• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "332" result for "ରଥଯାତ୍ରା" in https://otvkhabar.in

sibyasingh-deba
ରଥଯାତ୍ରା ବନ୍ଦ ନେଇ କ'ଣ କହିଲେ ଗଜପତି ମହାରାଜା ?

ପୁରୀ: ସୁପ୍ରିମକୋର୍ଟଙ୍କ ରଥଯାତ୍ରା ବନ୍ଦ ନେଇ ରାୟ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା ଦିବ୍ୟାସିଂହ ଦେବ। ସେ କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ବିକଳ୍ପ ନାହିଁ। ରାୟ ଶୁଣିବା ପରେ ଜଗନ୍ନାଥପ୍ରେମୀଙ୍କ ମନରେ କଷ୍ଟ ନିଶ୍ଚୟ ହୋଇଥିବା। କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟକୁ ସମସ୍ତଙ୍କୁ ସମ୍ମାନ ଦେବାକୁ ହେବ ବୋଲି ଗଜପତି ମହାରାଜା କହିଛନ୍ତି। ଧାର୍ମିକ ଦୃଷ୍ଟିକୋଣରୁ କେମିତି ଯାତ୍ରାବିଧି ପାଳନ ହେବ, ସେ ନେଇ ନିଷ୍ପତ୍ତି ନିଆଯିବ। ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଓ ପ୍ରଶାସନ ସହ ଏନେଇ […]

tara
'ମୁହଁ ନ ଖୋଲି ରଥଯାତ୍ରା ବନ୍ଦ କଲେ, ଜଗନ୍ନାଥ ସବୁ ଦେଖୁଛନ୍ତି'

ଭୁବନେଶ୍ୱର: ଚଳିତ ବର୍ଷ ହେବନି ପୁରୀ ରଥଯାତ୍ରା। ଆଜି ଏ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ରାଜ୍ୟର ବିଭିନ୍ନ ମହଲରେ ପ୍ରତିକ୍ରିୟା ଦେଖା ଦେଇଛି। ରଥଯାତ୍ରା ବନ୍ଦ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି ବିରୋଧୀ। ଆଜି ଏନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ରଥଯାତ୍ରା ନ କରିବାକୁ ସରକାରଙ୍କର ଆଗରୁ ଯୋଜନା ଥିଲା। ମୁକ୍ତିମଣ୍ଡପ, ଶଙ୍କରାଚାର୍ଯ୍ୟଙ୍କ ସହ କଥା […]

rer
ସୁପ୍ରିମକୋର୍ଟରେ ଝୁଲୁଛି ରଥଯାତ୍ରା ଭାଗ୍ୟ: ଆସନ୍ତାକାଲି ଶୁଣାଣି

ପୁରୀ: ବଡ଼ଦାଣ୍ଡରେ ଗଡ଼ିବ ତ ତିନି ରଥ ? ଭଙ୍ଗ ହେବନି ତ ଶହ ଶହ ବର୍ଷର ଭକ୍ତି ଓ ଭାବର ସମ୍ମେଳନର ପତିତପାବନ ଯାତ୍ରା ପରଂପରା ? ମହାମାରୀ କରୋନା କଟକଣା ଭିତରେ ଏବର୍ଷ କେମିତି ହେବ ଘୋଷଯାତ୍ରା ? ଏସବୁ ପ୍ରଶ୍ନର ଭାଗ୍ୟ ଝୁଲୁଛି ସୁପ୍ରିମକୋର୍ଟଙ୍କ ହାତରେ। କାରଣ ରଥଯାତ୍ରା ବନ୍ଦ ଲାଗି ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଦାଖଲ ପିଟିସନ୍ ଉପରେ ଆସନ୍ତାକାଲି ହେବ ଶୁଣାଣି। ଖୋଦ୍ ପ୍ରଧାନବିଚାରପତି ଏସ୍.ଏ. ବୋବଡ଼େଙ୍କ ନେତୃତ୍ୱାଧୀନ […]

