ନୂଆଦିଲ୍ଲୀ: ସ୍ୱାମୀ-ସ୍ତ୍ରୀ ଭାରି ବିରାଡି ପ୍ରିୟ। ଦୁହେଁ ନିଷ୍ପତ୍ତି ନେଲେ ଅନ୍ଲାଇନ୍ରେ ଏକ ବିଲେଇ ମଗାଇବେ। ୫ ହଜାର ୟୁରୋ ଅର୍ଥାତ୍ ୫ ଲକ୍ଷ ଟଙ୍କା ଦେଇ ଏକ ବିଲେଇ (Savannah Cat) ଅନ୍ଲାଇନ୍ରେ ମଗାଇଥିଲେ। ଅର୍ଡର ଘରେ ପହଞ୍ଚିଲା। ଖୁସି ହୋଇ ସ୍ୱାମୀ ସ୍ତ୍ରୀ ଡେଲିଭରି ବକ୍ସ ଖୋଲି ଦେଲେ। ହେଲେ ପ୍ୟାକେଟରେ ଥିବା ବିଲେଇକୁ ଦେଇ ଉଭୟଙ୍କର ହୋସ ଉଡିଗଲା। ପ୍ରକୃତରେ ଏହି ଭିତରେ ବିଲେଇ ନ ଥିଲା। ଏମିତି ଘଟଣା ଘଟିଛି ଫ୍ରାନ୍ସର […]
ନୂଆଦିଲ୍ଲୀ: ଭାରତରେ ଅନେକ ମନ୍ଦିର ଅଛି ଯାହାର ନିଜସ୍ୱ ବିଶେଷତ୍ତ୍ୱ ରହିଛି। ଅନେକ ମନ୍ଦିର ସେମାନଙ୍କର ଚମତ୍କାର ଶକ୍ତି ପାଇଁ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛନ୍ତି। ଏମିତି ଏକ ମନ୍ଦିର ମଧ୍ୟପ୍ରଦେଶର ଶାହାଜାହାନପୁର ଜିଲ୍ଲାରେ ଅବସ୍ଥିତ। ଏହି ମନ୍ଦିରର ବିଶେଷତ୍ତ୍ୱ ହେଉଛି, ଏଠି ତେଲରେ ନୁହେଁ ପାଣିରେ ଦୀପ ଜଳୁଛି। ଏହି ଦେବୀ ମନ୍ଦିର କାଲିସିନ୍ଧ ନଦୀ କୂଳରେ ଅବସ୍ଥିତ। ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୯ବର୍ଷ ହେବ ଏହି ମନ୍ଦିରରେ ଏମିତି ପାଣିରେ […]
କରୋନାରୁ ରକ୍ଷା ପାଇବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ସତର୍କତା ଅବଲମ୍ୱନ କରୁଛନ୍ତି। ନିଜର ଜୀବନଶୈଳୀ ବଦଳାଉଛନ୍ତି । କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ, କରୋନା କବଳରୁ ବର୍ତ୍ତିବା ପାଇଁ ଲୋକେ ପାଳଭୂତର ସାହାଯ୍ୟ ନେଇଛନ୍ତି। ବିଜ୍ଞାନ ଯୁଗରେ ଏହା ଅନ୍ଧ ବିଶ୍ୱାସ ବୋଲି ଲାଗେ। କିନ୍ତୁ କାମ୍ୱୋଡିଆରେ ଲୋକମାନଙ୍କର ଧାରଣା ପାଳଭୂତ ହିଁ କରୋନାରୁ ସେମାନଙ୍କୁ ରକ୍ଷା କରିପାରିବ ଓ ରକ୍ଷା କରୁଛି ମଧ୍ୟ। ଏହି ପାଳଭୂତକୁ ଇଂରାଜୀରେ ସ୍କେଆରକ୍ରୋ ଓ କାମ୍ୱୋଡିଆର ଖେମର୍ ଭାଷାରେ […]
