• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1952" result for "କଂଗ୍ରେସ" in https://otvkhabar.in

shibaraj-sing-cguhan
ମଧ୍ୟପ୍ରଦେଶ ଉପନିର୍ବାଚନ: ଶିବରାଜ କହିଲେ, କଂଗ୍ରେସର ନକାରାତ୍ମକ ରାଜନୀତିକୁ ପ୍ରତ୍ୟାଖାନ କଲେ ଲୋକେ

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଆଶ୍ୱସ୍ଥି। ରାଜ୍ୟରେ ୨୮ଟି ଆସନରେ ହୋଇଥିବା ଉପନିର୍ବାଚନରେ ବିଜେପି ବିରୋଧୀ କଂଗ୍ରେସ ତୁଳନାରେ ଭଲ ପ୍ରଦର୍ଶନ କରିଛି। ୨୮ଟି ଆସନ ମଧ୍ୟରୁ ବିଜେପି ୨୧ଟିରେ ଆଗୁଆ ରହିଛି। ଗତ ମାର୍ଚ୍ଚରେ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳ ଛାଡ଼ି ବିଜେପିରେ ମିଶିବା ପରେ ତାଙ୍କ ସହ ୨୨ ବିଧାୟକ ମଧ୍ୟ ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ। ନିର୍ବାଚନ ହେଉଥିବା ୨୮ ଆସନ ମଧ୍ୟରୁ […]

nitish-kumar
ନୀତୀଶଙ୍କୁ କଂଗ୍ରେସର ଉପଦେଶ ପରେ ଜବାବ ଦେଲା ବିଜେପି

ପାଟନା: ବିହାର ନିର୍ବାଚନରେ ଜେଡିୟୁ ଠାରୁ ବିଜେପି ଭଲ ପ୍ରଦର୍ଶନ କରିଥିବା ବେଳେ ଜେଡିୟୁ ଆଶାଜନକ ସଫଳତା ପାଇପାରି ନାହିଁ। ଏହାକୁ ନେଇ ବିଜେପିରୁ କେହି ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଚର୍ଚ୍ଚା ହେଉଛି। ତେବେ ବିଜେପି କହିଛି ବିହାର ଏନ୍‌ଡିଏର ମୁଖ୍ୟ ନୀତୀଶ ହେବେ। ଏପଟେ ଜେଡିୟୁ ବି କହିଛି, ଦିୱାଲୀ ପରେ ନୀତୀଶ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ। ଦଳୀୟ ନେତା କେସି ତ୍ୟାଗୀ ଏହି ସୂଚନା ଦେଇଛନ୍ତି। ଏସବୁ ଚର୍ଚ୍ଚା ଭିତରେ କଂଗ୍ରେସ କିନ୍ତୁ […]

aweisei
'ବିଫଳତା ଲୁଚାଇବାକୁ AIMIM ଦଳକୁ ଭୋଟ୍‌ କଟ୍‌ୱା ପାର୍ଟି କହୁଛି କଂଗ୍ରେସ'

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ଏଆଇଏମ୍‌ଆଇଏମ୍‌ ଦଳର ଐତିହାସିକ ବିଜୟ ପରେ ଭୋଟ୍ କାଟିଥିବା ଅଭିଯୋଗ କରି କଂଗ୍ରେସ ଏଆଇଏମ୍‌ଆଇଏମ୍‌ ଦଳକୁ ଭୋଟ୍ କଟ୍‌ୱା ପାର୍ଟି ବୋଲି କହିଥିଲା। ଆଜି ଏହାର ଦୃଢ଼ ଜବାବ ରଖିଛନ୍ତି ଦଳ ମୁଖ୍ୟ ଅସଦୁଦ୍ଦିନ ଅୱେସୀ। ବିହାରରେ ନିଜର ବିଫଳତାକୁ ଲୁଚାଇବା ପାଇଁ କଂଗ୍ରେସ ଅଯଥା ଚିତ୍କାର କରୁଛି ବୋଲି ଅୱେସୀ କହିଛନ୍ତି। ବିଜୟ ନେଇ ଅୱେସୀ କହିଛନ୍ତି ଯେ ତାଙ୍କ ଦଳ ୨୦ଟି ଆସନରେ ନିର୍ବାଚନ ଲଢ଼ିଥିଲା। ସେଥିରୁ ୫ଟି […]

ahamda-patel
ଆଇସିୟୁରେ ଭର୍ତ୍ତି ହେଲେ ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲ

ନୂଆଦିଲ୍ଲୀ: ଆଇସିୟୁରେ ଭର୍ତ୍ତି ହେଲେ ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲ। ଅକ୍ଟୋବର ପ୍ରଥମ ସପ୍ତାହରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ସେବେଠାରୁ ଡାକ୍ତରଙ୍କ ଚିକିତ୍ସାରେ ରହୁଥିଲେ ଅହମଦ। କିନ୍ତୁ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗରୁତର ହେବାରୁ ତାଙ୍କୁ ଗୁରଗାଓଁର ମେଦାନ୍ତ ହସ୍‌ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏନେଇ ଆଜି ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ୭୧ ବର୍ଷୀୟ ଅହମଦ ଅକ୍ଟୋବର ୧ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଟ୍ୱିଟ୍ କରି […]

tara-bahini-pati
ବିଧାନସଭା ଲାଗି ଶାସକ ବିଜେଡି ଏବଂ କଂଗ୍ରେସର ବୈଠକ ଶେଷ

ଭୁବନେଶ୍ୱର: ଆସନ୍ତା ବିଧାନସଭା ଲାଗି ଶାସକ ବିଜେଡି ଦଳ ବୈଠକ ଶେଷ ହୋଇଛି। ଆସନ୍ତା ଅଧିବେଶନରେ ଗୃହରେ ୧୦ଟି ବିଲ୍ ଆସିବା ନେଇ ବୈଠକ ପରେ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପର ମନ୍ତ୍ରୀ ବିକ୍ରମ ଆରୁଖ। ତା ସହିତ ବିରୋଧୀଙ୍କ ସବୁ ପ୍ରସଙ୍ଗକୁ ସାମ୍ନା କରିବାକୁ ଦଳ ପ୍ରସ୍ତୁତ ବୋଲି ବିକ୍ରମ ଆରୁଖ କହିଛନ୍ତି। ଅନ୍ୟପଟେ ବିଧାନସଭା ଅଧିବେଶନ ଲାଗି କଂଗ୍ରେସ ବିଧାୟକ ଦଳ ବୈଠକ ମଧ୍ୟ ଶେଷ ହୋଇଛି। ବୈଠକରେ ଆସନ୍ତା ଅଧିବେଶନରେ ଦଳର ରଣନୀତିକୁ ନେଇ […]

arun-sahoo
ବିଧାନସଭାରେ ପୁରୀ ପୂର୍ବତନ ଏସ୍‌ପିଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲା କଂଗ୍ରେସ୍‌

ଭୁବନେଶ୍ୱର: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନେଇ ଗୃହରେ ସରକାରଙ୍କୁ ଟାର୍ଗେଟ୍ କଲେ ବିରୋଧୀ। କଂଗ୍ରେସ ଓ ବିଜେପି ହାଜତ ମୃତ୍ୟୁ ଓ ପିପିଲି ଥାର୍ଡ ଡିଗ୍ରୀ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିଧାୟକ ସନ୍ତୋଷ ସିଂ । ସାଲୁଜା ଘଟଣାରେ ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ ୩୦୨ ଦଫା ଲଗାଯାଇବାକୁ ସେ ଦାବି କରିଛନ୍ତି । ସେହିଭଳି ପୁରୀର ପୂର୍ବତନ ଏସ୍ପି ଅଖିଳେଶ୍ୱର ସିଂଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣି ସାଲୁଜା କହିଛନ୍ତି […]

Ahmed Patel
ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକ ହୋଇଛି। ଗତକାଲି ବିଳମ୍ବିତ ରାତି ୩ଟା ୩୦ ମିନିଟ୍‌ରେ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲ୍‌ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ତାଙ୍କର ଏକାଧିକ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହେବା ପରେ ଦେହାନ୍ତ ହୋଇଥିବା ତାଙ୍କ ପୁଅ ଫୈସଲ ପଟେଲ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଅକ୍ଟୋବର ୧ ତାରିଖରେ ଅହମ୍ମଦଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା। […]

navjot-rahul-
ପଞ୍ଜାବ କଂଗ୍ରେସରେ ଛିଣ୍ଡୁନି ବିବାଦ, ଖୁବ୍‌ଶୀଘ୍ର ସିଦ୍ଧୁଙ୍କ ପାଇଁ ହୋଇପାରେ ବଡ଼ ଘୋଷଣା

