• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

bajaranga
ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୧୮ : ସ୍ୱର୍ଣ୍ଣ ଜିତିଲେ ବଜରଙ୍ଗ ପୁନିଆ

ଗୋଲ୍ଡ କୋଷ୍ଟ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ସକାଳୁ ସକାଳୁ ସୁଟିଂରେ ଭାରତ ଦୁଇଟି ସ୍ୱର୍ଣ୍ଣ ହାତେଇ ଥିବା ବେଳେ ତୃତୀୟ ସ୍ୱର୍ଣ୍ଣଟି କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଦେଇଛନ୍ତି। ଏହା ଭାରତର ୧୭ ତମ ସ୍ୱର୍ଣ୍ଣ ପଦକ। ଫ୍ରିଷ୍ଟାଇଲ୍‌ ୬୫ କେଜି ବର୍ଗରେ ୱେଲ୍ସର କୁସ୍ତିଯୋଦ୍ଧା କେନ୍‌ ଚିରାଗଙ୍କୁ ୧୦-୦ରେ ହରାଇ ଏହି ଗୌରବ ହାସଲ କରିଛନ୍ତି ବଜରଙ୍ଗ।ପୂର୍ବରୁ କୁସ୍ତିରେ ରାହୁଲ ଅୱାରେ ଓ ସୁଶିଲ୍‌ କୁମାର ଦେଶ ପାଇଁ […]

sushil
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଚମକିଲେ ଭାରତୀୟ ରେସଲର

 ଗୋଲ୍ଡ କୋଷ୍ଟ  : ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଅଷ୍ଟମ ଦିନରେ ଚମକିଲେ ଭାରତୀୟ ରେସଲର୍। ଆଜି ଭାରତ ପାଇଁ ୨ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛନ୍ତି ଭାରତୀୟ କୁସ୍ତିଯୋଦ୍ଧା। ଷ୍ଟାର୍ ରେସଲର୍ ସୁଶିଲ କୁମାର ୭୪ କିଲୋଗ୍ରାମ ବର୍ଗରେ ଦକ୍ଷିଣ ଆଫ୍ରିକା ପ୍ରତିଦ୍ୱନ୍ଦ୍ୱୀଙ୍କୁ ୮୦ ସେକେଣ୍ଡରେ ପରାସ୍ତ କରି ସ୍ୱର୍ଣ୍ଣ ଜିତିଛନ୍ତି। ଏହା ସୁଶିଲଙ୍କ ତୃତୀୟ ରାଜ୍ୟଗୋଷ୍ଠୀ ସ୍ୱର୍ଣ୍ଣପଦକ। ସେହିପରି କୁସ୍ତିରେ ଆଜି ସ୍ୱର୍ଣ୍ଣ ଆଣିଛନ୍ତି ଯୁବ କୁସ୍ତିଯୋଦ୍ଧା ରାହୁଲ […]

merry com
ରାଜ୍ୟଗୋଷ୍ଠୀ କ୍ରୀଡା-୨୦୧୮ : ମେରିଙ୍କ ରୌପ୍ୟ ପଦକ ଜିତିବା ପକ୍କା

ଗୋଲ୍ଡକୋଷ୍ଟ : ଅଲମ୍ପିକ କାଂସ୍ୟ ପଦକ ବିଜେତା ତଥା ଭାରତର ସୁପର ଓମ୍ୟାନ ମେରି କମ୍‌ଙ୍କ ସୁପର ଶୋ’ରାଜ୍ୟଗୋଷ୍ଠୀ କ୍ରୀଡାରେ ଦେଖିବାକୁ ମିଳିଛି। ଆଜି ଖେଳାଯାଇଥିବା ୪୫-୪୮ କେଜି ବକ୍ସିଂ ବର୍ଗ ମ୍ୟାଚ୍‌ ଜିତି ସେ ଫାଇନାଲରେ ପହଞ୍ଚି ଯାଇଛନ୍ତି। ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱି ଶ୍ରୀଲଙ୍କାର ଅନୁଶା ଦିଲରୁକ୍ଷିଙ୍କୁ ୫-୦ରେ ହରାଇ ଏହି ସଫଳତା ପାଇଛନ୍ତି। ମେରି କମ୍‌ଙ୍କ ରୌପ୍ୟ ପଦକ ଜିତିବା ପକ୍କା ହୋଇ ସାରିଛି। ଆଜି ସେ ସ୍ୱର୍ଣ୍ଣ ପାଇଁ କୋର୍ଟରୁ ଓହ୍ଲାଇବେ। ପୂରା […]

Tokyo Olympic
ଟୋକିଓ ଅଲିମ୍ପିକ୍‌ ଭିଲେଜ୍‌ରୁ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ

ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାର ୬ ଦିନ ପୂର୍ବରୁ ଅଲିମ୍ପିକ୍‌ ଭିଲେଜ୍‌ରୁ ପ୍ରଥମ କରୋନା କେସ୍‌ ଚିହ୍ନଟ ହୋଇଛି। ପଜିଟିଭ୍‌ ଚିହ୍ନଟ ନେଇ ଶନିବାର ଆୟୋଜକ ସଂସ୍ଥା ପକ୍ଷରୁ କୁହାଯାଇଛି।

Australia Cricket Team
ICC T-20 WC: ଗ୍ରୁପ୍‌ ଭାଗବଣ୍ଟା ଯୋଗୁଁ ଅଡ଼ୁଆରେ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା, ଆରମ୍ଭରୁ ପଡ଼ିପାରନ୍ତି ବାଦ୍‌

ଅକ୍ଟୋବର ୧୭ ରୁ ଆରମ୍ଭ ହେବାକୁ ଥିବା ଟି -୨୦ ବିଶ୍ୱକପ ପାଇଁ ଆଇସିସି ଦୁଇଟି ଗ୍ରୁପ୍ ଘୋଷଣା କରିସାରିଛି । ସୁପର ୧୨ରେ ୨ଟି ଗ୍ରୁପ୍ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଭାରତ-ପାକିସ୍ତାନ ଦ୍ୱିତୀୟ ଗ୍ରୁପରେ ରହିଛନ୍ତି ।

cricket
ଅର୍ଜୁନ ସମ୍ମାନ ପାଇଁ ବୁମ୍ରା, ଶାମି ଓ ଜାଡେଜାଙ୍କ ନାଁ ସୁପାରିସ୍‌

ନୂଆଦିଲ୍ଲୀ : ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ଆଜି ବିସିସିଆଇ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ନାଁ ଭାରତ ସରକାରଙ୍କୁ ସୁପାରିସ୍‌ କରିଛି। ଏହି ୩ ଖେଳାଳିଙ୍କ ବ୍ୟତୀତ ମହିଳା ଟିମ୍‌ର ସଦସ୍ୟ ପୁନମ ଯାଦବଙ୍କ ନାଁ ମଧ୍ୟ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରାଯାଇଛି। ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ବିସିସିଆଇ ପ୍ରଶାସନିକ କମିଟି(ସିଓଏ)ର ସଦସ୍ୟମାନେ ବୈଠକ କରି ଏଭଳି ନିଷ୍ପତ୍ତି ନେଇଛନ୍ତି। ୨୫ ବର୍ଷୀୟ […]

  • Friday, 16 July 2021
play
ଆଇପିଏଲର ୩୬ତମ ମ୍ୟାଚ୍ : ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ

ଜୟପୁର: ଚଳିତ ଆଇପିଏଲର ୩୬ତମ ମ୍ୟାଚ୍ ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚରେ ରାଜସ୍ଥାନର ନୂଆ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିବ। ଏହି ମ୍ୟାଚ୍ ପାଇଁ ରାଜସ୍ଥାନ ଦଳରେ ତିନୋଟି ପରିବର୍ତ୍ତନ କରାଯାଇଛି। ସ୍ମିଥଙ୍କ ସମେତ ବେନ୍ ଷ୍ଟୋକ୍ସ ଓ ରିୟାନ ପରାଗ ଦଳକୁ ଫେରିଛନ୍ତି। ତେବେ ଇଂଲିଶ୍ ବ୍ୟାଟ୍ସମ୍ୟାନ୍ ଜୋସ ବଟଲର, ଈଶ୍ ସୋଢୀ […]

