ଲଣ୍ଡନ: ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କ ଆଉ ଶତକ ବଳରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ଡିଏଲ୍ ନିୟମରେ ୮୯ ରନରେ ପରାସ୍ତ କରି ବିଶ୍ୱକପରେ ତା’ର ଚିରପ୍ରତିଦ୍ୱନ୍ଦ୍ୱୀ ବିପକ୍ଷରେ ବିଜୟ ଅଭିଯାନ ୭-୦ରେ ପହଞ୍ଚାଇଛି। ଭାରତ ବିଶ୍ୱକପରେ ଏପର୍ଯ୍ୟନ୍ତ ପ୍ରତିଥର ପାକିସ୍ତାନକୁ ହରାଇ ଆସିଛି ଏବଂ ବିରାଟ କୋହଲିଙ୍କ ଏହି ଟିମ୍ ଧାରା ବଜାୟ ରଖିଛି। ରବିବାର ମ୍ୟାଚ୍ ପରେ ରୋହିତ୍ ଶର୍ମା ସାମ୍ବାଦିକ ସମ୍ମିଳନୀ ପାଇଁ ପହଞ୍ଚିଥିଲେ। ସେ ଏକ ପ୍ରଶ୍ନର ଏମିତି ଜବାବ ଦେଲେ […]
ମାଞ୍ଚେଷ୍ଟର: ରବିବାର ଓଲ୍ଡ ଟ୍ରାଫର୍ଡରେ ଖେଳାଯାଇଥିବା ହାଇଭୋଲଟେଜ୍ ଭାରତ ଓ ପାକିସ୍ତାନ ବିଶ୍ୱକପ୍ ମ୍ୟାଚରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୩୬ ରନ୍ କରିଛି। ଫଳରେ ଏହି ମହାମୁକାବିଲାକୁ ଜିତିବା ପାଇଁ ପାକିସ୍ତାନକୁ ୩୩୭ ରନ୍ କରିବାକୁ ପଡ଼ିବ। ଭାରତ ପକ୍ଷରୁ ଆଜି ଭାଇସ୍ କ୍ୟାପଟେନ୍ ରୋହିତ୍ ଶର୍ମା ଓ କ୍ୟାପଟେନ୍ ବିରାଟ୍ କୋହଲି ଦମଦାର ବ୍ୟାଟିଂ କରିଛନ୍ତି। ରୋହିତ୍ ପାକିସ୍ତାନ ବୋଲରଙ୍କୁ ନିର୍ମମ ପ୍ରହାର କରି ନିଜର ୨୪ତମ ଦିନିକିଆ […]
ମାଞ୍ଚେଷ୍ଟର: ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ବିସ୍ଫୋରକ ଶତକ ମାରି ଆଉଟ୍ ହୋଇଛନ୍ତି । ରୋହିତ୍ ୧୧୩ ବଲରେ ୧୪ ଚୌକା ଓ ୩ ଛକା ସହ ୧୪୦ ରନ୍ କରି ହାସନ୍ ଅଲୀଙ୍କ ବଲରେ ଆଉଟ୍ ହୋଇଛନ୍ତି । ରୋହିତ୍ ମାତ୍ର ୮୫ ବଲରେ କ୍ୟାରିୟରର ୨୪ତମ ଶତକ ମାରିଥିଲେ। ତେବେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଦମଦାର ବ୍ୟାଟିଂ କରି ଆଉ ଏକ ଅର୍ଦ୍ଧଶତକ ମାରିଛନ୍ତି। ଏହା ତାଙ୍କ କ୍ୟାରିୟରର ୫୧ତମ ଅର୍ଦ୍ଧଶତକ। […]
ମାଞ୍ଚେଷ୍ଟର: ଚଳିତ ବିଶ୍ୱକପରେ ରୋହିତ୍ ଶର୍ମାଙ୍କ ବ୍ୟାଟ୍ ଖୁବ୍ ଚାଲିଛି। ଆଜି ପାକିସ୍ତାନ ବିପକ୍ଷ ମ୍ୟାଚରେ ସେ ଆଉ ଏକ ଦମଦାର ଇନିଂସ୍ ଖେଳି ଶତକ ହାସଲ କରିଛନ୍ତି। ଚଳିତ ବିଶ୍ୱକପରେ ରୋହିତଙ୍କ ଏହା ଦ୍ୱିତୀୟ ଶତକ । ସେ ମାତ୍ର ୮୫ ବଲରେ କ୍ୟାରିୟରର ୨୪ତମ ଶତକ ମାରିଛନ୍ତି। ଏହା ପୂର୍ବରୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚରେ ଧୈର୍ଯ୍ୟପୂର୍ଣ୍ଣ ଶତକ ମାରି ଭାରତକୁ ବିଜୟୀ କରାଇଥିଲେ । ଆଜି ମ୍ୟାଚରେ ରୋହିତଙ୍କ ସହ […]
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପୁରୁଷ ହକି ସିରିଜ୍ ଫାଇନାଲ୍ସରେ ଚାମ୍ପିୟନ ହୋଇଛି ଭାରତ। ଆଜି ଫାଇନାଲରେ ଭାରତର ମୁକାବିଲା ଅପେକ୍ଷାକୃତ ଦୁର୍ବଳ ଦକ୍ଷିଣ ଆଫ୍ରିକା ସହ ହୋଇଥିଲା। ଏହି ମ୍ୟାଚ୍ରେ ଭାରତୀୟ ପୁରୁଷ ହକି ଦଳ ଚମତ୍କାର ଖେଳ ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲ୍ରେ ପରାସ୍ତ କରିଛି। ଭାରତ ପକ୍ଷରୁ ବରୁଣ କୁମାର ଓ ମନପ୍ରୀତ ସିଂହ ୨ଟି ଲେଖାଏ ଗୋଲ ଦେଇଥିବା ବେଳେ ବିବେକ ପ୍ରସାଦ ଗୋଟିଏ ଗୋଲ ସ୍କୋର କରିଛନ୍ତି। […]
ନୂଆଦିଲ୍ଲୀ: ଅଲମ୍ପିକ୍ସ ଯୋଗ୍ୟତା ପର୍ଯାୟ ମ୍ୟାଚ ପାଇଁ ଆଜି ଭୁବନେଶ୍ୱର ପହଞ୍ଚିବ ଭାରତୀୟ ହକି ଟିମ୍ । ଏଥିପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଷ୍ଟାଡିୟମ୍, ଖେଳାଳିଙ୍କ ରହଣି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ ବୋଲି କହିଛନ୍ତି ପୋଲିସ କମିଶନର । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଜୁନ ୬ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଫେଡେରେସନ ଅଫ୍ ଇଣ୍ଡିଆନ୍ ହକି ମେନସ୍ ସିରିଜ ଯୋଗ୍ୟତା ପର୍ଯାୟ ମ୍ୟାଚ। […]
ନୂଆଦିଲ୍ଲୀ: ବିଶ୍ୱକପ୍ ରୋମାଞ୍ଚ ଆରମ୍ଭ ହେବାକୁ ଅଳ୍ପ ଦିନ ବାକି ଅଛି ଏବଂ କିଏ ଟାଇଟଲ୍ ଫେଭରିଟ୍, ସେ ନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି। କ୍ରିକେଟ୍ ପଣ୍ଡିତ ଟିମ୍ ଇଣ୍ଡିଆ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡକୁ ଏହି ବିଶ୍ୱକପ୍ ପାଇଁ ପ୍ରମୁଖ ଦାବିଦାର ମାନୁଛନ୍ତି, କିନ୍ତୁ ଜ୍ୟୋତିଷଙ୍କ ଗଣନା ଅନୁଯାୟୀ ତୃତୀୟଥର ବିଶ୍ୱ ଚାମ୍ପିଅନ୍ ହେବା ପାଇଁ ଭାରତର ଆଶା ଏଥର ପୂରଣ ହେବନାହିଁ। ମୁମ୍ବାଇର ପ୍ରସିଦ୍ଧ ଜ୍ୟୋତିଷ ଗ୍ରୀନଷ୍ଟୋନ୍ ଲୋବୋ ୨୦୧୯ ବିଶ୍ୱକପକୁ ନେଇ ଭବିଷ୍ୟବାଣୀ […]
ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗସ୍ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଇପିଏଲରେ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଧୋନି ଆଇପିଏଲ୍ ଇତିହାସର ସବୁଠାରୁ ସଫଳ ୱିକେଟକିପର ଭାବେ କୋଲାକାତା ନାଇଟ୍ ରାଇଡର୍ସ (କେକେଆର୍) ଦିନେଶ କାର୍ତ୍ତିକଙ୍କୁ ପଛରେ ପକାଇଛନ୍ତି। ରବିବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଫାଇନାଲରେ ଧୋନି କ୍ୱିଣ୍ଟନ୍ ଡି’କକ୍ ଓ ରୋହିତ୍ ଶର୍ମାଙ୍କ କ୍ୟାଚ୍ ନେଇ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ୱିକେଟକିପର ଭାବେ ଧୋନି ଆଇପିଏଲରେ ୧୯୦ ମ୍ୟାଚ୍ ଖେଳି ୧୩୨ (୯୪ […]
ପୋଚେଫଷ୍ଟ୍ରୁମ୍: ଇତିହାସ ରଚିଲା ବାଂଲାଦେଶ ଯୁବ କ୍ରିକେଟ୍ ଟିମ୍। ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଆଇସିସି ଅଣ୍ଡର୍-୧୯ ବିଶ୍ୱକପର ରବିବାର ଖେଳାଯାଇଥିବା ଫାଇନାଲରେ ବାଂଲାଦେଶ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତକୁ ୩ ୱିକେଟରେ ହରାଇ ପ୍ରଥମଥର ଟାଇଟଲ୍ ଜିତିବାର ସ୍ୱାଦ ଚାଖିଛି। ଅନ୍ୟପକ୍ଷରେ ଖରାପ ବ୍ୟାଟିଂ କାରଣରୁ ଭାରତ ଟାଇଟଲ୍ ବଜାୟ ରଖିବାରେ ବିଫଳ ହୋଇଛି। ଫାଇନାଲ୍ ମୁକାବିଲା ଆଶା ମୁତାବକ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଯଶସ୍ୱୀ ଜୈଶ୍ୱାଲଙ୍କ ଲଢ଼ୁଆ ଇନିଂସ୍ ସତ୍ତ୍ୱେ ଭାରତୀୟ ଟିମ୍ ବାଂଲାଦେଶ ବୋଲରଙ୍କୁ ସାମ୍ନା କରିନପାରି […]
ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏଫଆଇଏଚ୍ ପ୍ରୋ ଲିଗର ରବିବାର ମ୍ୟାଚରେ ଭାରତ ଭ୍ରମଣକାରୀ ବେଲଜିୟମ ନିକଟରୁ ୨-୩ ଗୋଲରେ ପରାସ୍ତ ହୋଇଛି। ଶନିବାର ଭାରତ ୨-୧ ଗୋଲରେ ବେଲଜିୟମକୁ ହରାଇଥିଲା, କିନ୍ତୁ ଆଜି ଘରୋଇ ଦଳ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ ହେଁ, ବିଜୟରୁ ବଞ୍ଚିତ ହୋଇଥିଲା। ଏହି ମ୍ୟାଚରେ ବେଲଜିୟମ ପକ୍ଷରୁ ଆଲେକଜାଣ୍ଡର୍ ହେଣ୍ଡ୍ରିକ୍ସ (ତୃତୀୟ), ନିକୋଲାସ ଡି କେର୍ପେଲ୍ (୧୭ଶ) ଓ ମାକ୍ସିମ୍ ପ୍ଲେନେଭକ୍ସ (୨୬ତମ) ଗୋଟିଏ ଲେଖାଏ ଗୋଲ୍ ଦେଇଥିବା […]
ହାମିଲଟନ୍ : ଟି-ଟ୍ୱେଣ୍ଟି ପରେ ଆଜିଠୁ ନ୍ୟୁଜିଲାଣ୍ଡରେ ଆରମ୍ଭ ହୋଇଛି ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ଦିନିକିଆ ମୁକାବିଲା । ହାମିଲଟନ ସେଡନ୍ ପାର୍କରେ ଖେଳାଯାଉଥିବା ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ବ୍ୟାଟିଂ କରି ୫୦ଓଭରରେ ୪ୱିକେଟ ହରାଇ ୩୪୭ କରିଛି । ନ୍ୟୁଜିଲାଣ୍ଡକୁ ୩୪୮ରନ୍ର ଟାର୍ଗେଟ ଦେଇଛି ଟିମ୍ ଇଣ୍ଡିଆ। ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ ଟିମ୍ । ରୋହିତ ଶର୍ମା ଆହତ କାରଣରୁ ସିରିଜରୁ ବାଦ ପଡିଥିବାରୁ ଆଜି ଓପନର୍ […]
ପୋଚେଫଷ୍ଟ୍ରୁମ୍: ଆଇସିସି ୧୯ ବର୍ଷରୁ କମ୍ କ୍ରିକେଟ ବିଶ୍ୱକପ୍ର ଫାଇନାଲରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଜବରଦସ୍ତ ଧୁଲେଇ କରି ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆର ଏହି ଜୁନିୟର ବ୍ରିଗେଡ୍ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ପାକିସ୍ତାନ। ହେଲେ ଭାରତର ବୋଲିଂ ଆଗରେ ତିଷ୍ଠି ପାରିନଥିଲେ ପାକ୍ ବ୍ୟାଟ୍ସମ୍ୟାନ। ନିୟମିତ ବ୍ୟବଧାନରେ ୱିକେଟ ହରାଇ ପାକିସ୍ତାନ ୧୭୨ ରନରେ ଅଲ ଆଉଟ ହୋଇଥିଲା। ଜବାବରେ ଭାରତର ଗୋଟିଏ ବି ୱିକେଟ ପକାଇ ପାରିନଥିଲେ […]
ଲଣ୍ଡନ: କାଲି ଲଣ୍ଡନରେ ବାଜିବ ବିଗୁଲ। ଅାରମ୍ଭ ହେବ ମହିଳା ହକି ବିଶ୍ୱ ମହାକୁମ୍ଭ। ୧୬ଟି ଦେଶକୁ ନେଇ ହେବ ଟାଇଟଲ ଟକ୍କର। ୧୭ ଦିନ ବାଜି ଲାଗିବ ବିଶ୍ୱକପ୍ ଟ୍ରଫିର। ୧୬ ଦେଶ ୪ ଗ୍ରୁପ୍। ପ୍ରଥମ ରାଉଣ୍ଡରୁ ଦେଖିବାକୁ ମିଳିବ କଡ଼ା ମୁକାବିଲା। ଚଳିତ ବର୍ଷ ଡିଫେଣ୍ଡିଂ ଚାମ୍ପିଅାନ୍ ନେଦରଲାଣ୍ଡ ସବୁଠୁ ଅାଗରେ ରହିଛି। ଜର୍ମାନୀ, ଅଷ୍ଟ୍ରେଲିଅା, ଅାର୍ଜେଣ୍ଟିନା ଏବଂ ଅାୟୋଜକ ଇଂଲଣ୍ଡ ବି କମ୍ ନୁହନ୍ତି। ହେଲେ କେହି ବି ଚକମା ଦେଇପାରନ୍ତି […]
ନୂଆଦିଲ୍ଲୀ: କ୍ରିକେଟ ଜଗତରୁ ସଚିନ୍ ତେନ୍ଦୁଲକର୍ ସିନା ବିଦାୟ ନେଇଗଲେ। ହେଲେ ଏବେ ବି ପ୍ରଶଂସକ ମାନଙ୍କ ମଧ୍ୟରେ ସଚିନ୍ କ୍ରିକେଟ ଗଡ୍ ହୋଇ ରହିଛନ୍ତି। ଦେଶ ବିଦେଶରେ ସଚିନଙ୍କୁ ଭଲପାଇବା ସେମିତି ଅତୁଟ ହୋଇ ରହିଛି। ନିକଟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ସଚିନଙ୍କ ପ୍ରଶଂସକମାନଙ୍କ ଭଲପାଇବାର ପ୍ରମାଣ ଦେଇଛି। କେରଳର ଜଣେ ପ୍ରଫେସର ସଚିନ ତେନ୍ଦୁଲକର୍ଙ୍କ ଉପରେ ନିର୍ମାଣ କରିଛନ୍ତି ଏକ ନିଆରା ଲାଇବ୍ରେରୀ। ମାଲବାର୍ ଖ୍ରୀଷ୍ଟିଆନ କଲେଜର ଇତିହାସ ପ୍ରଫେସର […]
ନୂଆଦିଲ୍ଲୀ: ଦେଶର ପ୍ରଥମ ମହିଳା ଆଥଲେଟ୍ ଭାବେ ପାରା ଅଲିମ୍ପିକ୍ କ୍ରୀଡ଼ାରେ ପଦକ ଜିତିଥିବା ଦୀପା ମଲିକ ଭାରତୀୟ ପାରା ଅଲିମ୍ପିକ୍ କମିଟି (ପିସିଆଇ)ର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। କିନ୍ତୁ ଏଥିପାଇଁ ହୋଇଥିବା ନିର୍ବାଚନର ଫଳାଫଳ ଦିଲ୍ଲୀ ହାଇକୋର୍ଟରେ ଏକ ଲମ୍ବା ମାମଲାର ଶୁଣାଣି ପରେ ମାନ୍ୟ ହେବ। ୨୦୧୬ ରିଓ ଅଲିମ୍ପିକର ଶଟପୁଟ୍ ଏଫ୍-୫୩ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ୪୯ ବର୍ଷୀୟ ଦୀପା ଶୁକ୍ରବାର ବେଙ୍ଗାଲୁରୁରେ ଆୟୋଜିତ ନିର୍ବାଚନରେ ନିଦ୍ୱର୍ନ୍ଦ୍ୱରେ ଅଧ୍ୟକ୍ଷ […]
ୱେଲିଂଟନ୍: ପୁଣି ସୁପର୍ ଓଭର ନିର୍ଦ୍ଧାରିତ କରିଛି ମ୍ୟାଚ୍ ଫଳାଫଳା। ତୃତୀୟ ଟି-୨୦ ପରେ ଏଠାରେ ଅନୁଷ୍ଠିତ ଚତୁର୍ଥ ମ୍ୟାଚରେ ମଧ୍ୟ ଭାରତ ସୁପର୍ ଓଭରରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଚିତ୍ତାକର୍ଷକ ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ୍ ପାଇଁ ପୁଣି କାଳ ହୋଇଛି ସୁପର୍ ଓଭର୍। ମ୍ୟାଚ୍ ଟାଇ ରହିବା ପରେ ସୁପର୍ ଓଭରର ସହାୟତା ନିଆଯାଇଥିଲା, ଯେଉଁଥିରେ ନ୍ୟୁଜିଲ୍ୟାଣ୍ଡ୍ ୬ ବଲରେ ୧୩ ରନ୍ ସଂଗ୍ରହ କରିଥିଲା। ଜବାବରେ ଇନଫର୍ମ ରାହୁଲ ପ୍ରଥମ ଦୁଇ ବଲରେ […]
ମୁମ୍ବାଇ: ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୫ ଟିକିଆ ଟେଷ୍ଟ ସିରିଜ ପୂର୍ବରୁ ତିନୋଟି ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ବୁଧବାର ଭାରତୀୟ କ୍ରିକେଟ ବୋର୍ଡ଼ (ବିସିସିଆଇ) ପକ୍ଷରୁ ଘୋଷଣା ହୋଇଥିବା ଦଳରେ, ଭୁବନେଶ୍ୱର କୁମାରଙ୍କୁ ବାଦ୍ ଦିଆଯାଇଛି। ଅନ୍ୟପକ୍ଷରେ ଯୁବ ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷବ ପନ୍ତଙ୍କୁ ପ୍ରଥମ ଥର ଟେଷ୍ଟ ଦଳରେ ସାମିଲ୍ କରାଯାଇଛି। ସେହିପରି ପେସ୍ ବୋଲର ମହମ୍ମଦ ସାମି ଦଳକୁ ପ୍ରତ୍ୟାପର୍ତ୍ତନ କରିବାରେ ସଫଳ ହୋଇଛନ୍ତି। ଏକ […]
ଢାକା : ବାଂଲାଦେଶରେ ୫୦ ଓଭର ବିଶିଷ୍ଟ ଦ୍ୱିତୀୟ ଶ୍ରେଣୀ ମ୍ୟାଚରେ ବ୍ୟାଟ୍ସମ୍ୟାନ୍ ୪୮ ଛକା ଏବଂ ୭୦ ଚୌକା ମାରିଛନ୍ତି, ଯାହା ବଳରେ ଏହି ମ୍ୟାଚରେ ମୋଟ ୮୧୮ ରନ୍ ହୋଇଛି। ଢାକାସ୍ଥିତ ସିଟି କ୍ଲବ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ଘରୋଇ ମ୍ୟାଚରେ ନର୍ଥ ବେଙ୍ଗଲ କ୍ରିକେଟ୍ ଏକାଡେମୀ ୪୬ ରନରେ ଟ୍ୟାଲେଣ୍ଟ୍ ହଣ୍ଟ କ୍ରିକେଟ୍ ଏକାଡେମୀକୁ ପରାସ୍ତ କରିଛି। ନର୍ଥ ବେଙ୍ଗଲ କ୍ରିକେଟ୍ ଏକାଡେମୀ ପ୍ରଥମେ ବ୍ୟାଟିଂ କରି ୪ ୱିକେଟରେ ୪୩୨ ରନ୍ […]
ହେଡ଼ିଙ୍ଗ୍ଲେ: ଇଂଲଣ୍ଡକୁ୨୫୭ ରନ୍ର ବିଜୟ ଲକ୍ଷ୍ୟ ଦେଇଛି ଟିମ୍ ଇଣ୍ଡିଆ। ଶେଷ ଦିନିକିଆରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭର୍ରେ ୮ ୱିକେଟ୍ ହରାଇ ସଂଗ୍ରହ କରିଛି ୨୫୬ ରନ୍। ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ହେଡ଼ିଙ୍ଗ୍ଲେ ଠାରେ ତୃତୀୟ ତଥା ଶେଷ ଦିନିକିଆ ଖେଳାଯାଉଛି। ଇଂଲଣ୍ଡ ପ୍ରଥମେ ଟସ୍ ଜିତି ଫିଲ୍ଡିଂ ପାଇଁ ନିଷ୍ପତ୍ତି ନେଇଥିଲା। ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ସର୍ବାଧିକ ୭୧ ରନ୍ କରିଥିବା ବେଳେ ଶିଖର […]
ଅକଲ୍ୟାଣ୍ଡ୍ : ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡକୁ ଇଡେନ ପାର୍କରେ ଜବରଦସ୍ତ ଝଟକା ଦେଇଛି। ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୭ ଓ୍ୱିକେଟରେ ପରାସ୍ତ କରିଛି। ଦେଶ ୭୧ତମ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଏହି ବିଜୟ ଦେଶବାସୀଙ୍କ ପାଇଁ ଉପହାର ସାଜିଛି। ଭାରତ ନ୍ୟୁଜିଲ୍ୟାଣ୍ଡ ସହିତ ମୋଟ୍ ୫ଟି ଟି-୨୦ ମ୍ୟାଚ ଖେଳିବ। ଆଜିର ମ୍ୟାଚ ଜିତିବା ପରେ ଭାରତ ଦୁଇଟି ମ୍ୟାଚ ବିଜୟୀ ହୋଇଛି। ସିରିଜର ତୃତୀୟ ମ୍ୟାଚ ବୁଧବାର ୨୯ ଜାନୁଆରୀରେ […]
ଭାରତୀୟ କ୍ରିକେଟ୍ ଦଳ ଶ୍ରୀଲଙ୍କା ଗସ୍ତରେ ଯାଇଥିବା ବେଳେ ପ୍ରଥମ ମ୍ୟାଚ୍ ବିଜୟ ଯିକା ପିନ୍ଧି ଅଭିଯାନ ଆରମ୍ଭ କରିଛି । ପ୍ରଥମ ଦିନିକିଆରେ ଭାରତୀୟ ଦଳ ଆୟୋଜକ ଦଳକୁ ୭ ୱିକେଟରେ ପରାସ୍ତ କରିଛି ।
ଅକଲ୍ୟାଣ୍ଡ: ଆଜିଠାରୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ଟିକିଆ ଟି-୨୦ ସିରିଜ୍ ଆରମ୍ଭ ହେଉଛି। ଅକଲ୍ୟାଣ୍ଡର ଇଡେନ ପାର୍କ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଟି-୨୦ରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଘରୋଇ ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରିବ। ଆଜି ମ୍ୟାଚ୍ରେ ସାମାନ୍ୟ ବର୍ଷା ହେବାର ଆଶଙ୍କା ଥିବାରୁ ବିରାଟ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଆଜିର ମ୍ୟାଚ୍ରେ ଭାରତ ପକ୍ଷରୁ କୁଳଦୀପ ଯାଦବ, […]
ମସ୍କୋ : ଫିଫା ବିଶ୍ୱକପ୍ ଫାଇନାଲ୍କୁ ନେଇ ବଢୁଛି ଉତ୍କଣ୍ଠା। ଅାଉ ଫାଇନାଲରେ ଖେଳିବାକୁ ଥିବା ଦୁଇ ଦେଶ ଫ୍ରାନ୍ସ ଓ କ୍ରୋଏସିଅାରେ ଏବେ ପୁରା ଫୁଟବଲ୍ ମାନିଅା। କ୍ରୋଏସିଅାରେ ଏବେ କେବଳ ଫୁଟବଲର ଚର୍ଚ୍ଚା। ଏଥିରୁ ବାଦ ପଡିନାହାନ୍ତି ରାଷ୍ଟ୍ରପତି କୋଲିନ୍ଦା ଗ୍ରାବର। ସେ ନିଜେ ମ୍ୟାଚ୍ ବେଳେ ଷ୍ଟାଡିୟମରେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରୁଛନ୍ତି। ଋଷିଅା ବିିପକ୍ଷ କ୍ୱାର୍ଟର ଫାଇନାଲ ମୁକାବିଲାରେ ଯେତେବେଳ କ୍ରୋଏସିଅା ବିଜୟୀ ହେଲା ,ସେତେବେଳ ଗ୍ରାବର୍ ଖୁସିରେ ନାଚି […]
ଲଣ୍ଡନ : ଲର୍ଡସରେ ହାରିଲା ଭାରତ। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଟିମ୍ ଇଣ୍ଡିଆ ଶୋଚନୀୟ ଭାବେ ପରାସ୍ତ ହୋଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପିତ୍ତି ନେଇଥିବା ଘରୋଇ ଦଳ ଭାରତକୁ ୩୨୩ ରନର ବିଜୟ ଲକ୍ଷ୍ୟ ଦେଇଥିଲା। ତେବେ ବିରାଟ ବାହିନୀ ଏହି ଟାର୍ଗେଟର ପିଛା କରି ମାତ୍ର ୨୩୬ ରନ କରିବାକୁ ସକ୍ଷମ ହୋଇଥିଲେ। ଫଳରେ ଇଂଲଣ୍ଡ ୮୬ ରନର ବୃହତ ବିଜୟ ହାସଲ କରିବା ସହ ୩ ମ୍ୟାଚ୍ ବିଶିଷ୍ଟ ସିରିଜକୁ […]
ବେଙ୍ଗାଲୁରୁ: ରୋହିତ୍ ଶର୍ମାଙ୍କ ଆକର୍ଷଣୀୟ ଶତକ ଏବଂ ବିରାଟ୍ କୋହଲିଙ୍କ ଜବରଦସ୍ତ ଇନିଂସ୍ ବଳରେ ଭାରତ ଏଠାରେ ଅନୁଷ୍ଠିତ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆରେ ଅଷ୍ଟ୍ରେଲିଆକୁ ୭ ୱିକେଟରେ ପରାସ୍ତ କରିଛି। ଏଥିସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି। ପ୍ରଥମ ମ୍ୟାଚରେ ୧୦ ୱିକେଟରେ ହାରିଥିବା ଭାରତ ଦ୍ୱିତୀୟ ମୁକାବିଲାରେ ଜବରଦସ୍ତ କମବ୍ୟାକ୍ କରି ୩୬ ରନରେ ବିଜୟୀ ହୋଇ ସିରିଜକୁ ୧-୧ରେ ବରାବର କରିଥିଲା। ରବିବାର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସିରିଜ୍ […]