Torn Cloth On Rat
ପୁରୀ: ଭକ୍ତଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ। ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂ ନିକଟରେ ଦୁର୍ବୃତ୍ତମାନେ ଜଣେ ଭକ୍ତଙ୍କ ତଣ୍ଟି କାଟିଥିବା ନେଇ ଅଭିଯୋଗ ହୋଇଛି। ଭକ୍ତ ଜଣକ ବାଲେଶ୍ୱରର ପ୍ରମୋଦ ଜେନା ବୋଲି ଜଣାପଡ଼ିଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ପ୍ରମୋଦଙ୍କ ବେକ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ପୁରୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ପ୍ରମୋଦ ଶ୍ରୀମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ମନିପର୍ସ, ସୁନା […]
କୋରାପୁଟ: ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ଆଜି ୪ ଜିଲ୍ଲାରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡାକରା ଦିଅଯାଇଛି। ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ଏହି ବନ୍ଦ ପାଳନ ହେଉଛି। ବିଭିନ୍ନ ଜିଲ୍ଲାର ଓକିଲ ସଂଘ ସହ ବୈଠକ ପରେ ମିଳିତ କ୍ରିୟାନୁଷ୍ଠାନ କମିଟି ଏହି ବନ୍ଦ ପାଳନ କରୁଛି। ବାରମ୍ବାର ଦାବି ସତ୍ତ୍ୱେ ସରକାର କୌଣସି ପଦକ୍ଷେପ ନେଉନଥିବାରୁ ଏହାର ପ୍ରତିବାଦରେ ୪ ଜିଲ୍ଲାରେ ବନ୍ଦ […]
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଏମିତି ଏକ ଗାଁ ଅଛି, ଯେଉଁଠି ଏକାଧିକ ପରିବାରରେ ଜନ୍ମ ନେଇଛନ୍ତି ବୀର ଯବାନ। କିଏ ଦେଶ ପାଇଁ ସାରା ଜୀବନକୁ ଉତ୍ସର୍ଗ କରିଛନ୍ତି ତ ଆଉ କିଏ କାର୍ଗିଲ ଏବଂ ଚୀନ ଯୁଦ୍ଧରେ ସହିଦ ହୋଇଛନ୍ତି। ଯାହାକୁ ନେଇ ଗର୍ବ କରନ୍ତି ପରିବାର ଲୋକେ, ଏବଂ ସାରା ଗ୍ରାମବାସୀ। ସାଧାରଣତନ୍ତ୍ର ଦିବସ ଅବସରରେ ଆସନ୍ତୁ ଜାଣିବା ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକରେ ଥିବା ଯବାନମାନଙ୍କ ଗାଁ କମଳାପୁର ବିଷୟରେ। ଗାଁ ମୁଣ୍ଡରେ […]
ପୁରୀ: ଲୁହା ବ୍ୟାରିକେଡ୍ ଭାଙ୍ଗି ଶ୍ରୀମନ୍ଦିରକୁ ଧସେଇ ପଶିଲେ ଭକ୍ତ। ଶ୍ରୀମନ୍ଦିର ବାହାରେ ଘଣ୍ଟା ଘଣ୍ଟା ଅପେକ୍ଷା ପରେ ଅସନ୍ତୋଷ ପ୍ରକାଶ କରି ଭକ୍ତ ଭିତରକୁ ଧସେଇ ପଶିଛନ୍ତି। ତେବେ ଏହି ସମୟରେ ପୁଲିସ ଓ ଭକ୍ତଙ୍କ ମଧ୍ୟରେ ଠେଲାପେଲା ହୋଇଛି। ଶ୍ରୀମନ୍ଦିର ବାହାରେ ଉତ୍ତେଜନା ପ୍ରକାଶ ପାଇଛି। ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିର ବଡଦେଉଳର ଦ୍ୱାର ଖୋଲିନାହିଁ। ଶ୍ରୀଜିଉଙ୍କ ମଙ୍ଗଳଆଳତୀ କିମ୍ବା କୌଣସି ନୀତିକାନ୍ତି ଆରମ୍ଭ ହୋଇନି। ଏଥିଯୋଗୁ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁ ନିରାଶ […]