suprem
ରଥଯାତ୍ରା ନେଇ କାଲି ସୁପ୍ରିମକୋର୍ଟରେ ଶୁଣାଣି

ପୁରୀ: ଘୋଷଯାତ୍ରା ତିଥି ଯେତିକି ପାଖୋଉଛି, ବଡ଼ଦାଣ୍ଡରେ ରଥ ଗଡ଼ିବ କି ନାହିଁ ଦ୍ୱନ୍ଦ୍ୱ ସେତିକି ବଢୁଛି। କାରଣ କରୋନା କଟକଣା ଭିତରେ କେମିତି ହେବ ରଥ ଟଣା? ତାକୁ ନେଇ ମାମଲା ହାଇକୋର୍ଟ ପରେ ସୁପ୍ରିମକୋର୍ଟ ଯାଏଁ ଗଲାଣି। ଏମିତିକି ଏଥର ରଥଯାତ୍ରା ବନ୍ଦ ରଖିବାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ବି ନିବେଦନ କରିଛି ଓଡ଼ିଶା ବିକାଶ ପରିଷଦ। ଯାହା ଉପରେ ଆସନ୍ତାକାଲି ଶୁାଣାଣି ହେବାର ଅଛି। ଆଉ ଏପଟେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ହାଇକୋର୍ଟ […]

otv
ବିନା ଭକ୍ତରେ ମଧ୍ୟ ରଥଯାତ୍ରା ସମ୍ଭବ: ବରିଷ୍ଠ ସେବାୟତ

ପୁରୀ: କରୋନା ସ୍ଥିତି ଯୋଗୁଁ ରଥଯାତ୍ରା ହେବ କି ନାହିଁ, ତାର କଳ୍ପନା ଜଳ୍ପନା ଚାଲିଥିବା ବେଳେ ବିନା ଭକ୍ତରେ ମଧ୍ୟ ରଥଯାତ୍ରା ସମ୍ଭବ ବୋଲି କହିଛନ୍ତି, ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର। ସେ କହିଛନ୍ତି, ରଥଯାତ୍ରା ଅତି ଗୁରୁତ୍ୱପୂର୍ଣ୍ଣ। ଭକ୍ତଙ୍କ ବିନା ମଧ୍ୟ ଏହା ହୋଇପାରିବ। ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପାଇଁ ସବୁ ରୀତିନୀତି ସୁରୁଖୁରୁ କରିବାକୁ ପ୍ରସ୍ତୁତି ଚାଲିଥିବା ସେ କହିଛନ୍ତି। ଏପଟେ ରଥଯାତ୍ରା ନିଷ୍ପତ୍ତି ନେବାରେ ରାଜ୍ୟ ସରକାର ଡେରି କରୁଥିବାରୁ କଟାକ୍ଷ […]

er
ରଥଯାତ୍ରା ନେଇ ପାଖେଇ ଆସୁଛି ତିଥି, ହେଲେ ସ୍ପଷ୍ଟ ହୋଇନି ନିଷ୍ପତ୍ତି

ଭୁବନେଶ୍ୱର: ପାଖେଇ ଆସୁଛି ତିଥି, ହେଲେ ସ୍ପଷ୍ଟ ହୋଇନି ନିଷ୍ପତ୍ତି। ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ଭକ୍ତ ଓ ସେବାୟତଙ୍କ ସଂଶୟ ବଢୁଥିଲେ ବି ଚଳଚଞ୍ଚଳ ରଥଖଳା ଓ ଶୃଙ୍ଖଳିତ ଅଣସର ନୀତିକୁ ଦେଖିଲେ ବଢୁଛି ସମ୍ଭାବନା। ଏପଟେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପରିଚାଳନା କମିଟି ସଦସ୍ୟ ଓ ସେବାୟତଙ୍କ ସହ ଆଲୋଚନା କରି ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଥିବା କୁହାଯାଉଛି। ତେବେ ଦିନ କମ୍ ଥିବାରୁ ସରକାର ଶୀଘ୍ର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଦାବି କରିଛନ୍ତି […]

puri
'ରଥଯାତ୍ରା ନ ହେଲେ ମହାପ୍ରଭୁ ବର୍ଷେ ଯାଏଁ ଆଉ ରତ୍ନସିଂହାସନକୁ ଫେରିବେନି'

