ପ୍ରାୟ ସମସ୍ତେ ବେଳାଭୂମିକୁ ବୁଲିବା ପାଇଁ ଯାଇଥାନ୍ତି । ହେଲେ ସମୁଦ୍ର କୂଳର କିଛି ଦୃଶ୍ୟ ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି । ବ୍ରିଟେନ୍ର ଏକ ବେଳାଭୂମିରେ ହଜାର ହଜାର ସାମୁଦ୍ରିକ ପ୍ରାଣୀଙ୍କ ମୃତ ଦେହ ପଡିରହିଛି ବୋଲି ନ୍ୟୁଜ୍ ଏଜେନ୍ସିଡେଲି ଷ୍ଟାରରେ ଦର୍ଶାଯାଇଛି । ମୃତ ଜଳଜୀବଙ୍କ ମଧ୍ୟରେ କଙ୍କଡା, ଚିଙ୍ଗୁଡି ଏବଂ ଅନ୍ୟାନ୍ୟ ସାମୁଦ୍ରିକ ଜୀବମାନେ ରହିଛନ୍ତି । ବ୍ରିଟେନ୍ର ଟିସାଇଡ୍ର ମାର୍ସକେରୁ ସଲ୍ଟବର୍ନ ଅଞ୍ଚଳ ପର୍ଯ୍ୟନ୍ତ ଜଳଚର ପ୍ରାଣୀଙ୍କ ମୃତ ଦେହ ପଡ଼ିରହିଛି ।
Published By: Otv Khabar Bureau
Last updated: 30 October 2021, 05:54 PM IST
ଏହି ଘଟଣାକୁ ନେଇ ପରିବେଶ ସୁରକ୍ଷା ସଂସ୍ଥା କହିଛନ୍ତି, କିପରି ଏତେ ସଂଖ୍ୟକ ସମୁଦ୍ର ପ୍ରାଣୀ କିପରି ମରିଗଲେ ତାହାର ତଦନ୍ତ ଆରମ୍ଭ କରାଯାଇଛି । ହେଲେ ପ୍ରଦୂଷଣ ବୃଦ୍ଧି ହେତୁ ଏହା ଘଟିଛି ବୋଲି ଅଧିକାଂଶ ଲୋକ ବିଶ୍ୱାସ କରୁଛନ୍ତି ।
ଏନେଇ ସେଠାକାର ସ୍ଥାନୀୟ ବାସିନ୍ଦା କହିଛନ୍ତି, ସେ ପ୍ରତିଦିନ ସମୁଦ୍ର କୂଳକୁ ଆସିଥାନ୍ତି । ହେଲେ ପୂର୍ବରୁ କେବେ ମଧ୍ୟ ସେ ଏହିପରି ଦେଖି ନଥିଲେ ହେଲେ ଗତ ଦୁଇ ସପ୍ତାହ ମଧ୍ୟରେ ସମୁଦ୍ର କୂଳରେ ମୃତ ସାମୁଦ୍ରିକ ପ୍ରାଣୀଙ୍କର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
ସମୁଦ୍ର କୂଳରେ ଏତେ ପରିମାଣର ଜଳଚର ପ୍ରାଣୀମାନଙ୍କର ମୃତ ଦେହ ଦେଖି ସ୍ଥାନୀୟ ଲୋକମାନେ ସୋସିଆଲ ମିଡିଆରେ ମଧ୍ୟ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ।
ଘଟଣାକୁ ନେଇ ଜଣେ ୟୁଜର୍ସ ଲେଖିଛନ୍ତି ଯେ, ବହୁ ସଂଖ୍ୟକ ନିରୀହ ପ୍ରାଣୀ ମରୁଛନ୍ତି, ଯାହାର କାରଣ କଣ କେହି ମଧ୍ୟ ଜାଣି ନାହାଁନ୍ତି ।
ଘଟଣାକୁ ନେଇ ସୋସିଆଲ୍ ମିଡିଆରେ ଲୋକମାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖାଯାଇଛି ।