• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପୁରୀ: ମହାମାରୀର ମହାବିପଦ ଭିତରେ ୧୦ ମାସର ବ୍ୟବଧାନ ପରେ ଶେଷରେ ନିର୍ବିଘ୍ନରେ ହେଲା ମହାପ୍ରଭୁଙ୍କ ଦର୍ଶନ। ଆଜିଠୁ ବିନା କୋଭିଡ୍ ଟେଷ୍ଟରେ କାଳିଆଙ୍କୁ ଦର୍ଶନ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ସାମାଜିକ ଦୂରତା ରକ୍ଷା ସହ ମାସ୍କ ପିନ୍ଧି ସ୍ୱତନ୍ତ୍ର ବ୍ୟାରିକେଡ୍ ଦେଇ ଶ୍ରୀମନ୍ଦିରକୁ ଯାଇ ଜଗାଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ତେଣେ ବିନା କୋଭିଡ୍ ଟେଷ୍ଟରେ ସାଧାରଣ ଦର୍ଶନ ଆରମ୍ଭ ହୋଇଥିବାରୁ ସମ୍ଭାବ୍ୟ ସଂକ୍ରମଣକୁ ଦେଖି ସେବାୟତ ଏବଂ ସେମାନଙ୍କ ପରିବାରକୁ କୋଭିଡ୍ ଟିକା ଦେବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛି ଶ୍ରୀମନ୍ଦିର ପ୍ରଶାସନ।

ବିଭୋର ଭକ୍ତ, ଭାବବିହ୍ୱଳ ମନ ଆଉ ପ୍ରାଣ। କାଳିଆ ସାଆନ୍ତେଙ୍କୁ ଥରେ ଚାହିଁବାକୁ, ଭାବର ଠାକୁରଙ୍କୁ ମନର ଭାବନା ଜଣାଇବାକୁ ଧାଇଁ ଆସିଥିବା ଭକ୍ତ ଆଖି ଛଳଛଳ। ମହାମାରୀର ମହାବିପଦରୁ ମୁକ୍ତି ପାଇଁ ଯେଉଁ ମହାବାହୁଙ୍କୁ ଦିନେ ନିବେଦନ କରିଥିଲା ଶ୍ରଦ୍ଧାଳୁଟିଏ, ସିଏ ଏବେ ହାତ ମେଲାଇ ଡାକିଦେବା ପରେ ଉଛୁଳି ପଡ଼ିଛି ବଡ଼ଦାଣ୍ଡ। ଆଉ ସିଂହଦ୍ୱାରରୁ ସତେ ଯେମିତି ଭକ୍ତଙ୍କୁ ସ୍ୱାଗତ କରୁଛି ଫୁଲର ସମ୍ଭାର।

ଆଜିଠୁ ସମସ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିବା ପରେ ୧୦ ମାସର ଉତ୍କଣ୍ଠା ଆଉ ଆବେଗର ଅନ୍ତ ଘଟାଇ ଭକ୍ତ ଓ ଭକ୍ତିମୟ ହୋଇପଡ଼ିଛି ସିଂହଦ୍ୱାର, ବାଇଶି ପାହାଚ, ମନ୍ଦିର ବେଢ଼ା ଇତ୍ୟାଦି। ନିର୍ବିଘ୍ନରେ ରତ୍ନସିଂହାସନରେ କାଳିଆ ଆଖିରେ ଆଖି ମିଶେଇ ଜଗା ଦୂଆରୁ ଫେରୁଛନ୍ତି ଦୂରଦୂରାନ୍ତର ଭକ୍ତ ଓ ଶ୍ରଦ୍ଧାଳୁ।

ସେପଟେ ମନ୍ତ୍ରୀ କହିଛନ୍ତି ଯେ," ପ୍ରତ୍ୟେକ ଦିନ ପାଖାପାଖି ୩୦ ହଜାରରୁ ଅଧିକ ଭକ୍ତ ଠାକୁରଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ କିଛି ଦିନ ପରେ ଭକ୍ତଙ୍କ ସଂଖ୍ୟା ବଢାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏହାସହ ଜିଲ୍ଲାପାଳ କହିଛନ୍ତି ଯେ, ଠିକ ସମୟରେ ଚାଲିଛି ମହାପ୍ରଭୁଙ୍କର ନୀତି। କେବଳ ଏତିକି ନୁହେଁ ପୂରା କୋଭିଡ଼ ନିୟମରେ ଦର୍ଶନ ଚାଲିଥିବା ଜିଲ୍ଲାପାଳ କହିଛନ୍ତି"।

ମହାପ୍ରଭୁଙ୍କୁ ଦର୍ଶନ ପାଇଁ କୋଭିଡ୍ କଟକଣାରେ କିଛିଟା କୋହଳ କରାଯାଇଛି ସତ । ହେଲେ ସାମାଜିକ ଦୂରତା, ମାସ୍କ ଏବଂ ଏସ୍ଓପି କିନ୍ତୁ ବଳବତ୍ତର ରହିଛି। ଭକ୍ତଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ଼ର ବ୍ୟବସ୍ଥା କରାଯିବା ସହ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି ୨୬ ପ୍ଲାଟୁନ ପୋଲିସ ଫୋର୍ସ। ସକାଳ ୬ରୁ ୭ଟା ଯାଏଁ ପୁରୀବାସୀ ନିଜ ନିଜର ପରିଚୟ ପତ୍ର ଦେଖାଇବା ସହ ସିଂହଦ୍ୱାର ଦେଇ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସକାଳ ୭ଟାରୁ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଥିବାବେଳେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଧାଡି ବ୍ୟବସ୍ଥା କରାଯାଇଛି।

ପ୍ରତିଦିନ ପ୍ରାୟ ୩୦ହଜାର ଭକ୍ତ ଶ୍ରୀଜିଉଙ୍କୁ ଦର୍ଶନ କରିବେ ବୋଲି ଜଣାଯାଇଛି। ଆବଶ୍ୟକ ସ୍ଥଳେ ସଂଖ୍ୟାକୁ ବଢ଼ାଇ ଦିଆଯାଇପାରେ। ଥର୍ମାଲ ସ୍କ୍ରିନିଂ ସମୟରେ ୧୦୦ ଡିଗ୍ରୀ ଉପରକୁ ତାପମାତ୍ରା ଥିଲେ ଶ୍ରୀମନ୍ଦିର ଭିତରକୁ କାହାକୁ ବି ଛଡ଼ାଯିବ ନାହିଁ। ଶ୍ରୀମନ୍ଦିର ସାନିଟାଇଜେସନ୍ ପାଇଁ ପ୍ରତି ରବିବାର କିନ୍ତୁ ସାଧାରଣ ଦର୍ଶନ ବନ୍ଦ ରହିବ।

ବିନା କୋଭିଡ୍ ପରୀକ୍ଷାରେ ଆଜିଠୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ଅନୁମତି ପରେ ଏବେ ପ୍ରଶାସନକୁ ଘାରିଛି ସଂକ୍ରମଣ ଭୟ। ଏହି ସମୟରେ କାଳେ ସେବାୟତ ସଂକ୍ରମିତ ହୋଇଯିବେ ଏବଂ ନୀତିକାନ୍ତି ପ୍ରଭାବିତ ହେବ, ସେଇୟା ଆଶଙ୍କା କରି ସବୁ ସେବାୟତ ଓ ତାଙ୍କ ପରିବାର ସଦସ୍ୟଙ୍କୁ କୋଭିଡ୍ ଟିକାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିବେଦନ କରିଛି ଶ୍ରୀମନ୍ଦିର ପ୍ରଶାସନ। ସେହିପରି ମନ୍ଦିର ପ୍ରଶାସନର ପ୍ରାୟ ୫ଶହ କର୍ମଚାରୀଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବାକୁ ବି ନିବେଦନ କରାଯାଇଛି।

ପୁରୀରୁ ମଧସୂଦନ ମିଶ୍ର, ପ୍ରଦୀପ ମହାନ୍ତି ଏବଂ ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ।

Puri-temple-open
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories