• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

virat
୯ରେ ମ୍ୟାନ୍ ଇନ୍ ବ୍ଲୁ ବନାମ୍ ମ୍ୟାନ୍ ଇନ୍ ବ୍ଲାକ୍‌ ଟକ୍କର୍; କାହାର ଦମ୍‌ କେତେ ?

ଭୁବନେଶ୍ୱର: ବିଶ୍ୱକପ୍‌ ଫାଇନାଲ୍‌ ଟିକେଟ୍ ପାଇଁ ଜୁଲାଇ ୯ ତାରିଖରେ ମାଞ୍ଚେଷ୍ଟର୍‌ରେ ହେବ ମହା ମୁକାବିଲା। ପ୍ରଥମ ସେମିରେ ମ୍ୟାନ୍ ଇନ୍ ବ୍ଲୁ ବନାମ୍ ମ୍ୟାନ୍ ଇନ୍ ବ୍ଲାକ୍‌ ଟକ୍କର୍ ହେବ। ମାନେ ୨୦୧୫ ବିଶ୍ୱକପ୍ ରନର୍ସ ଅପ୍ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ ୨୦୧୧ ଚାମ୍ପିୟନ ଭାରତ। ବ୍ୟାଟ୍‌ସମ୍ୟାନ୍‌ଙ୍କ ପ୍ରଦର୍ଶନ ଖେଳାଳିଙ୍କ ପ୍ରଦର୍ଶନକୁ ଦେଖିଲେ, ଆଇସିସି ରାଙ୍କିଙ୍ଗରେ ଶୀର୍ଷରେ ଥିବା ଟିମ୍ ଇଣ୍ଡିଆର ୩ଜଣ ବ୍ୟାଟସମ୍ୟାନ୍ ଚଳିତ ବିଶ୍ୱକପ୍‌ରେ ବ୍ୟକ୍ତିଗତ ୩ଶହରୁ ଅଧିକ ରନ୍ ସ୍କୋର କରି ସାରିଲେଣି। […]

  • Tuesday, 20 July 2021
bcci
ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍‌: ‘ସରକାର ଯାହା ନିଷ୍ପତ୍ତି ନେବେ, ବିସିସିଆଇ ମାନି ନେବ’

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ର ସ୍ଥିତି ପରଖିଛନ୍ତି ବିସିସିଆଇ କାର୍ଯ୍ୟକାରୀ ସଭାପତି ସି.କେ ଖାନ୍ନା। ବାରବାଟୀର ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଦେଖି ସି.କେ ଖାନ୍ନା ପ୍ରଶଂସା କରିଛନ୍ତି। ତେବେ ପୁଲ୍‌ୱାମା ହମ୍‌ଲା ପରେ ବିଶ୍ୱକପ୍‌ରେ ଭାରତ, ପାକିସ୍ତାନ ସହ କ୍ରିକେଟ୍‌ ମ୍ୟାଚ୍ ନ ଖେଳିବା ଚର୍ଚ୍ଚା ପ୍ରସଙ୍ଗରେ ସି.କେ ଖାନ୍ନା ପ୍ରତିକ୍ରିୟା ରଖିଛନ୍ତି। ସରକାର ଯାହା ନିର୍ଦ୍ଦେଶ ଦେବେ ଓ ନିଷ୍ପତ୍ତି ନେବେ, ବିସିସିଆଇ ମାନି ନେବ ବୋଲି ସେ କହିଛନ୍ତି। କିନ୍ତୁ ଉଭୟ […]

  • Tuesday, 20 July 2021
india_vs_new_zealand_
ପ୍ରଥମ ସେମିଫାଇନାଲ୍‌ରେ ଭାରତ, ନ୍ୟୁଜିଲାଣ୍ଡ୍ ଟକ୍କର୍

ନୂଆଦିଲ୍ଲୀ: ବିଶ୍ୱକପ୍ କ୍ରିକେଟ୍ ସେମିଫାଇନାଲ ଚୂଡ଼ାନ୍ତ ହୋଇଛି। ଆସନ୍ତା ୯ ତାରିଖରେ ଭାରତ ନ୍ୟୁଜିଲାଣ୍ଡ୍ ମଧ୍ୟରେ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍‌ ଖେଳାଯିବ। ମଞ୍ଚେଷ୍ଟର୍‌ର ଓଲ୍ଡ ଟ୍ରାଫଡ୍ କ୍ରିକେଟ୍‌ ଗ୍ରାଉଣ୍ଡରେ ଏହି ମ୍ୟାଚ୍‌ ଖେଳାଯିବ। ସେହିପରି ୧୧ ତାରିଖରେ ଦ୍ୱିତୀୟ ସେମିଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ଏଜବେଷ୍ଟନ୍‌ କ୍ରିକେଟ୍‌ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ। The #CWC19 semi-finals are confirmed! ? pic.twitter.com/rpnOaeWAzr — Cricket World Cup (@cricketworldcup) 6 July 2019 ଗତକାଲିର […]

  • Tuesday, 20 July 2021
dh
ଚଳିତ ବିଶ୍ୱକପ୍‌ରେ ସବୁଠାରୁ ଅଧିକ ବାଇ ରନ୍‌ ଦେଇଛନ୍ତି ଧୋନି

ଲିଡ୍‌ସ: ଚଳିତ ବିଶ୍ୱକପ୍‌ରେ ଧିମା ବ୍ୟାଟିଂ ପାଇଁ ସମାଲୋଚନାର ଶିକାର ହୋଇଥିବା ମହେନ୍ଦ୍ର ସିଂହ ଧୋନି ଏବେ ଏକ ଅଲୋଡ଼ା ରେକର୍ଡ ସୃଷ୍ଟି କରିଛନ୍ତି। ଚଳିତ ବିଶ୍ୱକପ୍‌ରେ ଧୋନି ଜଣେ ୱିକେଟ୍‌ କିପର ଭାବେ ସବୁଠାରୁ ଅଧିକ ବାଇ ରନ୍‌ ଦେଇଛନ୍ତି। ଅର୍ଥାତ ଧୋନି ୱିକେଟ୍‌ କିପିଂ ଠିକ୍‌ ଭାବେ କରିପାରିନାହାନ୍ତି। ବିଶ୍ୱର ସବୁଠାରୁ ସଫଳ ୱିକେଟ୍‌ କିପରର ମାନ୍ୟତା ପାଇଥିବା ଧୋନିଙ୍କ ନାଁରେ ଏଭଳି ରେକର୍ଡ ଯୋଡ଼ି ହେବା ଦୁଃଖଦାୟକ ନିଶ୍ଚୟ। ଆଜି ଶ୍ରୀଲଙ୍କା ବିପକ୍ଷ […]

  • Tuesday, 20 July 2021
2r
ଶ୍ରୀଲଙ୍କାକୁ ସହଜରେ ହରାଇଲା ଭାରତ: R²ଙ୍କ ଦମ୍‌ଦାର ଶତକ

ଲିଡ୍‌ସ: ଚଳିତ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଏକ ପାଖିଆ ଭାବେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ବିଶ୍ୱକପ୍‌ର ଶେଷ ଲିଗ୍‌ ମ୍ୟାଚ୍‌ରେ ଭାରତ ଆଗରେ ଶ୍ରୀଲଙ୍କା ୨୬୫ ରନ୍‌ର ଟାର୍ଗେଟ ରଖିଥିଲା। ତେବେ ରୋହିତ ଶର୍ମା ଓ କେଏଲ୍‌ ରାହୁଲଙ୍କ ଶତକ ବଳରେ ଟିମ୍‌ ଇଣ୍ଡିଆ ଏହି ଟାର୍ଗେଟକୁ ୩୯ ବଲ ପୂର୍ବରୁ ହାସଲ କରି ନେଇଛି। ଭାରତ ୭ ୱିକେଟ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରି ଟେବୁଲ ଶୀର୍ଷରେ ପହଞ୍ଚି ଯାଇଛି। ଯଦି ଅଷ୍ଟ୍ରେଲିଆ ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକାକୁ […]