ପୁରୀ: ଆଜି ବି ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଗତକାଲି ଭଳି ଆଜି ବି ମଧ୍ୟ ଲୋକେ ଧାଡ଼ି ଦର୍ଶନ ପାଇଁ ଅମଙ୍ଗ ହୋଇଥିଲେ। ମଙ୍ଗଳ ଆଳତୀ ପାଇଁ ଅଲଗା ଦ୍ୱାରରେ ପ୍ରବେଶ କରାଇବା ଲାଗି ସ୍ଥାନୀୟ ଲୋକ କିଛି ସମୟ ଧରି ଜିଦ୍ ଧରିଥିଲେ। ପରେ ବ୍ୟାରିକେଡ୍ ଭାଙ୍ଗି ମନ୍ଦିର ଭିତରେ ଶ୍ରଦ୍ଧାଳୁ ପ୍ରବେଶ କରିଥିଲେ। ଆଜି ଦିବ୍ୟାଙ୍ଗ, ଭିଆଇପି ଏବଂ ସାଧାରଣ ଲୋକଙ୍କ ପାଇଁ ସ୍ୱତନ୍ତ୍ର ଭାବେ ନୂଆ ବ୍ୟାରିକେଡ୍ […]
ପୁରୀ: ଆଜିଠୁ ଶ୍ରୀମନ୍ଦିରରେ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ ହୋଇଛି। ହେଲେ ପ୍ରଥମ ଦିନରୁ ହିଁ ବିଭ୍ରାଟ ଦେଖାଦେଇଛି। ଆଜି ଭୋର୍ରୁ ଯେତେବେଳେ ଦୁଆର ଖୋଲା ହେଲା, ଭକ୍ତମାନେ ଧାଡ଼ି ନ ମାନି ଆଗରୁ ଯେମିତି ମନ୍ଦିରରେ ପ୍ରବେଶ କରୁଥିଲେ, ସେମିତି ଭାବେ ପ୍ରବେଶ କରିଛନ୍ତି। ଧାଡ଼ି ବ୍ୟବସ୍ଥାକୁ ବିରୋଧ କରି ଶ୍ରୀଜଗନ୍ନାଥ ସେନାର କର୍ମୀ ଓ ମହିଳା ଭକ୍ତମାନେ ପ୍ରଶ୍ନ କରିଛନ୍ତି। ସେମାନେ କହିଛନ୍ତି, ଭିଡ଼ ଥିବା ବେଳେ ଧାଡ଼ି କରାଯିବା କଥା। […]
ଭୁବନେଶ୍ୱର: ପୁଅ ବିରୋଧରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ। ଅଭିଯୋଗର କୌଣସି ସତ୍ୟତା ନାହିଁ, ଏହା ସଂପୂର୍ଣ୍ଣ ଭିତ୍ତିହୀନ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଟିକେଟ୍ ପାଇଁ ମୋତେ ଆବେଦନ କଲେ, ନପାରିବାରୁ ପୁଅକୁ ମୋହରା କରାଯାଉଛି। ଅନେକ ବରିଷ୍ଠ ଲୋକଙ୍କ ଟିକେଟ କଟିଛି, ତେଣୁ ସମସ୍ତେ ମିଶି ଷଡ଼ଯନ୍ତ୍ର କରିଛନ୍ତି। ୫ ଟଙ୍କା ନେଇଥିବା କଥା ବି ଯଦି କେହି ପ୍ରମାଣ ଦିଏ ତେବେ […]
ଆଜି ପବିତ୍ର ବାହୁଡା ଯାତ୍ରା । ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ଶ୍ରୀଜୀଉ। ଭକ୍ତିରେ ବନ୍ଧା ସେ କାଳିଆ ଠାକୁର । ଶ୍ରୀଜୀଉଙ୍କ ସମ୍ମୁଖରେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି ନୃତ୍ୟଶିଳ୍ପୀ । ଭକ୍ତ ତାହାର ନୂତ୍ୟ ମାଧ୍ୟମରେ ଅଜାଡି ଦଉଛି ସବୁ ଭକ୍ତି ।
ପୁରୀ: ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଡ଼ ଅଭିଯୋଗ। ଏନେଇ ଭକ୍ତ ଜଣଙ୍କ ଶ୍ରୀମନ୍ଦିର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଆନନ୍ଦ ବଜାରରେ ଖାଇବାବେଳେ କୌଣସି କାରଣରୁ ବୋଝିଆ ସେବାୟତଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ସେବାୟତ ଜଣଙ୍କ ତାଙ୍କୁ ମାଡ଼ ମାରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଭକ୍ତଙ୍କ ଅଭିଯୋଗକୁ ଆଧାର କରି ପୁଲିସ ସମ୍ପୃକ୍ତ ବୋଝିଆ ସେବାୟତଙ୍କୁ ଅଟକ ରଖି ପଚାରାଉଚରା କରୁଛି।
ପୁରୀ : ଶ୍ରୀମନ୍ଦିରରେ ଭକ୍ତମାନଙ୍କୁ ଉଚିତ୍ ମୂଲ୍ୟରେ କିପରି ଅବଢ଼ା ମିଳିପାରିବ ସେ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ସୂଚନା ଅନୁଯାୟୀ, ଜଣେ ଭକ୍ତ ଚାହିଁଲେ ଥାଳି ଦରରେ ଅବଢ଼ା କିଣି ପାରିବେ। ତିନି ପ୍ରକାର ଦରରେ ଏସବୁ ଥାଳି ଉପଲବ୍ଧ ହେବ। ଥାଳି ଦର ୭୦ ଟଙ୍କାରୁ ଅାରମ୍ଭ ହେବ। ସେହିପରି ୮୦ ଟଙ୍କା ଓ ୧୨୦ ଟଙ୍କିଅା ଥାଳି ବି ରହିବ। ୭୦ ଟଙ୍କିଅା ଥାଳିରେ ସାଧା ଅନ୍ନ, ଡାଲି, ତରକାରୀ ଅାଦି ବ୍ୟଞ୍ଜନ […]