ପୁରୀ: ରଥଯାତ୍ରା ପରମ୍ପରାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ଚଳିତ ବର୍ଷ ଯଦି ରଥଯାତ୍ରା ଅୟୋଜନ ନହୁଏ ତେବେ ବର୍ଷ ତମାମ ଅଣସର ପିଣ୍ଡିରେ ହିଁ ପୂଜା ପାଇବେ ତିନି ଠାକୁର। ରଥଯାତ୍ରା ନହେଲେ ଚତୁର୍ଦ୍ଧାମୂର୍ତ୍ତି କୁଆଡ଼େ ଯିବେ ବୋଲି ପ୍ରଶ୍ନ କରିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସମହାପାତ୍ର। ରଥଯାତ୍ରା ସପକ୍ଷରେ ମତ ରଖି ସେ କହିଛନ୍ତି, ରଥଯାତ୍ରା ନ ହେଲେ ମହାପ୍ରଭୁ ବର୍ଷେ ଯାଏଁ ଆଉ ରତ୍ନସିଂହାସନକୁ ଫେରିବେ ନାହିଁ। ଜଗନ୍ନାଥଙ୍କ ସବୁ ରୀତିନୀତିରେ ବିଭ୍ରାଟ ହେବ। […]

rata-ytra
ରଥଯାତ୍ରା ବାତିଲ ପାଇଁ ହାଇକୋର୍ଟରେ ମାମଲା

ପୁରୀ: ପୁରୀ ରଥଯାତ୍ରା ବାତିଲ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। କରୋନା ମହାମାରୀ ପାଇଁ ରଥଯାତ୍ରାକୁ ବାତିଲ କରିବା ପାଇଁ କୋର୍ଟଙ୍କ ନିକଟରେ ଆବେଦନ କରାଯାଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା କରାଯାଇଛି।  ଏଥିରେ କେନ୍ଦ୍ର ସହ ରାଜ୍ୟ ସରକାର ଓ ଗଜପତି ମହାରାଜା ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଛି। ବର୍ତ୍ତମାନ କରୋନା ମହାମାରୀ ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଚାଲିଥିବା ବେଳେ ରଥଯାତ୍ରା ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ନିଷ୍ପତ୍ତି […]

jaguni
'ଥରେ ରଥଯାତ୍ରା ବନ୍ଦ ହେଲେ ୧୨ ବର୍ଷ ଯାଏ ଆଉ ହେବନି'

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ସରକାରଙ୍କ ଗାଇଡ୍ ଲାଇନ ଅନୁଯାୟୀ ଆୟୋଜନ କରାଯାଉ।  ରଥଯାତ୍ରା ବନ୍ଦ ହେଲେ ଏହା ରାଜ୍ୟ ସରକାରଙ୍କ ପାଇଁ କଳଙ୍କିତ ଇତିହାସ ହେବ ବୋଲି କହିଛନ୍ତି ଶ୍ରୀ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର। ଥରେ ରଥଯାତ୍ରା ବନ୍ଦ ହେଲେ, ଆଉ ୧୨ ବର୍ଷ ହୋଇପାରିବନି ବୋଲି ସେ ମତ ଦେଇଛନ୍ତି। ଏହାଛଡ଼ା ସେ କହିଛନ୍ତି ୫୦ ପ୍ରତିଶତ ସେବାୟତରେ ଯାତ୍ରା ଆୟୋଜନ ହେଉ। ଯାହାର ସେବା ନାହିଁ ସେହି ସେବାୟତମାନେ […]

