ଭାରତୀୟ ମହିଳା ଟିମ୍ର ଲଗାତର ସପ୍ତମ ଥର ଏସିଆ କପ୍ ଟାଇଟଲ ଜିତିବା ସ୍ୱପ୍ନ ମଉଳି ଯାଇଛି। ଭାରତକୁ ହରାଇ ଏସିଆ କପ୍ ଟି-୨୦ ଟାଇଟଲ ହାତେଇଛି ବାଂଲାଦେଶ। ଫାଇନାଲରେ ଛଅ ଥରର ଚାମ୍ପିଅନ୍ ଭାରତୀୟ ମହିଳା ଟିମ୍କୁ ୩ ୱିକେଟ୍ରେ ହରାଇ ବାଂଲାଦେଶ ପ୍ରଥମ ଥର ଏସିଆ କପ୍ରେ ଚାମ୍ପିଅନ୍ ହୋଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୧୨ ରନ୍ କରିଥିଲା। କ୍ୟାପ୍ଟେନ୍ ହରମନପ୍ରୀତ କୌର ଗୋଟିଏ ପଟେ କ୍ରିଜ୍ରେ ଜମି […]
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନିଜର ବ୍ୟାଟିଂ ଜରିଆରେ ବହୁ ରେକର୍ଡ ନିଜ ନାମରେ କରିସାରିଛନ୍ତି। କୋହଲି ସୋସିଆଲ ମେଡିଆରେ ମଧ୍ୟ ବେଶ ଲୋକପ୍ରିୟ। ସେହିପରି ନିଜ ଫିଟନେଶ ଓ ଲୁକ୍ସ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବିରାଟ କିଛି ବର୍ଷ ହେବ ଦାଢି ରଖିଆସୁଛନ୍ତି। ଯାହାକି କୋହଲିଙ୍କ ପ୍ରଶଂସକମାନଙ୍କୁ ଏହି ଲୁକ୍ ବହୁତ ପସନ୍ଦ ଆସିଛି। ଏହି ଦାଢିବାଲା ଲୁକ୍ ପାଇଁ ବିରାଟ ପ୍ରଶଂସକଙ୍କ ସମେତ ତାଙ୍କ ସାଥି ଖେଳାଳୀ ବି ଦାଢି […]
ଭାରତ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ମ୍ୟାଚ ସର୍ବଦା ରୋମାଞ୍ଚକର ହୋଇଥାଏ। ଆଜି ଖେଳାଯାଇଥିବା ଟି-୨୦ ଏସିଆ କପ୍ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟ ଦଳ ଏକତରଫା ଭାବେ ପାକିସ୍ତାନକୁ ହରାଇ ଫାଇନାଲରେ ପହଞ୍ଚିଛି। ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ୱିକେଟ ହରାଇ ୭୨ ରନ୍ କରିବାକୁ ସକ୍ଷମ ହୋଇଥିଲା। ଏମିତିକି ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂ ଆଗରେ ପାକ୍ ଟିମ୍ର ୭ ଜଣ ବ୍ୟାଟ୍ସମ୍ୟାନ […]
ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଛନ୍ତି କିମ୍ବଦନ୍ତୀ ବ୍ୟାଡମିଣ୍ଟନ ଖେଳାଳି ପୁଲେଲା ଗୋପୀଚାନ୍ଦ। ଓଡ଼ିଶା-ସାଇ ରିଜିଓନାଲ ବ୍ୟାଡମିଣ୍ଟନ ଏକାଡେମୀ ଏବଂ ପୁଲେଲା ଗୋପୀଚାନ୍ଦ ଫାଉଣ୍ଡସେନ ସହ MOU ସ୍ୱାକ୍ଷର ପାଇଁ ସେ ଭୁବନେଶ୍ୱର ଆସିଛନ୍ତି। କ୍ରୀଡ଼ା ବିଭାଗ ସହିତ ଆଲୋଚନା ମଧ୍ୟ କରିବେ। ଏହା ସହିତ କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ଏସିଆନ ଆଥଲେଟିକସ ଚାମ୍ପିୟନସିପର କଫି ଟେବୁଲ ବୁକର ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାରେ ବ୍ୟାଡମିଣ୍ଟନ ପ୍ରତିଭାମାନଙ୍କୁ ଖୋଜି ବାହାର କରିବା ପାଇଁ ଉଦ୍ୟମ କରିବେ ବୋଲି ଗୋପୀଚାନ୍ଦ […]
ମୁମ୍ବାଇ: କ୍ରିକେଟ ପଡିଆରେ ପୁଣିଥରେ ନଜର ଆସିବେ ତେନ୍ଦୁଲକର! କିନ୍ତୁ ଏହିଥର ସେଇ ଚର୍ଚ୍ଚିତ ଚେହେରା ସଚିନ ତେନ୍ଦୁଲକର ନୁହଁନ୍ତି ବରଂ ସଚିନଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ଦେଖିବାକୁ ମିଳିବ। ଭାରତୀୟ ୧୯ ବର୍ଷରୁ କମ୍ ଦଳରେ ସ୍ଥାନ ପାଇଛନ୍ତି ତେନ୍ଦୁଲକରଙ୍କ ପୁଅ ଅର୍ଜୁନ। ଆସନ୍ତା ସେପ୍ଟେମ୍ବର ମାସରେ ୧୯ ବର୍ଷରେ ପଦାର୍ପଣ କରିବେ ସଚିନଙ୍କ ପୁଅ। ଅର୍ଜୁନ ତେନ୍ଦୁଲକର ଆସନ୍ତା ଜୁଲାଇରେ ଶ୍ରୀଲଙ୍କା ସହ ଦୁଇଟି ୪ ଦିନିଆ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଦଳ ସହ […]
ନୂଆଦିଲ୍ଲୀ : ବିଶ୍ୱକପ୍ରୁ ବାଦ୍ ପଡ଼ିବା ପରେ କୋଚ୍ ଖୋଜିବା ଆରମ୍ଭ କରିଛି ବିସିସିଆଇ। ମୁଖ୍ୟ କୋଚ୍ ସମେତ ବ୍ୟାଟିଂ କୋଚ୍, ବୋଲିଂ କୋଚ୍, ଫିଲ୍ଡିଂ କୋଚ୍ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଏହାସହ ସାଇକୋ ଥେରାପିଷ୍ଟ, ଆଡମିନ୍ଷ୍ଟ୍ରେଟିଭ୍ ମ୍ୟାନେଜର ପାଇଁ ବି ଦରଖାସ୍ତ ଆହ୍ୱାନ କରାଯାଇଛି। ତେବେ ଏହି ପଦବୀରେ ଥିବା ପୁରୁଣା ସଦସ୍ୟଙ୍କୁ ବଦଳି କରାଯିବ ନାଁ ପୁରୁଣା ଅଧିକାରୀ ରହିବେ ସେ ନେଇ କୌଣସି ସୂଚନା ମିଳିପାରିନି। ଦୁଇ ବର୍ଷକୁ ଥରେ ବିସିସିଆଇର […]
ଲଣ୍ଡନ: ଭାରତୀୟ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ଓ ପେସ୍ ବୋଲର ଯଶପ୍ରୀତ ବୁମ୍ରା ସୋମବାର ଆଇସିସି ପକ୍ଷରୁ ଜାରି ଦିନିକିଆ ବ୍ୟାଟ୍ସମ୍ୟାନ୍ ଓ ବୋଲରଙ୍କ ରାଙ୍କିଙ୍ଗରେ ନିଜ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଭାରତୀୟ ଟିମ୍ ବିଶ୍ୱକପ୍ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡଠାରୁ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲା। ରବିବାର ଲର୍ଡ୍ସରେ ଖେଳାଯାଇଥିବା ହାଇଭୋଲଟେଜ୍ ଫାଇନାଲ୍ ପରେ ଚାମ୍ପିଅନ୍ ଇଂଲଣ୍ଡ ଓ ରନର୍ସଅପ୍ ନ୍ୟୁଜିଲ୍ୟାଣ୍ଡକୁ ନୂଆ ରାଙ୍କିଙ୍ଗରେ ଫାଇଦା ହୋଇଛି। ଏହି ରାଙ୍କିଙ୍ଗରେ ସେମିଫାଇନାଲ୍ ଓ ଫାଇନାଲ […]
ନୂଆଦିଲ୍ଲୀ: କ୍ରିକେଟ୍ ମଇଦାନରେ ଯେଉଁଠି ଛକା ଓ ଚୌକାର ବର୍ଷା ହେଉଛି, ସେହିଠାରେ ଏଭଳି କିଛି ଘଟଣା ଘଟିଥାଏ, ତାହା ପ୍ରଶଂସକଙ୍କୁ ସ୍ତବ୍ଧ କରିଦିଏ। କିଛି ଏଭଳି ଖବର ଜମ୍ମୁ-କଶ୍ମୀରରୁ ଆସିଛି, ଯେଉଁଠାରେ ଏକ କ୍ରିକେଟ୍ ମ୍ୟାଚ୍ ବେଳେ ଜଣେ ଯୁବ କ୍ରିକେଟରଙ୍କ ମୃତ୍ୟୁ ଘଟିଛି। ଦକ୍ଷିଣ କଶ୍ମୀରର ଅନନ୍ତନାଗର ବାରମୁଲା ଓ ବଡ଼ଗାମ୍ ମଧ୍ୟରେ ମ୍ୟାଚ୍ ଖେଳାଯାଉଥିଲା, ଯେଉଁଥିରେ ବ୍ୟାଟ୍ସମ୍ୟାନଙ୍କ ମୁଣ୍ଡରେ ବଲ୍ ବାଜିଥିଲା ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ କ୍ରିକେଟର୍ […]
ନୂଆଦିଲ୍ଲୀ : ଧୋନିଙ୍କ ଅାୟରଲ୍ୟାଣ୍ଡ ଗସ୍ତକୁ ନେଇ ଉତ୍ସାହିତ ହୋଇପଡିଛି କ୍ରିକେଟ୍ ଅାୟାରଲ୍ୟାଣ୍ଡ I ଦର୍ଶକଙ୍କୁ ଆକର୍ଷିତ କରିବା ତଥା ଅଧିକ ଟିକେଟ ବିକ୍ରି ପାଇଁ ସେ ତାଙ୍କ ଅଫିସିଅାଲ ଟ୍ୱିଟର ପେଜରେ ଧୋନିଙ୍କ ଫଟୋ ପୋଷ୍ଟ କରିଛନ୍ତି I ଏଥିରେ ଲେଖାଯାଇଛି ‘ଏମଏସ ଧୋନି ଅାସୁଛନ୍ତି, ୨୭ ଜୁନରେ ମାଲହାଇଡ ଗ୍ରାଉଣ୍ଡରେ ଅାପଣମାନେ ତାଙ୍କ ଖେଳ ଦେଖିପାରିବେ I’ MS Dhoni is coming and you can see him play at Malahide […]
ଭିଆଇପି ଲାଉଞ୍ଜରେ ମଦ ପରିବେଷଣ ଲାଗି ଅନୁମତି ଦେବା ଲାଗି କ୍ରୀଡ଼ା ବିଭାଗ ଅବକାରୀ କମିଶନଙ୍କ ଅନୁମତି ମାଗିଛନ୍ତି । ଏହି ଅନୁମତିର ଅପବ୍ୟବହାର ହେବ ନାହିଁ ତ? ଯଦି ନିର୍ଦ୍ଧାରିତ ବ୍ୟକ୍ତିବିଶେଷଙ୍କ ଛଡ଼ା ଆଉ କେହି ଏଭଳି ଅନୁମତିରୁ ମନ୍ଦ ଫାଇଦା ଉଠାବାକୁ ଚେଷ୍ଟା କରନ୍ତି, ସେମାନଙ୍କୁ ରୋକିବ କିଏ ?