ନୂଆଦିଲ୍ଲୀ: ନିକଟରେ ସୋଶାଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଜଣେ ୬୮ବର୍ଷୀୟ ବୃଦ୍ଧା ଉଚ୍ଚ ପାହାଡକୁ ଅତି ସହଜରେ ଚଢିଯାଉଛନ୍ତି। ନାସିକର ହରିହର ପାହାଡ ଉପରକୁ ମହିଳା ଜଣଙ୍କ ଚଢୁଛନ୍ତି। ପାହାଡରେ ଥିବା ପାହାଚ ବେଶ୍ ଅସୁରକ୍ଷିତ କିନ୍ତୁ ମହିଳା ଜଣଙ୍କ ଆଦୌ ଭୟ ନକରି ଏହି ପାହାଡ ଉପରକୁ ଚଢିଯାଉଥିବା ଦେଖିବାକୁ ମିଳିଛି। ମହିଳାଙ୍କ ସାହସ ଦେଖି ଆଖ ପାଖରେ ଥିବା ଲୋକମାନେ ତାଳି ମାରି ତାଙ୍କର ସ୍ୱାଗତ କରିଛନ୍ତି। ଭିଡିଓରେ ଦେଖିବାକୁ […]
ହିଞ୍ଜିଳିକାଟୁ: ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳି ହିଞ୍ଜିଳିକାଟୁରେ ବିଭିନ୍ନ ଉନ୍ନୟନମୂଳକ କାମ ହେଉନଥିବାରୁ ଲୋକେ ଭୋଟ ବର୍ଜନ ଧମକ ଦେଇଛନ୍ତି । ଗାଁରେ ଲୋକେ ବିପିଏଲ ଚାଉଳ ନେଉନଥିବା ବେଳେ ଏନଆରଇଜିଏସ୍ କାମ ବର୍ଜନ କରିଛନ୍ତି । ଗାଁ ପାଖରେ ଥିବା ନନ୍ଦିନୀ…
ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ଗତ କିଛି ଦିନ ତଳେ ଖୋର୍ଦ୍ଧାର ତାପଙ୍ଗରେ ପର୍ଯ୍ୟଟକଙ୍କ ବେଶ୍ ଭିଡ ଜମୁଥିଲା। ଏଠାରେ ଥିବା ନୀଳ ରଙ୍ଗର ପାଣି ଏବଂ ପାହାଡ ଖଣ୍ଡ ଲୋକଙ୍କୁ ଆକର୍ଷିତ କରୁଥିଲା। ସେଥିପାଇଁ ତ ପ୍ରତିଦିନ ସେଠାରେ ଶହସ୍ର ଲୋକ ଭିଡ ଜମାଉଥିଲେ। କିଏ ସେଲ୍ଫି ଉଠାଉଥିଲା ଆଉ କିଏ ସାଙ୍ଗ ସାଥୀଙ୍କ ସହ ମଜାମସ୍ତି ପାଇଁ ସେଠାରେ ପହଞ୍ଚିଯାଉଥିଲା। ନିକଟରେ ପାହାଡରେ ଖଞ୍ଜା ଯାଇଥିବା କିଛି ଡିନାମାଇଟ୍ ଅଫୁଟା ଅବସ୍ଥାରେ ରହିଥିବା ଆଶଙ୍କା କରି ଏହି […]
ନୂଆଦିଲ୍ଲୀ: ସୁସ୍ୱାଦୁ ଖାଦ୍ୟ ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ କିନ୍ତୁ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିବା ସାଧାରଣ କଥା ନୁହେଁ। ପାଟି ସୁଆଦିଆ ଖାଦ୍ୟ ରୋଷେଇ କରିବାରେ ପରିଶ୍ରମ ଲାଗେ। କୁହାଯାଏ ଅଭିଜ୍ଞତା ଖାଦ୍ୟ ପ୍ରସ୍ତୁତିକୁ ସହଜ କରିଦିଏ। ସେଥିପାଇଁ ତ ମାଆ ଆଇ ମା ଆଦି ବୟସ୍କ ମହିଳାଙ୍କ ହାତ ରନ୍ଧା ଆମକୁ ଟିକେ ଅଧିକ ଭଲ ଲାଗେ। କିନ୍ତୁ ନିକଟରେ ଜଣେ ୧୦ବର୍ଷୀୟା ଝିଅ ରୋଷେଇକୁ ନେଇ ରେକ ସୋଶାଲ୍ ମିଡିଆରେ ବେଶ୍ ଚର୍ଚ୍ଚା […]