puir
୩ ତାରିଖରେ ପରେ ରଥଯାତ୍ରା ନିଷ୍ପତ୍ତି

ପୁରୀ: ଶ୍ରୀକ୍ଷେତ୍ରରେ ରଥଯାତ୍ରା ହେବ କି ନାହିଁ, ତାହା ଆସନ୍ତା ୩ ତାରିଖ ଅର୍ଥାତ ଲକଡାଉନ ପରେ ହିଁ ନିଷ୍ପତ୍ତି  ନିଆଯିବ। ୩ ତାରିଖ ପରେ ସରକାର ଯେଉଁ ନିର୍ଦ୍ଦେଶ ଦେବେ ସେହି ଅନୁସାରେ କାମ ହେବ। ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସହ ଦଇତାପତି ନିଯୋଗର ବୈଠରେ ଏହି ସହମତି ପ୍ରକାଶ ପାଇଛି। ରଥଯାତ୍ରା ନେଇ ଅନୁକଳ୍ପ ପନ୍ଥା ବାହାର କରିବା ନା ପ୍ରଶାସନର ଅନୁମତିରେ ଯାତ୍ରାକୁ ବର୍ତ୍ତମାନ ସ୍ଥିତିରେ ଉଚିତ ରୂପ ଦେଇ […]

puri
ଦଇତାପତି ନିଯୋଗର ପ୍ରସ୍ତାବ-ଲକ୍‌ଡାଉନ୍‌ କଟକଣା ସହ ରଥଯାତ୍ରା ପାଳନ କରାଯାଉ

ପୁରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ ଜାରି ହୋଇଛି ଲକ୍‌ଡାଉନ। ଏପରି ପରିସ୍ଥିତିରେ ଶ୍ରୀଜିଉଙ୍କ ରଥଯାତ୍ରା ହେବ କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଛି। ଏପରି ପରିସ୍ଥିତିରେ ଲକ୍‌ଡାଉନ କଟକଣା ମଧ୍ୟରେ ରଥଯାତ୍ରା  ଆୟୋଜନ ପାଇଁ ପ୍ରସ୍ତାବ ଦେଇଛି ଦଇତାପତି ନିଯୋଗ। ଏନେଇ ନିଯୋଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି। ସରକାରଙ୍କୁ ଲେଖାଯାଇଥିବା ଚିଠିରେ ସିପାହୀ ବିଦ୍ରୋହ, ନଅଙ୍କ ଦୁର୍ଭିକ୍ଷ ଓ ୧୯୧୮ ମହାମାରୀର ଉଦାହରଣ ଦିଆଯାଇଛି।  ଏହି ବିପତ୍ତି […]

gtr
ଏଥର ରଥ ନିର୍ମାଣ କାମରେ ବିଚ୍ୟୁତି ଘଟିବ: କେବେ ହେବ ରଥଯାତ୍ରା ?

ପୁରୀ: ମହାମାରୀ କରୋନା ପ୍ରକୋପ ଭିତରେ କିଭଳି ହେବ ଶ୍ରୀଜିଉଙ୍କ ଘୋଷଯାତ୍ରା? ସାମାଜିକ ଦୂରତ୍ୱ ରକ୍ଷା ନିୟମ ଭିତରେ କିଭଳି ପାଳନ ହେବ ଶହ ଶହ ବର୍ଷର ଏ ପରମ୍ପରା? ଲକ୍‌ଡାଉନ୍ ବେଳେ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଜନ ଗହଳିକୁ ନିଷେଧ କରାଯାଇଥିବା ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶକୁ ଦେଖି ଆଜି ବସିଥିଲା ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଯେଉଁଥିରେ ଭୁବନେଶ୍ୱରରୁ ଭିଡିଓ କନ୍‌ଫରେନ୍ସିଂରେ ଯୋଗ ଦେଇଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଓ […]

op
ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥକାଠ: ୨୬ରେ ଅନୁକୁଳ, ଲକ୍‌ଡାଉନ୍‌ ଅଡ଼ୁଆ

