Advertisment

Reels Addiction Leads to Death: ରିଲ୍ସ ନିଶା ନେଲା ଟ୍ରକ ଡ୍ରାଇଭରଙ୍କ ଜୀବନ

ରିଲ୍ସ କରିବା ପଡିଗଲା ମହଙ୍ଗା । ଟିକିଏ ଅସାବଧାନତା ନେଇଗଲା ଜଣେ ଯୁବକଙ୍କ ଜୀବନ । କ୍ଷତାକ୍ତ ଅବସ୍ଥାରେ ପୋଲ ତଳୁ ମିଳିଲା ମୃତଦେହ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Reels

Reels

ମୋବାଇଲ୍‌ରେ ରିଲ୍ସ ନିଶା ଅନେକ ସମୟରେ କାଳ ହେଇଯାଏ। ଆଉ ଏ ନିଶା କେତେ ଜୀବନ ମଧ୍ୟ ନେଇଛି। ମୋବାଇଲରେ ରିଲ୍ସ କରିବା ବେଳେ ଅସାବଧାନତା ଯୋଗୁଁ ଘଟିଯାଇଛି ବଡ ଅଘଟଣ । ଟିକିଏ ଅସାବଧାନତା ଯୋଗୁଁ ଚାଲିଗଲା ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲାରେ । ପୋଲ ତଳକୁ ଖସି ଯୁବକଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡ଼ କେ ବଲାଙ୍ଗ ଥାନା ଏନଏଚ୍ ୫୨୦ ପୋଲ ନିକଟରୁ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଉତ୍ତରପ୍ରଦେଶ ଚପକି ଥାନା ଅଞ୍ଚଳର ସୁରେଶ କୁମାର।

Advertisment

ଅଧିକ ପଢ଼ନ୍ତୁ: ଭାରତର ଯୁଦ୍ଧ ପ୍ରସ୍ତୁତି ! କାଲି ଓଡ଼ିଶାର ୧୨ ଜିଲ୍ଲାରେ ବାଜିବ ସାଇରନ୍

ସୂଚନା ଅନୁଯାୟୀ, ସୁରେଶ ଗତକାଲି ରାଉରକେଲାରୁ କୋଇଡ଼ା ଅଭିମୁଖେ ଏକ ୧୮ ଚକିଆ ଟ୍ରକ୍ ନେଇ ଆସୁଥିଲେ। କେ.ବଲାଙ୍ଗ ଥାନା ଅନ୍ତର୍ଗତ ୫୨୦ ଜାତୀୟ ରାଜପଥ ପୋଲ ନିକଟରେ ଅଟକି ଥିଲେ । ଏହା ପରେ ଗାଡ଼ିରୁ ଓହ୍ଲାଇ ପୋଲ ଉପରେ ରିଲ୍ସ କରିଥିଲେ। ହେଲେ ଅସାବଧାନତା ଯୋଗୁଁ ଗୋଡ ଖସିଯିବାରୁ ସେ ପୋଲ ତଳକୁ ପଡି ଯାଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି। ଅପରାହ୍‌ଣରେ କିଛି ଲୋକ ପୋଲ ତଳେ କ୍ଷତାକ୍ତ ଅବସ୍ଥାରେ ତାଙ୍କୁ ଦେଖି ପୁଲିସକୁ ସୂଚନା ଦେଇଥିଲେ। ପୋଲିସ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ଉଲ୍ଲେଖଯୋଗ୍ୟ, ଅନେକ ଥର ରିଲ୍ସ ନିଶାରେ ଯୁବକ ଓ ଯୁବତୀଙ୍କ ଜୀବନ ଯିବା ନଜର ଆସିଛି । ଯୁବପିଢିମାନେ ରିଲ୍ସ କରିବା ବେଳେ ସାବଧାନତା ଅବଲମ୍ବନ କରୁନଥିବାରୁ ଏପରି ଘଟଣା ବାରମ୍ଭାର ଘଟୁଥିବା ଦେଖାଦେଇଛି । 

ଅଧିକ ପଢ଼ନ୍ତୁ: ଘନେଇଲା ଯୁଦ୍ଧ ଆଶଙ୍କା; ପହଲଗାମ୍ ପ୍ରତିଶୋଧ ପାଇଁ ବଡ଼ ସଙ୍କେତ...

Reels On Social Media Accident
Advertisment
Advertisment