• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "531" result for "ଭକ୍ତ" in https://otvkhabar.in

jagara
କରୋନା କଟକଣାରେ ଜାଗର ଜାଳୁଛନ୍ତି ଭକ୍ତ

କୋଭିଡ୍ କଟକଣା ସତ୍ତ୍ୱେ ଶିବମୟ ସାରା ଜଗତ। ଯଦିଓ ପୂର୍ବ ବର୍ଷ ଭଳି ଏଥର ସେତେଟା ଗହଳି ଚହଳି ନାହିଁ, ତଥାପି ଶ୍ରଦ୍ଧାଳୁମାନେ ଭକ୍ତି ଓ ଆନନ୍ଦ ମଧ୍ୟରେ ପାଳନ କରୁଛନ୍ତି ଶିବରାତ୍ରି। ସାମାଜିକ ଦୂରତା ରକ୍ଷା କରି ଜାଳିଛନ୍ତି ଜାଗର ଦୀପ ଆଉ ଅପେକ୍ଷା କରିଛନ୍ତି ମହାଦୀପ ଦର୍ଶନକୁ।

jagara
କୋଭିଡ୍ କଟକଣା ଭିତରେ ଏଥର ଭକ୍ତ ପାଳିବେ ଜାଗର

ଆସନ୍ତାକାଲି ଜାଗର ଅର୍ଥାତ୍ ମହାଶିବ ରାତ୍ରୀ। ଦେବ ଦେବ ମହାଦେବଙ୍କୁ ଉଜାଗର ରହି ଆରାଧନା କରିବେ ଭକ୍ତ। ଏଥିପାଇଁ ବିଭିନ୍ନ ଶୈବପୀଠରେ ହୋଇଛି ବ୍ୟାପକ ବ୍ୟବସ୍ଥା। ତେବେ କୋଭିଡ୍ ଯୋଗୁଁ ପ୍ରଭୁ ଲିଙ୍ଗରାଜ ଓ ଲୋକନାଥଙ୍କ ପୀଠରେ କଟକଣା ଭିତରେ ଦର୍ଶନ ଓ ଦୀପ ଜାଳିବାକୁ ଅନୁମତି ମିଳିଛି।

puri-2
ଭକ୍ତକୁ କାଳିଆ ଡାକୁଛି ଆ....

ମହାମାରୀର ମହାବିପଦ ଭିତରେ ୧୦ ମାସର ବ୍ୟବଧାନ ପରେ ଶେଷରେ ନିର୍ବିଘ୍ନରେ ହେଲା ମହାପ୍ରଭୁଙ୍କ ଦର୍ଶନ। ଆଜିଠୁ ବିନା କୋଭିଡ୍ ଟେଷ୍ଟରେ କାଳିଆଙ୍କୁ ଦର୍ଶନ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ

puri srimandir
ଆଜିଠୁ ଜଗା ଦର୍ଶନ କରିବେ ସାଧାରଣ ଭକ୍ତ

ଆଜିଠୁ ଜଗା ଦର୍ଶନ କରିବେ ସାଧାରଣ ଲୋକ।  ଦୀର୍ଘ ୯ ମାସ ପରେ ଆଜିଛୁ ଜଗା ଦର୍ଶନର ସୌଭାଗ୍ୟ ପାଇବେ ଭକ୍ତ। ଆଜିଠୁ ୧୫ରୁ ୧୭ ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି ଆଶା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ପୁରୀ ବାସିନ୍ଦାଙ୍କ ପାଇଁ ହୋଇଥିବା ୬ ଦିନିଆ ଦର୍ଶନ ବ୍ୟବସ୍ଥା ପରେ ଦିନକୁ ୧୫ରୁ ୧୭ ହଜାର ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ହୋଇପାରିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

puri
ମାତ୍ର ୧୦୦ ଟଙ୍କାରେ ପୁରୀରେ ରହିପାରିବେ ଭକ୍ତ !

ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତଙ୍କ ପାଇଁ ସରକାରଙ୍କ ଉପହାର। ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ପୁରୀରେ ମାତ୍ର ଶହେ ଟଙ୍କାରେ ରହିପାରିବେ। ସାଧାରଣ ଭକ୍ତଙ୍କୁ ସ୍ୱଳ୍ପ ମୂଲ୍ୟରେ ରହଣି ପାଇଁ ଭକ୍ତ ନିବାସ ନିର୍ମାଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି

tradition
ଭକ୍ତଙ୍କ ବିନା ସମ୍ପନ୍ନ ହେଲା ରାମମନ୍ଦିରରେ ନୀତିକାନ୍ତି, ଶ୍ରୀଜିଉଙ୍କ ରଥକାଠ ଚିରଟ ନୀତି

ଭୁବନେଶ୍ୱର: କରୋନା ପାଇଁ ଫିକା ପଡ଼ିଲା ପବିତ୍ର ରାମନବମୀ ଉତ୍ସବ। ମହାପ୍ରଭୁ ଶ୍ରୀରାମଙ୍କ ଜନ୍ମତିଥିକୁ ଦେଶର ବିଭିନ୍ନ ଅଞ୍ଚଳରେ ବେଶ୍ ଜାକଜମକରେ ପାଳନ କରାଯାଏ ହେଲେ ଚଳିତ ବର୍ଷ କରୋନାର ପ୍ରାଦୁର୍ଭାବ ଯୋଗୁଁ ବିଭିନ୍ନ ସ୍ଥାନରେ କେବଳ ମନ୍ଦିରରେ ନୀତିକାନ୍ତି ପାଳିତ ହେଉଥିଲେ ବି ଭକ୍ତଙ୍କ କୋଳାହଳ ଦେଖିବାକୁ ମିଳିନି। ଭୁବନେଶ୍ୱର ରାମ ମନ୍ଦିରରେ ଆଜି ସକାଳୁ ଶୁନଶାନ ପରିବେଶ ଦେଖିବାକୁ ମିଳିଥିଲା। ପରମ୍ପରା ଅନୁଯାୟୀ କେବଳ ମନ୍ଦିର ଭିତରେ ନୀତିକାନ୍ତି ପାଳନ କରାଯାଇଥିଲା। ସହରର ଅନ୍ୟାନ୍ୟ […]

Lingaraj
ବିନା ଭକ୍ତରେ ହେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ଭୁବନେଶ୍ୱର: ଆଜି ଅଶୋକାଷ୍ଟମୀ ତଥା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏନେଇ ୧୪୪ ଧାରା ଜାରି ହୋଇଛି। କରୋନା ସଂକ୍ରମଣ ଦୃଷ୍ଟିରୁ ଏଥର ରୁକୁଣା ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି। ରଥଖଳାରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ କମିଶନରେଟ୍ ପୋଲିସ ପକ୍ଷରୁ ୧୪୪ ଧାରା ଜାରି ହେବ। ଆଜି ଦିନ ୧୨ଟାରୁ ସଂଧ୍ୟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ହେବ। ଏପ୍ରିଲ ୨୦ ଓ ୨୪ ତାରିଖରେ ୧୪୪ ଧାରା ବଳବତ୍ତର ରହିବ ବୋଲି ପୋଲିସ କମିଶନର […]

Lingaraja
ଭକ୍ତଙ୍କ ଲାଗି ଲିଙ୍ଗରାଜ ମନ୍ଦିର ବନ୍ଦ

ଅନିର୍ଦ୍ଦିଷ୍ଟ କାଳ ଲାଗି ଲିଙ୍ଗରାଜ ମନ୍ଦିର ବନ୍ଦ କିଛି ସେବାୟତ କରୋନା ସଂକ୍ରମିତ ହେବାରୁ ବିଏମସିର ନିଷ୍ପତ୍ତି ଦୈନନ୍ଦିନ ନୀତିକାନ୍ତି ପାଇଁ କେବଳ ସେବାୟତଙ୍କୁ ମନ୍ଦିର ପ୍ରବେଶ ଅନୁମତି    ଭୁବନେଶ୍ୱର : ବଢୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ଶ୍ରଦ୍ଧାଳୁଙ୍କ ପାଇଁ ଅନିର୍ଦ୍ଦିଷ୍ଟ କାଳ ଲାଗି ବନ୍ଦ ହୋଇଛି ଶ୍ରୀଲିଙ୍ଗରାଜ ମନ୍ଦିର । କିଛି ସେବାୟତ କରୋନା ସଂକ୍ରମିତ ହେବାରୁ ସାଧାରଣ ଦର୍ଶନାର୍ଥୀଙ୍କ ଲାଗି ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବିଏମସି । ତେବେ ଏହି […]

Makes Chariot For Ratha Jatra
କୁନି ଭକ୍ତଙ୍କ କୁନିରଥ

ଭକତ ଡୋରିରେ ବନ୍ଧା କାଳିଆ ଠାକୁର । କୁନି ଭକତର କୁନି ରଥ । ପୁରୀ ଯିବାକୁ ଇଛା ଥିଲା ହେଲେ ସେ ଯାଇ ପାରିଲାନି ଜଗାକୁ ଦର୍ଶନ କରିବା ପାଇଁ , ସେଥିପାଇଁ ତ କୁନି ରଥ ତିଆରି କରି ରଥ ଟାଣିଛି କୁନି ଭକ୍ତ । କାଳିଆ ପ୍ରେମରେ ପଡିଯାଇଛି ସୁନ୍ଦରଗଡ଼ ଜିଲ୍ଲାର ୨ ବର୍ଷର ବାଳକ ।

pana sankranti
ପଣା ସଂକ୍ରାନ୍ତିରେ ଭକ୍ତଙ୍କୁ ମନ୍ଦିର ମନା

ଭୁବନେଶ୍ୱର : ରାଜ୍ୟରେ ମହାମାରୀର ପ୍ରଭାବ ବଢ଼ି ବଢ଼ି ଚାଲିଥିବା ବେଳେ ଆସନ୍ତାକାଲି ପଣା ସଂକ୍ରାନ୍ତି ପାଇଁ ବିଏମସି ପକ୍ଷରୁ କଡ଼ା କଟକଣା ଜାରି କରାଯାଇଛି । ଆସନ୍ତାକାଲି ମହାବିଷୁବ ସଂକ୍ରାନ୍ତି ପଡ଼ୁଥିବା ବେଳେ ମନ୍ଦିରରେ ଭିଡ଼ ହେବାର ଆଶଙ୍କା କରି ଆଗୁଆ ପଦକ୍ଷେପ ନିଆଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମନ୍ଦିରରେ ପଣା କିମ୍ବା ବଡ଼ ଧରଣର ପୂଜା ଆୟୋଜନକୁ ବାରଣ କରାଯାଇଛି । କେବଳ ସ୍ୱଳ୍ପ ସଂଖ୍ୟକ ପୂଜକଙ୍କୁ ନେଇ ମା’ଙ୍କର ନୀତି […]

rukuna
ସଂକ୍ରମଣ ଭୟ : ବିନା ଭକ୍ତରେ ହେବ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ଭୁବନେଶ୍ୱର: ବିନା ଭକ୍ତରେ ହେବ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଲକ୍ଷ ଲକ୍ଷ ଭକ୍ତ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ରଥାରୂଢ଼ ଶ୍ରୀଲିଙ୍ଗରାଜଙ୍କୁ ଆଖି ପୂରାଇ ଦେଖିବା ପାଇଁ। ହେଲେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭକ୍ତଙ୍କ ପ୍ରବେଶକୁ ଅନୁମତି ମିଳିନାହିଁ ।  ଏବର୍ଷ ବି ରୁକୁଣା ରଥ ଟାଣିପାରିବେନି ଶ୍ରଦ୍ଧାଳୁ । ସଂକ୍ରମଣ ବଢ଼ୁଥିବା ବେଳେ ପରମ୍ପରା ରକ୍ଷା କରି କିପରି ଯାତ୍ରା ହୋଇ ପାରିବ ସେ ନେଇ ଅନୁରୋଧ କରାଯାଇଥିଲା । ନିଷ୍ପତ୍ତି ଅନୁସାରେ […]

puri
ଖୁବ୍‌ଶୀଘ୍ର ଆନନ୍ଦ ବଜାରରେ ବସି ମହାପ୍ରସାଦ ସେବନ କରିପାରିବେ ଭକ୍ତ

ପୁରୀ: ପୂର୍ବପରି ଭକ୍ତମାନେ ଆନନ୍ଦ ବଜାରରେ ବସି ମହାପ୍ରସାଦ ସେବନ କରିପାରିବେ। ଏନେଇ ଖୁବ୍‌ଶୀଘ୍ର ପୁରୀ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେବାକୁ ଯାଉଛି। କରୋନା ଯୋଗୁ ଆନନ୍ଦ ବଜାର ଭକ୍ତଙ୍କ ପାଇଁ ବନ୍ଦ ରହିଛି। ତେବେ ଏହାର ପୁନଃସମୀକ୍ଷା କରି ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ଦୀପ ଦୋକାନୀଙ୍କୁ ମଧ୍ୟ ଶ୍ରୀମନ୍ଦିର ଭିତରେ ଥଇଥାନ୍ କରିବା ପାଇଁ ଚିନ୍ତା କରାଯାଉଥିବା ଜିଲ୍ଲାପାଳ କହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିର […]

joranda mela
ଭାଙ୍ଗିବ ବର୍ଷ ବର୍ଷର ପରମ୍ପରା: ବିନା ଭକ୍ତ ଓ ସାଧୁସନ୍ଥରେ ପାଳିତ ହେବ ମାଘ ମେଳା

ଢ଼େଙ୍କାନାଳ(ରାଜଶ୍ରୀ ଶତପଥୀ): ଭାଙ୍ଗିବ ବର୍ଷ ବର୍ଷର ପରମ୍ପରା । ବିନା ଭକ୍ତ ଓ ସାଧୁସନ୍ଥରେ ପାଳନ ହେବ ବିଶ୍ଵପ୍ରସିଦ୍ଧ ମାଘ ମେଳା। ଆସନ୍ତା ଗୁରୁବାର ଠାରୁ ତିନିଦିନ ଧରି ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଯୋରନ୍ଦା ମାଘମେଳା। ଆଉ ଏହାରି ଭିତରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ମହିମା ସନ୍ନ୍ୟାସୀଙ୍କୁ ନେଇ ଶେଷ ବୈଠକରେ ପ୍ରସ୍ତୁତ ହୋଇଛି ଚୁଡାନ୍ତ ରୂପରେଖ। କେବଳ ବିଧିରକ୍ଷା ପାଇଁ ହେବ ମେଳା। ଆସିବେନି ଭକ୍ତ,କି ବାହାରୁ ସାଧୁସନ୍ଥ। […]

9
ବିରଳ ପ୍ରଭୁଭକ୍ତି, ରାମ ମନ୍ଦିର ନିର୍ମାଣ ପାଇଁ କନ୍ୟା ଦାନ କରିଦେଲେ ବିବାହରୁ ମିଳିଥିବା ଦେଢ଼ ଲକ୍ଷ ଟଙ୍କା

ସୁରଟ: ପ୍ରଭୁ ଶ୍ରୀରାମଙ୍କ କାମରେ ଲାଗିବ କନ୍ୟାଦାନ ଟଙ୍କା। ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ପାଇଁ ବିବାହରୁ ମିଳିଥିବା ଟଙ୍କା ଦାନ କରିଦେଲେ ନବବିବାହିତା। ବିବାହ ପରେ ଅତିଥି ଓ ପରିବାର ବର୍ଗଙ୍କ ତରଫରୁ ମିଳିଥିବା ପ୍ରାୟ ଦେଢ଼ ଲକ୍ଷ ଟଙ୍କାକୁ ରାମମନ୍ଦିର ପାଇଁ ଦାନ କରିଛନ୍ତି ସୁରଟରେ ରହୁଥିବା ହୀରା ବ୍ୟବସାୟୀଙ୍କ ଝିଅ। ରାମ ମନ୍ଦିର ପାଇଁ ଦେଶର କୋଣ ଅନୁକୋଣରୁ ଲୋକେ ଦାନ କରୁଥିବା ବେଳେ ବିବାହ ଟଙ୍କା ରାମ ମନ୍ଦିରକୁ […]