  • Tuesday, 20 July 2021
Rahul-6
ବିଶ୍ୱକପ୍‌ରେ ରାହୁଲଙ୍କ ପ୍ରଥମ ଶତକ

ଲିଡ୍‌ସ: ଟିମ୍‌ ଇଣ୍ଡିଆର ନିୟମିତ ଓପନର ଶିଖର ଧୱନ ଆହତ ହେବା ପରେ କେଏଲ୍ ରାହୁଲଙ୍କୁ ଯେଉଁ ଦାୟିତ୍ୱ ଦିଆଯାଇଥିଲା, ତା’କୁ ସେ ଠିକ୍‌ ଭାବେ ତୁଲାଇଛନ୍ତି। ଆଜି ରାହୁଲ ଶ୍ରୀଲଙ୍କା ବିପକ୍ଷରେ ଶତକ ହାସଲ କରି ସେମିଫାଇନାଲ ପୂର୍ବରୁ ନିଜର ମନୋବଳ ବୃଦ୍ଧି କରିଛନ୍ତି। ରାହୁଲ ଆଜି ୧୦୭ଟି ବଲ୍‌ରେ ନିଜର ଶତକ ହାସଲ କରିଛନ୍ତି। ଏହା ବିଶ୍ୱକପ୍‌ରେ ରାହୁଲଙ୍କ ପ୍ରଥମ ଶତକ। ସେହିପରି ଦିନିକିଆ କ୍ୟାରିୟରରେ ରାହୁଲଙ୍କ ଏହା ଦ୍ୱିତୀୟ ଶତକ। ରାହୁଲ ଆଜି […]

  • Tuesday, 20 July 2021
ଡୁପ୍ଲେସିସିଙ୍କ ଶତକ; ଅଷ୍ଟ୍ରେଲିଆକୁ ୩୨୬ ରନ୍‌ର ଟାର୍ଗେଟ୍ ଦେଲା ଦକ୍ଷିଣ ଆଫ୍ରିକା

ଲଣ୍ଡନ: ଫାଫ୍‌ ଡୁପ୍ଲେସିସିଙ୍କ ଶତକ ବଳରେ ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ୱକପର ଶେଷ ଲିଗ୍‌ ମ୍ୟାଚ୍‌ରେ ଦମଦାର ବ୍ୟାଟିଂ କରିଛି। ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍‌ ହରାଇ ୩୨୫ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ଏହି ମ୍ୟାଚ୍‌ଟିକୁ ଜିତିବା ପାଇଁ ଅଷ୍ଟ୍ରେଲିଆକୁ ୩୨୬ ରନ୍‌ର ଟାର୍ଗେଟ ମିଳିଛି। ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ଅଧିନାୟକ ଫାପ୍‌ ଡୁପ୍ଲେସିସି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳର ଦୁଇ ଓପନର କ୍ୱିଣ୍ଟନ ଡି-କକ୍‌ ଓ […]

  • Tuesday, 20 July 2021
bf
ଶତକ ହାସଲ ସହିତ ବିଶ୍ୱ ରେକର୍ଡ କଲେ ରୋହିତ ଶର୍ମା

ଲିଡ୍‌ସ: ଶ୍ରୀଲଙ୍କା ବିପକ୍ଷରେ ରୋହିତ ଶର୍ମା ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଆଜି ଶତକ ହାସଲ କରିବା କ୍ଷଣି ଏକାଧିକ ରେକର୍ଡ ନିଜ ନାଁରେ କରି ନେଇଛନ୍ତି। ଗୋଟିଏ ବିଶ୍ୱକପ୍‌ରେ ୫ଟି ଶତକ ହାସଲ କରିବାରେ ସେ ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି। ରୋହିତଙ୍କ ପୂର୍ବରୁ ଶ୍ରୀଲଙ୍କାର କୁମାର ସାଙ୍ଗାକାର ୨୦୧୫ ବିଶ୍ୱକପ୍‌ରେ ୪ଟି ଶତକ ମାରିଥିଲେ। ହେଲେ ଆଜି ସେହି ଶ୍ରୀଲଙ୍କା ବିପକ୍ଷରେ ଶତକ ମାରି କୁମାର ସାଙ୍ଗାକାରଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି।   […]

  • Tuesday, 20 July 2021
cricket
ବିଶ୍ୱକପ୍‌ରୁ ପାକିସ୍ତାନକୁ ବାଦ୍ ଦେବାକୁ ଯୋଜନା

ନୂଆଦିଲ୍ଲୀ: ପୁଲ୍‌ୱାମା ଅ୍ରାକ୍ରମଣ ପରେ ପାକିସ୍ତାନକୁ ସମସ୍ତ ଦିଗରେ ଏକ ଘରିକିଆ କରିବା ପାଇଁ ଭାରତର ଯୋଜନା। ଏବେ କ୍ରିକେଟ୍‌ରେ ମଧ୍ୟ ପାକିସ୍ତାନକୁ ଏକଘରିକିଆ କରିବା ପାଇଁ ବିସିସିଆଇ ଯୋଜନା କରୁଛି। ଚଳିତ ବର୍ଷ ଇଂଲଣ୍ଡରେ ହେବାକୁ ଥିବା ବିଶ୍ୱକପ୍‌ରୁ ପାକିସ୍ତାନକୁ ବାହାର କରିବା ପାଇଁ ବିସିସିଆଇ ନିଷ୍ପତ୍ତି ନେଇପାରେ। ଏନେଇ ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟି ଅଫ୍ ଆଡମିନିଷ୍ଟ୍ରେଟର୍ସ (ସିଓଏ) କମିଟିର ବୈଠକ ହେବ। ଏହି ବୈଠକରେ ପାକିସ୍ତାନକୁ ବିଶ୍ୱକପ୍‌ରୁ ବାଦ୍ ଦେବା ପାଇଁ […]