  • Friday, 16 July 2021
lara
ଆଗାମୀ ବିଶ୍ୱକପକୁ ନେଇ ଲାରାଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜର ମହାନ୍ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରା ଆଗାମୀ ବିଶ୍ୱକପକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ଲାରାଙ୍କ ମତରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଓ ଆୟୋଜକ ଇଂଲଣ୍ଡ ଟିମ୍ ନିଶ୍ଚିତ ଭାବେ ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିବେ। ଅନ୍ୟପକ୍ଷରେ ସେ ନିଜ ଟିମ୍ ଅର୍ଥାତ୍ ୱେଷ୍ଟଇଣ୍ଡିଜକୁ ହାଲକା ନଭାବିବାକୁ କହିଛନ୍ତି। ସେ କହିଛନ୍ତି, ଗତ ଦୁଇଟି ଯାକ ବିଶ୍ୱକପ (ଟି-୨୦)ରେ ୱେଷ୍ଟଇଣ୍ଡିଜ୍ ସମସ୍ତଙ୍କୁ ଚକିତ କରିଥିଲା। ତେଣୁ ଏହି ଟିମ ବିରୋଧରେ ସତର୍କ ରହିବାକୁ ଲାରା ପରାମର୍ଶ […]

  • Friday, 16 July 2021
ipl
ଆଜି ହାଇଦ୍ରାବାଦ୍- ଚେନ୍ନାଇ ମୁକାବିଲା

ହାଇଦ୍ରାବାଦ୍‌ :  ଆଇପିଏଲରେ ଆଜି ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ଶକ୍ତିଶାଳୀ ଚେନ୍ନାଇ ସୁପର କିଙ୍ଗସ୍। ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ଚେନ୍ନାଇ ସୁପର କିଙ୍ଗସ ରହିଥିବାବେଳେ ହାଇଦ୍ରାବାଦ ୩ଟି ବିଜୟ ଓ ୪ଟି ପରାଜୟ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି। ଶୀର୍ଷ ୪ଟି ସ୍ଥାନରେ ସ୍ଥାନ ରଖିବାକୁ ହେଲେ ସନରାଇଜର୍ସ ହାଇଦ୍ରାବାଦକୁ ଏହି ମ୍ୟାଚ୍ ନିଶ୍ଚିତ ଜିତିବାକୁ ପଡିବ। ସେପଟେ ଚେନ୍ନାଇର ଖେଳାଳି ଭଲ ଫର୍ମରେ ରହିଥିବା ବେଳେ ଏହି ମ୍ୟାଚରେ କଡ଼ା ଟକ୍କର […]

  • Friday, 16 July 2021
hina
ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୧୮ : ସ୍ୱର୍ଣ୍ଣ ଜିତିଲେ ହୀନା ସିଦ୍ଧୁ

ଗୋଲ୍ଡ କୋଷ୍ଟ  : ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସୁଟର୍ ହୀନା ସିଦ୍ଧୁଙ୍କୁ  ସ୍ୱର୍ଣ୍ଣପଦକ। ଆଜି ମହିଳା ୨୫ ମିଟର ପିସ୍ତଲ ଇଭେଣ୍ଟରେ ସେ ଗୋଲ୍ଡ ଜିତିଛନ୍ତି। ଭାରତ ପାଇଁ ଏହା ୧୧ ତମ ସ୍ୱର୍ଣ୍ଣପଦକ। ସେହିପରି ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ହୀନାଙ୍କ ଏହା ଦ୍ୱିତୀୟ ପଦକ। ପୂର୍ବରୁ ସେ ୧୦ ମିଟର ଏୟାର ପିସ୍ତଲରେ ସେ ରୌପ୍ୟ ପଦକ ଜିତିଥିଲେ। ୨୫ମିଟର ପିସ୍ତଲ ଇଭେଣ୍ଟରେ ହୀନା ୩୮ ପଏଣ୍ଟ ପାଇଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡାରେ ଏହା ହେଉଛି […]

ipl
ବାଙ୍ଗାଲୋରକୁ ହରାଇଲା କୋଲକତା ନାଇଟ୍ ରାଇଡର୍ସ

ନୂଆଦିଲ୍ଲୀ: କୋଲକାତା ନାଇଟ୍ ରାଇଡର୍ସ ଆର୍‌ସିବିକୁ ୪ ୱିକେଟ୍‌ରେ ପରାସ୍ତ କରି ଆଇପିଏଲରେ ତାର ବିଜୟ ଅଭିଯାନ ଆରମ୍ଭ କରିଛି। ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୭୬ରନ୍‌ କରିବାରେ ସକ୍ଷମ ହୋଇଥିଲା। ଜବାବରେ କେକେଆର୍ ୭ଟି ବଲ୍‌ ବାକିଥାଇ ଏହି ବିଜୟ ଲକ୍ଷ୍ୟକୁ ହାସଲ କରିନେଇଛି। କୋଲକାତା ଟିମ୍‌ ପକ୍ଷରୁ ସୁନିଲ ନାରିନ୍‌ ମାତ୍ର ୧୯ବଲ୍‌ରେ ବିସ୍ଫୋରକ ୫୦ ରନ କରିଥିବା ବେଳେ ଅଧିନାୟକ ଦୀନେଶ କାର୍ତ୍ତିକ ଅପରାଜିତ ୩୫ ରନ କରି […]

tenis
ରାଜ୍ୟଗୋଷ୍ଠୀ କ୍ରୀଡ଼ା: ମହିଳା ଟେବୁଲ ଟେନିସ ଦଳ ପ୍ରଥମ ଥର ପାଇଁ ହାତେଇଲା ସ୍ୱର୍ଣ୍ଣ ପଦକ

ଗୋଲ୍‌ଡକୋଷ୍ଟ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସ ରଚିଲା ଭାରତ। ପ୍ରଥମ ଥର ପାଇଁ ଭାରତୀୟ ମହିଳା ଟେବୁଲ୍‌ ଟେନିସ ଦଳ ସ୍ୱର୍ଣ୍ଣ ପଦକ ହାତେଇଛି। ଦଳଗତ ମୁକାବିଲାରେ ଭାରତ ସିଙ୍ଗାପୁରକୁ ୩-୧ରେ ହରାଇ ସ୍ୱର୍ଣ୍ଣ ପଦକ ହାତେଇଛି। ଏହାକୁ ଲଗାଇ ଭାରତ ସ୍ୱର୍ଣ୍ଣ ପଦକ ସଂଖ୍ୟା ୭ରେ ପହଞ୍ଚିଛି। ରବିବାର ଅକ୍ସେନ୍‌ଫୋର୍ଡ ଷ୍ଟୁଡିଓସରେ ଖେଳାଯାଇଥିବା ଫାଇନାଲ୍‌ ମ୍ୟାଚ୍‌ରେ ଭାରତ ସିଙ୍ଗାପୁରକୁ ହରାଇ ଏହି ଗୌରବ ହାସଲ କରିଛି। ଫାଇନାଲ୍‌ର ପ୍ରଥମ ସିଙ୍ଗଲ୍‌ସ ମୁକାବିଲାରେ ଦେଶର ଷ୍ଟାର ଖେଳାଳି ମାନିକା […]

  • Friday, 16 July 2021
ipl 11
IPL 11: ଗୋଟିଏ ୱିକେଟ୍‌ରେ ମୁମ୍ବାଇକୁ ହରାଇଲା ଚେନ୍ନାଇ

ମୁମ୍ବାଇ: ଆଇପିଏଲ ସିଜିନ୍ ଇଲେଭେନ୍‌ର ଉଦ୍‌ଘାଟନୀ ମ୍ୟାଚରେ ଚେନ୍ନାଇ ସୁପର୍‌ କିଙ୍ଗ୍ସର ଚମତ୍କାର ପ୍ରଦର୍ଶନ।ମୁମ୍ବାଇ ୱାଙ୍ଖଡେ ଷ୍ଟାଡ଼ିୟମ୍‌ରେ ଖେଳା ଯାଇଥିବା ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ୧ ଓ୍ବିକେଟରେ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗ୍ସ। । ଚେନ୍ନାଇ ବିଜୟର ମୁଖ୍ୟ ଭୂମିକା ନେଇଥିଲେ ଡ୍ୱେନ ବ୍ରାଭୋ। ସେ ଧୂଆଁଧାର ୬୮ ରନ୍‌ କରିଥିଲେ। ଟସ୍‌ ଜିତି ଚେନ୍ନାଇ ମୁମ୍ୱାଇକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ବ୍ୟାଟିଂ କରିବାକୁ ପଡ଼ିଆକୁ ପ୍ରଥମେ ଆସିଥିଲେ ଅଧିନାୟକ […]

India Pakistan Cricket team
ICC T-20 WC: ସମାନ ଗ୍ରୁପ୍‌ରେ ଭାରତ-ପାକିସ୍ତାନ, ଫ୍ୟାନ୍‌ଙ୍କ ମଧ୍ୟରେ ବଢ଼ିଲାଣି ଉତ୍ସାହ

ଆଇସିସି ପକ୍ଷରୁ ଟି-୨୦ ବିଶ୍ୱକପ୍‌ ପାଇଁ ଗ୍ରୁପ୍ ଘୋଷଣା ହୋଇସାରିଛି । ଉଭୟ ଗ୍ରୁପ୍‌ ଶକ୍ତିଶାଳୀ ରହିଥିବା ଦେଖାଯାଇଛି । ଏଥର ଟୁର୍ଣ୍ଣାମେଣ୍ଟ ଅଧିକ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି ।

IPL
ଉଦଘାଟନୀ ଉତ୍ସବରେ ଯୋଗଦେବେ ବହୁ ବଲିଉଡ଼ କଳାକାର

ମୁମ୍ବାଇ: ଆଜିଠାରୁ ଆରମ୍ଭ ହେଉଛି ଆଇପିଏଲ୍‌ର ମହାସମର। ୨୦୦୮ରେ ଆରମ୍ଭ ହୋଇଥିବା ଆଇପିଏଲ୍‌ରେ ଏହା ୧୧ ତମ ସଂସ୍କରଣ।  ଉଦ୍‌ଘାଟନୀ ଉତ୍ସବରେ ରଙ୍ଗାରଙ୍ଗ  କାର୍ଯ୍ୟକ୍ରମ ସାଙ୍ଗକୁ ବହୁ ବଲିଉଡ କଳାକାର ଯୋଗ ଦେବେ। ଆଜି ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ସନ୍ଧ୍ୟା ୫ଟାରେ ଆରମ୍ଭ ହେବ। ଉଦ୍‌ଘାଟନୀ ସମାରୋହ କାର୍ଯ୍ୟକ୍ରମ ୯୦ ମିନିଟ ଧରି ଚାଲିବ।  ଏହା ପରେ ଆରମ୍ଭ ହେବ ଚଳିତ ବର୍ଷର ପ୍ରଥମ ମ୍ୟାଚ୍‌। ଉଦ୍‌ଘାଟନୀ ଉତ୍ସବର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ନିଜର ଜଲ୍‌ୱା ଦେଖାଇବାକୁ ସାମିଲ […]

chunu
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ

ନୂଆଦିଲ୍ଲୀ : ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ। ୫୩ କେଜି ମହିଳା ଭାରୋତ୍ତଳନ ବର୍ଗରେ ଭାରତ ପାଇଁ ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଛନ୍ତି ସଞ୍ଜିତା ଚାନୁ। ମଣିପୁରର ଏହି ୨୪ ବର୍ଷୀୟ ଭାରତ୍ତୋଳିକା ପପୁଆ ନିଉ ଗୁଏନାରର ଲୋଆ ଡିକାଙ୍କୁ ଫାଇନାଲ ରାଉଣ୍ଡରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ସେହିପରି ଭାରୋତ୍ତୋଳନରେ ଆଉ ଏକ ପଦକ ଆସିଛି ଭାରତର ଖାତାକୁ। ପୁରୁଷ ୬୯ କିଲୋଗ୍ରାମ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି […]

play
ଆଜି ଠାରୁ ଆରମ୍ଭ ରାଜ୍ୟଗୋଷ୍ଠୀ କ୍ରୀଡ଼ା : ଭାରତରୁ ଭାଗନେଉଛନ୍ତି ୨୨୭ ଖେଳାଳି, ଓଡ଼ିଶାରୁ ୮

ଭୁବନେଶ୍ୱର/ଗୋଲ୍ଡ କୋଷ୍ଟ : ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ଆଜିଠୁ ଆରମ୍ଭ ହେଉଛି ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡା। ଆଜି ଏହାର ରଙ୍ଗାରଙ୍ଗ ଉଦଘାଟନୀ ସମାରୋହ। ଆସନ୍ତାକାଲିଠୁ ଆରମ୍ଭ ହେବ ଇଭେଣ୍ଟ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଉଦଘାଟନୀ ସମାରୋହରେ ଭାରତ ତରଫରୁ ପତାକା ଧରିବେ ବ୍ୟାଡମିଣ୍ଟନ କୁଇନ୍ ପି.ଭି ସିନ୍ଧୁ। ଚଳିତ ବର୍ଷ ଭାରତରୁ ୨୨୭ଜଣ ଖେଳାଳି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ବେଳେ ଓଡ଼ିଶାରୁ ୮ ଜଣ ଭାଗ ନେଉଛନ୍ତି। ଓଡ଼ିଶାରୁ ପୁରୁଷ ହକିରେ ଅମିତ୍ ରୋହିଦାସ […]

  • Friday, 16 July 2021
dhoni
ପଦ୍ମ ଭୂଷଣରେ ସମ୍ମାନିତ ହେଲେ ଧୋନି

ନୂଆଦିଲ୍ଲୀ: ସୋମବାର ସନ୍ଧ୍ୟାରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ଧୋନୀଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି । ସୂଚନା ଅନୁସାରେ, ଭାରତର ଏହି ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ଭୂଷଣକୁ ୫ଜଣ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଛି । ଧୋନିଙ୍କ ବ୍ୟତୀତ ବିଲିୟାର୍ଡସ୍‌ ଚମ୍ପିଆନ୍‌ ପଙ୍କଜ ଆଡ଼ୱାନି ମଧ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଏହି ସମ୍ମାନ ପାଇଛନ୍ତି। […]

  • Friday, 16 July 2021
sport
ଆଇପିଏଲ୍‌-୧୧ :  ରାଜସ୍ଥାନ ରୟାଲସ୍‌ରେ ଷ୍ଟିଭ୍‌ ସ୍ମିଥ୍‌ଙ୍କ ସ୍ଥାନ ନେବେ କ୍ଲାସେନ୍‌

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍‌ ତଥା ଓ୍ଵକେଟକିପର ହେନ୍‌ରିଚ୍‌ କ୍ଲାସେନ୍‌ ଏବେ ଚର୍ଚ୍ଚାରେ। ସେ ଏବେ ରାଜସ୍ଥାନ ରୟାଲସ୍‌ରେ ଷ୍ଟିଭ୍‌ ସ୍ମିଥ୍‌ଙ୍କ ସ୍ଥାନ ନେବାକୁ ଯାଉଛନ୍ତି। ବଲ ଟାମ୍ପରିଂ ବିବାଦରେ  କ୍ରିକେଟ ଅଷ୍ଟ୍ରେଲିଆ ଓ ଆଇପିଏଲ୍‌ରୁ ବାଦ୍‌ ପଡ଼ିଥିବା ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ଙ୍କ ସ୍ଥାନରେ କ୍ଲାସେନ୍‌ ଖେଳିବେ। କ୍ରିକେଟ ଅଷ୍ଟ୍ରେଲିଆ ସ୍ମିଥ୍‌ଙ୍କୁ ଏକ ବର୍ଷ ପାଇଁ ବାସନ୍ଦ କରିବା ପରେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ସ୍ମିଥ୍‌ଙ୍କୁ ରାଜସ୍ଥାନ ରୟାଲସ୍‌ରେ ସ୍ଥାନ ଦେବାକୁ ମନା କରିଦେଇଛି। […]

smith1
ବଲ୍ ଟ୍ୟାମ୍ପରିଂ ଘଟଣା : ସ୍ମିଥ୍ ଓ ଡେଭିଡ ଓ୍ୱାର୍ନରଙ୍କୁ ବର୍ଷେ ପାଇଁ ବାସନ୍ଦ କଲା ଅଷ୍ଟ୍ରେଲିଆ

କାନବେରା/ନୂଆ ଦିଲ୍ଲୀ : ବହୁ ଚର୍ଚ୍ଚିତ ବଲ ଟାମ୍ପରିଂ ଘଟଣାରେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥ ଓ ଉପ-ଅଧିନାକ ଡେଭିଡ ଓ୍ୱାର୍ନରଙ୍କୁ ବର୍ଷକ ପାଇଁ ବାସନ୍ଦ ସୂଚନା। ସେହିପରି ବଲ୍ ଟାମ୍ପରିଂ କରି ଧରା ପଡ଼ିଥିବା ବେନକ୍ରାଫ୍ଟଙ୍କୁ ୯ ମାସ ପାଇଁ ବାସନ୍ଦ କରାଯାଇଛି। ଏହି ୩ଜଣ ଖେଳାଳି ସିଡନୀରେ ପହଞ୍ଚିବା ପରେ ଗଣମାଧ୍ୟମରେ ପକ୍ଷ ରଖିବେ। ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟରେ ବଲ୍ ଟାମ୍ପରିଂ ବେଳେ ଅଷ୍ଟ୍ରେଲିଆ ଟିମ୍ ଧରା ପଡ଼ିଥିଲା। ସେହିପରି ବଲ୍ […]

  • Friday, 16 July 2021
smith
ଆଇପିଏଲ୍‌ରୁ ବାସନ୍ଦ ହେବେ ସ୍ମିଥ ଓ ୱାର୍ନର

ଭୁବନେଶ୍ୱର : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରୁ ବିଦା ହେବେ ଦୁଇ ବିବାଦୀୟ ଅଷ୍ଟ୍ରେଲିଆ କ୍ରିକେଟର୍‌ ସ୍ମିଥ୍‌ ଓ ୱାର୍ନର। ବଲ୍‌ ଟାମ୍ପରିଂ ଘଟଣାରେ ଛନ୍ଦିହେବା ପରେ ଆଜି ଅଷ୍ଟ୍ରେଲିଆ କ୍ରିକେଟର୍‌ ଉଭୟ ସ୍ମିଥ ଓ ୱାର୍ନରଙ୍କ ସହ ବେନକ୍ରାଫ୍ଟଙ୍କୁ ୧ ବର୍ଷ ପାଇଁ ବାସନ୍ଦ କରିପାରେ। ଯଦି ଅଷ୍ଟ୍ରେଲିଆ କ୍ରିକେଟ୍‌ ଏଭଳି ନିଷ୍ପତ୍ତି ନେଉଛି ତେବେ ଆଇପିଏଲରେ ମଧ୍ୟ ଏହା ଉପରେ ପ୍ରଭାବ ପଡ଼ିବ। ସ୍ମିଥ୍‌ ଓ ୱାର୍ନର ଆଇପିଏଲ୍‌ରୁ ବଞ୍ଚିତ ହୋଇପାରନ୍ତି। ଆସନ୍ତା କାଲି ସୁଦ୍ଧା […]

  • Friday, 16 July 2021
ball
ରାଜସ୍ଥାନ ରୟାଲ୍‌ସ ଅଧିନାୟକ ପଦରୁ ସ୍ମିଥ୍‌ଙ୍କ ଛୁଟି

ମୁମ୍ବାଇ: ଆଇପିଏଲ୍‌ ଟିମ୍‌ ରାଜସ୍ଥାନ ରୟାଲ୍‌ସ ଦଳର ଅଧିନାୟକ ପଦରୁ ବିଦା ହେଲେ ଅଷ୍ଟ୍ରେଲିଆ କ୍ରିକେଟର୍‌ ଷ୍ଟିଭ୍‌ ସ୍ମିଥ୍‌। ଦକ୍ଷିଣ ଆଫ୍ରିକା ବିପକ୍ଷରେ ବଲ୍ ଟାମ୍ପରିଂ କରି ଧରାପଡ଼ିବା ପରେ ଦଳ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତାଙ୍କ ସ୍ଥାନରେ ଅଜିଙ୍କ୍ୟ ରାହାଣେଙ୍କୁ ରାଜସ୍ଥାନ ରୟାଲ୍‌ସର ଅଧିନାୟକ କରାଯାଇଛି। ପୂର୍ବରୁ ଏହି ଅଭିଯୋଗରେ ନିନ୍ଦିତ ହେବା ପରେ ଷ୍ଟିଭ୍‌ ସ୍ମିଥ୍‌ ଅଷ୍ଟ୍ରେଲିଆ ଅଧିନାୟ ପଦ ହରାଇଥିଲେ। ଏବେ ରାଜସ୍ଥାନ ରୟାଲ୍‌ସର ଅଧିନାୟକ ପଦରୁ ବିଦା […]

  • Friday, 16 July 2021
smith
ମହଙ୍ଗା ପଡିଲା ବଲ୍ ଟାମ୍ପରିଂ : ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍ ଅଧିନାୟକ ପଦରୁ ହଟିଲେ ଷ୍ଟିଭ୍ ସ୍ମିଥ୍

କେପଟାଉନ୍: ମହଙ୍ଗା ପଡିଲା ବଲ୍ ଟାମ୍ପରିଂ।  ଅଷ୍ଟ୍ରେଲିଆର କ୍ରିକେଟ୍ ଟିମ୍ ଅଧିନାୟକ ପଦରୁ ହଟିଲେ ଷ୍ଟିଭ୍ ସ୍ମିଥ୍। ସେହିପରି ଉପ-ଅଧିନାୟକ ପଦରୁ ମଧ୍ୟ ହଟିଛନ୍ତି ଡେଭିଡ୍ ୱାର୍ଣ୍ଣର। ଏନେଇ ଅଷ୍ଟ୍ରେଲିଆନ କ୍ରିକେଟ୍ ବୋର୍ଡ଼ ଆଜି କନଫର୍ମ କରିଛି। କାର୍ଯ୍ୟାନୁଷ୍ଠାନ ପାଇଁ ଅଷ୍ଟ୍ରେଲିଆ ସରକାର ନିର୍ଦ୍ଦେଶ ଥିଲେ। ଅନ୍ୟପକ୍ଷରେ, କାମଚଳା ଅଧିନାୟକ ଭାବେ ଟିମ୍ ପେନ୍ ଙ୍କ ନାମ ଘୋଷଣା କରାଯାଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ କେପଟାଉନରେ ଖେଳାଯାଇଥିବା ତୃତୀୟ ଟେଷ୍ଟର ତୃତୀୟ ଦିନରେ ବାନ୍‌କ୍ରଫଟ୍‌ ଏକ ହଳଦିଆ […]

  • Friday, 16 July 2021
mohammad shami
ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ମହମ୍ମଦ ସାମି

ନୂଆଦିଲ୍ଲୀ: ପତ୍ନୀଙ୍କ ବିଭିନ୍ନ ଅଭିଯୋଗକୁ ନେଇ ଗତ କିଛିଦିନ ଧରି ବିବାଦ ଘେରରେ ଥିବା ଭାରତୀୟ କ୍ରିକେଟର ମହମ୍ମଦ ସାମି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି।। ସୂଚନା ଅନୁସାରେ, ଗତକାଲି ଡେରାଡୁନରୁ ଦିଲ୍ଲୀ ଫେରୁଥିବା ସମୟରେ ସାମି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏକ ଟ୍ରକ ସହ ସାମିଙ୍କ କାର୍ ମୁହାମୁହିଁ ହେବା ଫଳରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ସାମିଙ୍କ ମୁଣ୍ଡରେ ଆଘାତ ଲାଗିଛି। ମୁଣ୍ଡରେ କିଛି ଷ୍ଟିଚ୍ ମଧ୍ୟ ପଡ଼ିଛି। ତେବେ ସାମି ବର୍ତ୍ତମାନ ବିପଦମୁକ୍ତ ବୋଲି ଜଣାପଡ଼ିଛି। […]

ball tampering
ବଲ୍ ଟ୍ୟାମ୍ପରିଂ ଅଭିଯୋଗକୁ ସ୍ୱୀକାର କଲା ଅଷ୍ଟ୍ରେଲିଆ

କେପଟାଉନ୍:  ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍ ମ୍ୟାଚରେ ବଲ୍ ଟ୍ୟାମ୍ପରିଂ ଅଭିଯୋଗକୁ ସ୍ୱୀକାର କରିଛି ଅଷ୍ଟ୍ରେଲିଆ ଦଳ। କେପଟାଉନରେ ଖେଳାଯାଇଥିବା ତୃତୀୟ ଟେଷ୍ଟର ତୃତୀୟ ଦିନରେ ବାନ୍‌କ୍ରଫଟ୍‌  ଏକ ହଳଦିଆ ରଙ୍ଗର ବସ୍ତୁ ଧରି ବଲ୍ ଟ୍ୟାମ୍ପରିଂ କରୁଥବା କ୍ୟାମେରାରେ କଏଦ୍ ହୋଇଥିଲା। ଅମ୍ପାୟାର୍ ନିଗେଲ୍ ଲଙ୍ଗ୍ ଓ ରିଚାର୍ଡ ଇଲିଙ୍ଗ ଓ୍ୱର୍ଥ ଏନେଇ ବାନ୍‌କ୍ରଫଟ୍‌ଙ୍କ ସହ ଆଲୋଚନା କରିଥିଲେ। ଏହାପରେ ବାନ୍‌କ୍ରଫଟ୍‌ ପକେଟରୁ ଏକ ଚଷମା ଖୋଳ ବାହାର କରି ଦେଖାଇଥିଲେ। ଫଳରେ ସେହି ସମୟରେ […]