ପୁରୀ: ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥକାଠ। ଆଜି ସକାଳୁ ମୋଟ ୪୨ ଖଣ୍ଡ କାଠ ଆସି ରଥଖଳାରେ ପହଞ୍ଚିଛି। ଏଥିରେ ୨୦ ଫୁଟିଆ ଅସନ କାଠ ୫ଟି, ୧୨ ଫୁଟିଆ ଧଉରା କାଠ ୧୧ଟି ଓ ୨୦ ଫୁଟିଆ ଧଉରା କାଠ ୨୬ ଖଣ୍ଡ ରହିଛି। ଆଜି ଷଷ୍ଠ ଟ୍ରିପ୍‌ ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଛି। ଆସନ୍ତା ୨୬ ତାରିଖ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରଥ କାଠ ଅନୁକୁଳ ହେବ। ସବୁଠୁ ବଡ଼ କଥା ହେଉଛି, […]

puri-123333333333333333
ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ପୁଣି ବିବାଦ

ପୁରୀ: ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ପୁଣି ବିବାଦ ଦେଖା ଦେଇଛି। ନିକଟରେ ଅଦିନିଆ ରଥଯାତ୍ରାକୁ ନେଇ ପ୍ରଶ୍ନ ଉଠିବା ଫଳରେ ଏବେ ଇସ୍କନ ତରଫରୁ ଭିନ୍ନ ଢଙ୍ଗରେ ଏହାକୁ ପାଳନ କରାଯାଉଛି। ଏହାର ନାଁ ’ହରେକୃଷ୍ଣ ଫେଷ୍ଟିଭାଲ’ ଦିଆଯାଇଛି। ମଥୁରାରେ ଏହି ପୋଷ୍ଟର ଲଗାଯାଇଥିବା ବେଳେ ସୋଶାଲ ମିଡିଆରେ ତାହା ଭାଇରାଲ ହୋଇଛି। ମାର୍ଚ୍ଚ ୧୮ରେ ଏହି  ରଥଯାତ୍ରା ହେବାକୁ ଯାଉଛି। ତେବେ ଭିନ୍ନ ଢଙ୍ଗରେ ରଥଯାତ୍ରା କରାଯିବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଗାଜିଆବାଦର […]

raja
ଇସ୍କନ୍‌ର ଅଦିନିଆ ରଥଯାତ୍ରାକୁ ନେଇ ଏମିତି ନିଷ୍ପତ୍ତି ନେଲେ ଗଜପତି ମହାରାଜା

ପୁରୀ: ଆଜି  ଶ୍ରୀମନ୍ଦିର ପରିଚାଳନା ବୈଠକରେ ଇସ୍କନ୍‌ର ଅଦିନିଆ ରଥଯାତ୍ରା ପ୍ରସଙ୍ଗ ଉଠିଥିଲା। ବୈଠକରେ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇବା ପରେ ଗଜପତି ମହାରାଜା ଦିବ୍ୟ ସିଂହ ଏନେଇ ଇସ୍କନ ମୁଖ୍ୟଙ୍କୁ  ଚିଠି ଲେଖି ଅବଗତ କରାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଦିନରେ ଏପରି ରଥଯାତ୍ରା ନକରିବାକୁ ଚିଠିରେ ଜଣାଯିବ। ତେବେ ଏହାପୂର୍ବରୁ ମଧ୍ୟ ଇସ୍କନ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା। ଗତ ୩୦ ତାରିଖରେ ମୁମ୍ୱାଇରେ ଅନୁଷ୍ଠିତ ହୋଇଥିଲା ଅଦିନିଆ ରଥଯାତ୍ରା। ଇସ୍କନ […]

si
ମୁମ୍ବାଇରେ ଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରା: ଓଡ଼ିଶାରେ ତେଜିଲା ବିରୋଧ