ନୂଆଦିଲ୍ଲୀ: ସାରା ବିଶ୍ୱକୁ ଦୋହଲାଇ ଦେଇଥିବା କରୋନା ଭାଇରସ ଉପରେ ଏବେ ଗବେଷଣା ଜାରି ରହିଛି। ଗବେଷଣାରେ ଅନେକ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରୋଗର ନୂଆ ନୂଆ ଲକ୍ଷଣ ଜଣାପଡ଼ିବା ସହିତ ଭାଇରସର ବଞ୍ଚି ରହିବା ଉପରେ ବି ନୂଆ ତଥ୍ୟ ଦେଖିବାକୁ ମିଳୁଛି। କରୋନାକୁ ନେଇ ସଦ୍ୟ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ କରୋନାରୁ ସୁସ୍ଥ ହୋଇଥିବା ଲୋକମାନଙ୍କ ମଧ୍ୟରେ ବ୍ରେନ୍ ଫଗ ସମସ୍ୟା ଦେଖା ଦେଉଛି। ବ୍ରେନ ଫଗ୍ ଏମିତି […]
କଟକ(ବିଶ୍ୱଜିତ୍ ଆଚାର୍ଯ୍ୟ): ସମୟ ବଦଳିବା ସହିତ ବଦଳିଛି କମେଡି ଟ୍ରେଣ୍ଡ। ଆଗରୁ ଲୋକଙ୍କୁ ହସେଇବା ପାଇଁ ବଡ ପରଦା ନହେଲେ ଷ୍ଟେଜ୍ର ଆବଶ୍ୟକ ହେଉଥିଲା। ଏବେ କିନ୍ତୁ ସୋଶାଲ୍ ମିଡିଆର ବ୍ୟବହାର କରି ଲୋକମାନେ ଦର୍ଶକଙ୍କର ଖୁବ୍ ମନୋରଞ୍ଜନ କରୁଛନ୍ତି। ଏଇ ଯେମିତି କଟକ ଚହଟା ଅଞ୍ଚଳର ଇତିକା ପ୍ରିୟଦର୍ଶିନୀ ପତି। ଇତିକା ସୋଶାଲ୍ ମିଡିଆରେ କମେଡି ଭିଡିଓ ପେଷ୍ଟ କରି ଏବେ ଚର୍ଚ୍ଚାରେ ଅଛନ୍ତି। ଇତିକା ନିଆରା ଶୈଳୀରେ କଥା ହୋଇ ସୋଶାଲ୍ ମିଡିଆରେ ଭିଡ଼ିଓ […]
ଭୁବନେଶ୍ୱର: ଡାକ୍ତର ଓ ନର୍ସଙ୍କୁ ବାରମ୍ବାର କରୋନା ରୋଗୀ ସଂସ୍ପର୍ଶରେ ଆସିବାକୁ ପଡ଼ିବନି। ସାମାଜିକ ଦୂରତା ବଜାୟ ରହିବ, କରୋନା ସଂକ୍ରମଣର ଆଶଙ୍କା ବି କମିଯିବ। ଏମିତି ଏକ ମହତ୍ ଉଦ୍ଦେଶ୍ୟ ନେଇ ପୂର୍ବତଟ ରେଳପଥ ବିକାଶ କରିଛି ମେଡ୍ ରୋବୋ। କେବଳ ବିକାଶ କରିନି, ମଞ୍ଚେଶ୍ୱର ସେଣ୍ଟ୍ରାଲ ରେଲେୱେ ହସ୍ପିଟାଲରେ ଏହି ରୋବୋକୁ କାମରେ ଲଗାଇ ସଫଳତା ବି ପାଇଛି। ୪୦ ଫୁଟ ଦୂରତାରୁ କୋଭିଡ୍ ହସ୍ପିଟାଲର ଡାକ୍ତର, ନର୍ସ ଓ ଅନ୍ୟ କରୋନା ଯୋଦ୍ଧା […]
