Advertisment

୨ୟ ଦିନରେ ଚୀନର ସ୍ୱର୍ଣ୍ଣିମ ଅଭିଯାନ

ଟୋକିଓ ଅଲିମ୍ପିକ୍ସ୨୦୨୦ର ୨ୟ ଦିନରେ ସ୍ୱର୍ଣ୍ଣ ପଦକ ହାତେଇଲା ଚୀନ। ଅନ୍ୟପକ୍ଷେ ପୁରୁଷ ହକିରେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ତାହାର ଅଭିଯାନ ଆରମ୍ଭ କରିଛି।

author-image
Minati Mishra
ଅଦ୍ୟତନ ହୋଇଛି
୨ୟ ଦିନରେ ଚୀନର ସ୍ୱର୍ଣ୍ଣିମ ଅଭିଯାନ

tokyo olympics 2020-china wins gold

ଟୋକିଓ: ଖେଳ ମହାକୁମ୍ଭ-ଟୋକିଓ ଅଲିମ୍ପିକ୍ସ-୨୦୨୦। ଆଜି ଦ୍ୱିତୀୟ ଦିନରେ ସ୍ୱର୍ଣ୍ଣିମ ଶୁଭାରମ୍ଭ କରିଛି ଖେଳ ମହାଶକ୍ତି ପାଲଟିଥିବା ଚୀନ। ଚୀନ ଟୋକିଓ ଅଲମ୍ପିକର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛି। ସୁଟର ୟାନ କିୟାନ (Yang Qian) ୧୦ ମିଟର ମହିଳା ଏୟର ରାଇଫଲରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ଫାଇନାଲରେ ୨୫୧.୮ ର ନୂଆ ଅଲମ୍ପିକ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ହାତେଇବାର ସୌଭାଗ୍ୟ ଅର୍ଜ୍ଜନ କରିଛନ୍ତି।

Advertisment

ସେହିପରି ୧୦ ମିଟର ମହିଳା ଏୟର ରାଇଫଲରେ ରୌପ୍ୟ ପଦକ ହାସଲ କରିଛନ୍ତି ଋଷର ଆନାସ୍ତାସିଆ ଗାଲାଶିନା (Anastasiia Galashina)। ସେ ୨୫୧.୧ ସ୍କୋର କରି ଏହି ପଦକ ହାସଲ କରିଛନ୍ତି। ସେହିପରି ବ୍ରୋଞ୍ଚ ପଦକ ପାଇଛି ସ୍ୱିଜରଲାଣ୍ଡ। ସ୍ୱିଜରଲାଣ୍ଡର ନୀନା କ୍ରିଷ୍ଟେନ (Nina Christen)୨୩୦.୬ ସ୍କୋରରେ ଏହି ପଦକ ହାସଲ କରିଛନ୍ତି। 

ଅନ୍ୟପକ୍ଷେ ଆଜି ପ୍ରତିନ୍ଦ୍ୱନ୍ଦ୍ୱିତା ଆରମ୍ଭ ଭଲରେ କରିଛି ଭାରତ। ପୁରୁଷ ହକି ଟିମ୍ ନ୍ୟଜିଲାଣ୍ଡକୁ ହରାଇ ତା’ର ଅଭିଯାନ ଆରମ୍ଭ କରିଛି ।  ଟିମ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କଡ ଟକ୍କର ପରେ ଭାରତ ୩-୨ରେ ନ୍ୟୁଜିଲାଣ୍ଡକୁ ମାତ୍‌ ଦେଇଛି।  ରୂପିନ୍ଦର ଗୋଟିଏ ଓ ମନପ୍ରୀତ ୨ଟି ଗୋଲ କରି ନ୍ୟୁଜିଲାଣ୍ଡକୁ ହରାଇଛନ୍ତି।  

Advertisment

ହେଲେ ଟେବୁଲ ଟେନିସରେ ଭାରତର ଚୀନ ସହ ମୁକାବିଲା ବିଶେଷ ଭଲ ନ ଥିଲା। ମୋନିକା ବାତ୍ର ଏବଂ ଶରତ କମଳଙ୍କ ଯୋଡ଼ି ଚୀନ୍‌ର ୟୁନ ଲିନ୍‌ ଏବଂ ଚିଂଗ ଝୋଂଗଙ୍କ ମଧ୍ୟରେ ହୋଇଥିଲେ । ଖେଳର ପ୍ରାରମ୍ଭିକ ସ୍ଥିତି ବିଶେଷ ଭଲ ନ ଥିଲା। ପ୍ରଥମ ଗେମ୍‌ରେ  ଭାରତୀୟ ଯୋଡ଼ି ୮-୧୧ରେ ହାରି ଯାଇଛନ୍ତି। 

ସେହିପରି ୧୦ ମିଟର ପୁରୁଷ ଏୟାର ପିଷ୍ଟଲ ସୁଟିଂର କ୍ୱାଲିଫିକେସନ୍‌ ରାଉଣ୍ଡରେ ଅଭିଷେକ ବର୍ମା ଓ ସୌରଭ ଚୌଧରୀଙ୍କ ମୁକାବିଲା ହେବାକୁ ଯାଉଛି । ସେମାନଙ୍କ ପ୍ରଦର୍ଶନ ଭଲ ରହିଥିବାରୁ ଭାରତର ଆଶା ତାଙ୍କ ଉପରେ ରହିଛି । ଏହି ଯୋଡ଼ି ଭାରତକୁ ନିରାଶ କରିବନି ବୋଲି ସମସ୍ତଙ୍କ ଆଶା।

ସେହିଭଳି ଅଭିଷେକ ବର୍ମା ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି । ସେ ନିଜ ସଟ୍‌ ଖେଳିବା ପାଇଁ ପୁରା ସମୟ ନେଉଛନ୍ତି । ସେ ପ୍ରଥମ ସିରିଜ୍‌ରେ ୯୪ ପଏଣ୍ଟ ହାସଲ କରିବାରେ ସଫଳ ହୋଇଛନ୍ତି ।

 ତୀରନ୍ଦାଜୀରେ ଦୀପିକା-ପ୍ରବୀଣଙ୍କ ଯୋଡି ବିଜୟ ହୋଇଛି । ଏହି ଯୋଡ଼ି ଏବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିସାରିଛି । ଅନ୍ୟପଟେ ଅପୁର୍ବି ଚାନ୍ଦେଲା ଏବଂ ଏଲାଭେନିଲ ବାଲାରିବନ ମହିଳା ୧୦ ମିଟର ରାଇଫଲ ସୁଟିଂ କ୍ୱାଲିଫିକେସନ ରାଉଣ୍ଡରେ ଖରାପ ପ୍ରଦର୍ଶନ କାରଣରୁ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛନ୍ତି । ବ୍ୟାଡମିଣ୍ଟନରେ ସାଇ ପ୍ରଣୀତଙ୍କ ପ୍ରଦର୍ଶନ ଭଲ ନ ଥିଲ।  ଇଜିରାଏଲର ମିଶାଙ୍କଠାରୁ ୧୭-୨୧ରେ ହାରି ଯାଇଛନ୍ତି। 

ଯାହା ବି ହେଉ, ଟୋକିଓ ଅଲିମ୍ପିକ୍ସର ଦ୍ୱିତୀୟ ଦିନରେ ଭାରତର ପ୍ରଦର୍ଶନ ମିଶ୍ରିତ ରହିଥିଲା । ବେଶି ଭଲ ପ୍ରଦର୍ଶନ କରି ନ ଥିଲେ ବି ନିରାଶା ଜନକ ନଥିଲା । 

Tokyo Olympics Tokyo Olympics 2020
Advertisment
Advertisment