ପଞ୍ଜାବ କଂଗ୍ରେସରେ ଲାଗିରହିଥିବା ଅସ୍ଥିରତା ଭିତରେ ଆଜି ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି ନଭଜ୍ୟୋତ୍ ସିଂ ସିଦ୍ଧୁ । ଆସନ୍ତା ବିଧାନସଭା ନିର୍ବାଚନରେ ସିଦ୍ଧୁଙ୍କ ଭୂମିକା ଓ ଦାବି ବାବଦରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି । କାରଣ, ମୁଖ୍ୟମନ୍ତ୍ରୀ…

pradipta-naik
ପରୀ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ୍ କଲା ବିଜେପି

ଭୁବନେଶ୍ୱର: ପରୀ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ୍ କଲା ବିଜେପି। ଏନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ପରୀ ନ୍ୟାୟ ଲଢ଼େଇରେ କଂଗ୍ରେସ ଧୋକା ଦେଇଛି। କଂଗ୍ରେସକୁ କବଜା କରି ନେଇଛି ବିଜେଡି। କିନ୍ତୁ ନିର୍ଣ୍ଣାୟକ ଲଢ଼େଇରେ ପହଞ୍ଚିବା ପାଇଁ ବିଜେପି ବଦ୍ଧ ପରିକର। କେବଳ ପରୀ ନୁହେଁ ୫୩୨୩ କୁନି ପିଲା ରାଜ୍ୟରେ ନିଖୋଜ ଅଛନ୍ତି। ଆମେ ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛୁ ବୋଲି ବିଜେପି କହିଛି। ପରୀ ହତ୍ୟା […]

bjp
ମାସେ ପୂର୍ବରୁ ସରିଲା ଶୀତ ଅଧିବେଶନ; ଗୃହ ମୁଲତବୀକୁ କଂଗ୍ରେସ, ବିଜେପିର ବିରୋଧ

ଭୁବନେଶ୍ୱର: ନିର୍ଦ୍ଧାରିତ ସମୟର ମାସେ ପୂର୍ବରୁ ସରିଛି ବିଧାନସଭାର ଶୀତ ଅଧିବେଶନ। ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଚନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। କୋଭିଡ୍ କଟକଣା ଭିତରେ ମାତ୍ର ୧୦ ଦିନରେ ଶୀତ ଅଧିବେଶନ ଶେଷ ହୋଇଛି। ଆଜି ଗୃହରେ ସରକାରୀ ଦଳ ମୁଖ୍ୟ ସଚେତକ ଅନିର୍ଦ୍ଦିଷ୍ଟ କାଳ ମୁଲତବି ପ୍ରସ୍ତାବ ଆଣିଥିଲେ। ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ବିଜେଡି ବିଧାୟକ ଅମର ଶତପଥୀ ମଧ୍ୟ […]

prdeep majhi
ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ କରିବ କଂଗ୍ରେସ

ମାଲକାନଗିରି: ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲ ଏବଂ ଅତିରିକ୍ତ ଯୋଗାଣ ଅଧିକାରୀ ମନୋଜ ପ୍ରଧାନଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ। ସାମ୍ବାଦିକ ସମ୍ମିଳନୀରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ମନୀଷଙ୍କ ବିରୋଧରେ ନାନା ଅଭିଯୋଗ ଆଣିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଯୋଗାଣ ଅଧିକାରୀ ଓ ମନୀଷ ମିଳିମିଶି ଚାଷୀଙ୍କୁ ଲୁଟ୍ କରିଥିବା ଅଭିଯୋଗ ଆଣିଛନ୍ତି ପ୍ରଦୀପ। ଦୁଇ ଜଣ ଅଧିକାରୀ ମାଲକାନଗିରି ଜିଲ୍ଲାରୁ ବିପୁଳ ଅର୍ଥ ବେଆଇନ ଭାବେ ସଂଗ୍ରହ କରିଥିବା କଂଗ୍ରେସ ଅଭିଯୋଗ […]

santosh-sing-saluja
ପରୀ ପ୍ରସଙ୍ଗରେ ଗୃହରେ କାହିଁକି ଚୁପ୍ ରହିଲା କଂଗ୍ରେସ ? କାରଣ କହିଲେ ସାଲୁଜା