ମୁମ୍ବାଇ: ସୁଧୁରିଲାନି ଇସ୍କନ। ମୁମ୍ବାଇରେ ଅଦିନରେ ଗଡ଼ିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ। ଆଷାଢ଼ ବଦଳରେ ମାଘ ମାସରେ ରଥଯାତ୍ରାର ଆୟୋଜନ କଲା ଇସ୍କନ। ତେବେ ପୂର୍ବରୁ ଥାନାରେ ଏତଲା, ତୀବ୍ର ପ୍ରତିବାଦ ପରେ ନଭେମ୍ବର ୨୭ରେ ଲୁଧିଆନାରୁ ଓହରିଥିଲା। ହେଲେ ମୁମ୍ବାଇରେ ଅଦିନରେ ଗଡ଼ାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ। ଆଷାଢ଼ ଶୁକ୍ଳ ଦ୍ୱିତୀୟା ବଦଳରେ ଶ୍ରୀପଞ୍ଜମୀରେ ରଥଯାତ୍ରା ହେଲା। ଭାବନାକୁ ଖାତିର ନାହିଁ, ବିଧି ପରମ୍ପରାକୁ ସମ୍ମାନ ନାହିଁ। ବିରୋଧକୁ ପରବାଏ ନାହିଁ। ମୁମ୍ବାଇର ଦାଦର ଅଞ୍ଚଳରେ […]

ratha-ytra
୨୯ ତାରିଖରେ ହେବନି ରଥଯାତ୍ରା

ଗାଜିଆବାଦ: ଉତ୍ତର ପ୍ରଦେଶ ଗାଜିଆବାଦରେ ଡିସେମ୍ବର ୨୯ ତାରିଖରେ ହେବନାହିଁ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା। ଶ୍ରୀମଦ ନାରଦୀୟ ନିକୁଞ୍ଜ ଟ୍ରଷ୍ଟର ସଭାପତି ବାବା ବଳରାମ ଓ ସମ୍ପାଦକ ବାବା ଚୈତନ୍ୟ ଏହା ସ୍ପଷ୍ଟ କରିଛନ୍ତି। ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ଫୋନ ଯୋଗେ ଏହି ସୂଚନା ଦେଇଛନ୍ତି। ଟ୍ରଷ୍ଟର ସଭାପତି ଓ ସମ୍ପାଦକ ସୋଶାଲ୍ ମିଡିଆରୁ ଏ ସମ୍ପର୍କିତ ବିଜ୍ଞାପନ ହଟାଇ ଓଡ଼ିଶାବାସୀଙ୍କୁ କ୍ଷମା ମାଗିଛନ୍ତି। ଜଗନ୍ନାଥ ନୁହେଁ, ରାଧାକୃଷ୍ଣଙ୍କର ସତ୍ସଂଘ ଶୋଭାଯାତ୍ରା ହେବ ବୋଲି […]

car-festival
ବିରୋଧ ପରେ ଅଦିନିଆ ରଥଯାତ୍ରା ଅୟୋଜନରୁ ଓହରିଲା ଇସ୍କନ୍

ଭୁବନେଶ୍ୱର: ନଭେମ୍ୱର ୨୭ ତାରିଖରେ ଇସ୍କନ ଲୁଧିଆନାରେ ଅଦିନିଆ ରଥଯାତ୍ରା ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା। ଇସ୍କନର ଏପରି ଅଦିନିଆ ରଥଯାତ୍ରା ଆୟୋଜନକୁ ତୀବ୍ର ବିରୋଧ କରାଯାଇଥିଲା। ଯେଉଁଥିପାଇଁ ଅଦିନିଆ ରଥଯାତ୍ରା ଆୟୋଜନରୁ ଓହରିଛି ଇସ୍କନ। ଶ୍ରୀକ୍ଷେତ୍ର ପରି ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ରଥଯାତ୍ରା ପାଳନ ହେବ ବୋଲି ଇସ୍କନର ଭୁବନେଶ୍ୱର ଆଞ୍ଚଳିକ ସଂପାଦକ ବନମାଳି ଦାସ କହିଛନ୍ତି। ଲୁଧିଆନାରେ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ବିଜେପି ବିରୋଧ କରିଥିଲା। ଏପରିକି ବିଜେପି […]