ନୂଆଦିଲ୍ଲୀ: ଅନନ୍ୟ କର୍ତ୍ତବ୍ୟନିଷ୍ଠାର ନିଆରା ଉଦାହରଣ। ମା ହେବାର ମାତ୍ର ୧୪ ଦିନ ପରେ କାର୍ଯ୍ୟରେ ଯୋଗଦେଲେ ଆଇଏଏସ୍ ଅଫିସର। ଅଫିସକୁ ନିଜ ନବଜାତ ଶିଶୁକୁ ଧରି କାର୍ଯ୍ୟରେ ଯୋଗଦେଇଥିବା ଏହି ଆଇଏଏସ୍ ଅଫିସର ଜଣଙ୍କ ହେଉଛନ୍ତି ସୌମ୍ୟା ପାଣ୍ଡେ। ତାଙ୍କୁ ଏବେ ଗାଜିଆବାଦର କୋଭିଡ୍ ପରିଚାଳନା ଦାୟିତ୍ୱ ଦିଆଯାଇଛି। ସୌମ୍ୟା କରୋନା ସଂକ୍ରମଣ ଭଳି କଠିନ ପରିସ୍ଥିତି ସତ୍ତ୍ୱେ ମୋଦିନଗର ସବ ଡିଭିଜନାଲ ମାଜିଷ୍ଟ୍ରେଟ୍ ଭାବେ ଯୋଗ ଦେଇଛନ୍ତି। ମାତ୍ର ୧୪ ଦିନର ଶିଶୁକୁ ଧରି […]
ଭୁବନେଶ୍ୱର: ବିବାହକୁ ନେଇ ପ୍ରାୟ ଲୋକଙ୍କର କିଛି ନା କିଛି ସ୍ନପ୍ନଥାଏ। ବିବାହକୁ କେମିତି ଆଡମ୍ବର ସହ କରିବେ ସେ ନେଇ ପ୍ରାୟ ଲୋକ ଯୋଜନା କରନ୍ତି। ସାଙ୍ଗ, ସାଥୀ, ବନ୍ଧୁ, ବାନ୍ଧବଙ୍କ ସହ ସେ ଏହି ଖୁସିକୁ ବାଣ୍ଟିବାର ଲକ୍ଷ ରଖିଥାନ୍ତି। ଆଉ ବିବାହ ପରେ ଗୋଟେ ଗ୍ରାଣ୍ଡ ରିସେପସନ୍ ନହେଲେ ସବୁକିଛି ଅସମ୍ପୂର୍ଣ୍ଣ ଲାଗେ। ହେଲେ ବିବାହକୁ ବିଶେଷ ଆଡମ୍ବରରେ ନକରି ପଶୁ ସେବାକୁ ଗୁରୁତ୍ୱ ଦେଇଛନ୍ତି ଭୁବନେଶ୍ୱରର ଜଣେ ଦମ୍ପତ୍ତି। ୨୫ ସେପ୍ଟେମ୍ବର ଦିନ […]
ନୂଆଦିଲ୍ଲୀ: ଗୋଟେ ଗାଡିକୁ ଚଲାଇବା ପାଇଁ ଡ୍ରାଇଭରର ନିହାତି ଆବଶ୍ୟକ ହୋଇଥାଏ। ବିନା ଡ୍ରାଇଭରରେ ଗାଡି ଚାଳନା ଅସମ୍ଭବ ପ୍ରାୟ। କିନ୍ତୁ ନିକଟରେ ସୋଶାଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି। ଯେଉଁଥିରେ ବିନା ଡ୍ରାଇଭରରେ ଗାଡି ଚାଲୁଥିବା ଦେଖିବାକୁ ମିଳିଛି। ଭିଡିଓଟି ତାମିଲ୍ନାଡୁର। ଭିଡିଓରେ ଯାହା ଦେଖିବାକୁ ମିଳିଛି କାର୍ର ଆଗ ସିଟ୍ରେ ଜଣେ ବ୍ୟକ୍ତି ବସିଛନ୍ତି। ଡ୍ରାଇଭର୍ ସିଟ୍ରେ କେହି ନଥିବା ବେଳେ ଗାଡି ଟି ଆରାମରେ ରାସ୍ତାରେ ଉପରେ ଚାଲୁଛି। ସୋଶାଲ୍ […]
ନୂଆଦିଲ୍ଲୀ: ଜଣେ ୫ବର୍ଷ ପିଲାର ଦୁଃସାହସିକ କାର୍ଯ୍ୟ। ଘରେ ଚୋର ପସି ପରିବାର ଲୋକଙ୍କ ଉପରେ ଆକ୍ରମଣ କରିବା ସମୟରେ ଉକ୍ତ ପିଲାଟି ଚୋରକୁ ପିଟିବାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ପିଲାର ନାଁ ଡେଭିଡ ଜନସନ। ଆମେରିକାରେ ରହୁଥିବା ଡେଭିଡ୍ ତାଙ୍କ ମା ଏବଂ ଭଉଣୀଙ୍କୁ ସୁରକ୍ଷା ଦେବା ପାଇଁ ଆକ୍ରମଣକାରୀଙ୍କ ସହ ସଂଘର୍ଷ କରିବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସାଉଥ ବେଣ୍ଡ ପୋଲିସର ସୂଚନାନୁସାରେ, ସେପ୍ଟେମ୍ବର ୩୦ରେ ଚାରି ଜଣ […]