  • Tuesday, 20 July 2021
rohit
ଭାରତକୁ ୨୬୫ ରନ୍‌ର ଟାର୍ଗେଟ୍‌: ବିସ୍ଫୋରକ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କଲେ ରୋହିତ

ଲିଡ୍‌ସ: ଆଞ୍ଜେଲୋ ମାଥ୍ୟୁସଙ୍କ ଦମଦାର ଶତକ ବଳରେ ଶ୍ରୀଲଙ୍କା ନିର୍ଦ୍ଧାରିତ ୫୦ ଓଭର୍‌ରେ ୭ ୱିକେଟ୍‌ ହରାଇ ୨୬୪ ରନ୍‌ କରିଛି। ଫଳରେ ଶେଷ ଲିଗ୍‌ ମ୍ୟାଚ୍‌ ଜିତିବାକୁ ଭାରତକୁ ୨୬୫ ରନ୍‌ର ଟାର୍ଗେଟ ମିଳିଛି। ଯବାବରେ ଟିମ୍‌ ଇଣ୍ଡିଆ ବ୍ୟାଟିଂ ଜାରି ରଖିଛି। ଦଳର ଦୁଇ ଓପନର୍‌ ବ୍ୟାଟ୍‌ସମ୍ୟାନ୍ ରୋହିତ ଶର୍ମା ଓ କେ ଏଲ୍‌ ରାହୁଲ୍‌ ଦଳକୁ ଭଲ ଆରମ୍ଭ ଦେଇଛନ୍ତି। ଖବର ଲେଖାଯିବା ସୁଦ୍ଧା ଦଳର ସ୍କୋର୍‌ ୨୦ ଓଭର୍ ୨ ବଲ୍‌ରେ […]

  • Tuesday, 20 July 2021
Ritwik-das
ଫୁଟ୍‌ବଲ୍‌ ଖେଳୁଥିବା ବେଳେ ଓଡ଼ିଆ ଛାତ୍ରଙ୍କ ମୃତ୍ୟୁ

କଟକ: ପଡ଼ିଆ ମଝିରେ ଉଡ଼ିଗଲା ପ୍ରାଣ ବାୟୁ। ଫୁଟ୍‌ବଲ୍‌ ଖେଳୁଥିବା ବେଳେ ଜଣେ ଓଡ଼ିଆ ଛାତ୍ରଙ୍କ ମୃତ୍ୟୁ ଘଟିଛି।  ତାଙ୍କ ନାଁ ରିତ୍‌ୱିକ୍‌ ଦାସ। ରିତୱିକ୍‌ କଟକ ସ୍ଥିତ ନ୍ୟାସନାଲ ଲ ୟୁନିଭର୍ସିଟି ଓଡ଼ିଶା ତରଫରୁ କୋଲକାତାକୁ ଏକ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଇଥିଲେ।  ମ୍ୟାଚ୍‌ ଚାଲିଥିବା ବେଳେ ପଡ଼ିଆ ମଝିରେ ହିଁ ସେ ଅଚେତ ହୋଇ ଯାଇଥିଲେ। ହସ୍ପିଟାଲ୍‌ ନିଆଯିବା ପରେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। କୋଲକାତାରୁ ତାଙ୍କ ମର ଶରୀରକୁ କଟକ […]

