ବିନାଭକ୍ତରେ ରଥଯାତ୍ରା ପାଇଁ ପୁରୀରେ ପ୍ରାଣପଣେ ଲାଗିଛି ପ୍ରଶାସନ। କରୋନା ସଂକ୍ରମଣ ଦୃଷ୍ଟିରୁ ଗଲାବର୍ଷ ଭଳି ଏଥର ବି ସ୍ଥିର ହେଉଛି ଗୋଟିଏ ପରେ ଗୋଟିଏ କଡ଼ା କଟକଣା
ଭବାନୀପାଟଣା: କରୋନା ପାଇଁ ଫିକା ପଡିବ ଛତର ଯାତ୍ରା। ଏଥର ବିନା ଭକ୍ତରେ ପାଳନ ହେବ କଳାହାଣ୍ଡିର ଅଧିଷ୍ଠାତ୍ରୀ ମାଣିକେଶ୍ୱରୀଙ୍କ ଛତର ଯାତ୍ରା। କରୋନା ମାର୍ଗଦର୍ଶିକା ଅନୁସାରେ ପୂଜାରୀ ଓ ସହଯୋଗୀଙ୍କୁ ନେଇ ମାଆଙ୍କ ଛତର ନିର୍ଧାରିତ ସମୟରେ ମନ୍ଦିରରେ ପହଞ୍ଚିବ। ଏନେଇ କଳାହାଣ୍ଡି ଜିଲ୍ଲାପାଳ ଗାଭଲି ପରାଗ ହର୍ଷଦ ସୂଚନା ଦେଇଛନ୍ତି। ଅକ୍ଟୋବର ୨୪ ତାରିଖରେ ଅନୁଷ୍ଠିତ ହେବ ମାଣିକେଶ୍ୱରୀଙ୍କ ଛତର ଯାତ୍ରା। ସେଥିପାଇଁ କଳାହାଣ୍ଡି ଜିଲ୍ଲାପାଳ ଗାଭଲି ପରାଗ ହର୍ଷଦଙ୍କ ଅଧ୍ୟକ୍ଷତାରେ ଆଜି ଏକ […]
ପୁରୀ: କାଳିଆ ପ୍ରେମରେ ବନ୍ଧା ସାତଦରିଆ ପାର ହୋଇ ପୁରୀ ଆସିଥିବା ଭକ୍ତ। କରୋନା ପାଇଁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଛି। ଚକା ଆଖିରେ ଆଖି ମିଶାଇପାରୁନି ଭକ୍ତ। ହେଲେ ମନକୁ ଶାନ୍ତି, ଆତ୍ମାକୁ ତୃପ୍ତି ଦେଉଛି ମହାପ୍ରସାଦ। ଯଦିଓ ତାଙ୍କୁ ମନ୍ଦିର ପ୍ରବେଶ ବାରଣ ରହିଛି, ତଥାପି ମହାପ୍ରସାଦ ମାହାତ୍ମ୍ୟ ଶୁଣି ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ବସି କରିଛନ୍ତି ଅବଢ଼ା ସେବନ। ବିଦେଶୀ ଜଗନ୍ନାଥପ୍ରେମୀଙ୍କ ଭଙ୍ଗା କୁଡ଼ୁଆରେ ଅବଢ଼ା ସେବନ ଆନନ୍ଦ ଦୃଶ୍ୟକୁ […]
ଦେଖନ୍ତୁ ପ୍ରଭୁ ଶ୍ରୀ ବଳଭଦ୍ରଙ୍କର ପହଣ୍ଡି ବେଳର ଦୃଶ୍ୟ
ନୂଆଦିଲ୍ଲୀ: ପ୍ରତିଭା କେବେ ଲୁଚି ରହେନା। ସେ ଛୋଟ ହେଉ ଅବା ବଡ଼। ଜଣେ ବରିଷ୍ଠ ପ୍ରଶାସକ ତାଙ୍କର ବ୍ୟସ୍ତବହୁଳ ଟିକିଏ ଫୁରସତ୍ ମିଳିଲେ ସଂଗୀତର ସ୍ୱର ଭିତରେ ସେ ଯେପରି ହଜିଯାଆନ୍ତି। ଏମିତି ଜଣେ ପ୍ରସାଶକ ଯିଏକି ଭକ୍ତି ସଙ୍ଗୀତ ଗାଇ ଏବେ ଚର୍ଚ୍ଚାକୁ ଆସିଛନ୍ତି। ଜଣେ ବରିଷ୍ଠ ପ୍ରଶାସକ ହେଉଛନ୍ତି IAS ରାକ୍ଷୀ ଗୁପ୍ତା। ସେ ଗାଇଥିବା ଏକ ସଙ୍ଗୀତ ଗତ ୧୮ ତାରିଖରେ ୟୁ ଟ୍ୟୁବ୍ରେ ସେୟାର କରାଯାଇଥିଲା। ଏହାର କ୍ୟାପସନ୍ରେ ରାକ୍ଷୀ […]
ଭଦ୍ରକ: କରୋନା କଟକଣାକୁ ଭୁଲିଗଲେ ଲୋକେ। ମନ୍ଦିରେ ଜମିଲା ଲୋକଙ୍କ ଭିଡ଼। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଚାନ୍ଦବାଲି ଦୁର୍ଗା ମନ୍ଦିରରେ। ମନ୍ଦିର ବନ୍ଦ ଥିବା ସତ୍ତ୍ୱେ ବାହାରେ ବହୁ ପରିମାଣର ଲୋକ ଜମା ହୋଇଥିଲେ। ପୂଜାର୍ଚ୍ଚନା କରିବାକୁ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ। କୋଭିଡ୍ କଟକଣାକୁ ଭୁଲି ଲୋକେ ମନ୍ଦିର ସମ୍ମୁଖରେ ଜମା ହୋଇଥିଲେ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଥିବା ସତ୍ତ୍ୱେ ଲୋକେ ଏହାକୁ ମାନୁନଥିବା ଅଭିଯୋଗ ହୋଇଛି। ସେହିଭଳି […]
ଭୁବନେଶ୍ୱର: ଧରା ପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ମାଆ, ହେଲେ ଚର୍ମଚକ୍ଷୁରେ ଦର୍ଶନ କରିପାରୁନି ଭକ୍ତ। ମହାମାରୀ ସାଙ୍ଗକୁ ପ୍ରଶାସନର କଠୋର କଟକଣା ଭକ୍ତ ଓ ଭଗବାନଙ୍କ ଭିତରେ ପ୍ରତିବନ୍ଧକ ସାଜିଛି। ମଣ୍ଡପରେ ପରଦା ପଛରେ ମାଆ ଆଉ ଘରେ ଅନ୍ଲାଇନରେ ଦର୍ଶନ କରୁଛିନ୍ତି ଭକ୍ତ। ଆଜି ମଣ୍ଡପରେ ମହାଷ୍ଟମୀ ପୂଜା ହୋଇଥିବା ବେଳେ ପୀଠରେ ମାଆଙ୍କର ହୋଇଛି ମହାନବମୀ ପୂଜା। ମହାମାୟାଙ୍କ ମହାଷ୍ଟମୀ, ବାଜୁଛି ତୁରୀ ମହୁରୀ ମୃଦଙ୍ଗ ଶବ୍ଦ ଓ ମନ୍ତ୍ର ଉଚ୍ଚାରଣରେ କମ୍ପୁଛି ପୂଜା […]
ପୁରୀ: ସୋମବାର ଖୋଲିବ ଶ୍ରୀମନ୍ଦିର ଜଗମୋହନ। ପୂର୍ବରୁ ୧୬ ତାରିଖ ସୁଦ୍ଧା ଜଗମୋହନ ଖୋଲିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ମୁତାବକ ଆସନ୍ତାକାଲି ସକାଳ ଧୂପ ପରେ ଜଗମୋହନ ଖୋଲିବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ନୀତିକାନ୍ତି ସମୟରେ ଜଗମୋହନ ଭିତରକୁ ପ୍ରବେଶ ବନ୍ଦ ରହିବ। ସାଧାରଣ ଦିନରେ ମଙ୍ଗଳ ଆଳତୀରୁ ଗୋପାଳବଲ୍ଲଭ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଭକ୍ତମାନେ ଜୟବିଜୟ ଦ୍ୱାର ଦେଇ ପ୍ରବେଶ କରିବେ, ଏବଂ ବେହରଣ ଦ୍ୱାର ଦେଇ […]
ପୁରୀ: ଦୀର୍ଘ ୨୫ ବର୍ଷ ପରେ ଏବର୍ଷ ପଡୁଛି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ହେଲେ କୋଭିଡ୍ କଟକଣା ପାଇଁ ସାଧାରଣ ଦର୍ଶନ ବନ୍ଦ। ତେବେ ଆସନ୍ତା ମାସ ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ବେଶ ପାଇଁ ଶ୍ରୀମନ୍ଦିର ନୀତି ସବ୍କମିଟି ବୈଠକରେ ବେଶ ନୀତି ନିର୍ଘଣ୍ଟ ହୋଇଛି। ନଭେମ୍ବର ୨୭ ତାରିଖ ରାତି ୨ଟାରେ ଦ୍ୱାର ଫିଟା ପରେ ଠାକୁରଙ୍କ ମଙ୍ଗଳ ଆଳତି, ମଲମ ଆଦି ସାରି ଭୋର ୪ଟାରେ ନାଗାର୍ଜ୍ଜୁନ ବେଶ […]
ପୁରୀ: ଭକ୍ତର ଭାବକୁ ଯେ ଭଲ କରି ଜାଣନ୍ତି ଭାବଗ୍ରାହୀ, ସେ କଥା ପୁଣି ପ୍ରମାଣିତ ହେବା ଭଳି ମନେ ହେଉଛି। କରୋନା କଟକଣା ଯୋଗୁଁ ନଭେମ୍ବର ୨୭ରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚିତ ହେବାକୁ ଯାଉଥିବା ପ୍ରତିଟି ଜଗନ୍ନାଥ ଆଶ୍ରିତଙ୍କୁ ନିରାଶ ନହେବାକୁ ମିଳିଲାଣି ପରାମର୍ଶ। କାରଣ ଆସନ୍ତାବର୍ଷ ପୁଣି ପଡ଼ିପାରେ ଠାକୁରଙ୍କ ଏହି ଅଲଭ୍ୟ ବେଶ। ପାଞ୍ଜି ଗଣନାକାରୀଙ୍କ ଏଭଳି ସ୍ପଷ୍ଟ ସଙ୍କେତ ପରେ ଉତ୍କଣ୍ଠିତ ହେଲାଣି ଭକ୍ତଙ୍କ ମନ। ନୟନ […]
କଟକ: ଆଜି କାର୍ତ୍ତିକ ମାସର ପବିତ୍ର ବଡ଼ ଓଷା। କଟକର ପ୍ରସିଦ୍ଧ ବାବା ଧବଲେଶ୍ୱରଙ୍କର ହେବ ବହୁ ପ୍ରତିକ୍ଷିତ କିରାତଅର୍ଜୁନ ବେଶ। ଦୀର୍ଘ ୨୫ ବର୍ଷ ପରେ ବାବାଙ୍କ ଏହି ଦୁର୍ଲଭ ବେଶ ହେବାକୁ ଯାଉଛି। ବଡଓଷାରେ ବାବାଙ୍କ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ହେଲେ ଏଥର ଭକ୍ତ ବଡ ଓଷାରେ ବାବାଙ୍କୁ ଦର୍ଶନ ତ କରିପାରିବେନି । ତା ସହ ଏହି ଦୁର୍ଲଭ ବେଶ ଦର୍ଶନରୁ ମଧ୍ୟ ବଞ୍ଚିତ ହୋଇଛନ୍ତି। […]
ଭୁବନେଶ୍ୱର: ପବିତ୍ର ସ୍ନାନ ଯାତ୍ରାରୁ ନୀଳାଦ୍ରି ବିଜେ। ଦୀର୍ଘ ୧ ମାସ ବ୍ୟାପୀ ହେବାକୁ ଥିବା ଶ୍ରୀଜିଉଙ୍କ ସମସ୍ତ ଯାତ୍ରା ଓ ନୀତିକାନ୍ତି ପାଇଁ ଧାର୍ଯ୍ୟ ହୋଇଛି ନୀତି ନିର୍ଘଣ୍ଟ। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଛତିଶା ନିଯୋଗର…
ରଥଯାତ୍ରା ଭଳି ଏଥର ବିନା ଭକ୍ତରେ ହେବ ଦେବସ୍ନାନ ପୂର୍ଣ୍ଣିମା । ଜୁଲାଇ ୨୫ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ସୂଚନା ମିଳିଛି
ପୁରୀ: ଶ୍ରୀକ୍ଷେତ୍ରରେ ପୁଣି ଭକ୍ତଶୂନ୍ୟ ରଥଯାତ୍ରା କଥା ଶୁଣି ଘାଣ୍ଟି ଚକଟି ହେଉଛି ଭକ୍ତର ମନ । ମହାମାରୀ କମିନଥିବାରୁ ଗତଥର ଭଳି ଏଥର ବି ବଡ଼ଦାଣ୍ଡକୁ ବାରଣ ନେଇ ସରକାରଙ୍କ ନିଷ୍ପତ୍ତି ନିରାଶ କରିଛି ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କୁ…
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଟଗାଁ ତାରିଣୀ ମନ୍ଦିରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଏହା ସେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମିଳିଥିବା ସୂଚନା ଅନୁସାରେ, ଜଣେ ଭକ୍ତ ନିଜର ମାନସିକ ପୂରଣ ନହେବାରୁ ନିଜର ଜିଭ କାଟି ଦେଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଘଟଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତ ଭକ୍ତଙ୍କ ନାଁ ଦାଶରଥି ଜେନା। ସେ ମୟୂରଭଂଜ ଠାକୁରମୁଣ୍ଡା ଅଞ୍ଚଳର ବୋଲି ସୂଚନା ମିଳିଛି। ଆହତ ହୋଇ ଚିକିତ୍ସିତ ହେଉଥିବା ଦାଶରଥି […]