ମଞ୍ଚେଷ୍ଟର : ସେମିଫାଇନାଲରେ ହାରିବା ପରେ ବିଶ୍ୱକପ୍ରୁ ବିଦା ହୋଇଥିବା ଟିମ୍ ଇଣ୍ଡିଆ ଭାରତ ଫେରିପାରୁନି। ମ୍ୟାଚ୍ ପରେ ଭାରତ ଆସିବାକୁ ଚାହୁଁଥିବା ଟିମ୍ ଇଣ୍ଡିଆ ଏବେ ଇଂଲଣ୍ଡରେ ଫସି ରହିଛି। ଫାଇନାଲ୍ ନ ସରିବା ଯାଏ ଇଂଲଣ୍ଡରେ ରହିବାକୁ ବାଧ୍ୟ ହୋଇଛି ବିରାଟ ବାହିନୀ। ସେମିଫାଇନାଲରେ ହାରି ବିରାଟ ବାହିନୀ କେବଳ ଭାରତୀୟଙ୍କ ହୃଦୟ ଭାଙ୍ଗିନି ବରଂ ଟିମ୍ ଇଣ୍ଡିଆର ଲଜିଷ୍ଟିକ ମ୍ୟାନେଜରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ମ୍ୟାଚ୍ ହାରିବା ପରେ ଟିମ୍ ଇଣ୍ଡିଆର […]
ବର୍ମିଂହାମ୍: ବୋଲରଙ୍କ ଦମଦାର ପ୍ରଦର୍ଶନ ପରେ ଜେସନ୍ ରୟଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଇଂଲଣ୍ଡ ଚଳିତ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ୮ ୱିକେଟରେ ହରାଇ ଫାଇନାଲରେ ପହଞ୍ଚିଛି। ଫାଇନାଲରେ ଇଂଲଣ୍ଡର ସାମ୍ନା ନ୍ୟୁଜିଲ୍ୟାଣ୍ଡ୍ ସହ ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ହେବ। ଇଂଲଣ୍ଡ ୨୭ ବର୍ଷ ପରେ ବିଶ୍ୱକପ୍ ଫାଇନାଲରେ ପହଞ୍ଚିବାରେ ସଫଳ ହୋଇଛି। ଏହା ପୂର୍ବରୁ ଇଂଲଣ୍ଡ ୧୯୯୨ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଥିଲେ ହେଁ, ପାକିସ୍ତାନଠାରୁ ହାରି ରନର୍ସଅପ୍ ହୋଇଥିଲା। ଗୁରୁବାର ଏଜବାଷ୍ଟନରେ ଖେଳାଯାଇଥିବା ଏହି […]
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ୧୫ ପଏଣ୍ଟ ସହ ଶୀର୍ଷରେ ରହି ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିଥିଲା। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ୍ ତା’ର ଶେଷ ତିନୋଟି ମ୍ୟାଚରେ ହାରିକି ବି କଷ୍ଟେମଷ୍ଟେ ସେମିଫାଇନାଲରେ ସ୍ଥାନ ହାସଲ କରିଥିଲା। ଏଭଳି ସ୍ଥିତିରେ ପ୍ରଶଂସକ ଦୃଢ଼ ଆଶାୟୀ ଥିଲେ ଯେ, ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ନା କେବଳ ଫାଇନାଲରେ ପହଞ୍ଚିବ ବରଂ ଟାଇଟଲ୍ ମଧ୍ୟ ଜିତିବ। କିନ୍ତୁ ଏହା ହୋଇପାରିଲା ନାହିଁ। ପ୍ରତି ଅଭିଯାନର ଶେଷ ହୋଇଥାଏ ଏବଂ ଭାରତୀୟ […]
ମାଞ୍ଚେଷ୍ଟର : ମାଞ୍ଚେଷ୍ଟରରେ ଆରମ୍ଭ ହୋଇଛି ଗତକାଲି ଅଧାରୁ ବନ୍ଦ ଥିବା ଭାରତ ନ୍ୟୁଜିଲାଣ୍ଡ ସେମିଫାଇନାଲ ମୁକାବିଲା। ବର୍ଷାଯୋଗୁ ଗତକାଲି ମ୍ୟାଚକୁ ଅଧାରୁ ସ୍ଥଗିତ ରଖାଯାଇଥିଲା। ଆଜି ରିଜର୍ଭ ଡେରେ ପୁଣି ଥରେ ସେହିଠାରୁ ଖେଳ ଆରମ୍ଭ ହୋଇଛି। ଗତକାଲି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୪୬.୧ ଓଭରରେ ୫ ଓ୍ୱିକେଟ୍ ହରାଇ ୨୧୧ରନ୍ କରିଥିବା ବେଳେ ବର୍ଷା ହୋଇଥିଲା। ଦୀର୍ଘ ୫ ଘଣ୍ଟା ଧରି ବର୍ଷା ହେବା ପରେ ଛାଡି ଯାଇଥିଲା। କିନ୍ତୁ ପଡିଆରେ ପାଣି […]
ମୁମ୍ବାଇ : ଆସନ୍ତାକାଲି ଭାରତୀୟ ଫୁଟବଲ ଟିମ୍ କେନିଆକୁ ଭେଟିବ। ମୁମ୍ବାଇରେ ହେବାକୁ ଥିବା ଏହି ମ୍ୟାଚ ପାଇଁ ଟିମ୍ ଇଣ୍ଡିଆ ସ୍ୱତନ୍ତ୍ର ରଣନୀତି କରିଛି। କିନ୍ତୁ ଶକ୍ତିଶାଳୀ କେନିଆକୁ ହରାଇବା ଭାରତୀୟ ଦଳ ପାଇଁ ଏତେ ସହଜ ହେବ ନାହିଁ। ଭାରତ ଉଦଘାଟନୀ ମ୍ୟାଚରେ ଚାଇନିଜ ତାଇପେଇକୁ ୫-୦ଗୋଲରେ ପରାସ୍ତ କରିଛି। ଅନ୍ୟପକ୍ଷରେ କେନିଆ ୨-୧ଗୋଲରେ ନ୍ୟୁଜିଲାଣ୍ଡକୁ ହରାଇଛି। ସେପଟେ ଷ୍ଟାଡିୟମରେ ଉପସ୍ଥିତ ରହି ଭାରତୀୟ ଟିମକୁ ସମର୍ଥନ କରିବାକୁ ଭାରତୀୟ କ୍ରିକେଟ ଟିମର ଅଧିନାୟକ […]
ମ୍ୟାଞ୍ଚେଷ୍ଟର୍ : ଚଳିତ ଆଇସିସି ବିଶ୍ୱକପ୍ର ପ୍ରଥମ ସେମି ଫାଇନାଲ୍ ମୁକାବିଲାରେ ଗତକାଲି ମୁହାଁମୁହିଁ ହୋଇଥିଲେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍। ତେବେ ଏହି ମ୍ୟାଚ୍କୁ ଫିକା କରି ଦେଇଥିଲା ବର୍ଷା। ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରି ୪୬.୧ ଓଭରରେ ୫ ୱିକେଟ୍ ହରାଇ ୨୧୧ ରନ୍ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା। ବର୍ଷା ପାଖାପାଖି ୫ ଘଣ୍ଟାରୁ ଅଧିକ ସମୟ ଧରି ଲାଗି ରହିଥିଲା। ବର୍ଷା ଛାଡ଼ିବା ପରେ ଗ୍ରାଉଣ୍ଡ୍ ନିରୀକ୍ଷଣ କରାଯାଇଥିଲା। ଯାଞ୍ଚ ପରେ […]
ନାପୋଲି /ଭୁବନେଶ୍ୱର : ଇଟାଲୀର ନାପୋଲିରେ ଚାଲିଥିବା ୩୦ତମ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଆ ଧାବିକା ଦୂତୀ ଚାନ୍ଦଙ୍କୁ ମିଳିଛି ବଡ଼ ସଫଳତା। ମହିଳା ୧୦୦ ମିଟର ଦୌଡ଼ରେ ସେ ପ୍ରଥମ ସ୍ଥାନ ହାସଲ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି କ୍ରୀଡ଼ାର ଚଳିତ ସଂସ୍କରଣରେ ଏହା ହେଉଛି ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ। ତା’ସହିତ ଏହି ବିଶ୍ୱସ୍ତରୀୟ କ୍ରୀଡ଼ାରେ ୧୦୦ ମିଟର ଦୌଡ଼ରେ ଏହା ହେଉଛି ଭାରତର ପ୍ରଥମ ସ୍ୱର୍ଣ୍ଣ। ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଇତିହାସରେ ପୂର୍ବରୁ […]
ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆକୁ ପୁରା ଦେଶରୁ ମିଳୁଛି ସମର୍ଥନ। ହେଲେ ଏବେ କିଛି ନିଆରା ଶୁଭେଚ୍ଛା ଓ ଶୁଭକାମନା ଭାରତୀୟ ଟିମ୍ ପାଇଁ ଇଂଲଣ୍ଡ ପଠାଯାଇଛି। ଭାରତୀୟ ଟିମ୍ର ସବୁ ଖେଳାଳୀଙ୍କ ପାଖକୁ ପହଞ୍ଚାଯାଇଛି ତାଙ୍କ ଜନ୍ମଭୂମିର ମାଟି। ଯେଉଁଠୁ ସେମାନେ ଖେଳ ଶିଖିଛନ୍ତି, ଯେଉଁ ସ୍କୁଲରେ ପଢ଼ି କ୍ରିକେଟ୍କୁ ସେମାନେ ନିଜ କ୍ୟାରିୟର୍ କରିଥିଲେ, ସେହି ସ୍ଥାନର ମାଟି ତାଙ୍କୁ ଇଂଲଣ୍ଡକୁ ପଠାଯାଇଛି। କ୍ୟାପଟେନ୍ କୋହଲିଙ୍କ ନୂଆଦିଲ୍ଲୀର ବିଶାଳ ଭାରତୀ ସ୍କୁଲ, ମହେନ୍ଦ୍ର ସିଂ […]
ମାଞ୍ଚେଷ୍ଟର୍ : ଆଜି ମାଞ୍ଚେଷ୍ଟର୍ରେ ଖେଳାଯିବ ବିଶ୍ୱକପ୍ କ୍ରିକେଟର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍। ବିଗ୍ ଫାଇଟ୍ ହେବ ବିରାଟ କୋହଲି ବନାମ କେନ୍ ଓ୍ୱିଲିୟମ୍ସନ୍ଙ୍କ ମଧ୍ୟରେ। ପୂରା ଉତ୍ସାହରେ ଦର୍ଶକ। ଆଜି ଛକା ଚଉକାରେ କମ୍ପିବ ମୈଦାନ। ଆଜିର ମ୍ୟାଚରେ ସଂଯୋଗର ବିଷୟ ହେଉଛି ୨୦୦୮ ଅଣ୍ଡର୍ ନାଇଣ୍ଟିନ୍ ବିଶ୍ୱକପ୍ ବେଳେ କୋହଲି ଓ କେନ୍ ଓ୍ୱିଲିୟମ୍ସନ୍ ନିଜ ନିଜ ଟିମ୍ର କ୍ୟାପଟେନ ଥିଲେ ଏବଂ ଉଭୟ ଟିମ୍ ସେମିଫାଇନାଲ ଖେଳିଥିଲେ। ଭାରତ ବିଜୟୀ ହୋଇ ଅଣ୍ଡର ନାଇଣ୍ଟିନ୍ […]
ମାଞ୍ଚେଷ୍ଟର୍ : ଆଜି ବିଶ୍ୱକପ୍ କ୍ରିକେଟର ପ୍ରଥମ ସେମିଫାଇନାଲ୍। ମାଞ୍ଚେଷ୍ଟର୍ରେ ମେନ୍ ଇନ୍ ବ୍ଲୁ ବନାମ ମେନ୍ ଇନ୍ ବ୍ଲାକ୍। ୨୦୧୫ ବିଶ୍ୱକପ୍ ରନର୍ସ ଅପ୍ ନ୍ୟୁଜିଲାଣ୍ଡକୁ ଭେଟିବ ୨୦୧୧ ଚାମ୍ପିୟନ ଭାରତ। ଉଭୟ ଟିମ୍ ଚଳିତ ସଂସ୍କରଣରେ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲରେ ପହଞ୍ଚିଛନ୍ତି। ଭାରତ ମାତ୍ର ଗୋଟିଏ ମ୍ୟାଚ୍ ହାରିଥିବା ବେଳେ ନ୍ୟୁଜିଲାଣ୍ଡ ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ପାକିସ୍ତାନ ଠାରୁ ହାରିଛି। ଲିଗ୍ରେ ନ୍ୟୁଜିଲାଣ୍ଡ ଓ ଟିମ୍ ଇଣ୍ଡିଆ ମଧ୍ୟରେ ମ୍ୟାଚ୍ ବର୍ଷା ଯୋଗୁଁ […]