ଭୁବନେଶ୍ୱର: ପରି ପ୍ରସଙ୍ଗ ନେଇ ରାଜ୍ୟ କଂଗ୍ରେସରେ ଭିନ୍ନମତ ଦେଖାଦେଇଛି। ଏଥିପାଇଁ କଂଗ୍ରେସର ନିରବତାକୁ ନେଇ ଗତକାଲି ବିଜେପି ଟାର୍ଗେଟ କରିବା ପରେ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା। ପରୀ ପ୍ରସଙ୍ଗରେ ଗୃହରେ ଚୁପ୍ ରହିବାର କାରଣ କହିଛନ୍ତି ସାଲୁଜା। ସେ କହିଛନ୍ତି, ଚୁପ୍‌ର କାରଣ ସିଏଲ୍‌ପି ନେତା ଯାହା କହିଲେ ଆମେ ମାନିବାକୁ ବାଧ୍ୟ। ସିଏଲ୍‌ପି ନେତା ଯାହା କହିବେ ଆମେ କହିବାକୁ ଓ କରିବାକୁ ବାଧ୍ୟ ବୋଲି ସାଲୁଜା କହିଛନ୍ତି। […]

sambit-patra
ପରୀ ହତ୍ୟା ପ୍ରସଙ୍ଗରେ ସମ୍ବିତଙ୍କ ପ୍ରଶ୍ନ; ଓଡ଼ିଶାର ୯ ଜଣ କଂଗ୍ରେସ ବିଧାୟକ କାହିଁକି ଚୁପ୍ ?

ଭୁବନେଶ୍ୱର: ପରୀ ପ୍ରସଙ୍ଗରେ କଂଗ୍ରେସର ଆଚରଣ ନେଇ ରାହୁଲ ଗାନ୍ଧି ଓ କଂଗ୍ରେସ ବିଧାୟକଙ୍କୁ ପ୍ରଶ୍ନ କରିଛନ୍ତି ବିଜେପି ପ୍ରବକ୍ତା ସମ୍ବିତ ପାତ୍ର। ଏନେଇ ସେ କହିଛନ୍ତି ଓଡ଼ିଶାର ୯ ଜଣ କଂଗ୍ରେସ ବିଧାୟକ କାହିଁକି ଚୁପ୍ ବସିଛନ୍ତି ? କଣ ପାଇଁ ସେମାନେ ଅରୁଣ ସାହୁଙ୍କୁ କ୍ଲିନ ଚିଟ୍ ଦେଇଦେଲେ? ଅରୁଣ ସାହୁଙ୍କ ଠାରୁ ପଇସା ନେଇ ଚୁପ୍ ହୋଇ ବସିଛନ୍ତି ବୋଲି କହିଲେ ସମ୍ବିତ ଅଭିଯୋଗ କରିଛନ୍ତି। ପରୀ ପ୍ରସଙ୍ଗରେ ରାହୁଲ ଗାନ୍ଧିଙ୍କୁ ବି […]