ନୂଆଦିଲ୍ଲୀ: ଆଜି ଭାରତର ମିସାଇଲ୍ ମ୍ୟାନ୍ ଭାବରେ ଲୋକପ୍ରିୟ ଡକ୍ଟର ଏପିଜେ ଅବଦୁଲ କଲାମଙ୍କର ଜନ୍ମଦିନ। ୧୯୩୧ ମସିହା ଅକ୍ଟୋବର ୧୫ତାରିଖରେ ରାମେଶ୍ୱରମ୍ରେ ଜନ୍ମଗ୍ରହଣ କରିଥିଲେ ଅବଦୁଲ୍ କଲାମ। ବେଶ୍ ସରଳ ସ୍ୱାଭାବ ଏବଂ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଉଥିବାରୁ ଅବଦୁଲ୍ଙ୍କୁ ‘ଲୋକଙ୍କ ରାଷ୍ଟ୍ରପତି’ କୁହାଯାଉଥିଲା। ସମାଜର ସମସ୍ତ ବର୍ଗ ଏବଂ ବିଶେଷକରି ଯୁବକମାନଙ୍କର ପ୍ରେରଣା ଥିବା ଡକ୍ଟର କଲାମଙ୍କ ପାଇଁ ଆଜି ବି ଭାରତବାସୀଙ୍କ ହୃଦୟରେ ରହିଯାଇଛି ଏକ ସ୍ୱତନ୍ତ୍ର ସ୍ଥାନ। ରାମେଶ୍ୱରମ୍ର ଏକ ସାଧାରଣ ପରିବାରରେ […]
ନୂଆଦିଲ୍ଲୀ: ବଜାରକୁ ଆସିବାକୁ ଯାଉଛି ନୂଆ ଧରଣର ମାସ୍କ। ଏନ୍ ୯୫ ସହ ଏୟାର ଫିଲଟର୍ ସଂଯୋଗ ହୋଇଥିବା ମାସ୍କ ଏବେ ନିର୍ମାଣ ହୋଇଛି। ଆଇଆଇଟିର ପୂର୍ବତନ ଓଡିଆ ଛାତ୍ର ପିୟୁଷ ଅଗ୍ରୱାଲ୍ ଏହାକୁ ନିର୍ମାଣ କରିଛନ୍ତି। ମୋକ୍ଷ ନାମକ ଏହି ମାସ୍କରେ ବିଶେଷ ବ୍ୟବସ୍ଥା ରହିଛି। ମାସ୍କ ଏନ୍ ୯୫ ଧରଣର ହୋଇଥିବା ବେଳେ ଏଥିରେ ଲାଗିଛି ବାୟୁ ବିଶୁଦ୍ଧିକରଣ ବ୍ୟବସ୍ଥା। ଯାହା ଦ୍ୱାରା ଶରୀରକୁ ଅଧିକ ଅମ୍ଲଜାନ ମିଳିପାରିବ ବୋଲି କୁହାଯାଉଛି। ମାସ୍କର ଉଭୟ […]
ଏବେ ଶୀତ ଋତୁ ଆରମ୍ଭ ହୋଇଯାଇଛି। ଶୀତୁଆ ସକାଳ ସାଙ୍ଗକୁ ବିଭିନ୍ନ ପ୍ରକାରର ଶାଗର ଭଜା ହେଉ ବା ବିଭିନ୍ନ ପନିପରିବାର ସନ୍ତୁଳା ହେଉ ଲୋକଙ୍କୁ ବେଶ୍ ପସନ୍ଦ ଆସିଥାଏ। ଗୃହିଣୀମାନେ ଏହି ଋତୁରେ ରୋଷେଇ ଘରେ ମେଥି ଶାଗର ବ୍ୟବହାର…
ଆପଣ ହୃଦୟ କିଣିବାକୁ ଚାହୁଁଛନ୍ତି କି ? ଏଣିକି କିଣି ପାରିବେ ? କିନ୍ତୁ ପ୍ରାକୃତିକ ହୃଦୟ ନୁହେଁ, କୃତ୍ରିମ ହୃଦୟ କିଣିପାରିବେ। ୟୁରୋପୀୟ ରେଗୁଲେଟରମାନେ କୃତ୍ରିମ ହୃଦୟ ବିକ୍ରିକୁ ଅନୁମୋଦନ କରିଛନ୍ତି। କାର୍ମାତ ନାମକ ଏକ କମ୍ପାନୀ ଏହି ହୃଦୟ…