ଭୁବନେଶ୍ୱର: ଆଜି ରାମ ନବମୀ। ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମତିଥି। ଏଥିପାଇଁ ସାରା ଦେଶରେ ଉତ୍ସବର ବାତାବରଣ ସୃଷ୍ଟି ହୋଇଛି। ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟାଠାରୁ ଆରମ୍ଭ କରି ସାରା ଦେଶରେ ପ୍ରଭୁ ରାମଚନ୍ଦ୍ରଙ୍କ ଆରଧନା ସାଙ୍ଗକୁ ଜନ୍ମ ଉତ୍ସବ ଚାଲିଛି। ରାଜଧାନୀ ଭୁବନେଶ୍ୱର ସ୍ଥିତ ଥିବା ରାମ ମନ୍ଦିରରେ ରାମ ଜନ୍ମ ନୀତି ମହା ଆଡମ୍ବରରେ ପାଳନ ହେଉଛି। ଏହି ଅବସରରେ ଠାକୁରଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି। ରାମନବମୀ ପାଇଁ ଭଦ୍ରକରେ […]
ଭବାନୀପାଟଣା(ରାଜକୁମାର ସିଂହଦେଓ): କଳାହାଣ୍ଡି ଲୋକସଭା ଆସନ ପାଇଁ ୩ ଦଳର ପ୍ରାର୍ଥୀ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଜେପିରୁ ରାଜ୍ୟ ସଭାପତି ବସନ୍ତ ପଣ୍ଡା, କଂଗ୍ରେସରୁ ଭକ୍ତ ଚରଣ ଦାସ ଓ ବିଜେଡିରୁ ପୁଷ୍ପେନ୍ଦ୍ର ସିଂଦେଓ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଭବାନୀପାଟଣା ନିର୍ବାଚନ ଅଧିକାରୀଙ୍କ ପାଖରେ ନିଜ ନିଜ କର୍ମୀ ଓ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିଛନ୍ତି।
ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନ ଲାଗି କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା ଓ ୩୬ଟି ବିଧାନସଭା ଆସନ ପାଇଁ ଏଆଇସିସି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ଆସନ୍ତୁ ପ୍ରଥମେ ନଜର ପକାଇ ନେବା ଲୋକସଭା ଟିକଟ୍ ଉପରେ। ବରଗଡ଼ ଲୋକସଭା ଆସନରୁ ପ୍ରଦୀପ କୁମାର ଦେବତା, ସୁନ୍ଦରଗଡ଼ରୁ ଜର୍ଜ ତିର୍କି, କଳାହାଣ୍ଡିରୁ ଭକ୍ତ ଚରଣ ଦାସ ଓ ନବରଙ୍ଗପୁରରୁ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ […]
ସୁନ୍ଦରଗଡ଼: ପୂଜା ସାରି ଘରକୁ ଫେରିବା ବେଳେ ଏକ ପିକ୍ଅପ୍ ଭ୍ୟାନ୍କୁ ଟ୍ରକ୍ ଧକ୍କା ଦେବା ଫଳରେ ୧୯ଜଣ ମହିଳା ବୋଲ୍ବମ୍ ଭକ୍ତ ଆହତ ହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ସୁନ୍ଦରଗଡ଼ ଜିଲ୍ଲା ଗୋମାଡିହିରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ ବଡ଼ଗାଁ ଗଡ଼ବାହଲ ଅଞ୍ଚଳର କିଛି ମହିଳା ଏକ ପିକ୍ଅପ୍ ଭ୍ୟାନରେ ରାଜଗାଙ୍ଗପୁର ସ୍ଥିତ ଘୋଗର ଧାମକୁ ପୂଜା ପାଇଁ ଯାଇଥିଲେ। ପୂଜା ସାରି ଘରକୁ ଫେରିବା ବେଳେ ସେମାନେ ଯାଉଥିବା ଗାଡ଼ିକୁ ଏକ ଟ୍ରକ୍ ଧକ୍କା […]
ଆଜି ବାହୁଡା ଯାତ୍ରା। ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ଶ୍ରୀଜୀଉ। ଜନ୍ମବେଦୀରେ ଲୀଳାଖେଳା ସାରି ଏବେ କର୍ମବେଦୀ ଅଭିମୁଖେ ତିନି ଠାକୁର। ଏଥିପାଇଁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ଆଗରେ ଅପେକ୍ଷାରତ ତିନି ରଥ।