sura rautray
ପରୀ ହତ୍ୟା ଘଟଣା ପ୍ରସଙ୍ଗ; ପଦାରେ ପଡ଼ିଲା କଂଗ୍ରେସର ମତଭେଦ

ଭୁବନେଶ୍ୱର: ପରୀ ହତ୍ୟା ପ୍ରସଙ୍ଗକୁ ନେଇ ରାଜନୀତି ତେଜୁଛି। ଏପରିକି  ପରୀ ପ୍ରସଙ୍ଗକୁ ନେଇ କଂଗ୍ରେସରେ ମତଭେଦ ପଦାରେ ପଡ଼ିଛି । କଂଗ୍ରେସର ଦାବି ପରେ ସରକାର SIT ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ବରିଷ୍ଠ ନରସିଂହ ମିଶ୍ର କହୁଥିବାବେଳେ  ଭିନ୍ନମତ ଦେଇଛନ୍ତି ସୁର ରାଉତରାୟ। ପରୀ ହତ୍ୟା ଘଟଣାର ପ୍ରତିକ୍ରିୟା ରଖି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଆମେ ଏହି ଘଟଣାକୁ ବିଧାନସଭାରେ ଜୋରଦାର ହଙ୍ଗାମା କରୁଥିଲୁ। ଏହାପରେ ନବୀନ ବାବୁ SIT ଗଠନ […]

narasingha-mishra
ପରୀ ହତ୍ୟା ପ୍ରସଙ୍ଗ: SIT ଗଠନକୁ କଂଗ୍ରେସର ଐତିହାସିକ ସଫଳତା ବୋଲି କହିଲେ ନରସିଂହ

ଭୁବନେଶ୍ୱର: ପରୀ ପ୍ରସଙ୍ଗରେ SIT ଗଠନକୁ ଐତିହାସିକ ସଫଳତା ବୋଲି କହିଲେ ନରସିଂହ ମିଶ୍ର। ବିଧାନସଭା ଇତିହାସରେ ଯାହା ହୋଇନି ତାହା ହେଲା। ରାଜ୍ୟ ସରକାର ହାଇକୋର୍ଟଙ୍କୁ ପୂର୍ବରୁ କେବେ SIT ପାଇଁ ଲେଖିଥିଲେ ? ଆମ ଦାବିରେ ତାହା ହେଲା। କଂଗ୍ରେସର ଏହା ଐତିହାସିକ ସଫଳତା ବୋଲି ନରସିଂହ କହିଛନ୍ତି। ସିଏଲ୍‌ପି ନେତା ଦଳୀୟ ବିଧାୟକଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେଲେ ବୋଲି ନରସିଂହ କହିଛନ୍ତି। ଏହା ପୂର୍ବରୁ ପରୀ ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ […]

Narasingh_Mishra_eps_PIC
ସମ୍ବିତଙ୍କୁ ଚେତାବନୀ ଦେଲା କଂଗ୍ରେସ; କହିଲା- ‘କ୍ଷମା ନ ମାଗିଲେ କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର: ପରୀ ହତ୍ୟା ମାମଲାରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ମନ୍ତବ୍ୟକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ କରିଛି କଂଗ୍ରେସ। ଏ ନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ସମ୍ବିତଙ୍କୁ ଚେତାବନୀ ଦିଆଯାଇଛି। ସମ୍ବିତ ତାଙ୍କ ଅଭିଯୋଗ ନେଇ କ୍ଷମା ମାଗନ୍ତୁ। ନ ହେଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି । ସମ୍ବିତ ପାତ୍ର ଏଭଳି ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି […]

eBPOjT_I
ପରୀ ଘଟଣାରେ ମତଭେଦ ଥିବା ମାନିଲା କଂଗ୍ରେସ

ଭୁବନେଶ୍ୱର; ପରୀ ଘଟଣାରେ ମତଭେଦ ଥିବା ମାନିଲେ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲା କୁମାର। ଆଜି କଂଗ୍ରେସ ବିଧାୟକ ଦଳ ବୈଠକ ଅବସରରେ ଏହି ମତ ଦେଇଛନ୍ତି ଚେଲା କୁମାର। ବୁଝାମଣା ଅଭାବରୁ ଏଭଳି ମତଭେଦ ଆସିଲା ବୋଲି ସେ କହିଛନ୍ତି। ତେବେ ଏହି ଘଟଣାରେ ରାଜନୀତି ନ ହୋଇ ପରୀକୁ ନ୍ୟାୟ ମିଳିବା ଦରକାର ବୋଲି ସେ ମତ ଦେଇଛନ୍ତି। ସିବିଆଇ ଅନେକ ଘଟଣାର ତଦନ୍ତ କରୁଛି, କିନ୍ତୁ ଫଳ ମିଳୁନି। ତେଣୁ ପରୀ ଘଟଣାରେ […]