/odishatv-khabar/media/post_attachments/uploadimage/library/16_9/16_9_0/IMAGE_1635961671.jpg)
India-Afghanistan
ନୂଆଦିଲ୍ଲୀ: ଫର୍ମକୁ ଫେରିଛି ଭାରତ । ଆଫ୍ଗାନିସ୍ତାନ ବିରୋଧରେ ଦମ୍ଦାର ପ୍ରଦର୍ଶନ । ଟି-୨୦ ବିଶ୍ୱକପ୍ରେ ଭାରତର ପ୍ରଥମ ବିଜୟ । ଆଫ୍ଗାନିସ୍ତାକୁ ୬୬ ରନ୍ରେ ହରାଇଲା ଭାରତ । ଦଳ ନିଜର ତୃତୀୟ ମ୍ୟାଚରେ ଆଫ୍ଗାନିସ୍ତାକୁ ପରାସ୍ତ କରିଛି । ଆରମ୍ଭ ଅଧିନାୟକ ବିରାଟ କୋହଲି ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିଲେ ।
Also Read
ଏଥିରେ କେଏଲ୍ ରାହୁଲ ଓ ରୋହିତ ଶର୍ମା ଓପନିଂ କରିଥିଲେ । ରାହୁଲ ୪୮ ବଲରେ ୬୯ ରନ୍ କରିଥିବା ବେଳେ ରହିତ ଶର୍ମା ୪୭ ବଲ୍ରେ ୭୪ ରନ୍ କରିଥିଲେ । ଉଭୟଙ୍କ ଦମ୍ଦାର ଓ ବିସ୍ଫୋରକ ବ୍ୟାଟିଂ ପାଇଁ ଦଳ ଏକ ବଡ଼ ସ୍କୋର ଛିଡ଼ା କରିବାରେ ସଫଳ ହୋଇଥିଲା । ତେବେ ଫାଷ୍ଟ ଡାଉନ୍ରେ କେଏଲ୍ ରାହୁଲ ମଇଦାନକୁ ଆସିଥିବା ବେଳେ ସେ ମଧ୍ୟ ଧୁଆଁଧାର ବ୍ୟାଟିଂ କରି ଆଫ୍ଗାନିସ୍ତା ବୋଲରଙ୍କୁ ଦଗହରା କରିଦେଇଥିଲେ । ରାହୁଲ ମାତ୍ର ୧୩ଟି ବଲ ଖେଳି ୨୭ ରନ୍ କରିବା ସହ ନଟ୍ ଆଉଟ୍ ରହିଥିଲେ । ଅନ୍ୟପଟେ ହଂର୍ଦିକ୍ ପାଣ୍ଡିଆ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ମଇଦାନକୁ ଓହ୍ଲାଇବା ମାତ୍ର ଆରମ୍ଭ କରିଥିଲେ ଛକା ଚୌକା । ସେ ମାତ୍ର ୧୩ଟି ବଲ୍ ଖେଳି ୩୫ ରନ୍ର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ । ଏଥିରେ ତାଙ୍କର ୪ଟି ଚୌକା ଏବଂ ଦୁଇଟି ଛକା ସାମିଲ ଅଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)