Lingaraj_temple_Bhubaneswar
ଭକ୍ତଙ୍କ ପାଇଁ ଖୋଲିଲା ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର(ଅର୍ଚ୍ଚନା ଶତପଥୀ): ଆଜିଠାରୁ ସାଧାରଣ ଭକ୍ତଙ୍କ ପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଖୋଲିଛି । ସବୁ ବୟସର ଶ୍ରଦ୍ଧାଳୁଙ୍କୁ ମନ୍ଦିରରେ ପ୍ରବେଶ ଲାଗି ଭୁବନେଶ୍ୱର ମହାନଗର ନିଗମ ଅନୁମତି ପ୍ରଦାନ କରିଛି । ତେବେ ମନ୍ଦିରକୁ ପ୍ରବେଶ ପୂର୍ବରୁ କୋଭିଡ୍ ନେଗେଟିଭ୍ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି  । ରିପୋର୍ଟ ନେଗେଟିଭ୍ ଥିଲେ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି । କୌଣସି ଶ୍ରଦ୍ଧାଳୁ ଯଦି ରିପୋର୍ଟ ଆଣିନଥିବେ, ତାଙ୍କ ପାଇଁ ବିଏମସି […]

srimandira
ରାତି ୮ଟାରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ମନା

ପୁରୀ: ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ଚେନ୍‌କୁ ଭାଙ୍ଗିବା ଲାଗି କଟକଣାକୁ କଡାକଡି କରିଛନ୍ତି ସରକାର । ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ଆଜିିଠାରୁ ସଂଧ୍ୟା ୬ରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ ହେବ । ସେହିପରି ଏସବୁ ଜିଲ୍ଲାର ସହରାଞ୍ଚଳରେ ଶନିବାର ଓ ରବିବାର ସପ୍ତାହାନ୍ତ ସଟ୍‌ଡାଉନ୍ ବି ଲାଗୁ ହୋଇଛି । ଆଜିଠାରୁ ପ୍ରତି ଶନିବାର ଓ ରବିବାର ହେବ ସଟ ଡାଉନ ହେବ।  ନାଇଟ କର୍ଫ୍ୟୁ ପାଇଁ ଆଜି ରାତି […]

jaga
ମିଳିଲା ଜଗା ଦର୍ଶନ..ବିହ୍ୱଳ ହେଲେ ଭକ୍ତ

ପୁରୀ: ଆଜି ଶେଷ ହୋଇଛି ପ୍ରତୀକ୍ଷା। ଦୀର୍ଘମାସ ଧରି କାଳିଆର ସେ ଦିବ୍ୟ ଦର୍ଶନରୁ ବଞ୍ଚିତ ଭକ୍ତଙ୍କ ମନର ଅବସାଦ ମେଣ୍ଟିଛି। ଆଜି ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର।  ବିନା କୋଭିଡ୍ ନେଗେଟିଭ୍ ରିପୋର୍ଟରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ହଟିଛି କଟକଣା।  ଆଜିଠୁ ନିର୍ବିଘ୍ନରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । କୋଭିଡ୍ କଟକଣାରେ କିଛିଟା କୋହଳ କରିବା ସହ ମହାପ୍ରଭୁଙ୍କ ଦର୍ଶନ ଲାଗି ଖୋଲା ବ୍ୟବସ୍ଥା ହୋଇଛି। ତେବେ […]

srimandira
ଶେଷ ହେଲା ପ୍ରତୀକ୍ଷା: ୨୩ରୁ ଭକ୍ତଙ୍କୁ ଦର୍ଶନ ଦେବ ଜଗା

ପୁରୀ: ଭକ୍ତଙ୍କ ଡାକ ଶୁଣିଛି କାଳିଆ। ଦର୍ଶନ ଦେବ ଅପେକ୍ଷାରତ ଆତୁର ଭକ୍ତଙ୍କୁ। ଶେଷରେ ଭକ୍ତ ଓ ଜଗନ୍ନାଥପ୍ରେମୀଙ୍କ ଅପେକ୍ଷାର ଅନ୍ତ ଘଟିବ। ଆସନ୍ତା ୨୩ ତାରିଖରୁ ଖୋଲିବ ଶ୍ରୀମନ୍ଦିର । ଭକ୍ତ ସିଧାସଳଖ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ଏହି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ । ପ୍ରଥମ ଦୁଇ ଦିନ ସେବାୟତଙ୍କ ପରିବାରକୁ ଅନୁମତି ମିଳିବ । ଦୁଇ ଦିନ ପରେ ପୁରୀ ସହର ବାସୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିପାରିବେ । ସକାଳୁ ସଂଧ୍ୟା […]