  • Tuesday, 20 July 2021
cricket
ଚତୁର୍ଥ ଦିନିକିଆ ଜିତିଲା ନ୍ୟୁଜିଲ୍ୟାଣ୍ଡ

ହାମିଲ୍‌ଟନ୍‌: ଚତୁର୍ଥ ଦିନିକିଆରେ ଭାରତକୁ ହରାଇଛି ନ୍ୟୁଜିଲ୍ୟାଣ୍ଡ। ଦଳ ୮ ୱିକେଟ୍‌ରେ ଟିମ୍ ଇଣ୍ଡିଆକୁ ହରାଇବା ସହିତ ସିରିଜ୍‌କୁ ୩-୧ ସ୍ଥିତିକୁ ଆଣିଛି। ଏହା ସହିତ ୫-୦ରେ ସିରିଜ୍ ଜିତିବା ନେଇ ଭାରତ ଯେଉଁ ଲକ୍ଷ୍ୟ ରଖିଥିଲା ତାହା ଧୂଳିସାତ୍ ହୋଇଛି। ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଆଜି ପଡ଼ିଆକୁ ଓହ୍ଲାଇ ଥିବା ଟିମ୍ ଇଣ୍ଡିଆ ମାତ୍ର ୩୦.୫ ଓଭରରେ ଅଲ୍ଆଉଟ୍ ହୋଇଯାଇଥିଲା। ଦଳ ୯୨ ରନ୍ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ମାତ୍ର ୧୪.୪ ଓଭରରେ ଦୁଇଟି ୱିକେଟ୍ […]

  • Tuesday, 20 July 2021
india
ପଞ୍ଚମ ଦିନିକିଆରେ ପରାଜୟ ସହ ସିରିଜ ହାରିଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: କାମ ଦେଲାନି ବିରାଟ ମ୍ୟାଜିକ୍। କୋଟଲାରେ କମାଲ କରିଛି କଙ୍ଗାରୁ ଟିମ୍। ଲଗାତାର ତିନୋଟି ବିଜୟ ସହ ଆରୋନ ଫିଞ୍ଚଙ୍କ ଅଷ୍ଟ୍ରେଲିଆ ଟିମ୍ ଭାରତଠାରୁ ଦିନିକିଆ ସିରିଜ ଛଡ଼ାଇ ଆଣିଛି। ଖରାପ ବ୍ୟାଟିଂ କାରଣରୁ ଟିମ୍ ଇଣ୍ଡିଆ ଏଠାରେ ଅନୁଷ୍ଠିତ ପଞ୍ଚମ ତଥା ଅନ୍ତିମ ଦିନିକିଆରେ ଅଷ୍ଟ୍ରେଲିଆ ନିକଟରୁ ୩୫ ରନରେ ହାରି ସିରିଜ ହାତଛଡ଼ା କରିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ୧୦ ବର୍ଷ ପରେ ଭାରତ ମାଟିରେ ଦିନିକିଆ ସିରିଜ ଜିତି ଇତିହାସ ରଚିଛି। ଚଳିତ […]

  • Tuesday, 20 July 2021
press
୧୨ ତାରିଖରୁ ଟାଟା-ଉତ୍କଳିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର: ୟୁନିଟ୍-୬ ଆଥଲେଟିକ୍‌ ଆସୋସିଏସନ ପକ୍ଷରୁ ଆସନ୍ତା ୧୨ ତାରିଖରୁ ୨୧ତମ ଟାଟା-ଉତ୍କଳିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଏଥିରେ ରାଜ୍ୟର ୭ଟି ଟିମ୍ ଓ ବାହାରୁ ଟାଟା ଫୁଟବଲ୍‌ ଆକାଡେମୀର ଖେଳାଳିମାନେ ଅଂଶଗ୍ରହଣ କରିବେ। ଏହି ମ୍ୟାଚ୍‌ରେ ଚାମ୍ପିଅନ ଟିମ୍‌କୁ ୨୫ ହଜାର ଟଙ୍କା ଓ ରନର୍ସ ଅପ୍ ଦଳକୁ ଟ୍ରଫି ସହ ୧୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ। ଏହାସହ ‘ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍’ ପାଇଁ ଖେଳାଳିଙ୍କୁ ପୁରସ୍କାର ଦିଆଯିବ। […]

  • Tuesday, 20 July 2021
ABCD
ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଦିନିକିଆ

ମୋହାଲି: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଦିନିକିଆ ମ୍ୟାଚ୍‌ ଆସନ୍ତାକାଲି ମୋହାଲିରେ ଖେଳାଯିବ। ମ୍ୟାଚ୍ ୫ଟିକିଆ ସିରିଜରେ ଭାରତ ଏବେ ୨-୧ରେ ଆଗୁଆ ରହିଛି। ତେଣୁ କାଲିର ମ୍ୟାଚ୍‌ ଜିତି ସିରିଜ କବ୍‌ଜା କରିବାକୁ ଚେଷ୍ଟା କରିବ ଭାରତ। ତେବେ କାଲିର ମ୍ୟାଚରେ ଭାରତ କିଛି ପରିବର୍ତ୍ତନ କରିପାରେ। ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧାୱନ ଏବେ ଫର୍ମରେ ନାହାନ୍ତି। ତଥାପି ଆସନ୍ତା ବିଶ୍ୱକପ୍‌କୁ ନଜରରେ ରଖି ଉଭୟଙ୍କୁ ପୁଣି ଥରେ ଓପନିଙ୍ଗ […]