ନୂଆଦିଲ୍ଲୀ : ବିଶ୍ୱକପ୍ କ୍ରିକେଟ୍ରେ ଆଜି ଶେଷ ଲିଗ୍ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ। ହେଡିଲେର ଲିଡ୍ସ ଗ୍ରାଉଣ୍ଡରେ ଶ୍ରୀଲଙ୍କାକୁ ଭେଟିବ ଭାରତୀୟ ଦଳ। ବିରାଟ ବ୍ରିଗେଡ୍ ଏଯାଏଁ ୮ଟି ମ୍ୟାଚ୍ ଖେଳି ୬ ବିଜୟ ସହ ୧୩ ପଏଣ୍ଟ ପାଇ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ସେପଟେ ଅଷ୍ଟ୍ରେଲିଆ ସମାନ ସଂଖ୍ୟକ ମ୍ୟାଟ୍ରେ ୧୪ ପଏଣ୍ଟ ପାଇ ତାଲିକାର ଶୀର୍ଷରେ ରହିଛି। ଯଦି ଆଜିର ମ୍ୟାଟ୍ରେ ଭାରତ ବିଜୟୀ ହୁଏ ଏବଂ ଅଷ୍ଟ୍ରେଲିଆ ନିଜ ଶେଷ […]
ନୂଆଦିଲ୍ଲୀ : ବିଶ୍ୱକପ୍ ସହ ଦିନିକିଆ କ୍ରିକେଟରୁ ଅବସର ନେଇଛନ୍ତି ପାକିସ୍ତାନ କ୍ରିକେଟର ଟପ୍ ଅଲରାଉଣ୍ଡର ସୋଏବ ମଲ୍ଲିକ୍। ଏଥିନେଇ ସେ ଶୁକ୍ରବାର ଘୋଷଣା କରିଛନ୍ତି। ତେବେ ଟି-ଟ୍ୱିଣ୍ଟି ଫର୍ମାଟରେ ନିଜ ଖେଳ ଜାରି ରଖିବେ ବୋଲି କହିଛନ୍ତି। ଚଳିତ ବିଶ୍ୱକପ୍ରେ ସୋଏବ ମଲ୍ଲିକ ତିନିଟି ମ୍ୟାଚ ଖେଳିଥିଲେ। A legend leaves the ODI field for the final time. Thank you Shoaib Malik ?#CWC19 | #PAKvBAN pic.twitter.com/g1tlIsPEK0 — Cricket […]
ଲର୍ଡ୍ସ: ଇମାମ୍ ଉଲ୍-ହକ୍ ଓ ବାବର ଆଜମଙ୍କ ଦମଦାର ବ୍ୟାଟିଂ ସାଙ୍ଗକୁ ଶାହୀନ୍ ଶାହ ଆଫ୍ରିଦିଙ୍କ ଘାତକ ବୋଲିଂକୁ ଆଧାର କରି ପାକିସ୍ତାନ ଚଳିତ ବିଶ୍ୱକପରେ ତା’ର ଶେଷ ମୁକାବିଲାରେ ବାଂଲାଦେଶକୁ ୯୪ ରନରେ ପରାସ୍ତ କରିଛି। ଲର୍ଡ୍ସରେ ଅନୁଷ୍ଠିତ ଏହି ମ୍ୟାଚରେ ପାକିସ୍ତାନ ଟିମ୍ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୧୫ ରନ୍ କରିବାକୁ ସକ୍ଷମ ହୋଇଛି । ଫଳରେ ପାକିସ୍ତାନକୁ ସେମିଫାଇନାଲ୍ ଟିକେଟ୍ ହାସଲ କରିବା ପାଇଁ ବାଂଲାଦେଶକୁ ୮ ରନ୍ […]
ଲଣ୍ଡନ: ଚଳିତ ଆଇସିସି ବିଶ୍ୱକପ୍ ସେମିଫାଇନାଲିଷ୍ଟ ଚୂଡ଼ାନ୍ତ ହୋଇଛି। ଅଷ୍ଟ୍ରେଲିଆ, ଭାରତ, ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ତେବେ ପାକିସ୍ତାନର ବିଶ୍ୱକପ୍ ସେମିଫାଇନାଲ୍ ଆଶା ଧୂଳିସାତ୍ ହୋଇଯାଇଛି। ଯଦି ପାକିସ୍ତାନ ବାଂଲାଦେଶକୁ ୮ ରନ୍ ଭିତରେ ଅଲଆଉଟ୍ କରିଥାନ୍ତା, ତାହେଲେ ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିଥାନ୍ତା। ଏଭଳି ଅସମ୍ଭବକୁ ସମ୍ଭବ କରିବା କୌଣସି ଟିମ୍ ପକ୍ଷେ କଷ୍ଟକର। ବାଂଲାଦେଶ ବିପକ୍ଷ ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ […]