ମାନ ବୃଦ୍ଧି ପାଇଁ ଏ ପଦକ୍ଷେପ । ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ଶୀଘ୍ର ପୂରଣ ହେବ । 

  • Reported by:
  • JAGDISH DAS , Naba Ghana Bishoi