  • Tuesday, 20 July 2021
cricjet
ଫିକା ପଡ଼ିଲା ବିରାଟଙ୍କ ଶତକ: ତୃତୀୟ ୱାନ୍‌ଡେ ହାରିଲା ଇଣ୍ଡିଆ

ରାଞ୍ଚି: ଅଧିନାୟକ ବିରାଟ କୋହଲି (୧୨୩)ଙ୍କ ଲଢୁଆ ଶତକୀୟ ଇନିଂସ୍ ସତ୍ତ୍ୱେ ଭାରତ ଏଠାରେ ଅନୁଷ୍ଠିତ ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆଠାରୁ ୩୨ ରନରେ ପରାସ୍ତ ହୋଇଛି । ଏହି ବିଜୟ ସହ ଅଷ୍ଟ୍ରେଲିଆ ସିରିଜକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଭାରତ ଏବେବି ୨-୧ରେ ଆଗୁଆ ରହିଛି। ଜେଏସସିଏ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଉସମାନ ଖ୍ୱାଜା (୧୦୪)ଙ୍କ ଶତକ ଓ ଆରୋନ୍ ଫିଞ୍ଚ (୯୩)ଙ୍କ ଦମଦାର ଇନିଂସ୍ ସହାୟତାରେ ଅଷ୍ଟ୍ରେଲିଆ ୫୦ ଓଭରରେ ୫ ୱିକେଟ୍ ହରାଇ […]

  • Tuesday, 20 July 2021
New-Indian-Express
ଧୋନି ଓ କେଦାର ଜିତାଇଲେ ମ୍ୟାଚ୍

ହାଇଦ୍ରାବାଦ: କେଦାର ଯାଦବ ଓ ମହେନ୍ଦ୍ର ସିଂହ ଧୋନିଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଟିମ୍ ଇଣ୍ଡିଆ ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି। ଏଥିସହିତ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି। ରାଜୀବ ଗାନ୍ଧି ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭ୍ରମଣକାରୀ ଦଳ ନିର୍ଦ୍ଧାରିତ ୫୦ ଓଭର ଖଳି ୭ ୱିକେଟ୍ ବିନିମୟରେ ୨୩୬ ରନ୍ କରିଥିଲା। ଏହାର ଜବାବରେ ଭାରତ ୪୮.୨ ଓଭରରେ ୪ ୱିକେଟ୍ ହରାଇ ୨୪୦ […]

  • Tuesday, 20 July 2021
cricket
ଅଷ୍ଟ୍ରେଲିଆ ଓ ନ୍ୟୁଜ୍‌ଲାଣ୍ଡ ସିରିଜ୍‌ ପାଇଁ ହାର୍ଦ୍ଦିକ ଓ ରାହୁଲଙ୍କ ସ୍ଥାନରେ ବିଜୟ, ଶୁଭମନ୍‌ଙ୍କୁ ଚୟନ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଷ୍ଟ୍ରେଲିଆ ଓ ନ୍ୟୁଜ୍‌ଲାଣ୍ଡ ସିରିଜ୍‌ ପାଇଁ କେଏଲ୍‌ ରାହୁଲ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଅଲ୍‌ ରାଉଣ୍ଡର ବିଜୟ ଶଙ୍କର ଓ ବ୍ୟାଟ୍ସମ୍ୟାନ୍‌ ଶୁଭମନ୍‌ ଗିଲ୍‌ ସ୍ଥାନ ପାଇଛନ୍ତି। ସେମାନଙ୍କୁ ହାର୍ଦ୍ଦିକ ଓ ରାହୁଲଙ୍କ ସ୍ଥାନରେ ପଠାଯିବା ନେଇ ଅଲ୍‌ ଇଣ୍ଡିଆ ସିନିଅର୍‌ ସିଲେକ୍ସନ୍‌ କମିଟି ନିଷ୍ପତ୍ତି ନେଇଛି ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଏଥିସହ ଟିଭି ଶୋ’ ‘କଫି ୱିଥ୍‌ କରନ୍‌’ରେ ମହିଳାଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିବା ହାର୍ଦ୍ଦିକ ପାଣ୍ଡ୍ୟା […]

  • Tuesday, 20 July 2021
Harendra Singh
ଭାରତୀୟ ପୁରୁଷ ହକି ଦଳର କୋଚ୍‌ ପଦରୁ ହଟିଲେ ହରେନ୍ଦ୍ର ସିଂ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଦଳର କୋଚ୍‌ ହରେନ୍ଦ୍ର ସିଂଙ୍କୁ ଗତକାଲି ତାଙ୍କ ପଦରୁ ହଟାଇ ଦିଆଯାଇଛି। ଏନେଇ ଗତକାଲି ହକି ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି। ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ହରେନ୍ଦ୍ରଙ୍କୁ ଭାରତୀୟ ସିନିଅର୍‌ ପୁରୁଷ ହକି ଟିମ୍‌ର କୋଚ ପଦରୁ ହଟାଇ ଦିଆଯାଇଛି। ତାଙ୍କୁ ଜୁନିଅର୍‌ ନ୍ୟାସନାଲ୍‌ ହକି ଟିମ୍‌ର କୋଚ୍‌ ଭାବେ ଦାୟିତ୍ୱ ମିଳିବ ବୋଲି ଜଣାପଡ଼ିଛି। ୨୦୧୮ ମସିହା ମେ’ ମାସରେ ହରେନ୍ଦ୍ରଙ୍କୁ ଟିମ୍‌ ଇଣ୍ଡିଆର ପୁରୁଷ ହକି […]

  • Tuesday, 20 July 2021
table tennis
ଜାତୀୟ ସିନିଅର୍‌ ଟେବୁଲ୍ ଟେନିସ୍‌ ଚାମ୍ପିଅନ୍‌ସିପ୍ ଉଦ୍‌ଯାପିତ

କଟକ: ବୁଧବାର ଜାତୀୟ ସିନିଅର୍‌ ଟେବୁଲ୍ ଟେନିସ୍‌ ଚାମ୍ପିଅନ୍‌ସିପ୍ ଉଦ୍‌ଯାପିତ ହୋଇଯାଇଛି। କଟକ ଇନ୍‌ଡୋର ଷ୍ଟାଡିୟମ୍‌ରେ ଆୟୋଜିତ ଏହି ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଯୋଗ ଦେଇ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ପୁରୁଷ ଏକକ ବର୍ଗରେ ଶରତ କମଲ ଚାମ୍ପିଅନ୍‌ ହୋଇଛନ୍ତି। ଏହି ବିଜୟ ସହ ଲଗାତର ୯ ଥର ପାଇଁ ସେ ଜାତୀୟ ଚାମ୍ପିଅନସିପ୍‌ରେ ବାଜି ମାରିଛନ୍ତି। ସେହିପରି ମହିଳା ଏକକ ବର୍ଗରେ ଅର୍ଚ୍ଚନା କାମଥ୍‌ ଚାମ୍ପିଅନ୍‌ ହୋଇଛନ୍ତି। […]

  • Tuesday, 20 July 2021
cricket
ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ସିରିଜ୍‌ ବିଜୟ

ସିଡ୍‌ନୀ: ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ବିଜୟ। ସିଡ୍‌ନୀ ଟେଷ୍ଟର ଶେଷ ଦିନ ବର୍ଷା ଯୋଗୁ ମ୍ୟାଚ୍‌କୁ ଡ୍ର ଘୋଷଣା କରାଯାଇଥିଲା। ଏହା ସହିତ ୨-୧ରେ ସିରିଜ୍‌ରେ ଆଗୁଆ ରହିଥିବା ଟିମ୍ ଇଣ୍ଡିଆ ସିରିଜ୍‌ ଜିତି ଯାଇଛି। ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ଟେଷ୍ଟ୍‌ ସିରିଜ୍‌ ଜିତିଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍ ଶେଷରେ ଆଜି ଡ୍ର’ରେ ଶେଷ ହୋଇଛି। ସିଡ୍‌ନୀରେ ଟସ୍ ଜିତି ଭାରତ ପ୍ରଥମ ଇନିଂସ୍‌ରେ ୬୨୨ ରନ୍ କରି ପାଳି ଘୋଷଣା […]

  • Tuesday, 20 July 2021
bdf
ଗୁରୁବାର ଠାରୁ ସୟଦ ମୁସ୍ତାକ ଅଲ୍ଲୀ ଟି-ଟ୍ୱେଣ୍ଟି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍‌ ମ୍ୟାଚ୍

କଟକ: ଗୁରୁବାରଠାରୁ କଟକରେ ଆରମ୍ଭ ହେବ ସୟଦ ମୁସ୍ତାକ ଅଲ୍ଲୀ ଟି-ଟ୍ୱେଣ୍ଟି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ। ଗ୍ରୁପ ‘ଡି’ର ସମସ୍ତ ମ୍ୟାଚ୍‌ ଏଠାରେ ଖେଳାଯିବ। ଏଥିରେ ଅଂଶଗ୍ରହଣ କରିବେ ଓଡ଼ିଶା ସମେତ ୮ଟି ଦଳ। ରଣଜୀ ସିଜନରେ ଭଲ ପ୍ରଦର୍ଶନ ପରେ, ଟିମ୍ ଓଡ଼ିଶା ଟି-ଟ୍ୱେଣ୍ଟିରେ ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରହିଛି। ବାରବାଟୀ ଓ ଡ୍ରିମ୍‌ସ ଗ୍ରାଉଣ୍ଡରେ ଏହି ମ୍ୟାଚ୍‌ ଖେଳାଯିବ। ତେବେ ଏହା ପୂର୍ବରୁ ଯୋରଦାର ଅଭ୍ୟାସ ଚାଲିଛି। […]

  • Tuesday, 20 July 2021
photo
ଇମ୍ରାନ ଖାନ୍‌ଙ୍କ ମୁହଁ ଢାଙ୍କି ସହିଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା କ୍ରିକେଟ୍ କ୍ଲବ୍ ଅଫ୍‌ ଇଣ୍ଡିଆ

ମୁମ୍ବାଇ: ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଦେଶରେ ଅସନ୍ତୋଷ ଓ ଆକ୍ରୋଶ ଭରି ରିହିଛି। ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ସହ କ୍ୟାଣ୍ଡେଲ୍‌ ମାର୍ଚ୍ଚ କରି ଦେଶବାସୀ ସହିଦଙ୍କୁ ସମ୍ମାନ ଦେଉଛନ୍ତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ବି ଜଣାଉଛନ୍ତି। ମୁମ୍ବାଇରେ କ୍ରିକେଟ କ୍ଲବ ଇଣ୍ଡିଆ ପକ୍ଷରୁ ଅଭିନବ ଉପାୟରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ସିସିଆଇରେ ରେସ୍ତୋରାଁରେ ଲାଗି ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ତଥା ପୂର୍ବତନ ପାକ୍ କ୍ରିକେଟ ଅଧିନାୟକ ଇମରାନ ଖାନ୍‌ଙ୍କ ଫୋଟକୁ ଆବୃତ କରାଯାଇଛି। ସିସିଆଇରେ ପୂର୍ବତନ […]

  • Tuesday, 20 July 2021
aus
ପର୍ଥ ଟେଷ୍ଟରେ ‌ଅଷ୍ଟ୍ରେଲିଆ ଠାରୁ ହାରିଲା ଭାରତ

ପର୍ଥ : ପର୍ଥ ଟେଷ୍ଟରେ ହାରିଲା ଭାରତ। ୨୮୭ ରନ୍ ଟାର୍ଗେଟ୍‌କୁ ପିଛା କରି ୧୪୬ ରନ୍‌ରେ ପରାସ୍ତ ହୋଇଛି ଟିମ୍‌ ଇଣ୍ଡିଆ। ଆଜି ଖେଳ ଆରମ୍ଭ ହେବାର ଘଣ୍ଟାକ ମଧ୍ୟରେ ଭାରତ ୧୪୦ ରନ୍‌ରେ ଅଲଆଉଟ ହୋଇଯାଇଥିଲେ। ଆଜି ୧୧୨ ରନ୍‌ରୁ ଖେଳ ଆରମ୍ଭ କରିଥିବା ଭାରତ ମାତ୍ର ୨୮ ରନ୍‌ରେ ୫ଟି ଓ୍ୱିକେଟ୍ ହରାଇଥିଲା। ଏହି ପରାଜୟ ସହ ସିରିଜ୍ ୧-୧ରେ ବରାବର ହୋଇଛି। ପର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ୩୨୬ ରନ୍‌ କରିଥିବାବେଳେ ଭାରତ […]

  • Tuesday, 20 July 2021