p5
ରଥଯାତ୍ରା ପାଇଁ ସିସିଟିଭି ନଜରରେ ରହିବ ପୁରୀ

ପୁରୀ : ରଥଯାତ୍ରା ବେଳେ ସିସିଟିଭି ନଜରରେ ରହିବ ସମଗ୍ର ପୁରୀ ସହର। ସିଂହଦ୍ୱାର, ବଡ଼ଦାଣ୍ଡଠୁ ଆରମ୍ଭ କରି ରେଳ ଷ୍ଟେସନ, ବସ୍‌ଷ୍ଟାଣ୍ଡ, ପାର୍କିଂସ୍ଥଳ ସବୁ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବ। ଏଥି ସହିତ ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ଏହି ବ୍ୟବସ୍ଥାକୁ ନିୟନ୍ତ୍ରଣ କରାଯିବ ବୋଲି ପୁଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି। ରଥଯାତ୍ରା ପାଇଁ ଦାୟିତ୍ୱରେ ଥିବା ସମସ୍ତ ପୁଲିସ ଓ ଅନ୍ୟ ବିଭାଗର ଉଚ୍ଚ ଅଧିକାରୀଙ୍କ ସହ ଚୂଡ଼ାନ୍ତ ବୈଠକ […]

Puri-Jagannath
ରଥଯାତ୍ରା ପାଇଁ ଛତିଶା ନିଯୋଗ ବୈଠକ

ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରବିବାର ଛତିଶାନିଯୋଗ ବୈଠକ ବସି ରଥଯାତ୍ରା ପାଇଁ ସମୟ ନିର୍ଘଣ୍ଟ ନେଇ ଆଲୋଚନା କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସ୍ନାନଯାତ୍ରା ଠାରୁ ରଥଯାତ୍ରା, ବାହୁଡ଼ା ଯାତ୍ରା ଓ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ତିନି ଠାକୁରଙ୍କ ସମସ୍ତ ନୀତି ସଂପର୍କରେ ଆଲୋଚନା ହୋଇଥିଲା। ଜୁଲାଇ ୪ରେ ରଥଯାତ୍ରା ଓ ୧୨ ତାରିଖରେ ବାହୁଡ଼ା ଯାତ୍ରା ହେବାକୁ ଥିବା ବେଳେ ଦ୍ୱାଦଶୀରେ ମହାପ୍ରଭୁଙ୍କ ସୁନାବେଶ ହେବ। ନୀଳାଦ୍ରି […]

Inside pictures of Puri Jagannath Temple go viral again
ରଥଯାତ୍ରାରେ କାହାକୁ କେଉଁ ଦାୟିତ୍ୱ

ପୁରୀ: ଆଗାମୀ ରଥଯାତ୍ରା ପାଇଁ ବରିଷ୍ଠ ଅଧିକାରୀଙ୍କୁ ସରକାର ଦାୟିତ୍ୱ ବାଣ୍ଟିଛନ୍ତି। ଜୁନ ୧୭ ତାରିଖରେ ହେବାକୁ ଥିବା ଦେବସ୍ନାନ ପୂର୍ଣ୍ଣିମାଠାରୁ ଜୁଲାଇ ୧୫ ତାରିଖରେ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଦାୟିତ୍ୱ ବଣ୍ଟନ କରାଯାଇଛି। ରେଳ ସୁରକ୍ଷା ଦାୟିତ୍ୱରେ ରହିବେ ADG ପ୍ରଣବିନ୍ଦୁ ଆଚାର୍ଯ୍ୟ। SRP କଟକ ତାଙ୍କୁ ସହାୟତା କରିବେ। ସେହିପରି ADG ସଂଜୀବ ପଣ୍ଡାଙ୍କୁ ପୋଲିସ ବ୍ୟବସ୍ଥାର ସାମଗ୍ରିକ ଦାୟିତ୍ୱ ପ୍ରଦାନ କରାଯାଇଛି। ପୋଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ପୁରୀ ଏସ୍‌ପି ଉମାଶଙ୍କର […]