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନେଇ ଅଧିକରୁ ଅଧିକ ଗବେଷଣା ଜାରି ରହିଛି। ବିଭିନ୍ନ କ୍ଷେତ୍ରରେ ଗବେଷଣା ଚାଲିଛି। ନବଜାତ ଶିଶୁ ଓ ସଂକ୍ରମିତ ମା’ଙ୍କୁ ନେଇ ମଧ୍ୟ ଏକ ସର୍ଭେ ହୋଇଥିଲା। ଏହି ସର୍ଭେରେ ଚମକାଇ ଦେବା ଭଲି ତଥ୍ୟ ସାମ୍ନାକୁ ଆସିଛି। କିଛିଦିନ ତଳେ ଫ୍ରାନ୍ସରେ କରାଯାଇଥିବା ଏକ ସର୍ଭେରୁ ଜଣା ପଡ଼ିଛି ଯେ, ୩୦ ପ୍ରତିଶତ ନବଜାତ ଶିଶୁ ମା’ ଗର୍ଭରେ କିମ୍ବା ପ୍ରସବ ସମୟରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସର୍ଭେରେ କରୋନା ସଂକ୍ରମିତ […]
ନିଆଳି: ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୧୦ ବର୍ଷରୁ ଅଧିକ ହେଲା ଶିକୁଳିରେ ବନ୍ଧାପଡ଼ିଛି ଯୁବକଙ୍କ ଜୀବନ। ନିଜ ଆଖି ସାମ୍ନାରେ ବାପାଙ୍କର ମୃତ୍ୟୁ ଦେଖି ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ଯୁବକ। ହେଲେ ତାଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ବ୍ଲକ କପାସୀ ପଞ୍ଚୟତର କୂଳ କପାସି ଗାଁରେ। ବ୍ୟକ୍ତି ଜଣକ ହେଉଛନ୍ତି କୂଳ କପାସି ଗାଁର ସ୍ୱର୍ଗତ ଦିବାକର […]
ଜେସିବି ମାଟି ତାଡ଼େ, ଗାତ ଖୋଳେ, ପଥର ତାଡ଼େ, କେତେ କ’ଣ କାମ କରେ। ହେଲେ ଜଣେ ବ୍ୟକ୍ତି ଜେସିବିକୁ ଏମିତି ପ୍ରକାରେ ବ୍ୟବହାର କରିଛନ୍ତି, ଯାହା ଆପଣ କେବେ ଭାବିନଥିବେ। ଏହାର ଏକ ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି। ପିଠି କୁଣ୍ଡାଇ ହେଲେ ଆଉ ନିସ୍ତାର ମିଳିନଥାଏ। ଆଉ ଯଦି ଜୋର୍ରେ ପିଠି କୁଣ୍ଡାଇ ହେଉଥିବା, ସେପଟେ ପିଠିକୁ ହାତ ପାଉନଥିବ ଅବସ୍ଥା କଣ ହୁଏ, ଯିଏ ଭୋଗିଛି ସିଏ ଜାଣିଛି। ଭାଇରାଲ୍ ହୋଇଥିବା […]
ଭୁବନେଶ୍ୱର: ଓଟିଭିକୁ ଦୁର୍ବଳ କରିବାକୁ ଚାଲିଛି ବଡ଼ ଅପଚେଷ୍ଟା। ଏଣୁତେଣୁ ବିଭିନ୍ନ ପ୍ରକାର ମାମଲାରେ ଛନ୍ଦି ଓଟିଭି କର୍ମଚାରୀଙ୍କୁ ସାଂଘାତିକ ହଇରାଣ କରାଯାଇଛି। ଏକ ପୁରୁଣା ମାମଲାରେ ଗତକାଲି ଓଟିଭିର ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ହଠାତ୍ ରାସ୍ତା ଉପରୁ ପୋଲିସ ଉଠାଇନେବା ଓ ବିନା ଲିଖିତ ଅନୁମତି ପତ୍ରରେ ଓଟିଭି ସର୍ଚ୍ଚ କରିବାକୁ କହିବା ଘଟଣାକୁ ନେଇ ପ୍ରଶ୍ନ ଉଠିଛି। ତା’ସହ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଓଟିଭି କ୍ୟାମ୍ପସ୍ରେ ଡେରା ପକାଇଥିବା ପୋଲିସ କାହିଁକି […]
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଶାରଦୀୟ ନବରାତ୍ର ପୂଜା। ଏହି ପବିତ୍ର ପର୍ବ ଆଶ୍ୱିନମାସ ଶୁକ୍ଳ ପକ୍ଷର ପ୍ରତିପଦାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ୯ଦିନ ଧରି ଚାଲେ। ଶରତ ଋତୁର ଆଶ୍ୱିନ ମାସରେ ଏହି ପର୍ବ ପାଳନ ହେଉଥିବାରୁ ଏହାକୁ ଶାରଦୀୟ ନବରାତ୍ରୀ କୁହାଯାଏ। ଚଳିତବର୍ଷ ମହାନବରାତ୍ର ଅକ୍ଟୋବର ୧୭ ତାରିଖରୁ ଆରମ୍ଭ ହୋଇ ବିଜୟା ଦଶମୀ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନରେ ସମ୍ପୂର୍ଣ୍ଣ ରୀତିନୀତିରେ କଳସ ସ୍ଥାପନା କରାଯିବ। ଏହାପରେ ଆରମ୍ଭ ହୋଇଯିବ ନବରାତ୍ରର ବ୍ରତ। […]
ନୂଆଦିଲ୍ଲୀ: ନବରାତ୍ରି ଆରମ୍ଭ ହୋଇଯାଇଛି। ନବରାତ୍ରୀ ଆସିଲେ ମନେପଡେ ଦାଣ୍ଡିଆ ନାଚ। ବିଶେଷକରି ଗୁଜୁରାଟରେ ୯ ଦିନ ପାଇଁ ନବରାତ୍ରିରେ ଗରବା ନୃତ୍ୟ ଦେଖିବାକୁ ମିଳେ। ଏଥର ନବରାତ୍ରୀ ଅକ୍ଟୋବର ୧୭ରୁ କରୋନା ସଙ୍କଟ ମଧ୍ୟରେ ଆରମ୍ଭ ହୋଇଯାଇଛି। କରୋନା ପାଇଁ ଲୋକମାନେ ଭୟଭୀତ ଥିବା ବେଳେ ପିପିଇ କିଟ୍ ପିନ୍ଧି କିଛି ପିଲା ଗରବା ଖେଳୁଥିବାର ଦେଖିବାକୁ ମିଳିଛି। ଗୁଜୁରାଟର କିଛି ଫ୍ୟାସନ୍ ଡିଜାଇନିଂ ପିଲା ଗରବା କଷ୍ଟ୍ୟୁମ୍ରେ ପିପିଇ କିଟ୍ ସାମିଲ୍ କରିଛନ୍ତି। ପ୍ରଥମେ […]
ନୂଆଦିଲ୍ଲୀ: ଉତ୍ସବ ମୁଖର ହେଉଛି କୋଲକାତା। ମାଆ ଦୁର୍ଗାଙ୍କ ଆଗମନ ପାଇଁ ଚଳଚଞ୍ଚଳ ହୋଇଛି ସହର। କୋଲକାତାରେ ଏଥର ଏକ ନିଆରା ଢଙ୍ଗରେ ମେଢ଼କୁ ସଜା ଯାଇଛି। ଲକ୍ଡାଉନ୍ ସମୟରେ କିପରି ଏକ ପ୍ରବାସୀ ମହିଳା ଶ୍ରମିକ ନିଜ ଛୁଆମାନକୁ ଧରି ସଂଘର୍ଷ କରିଥିଲେ ସେହି ଥିମ୍ରେ ମେଢ଼ ନିର୍ମାଣ ହୋଇଛି। ଏହି ମେଢରେ ମାଆ ନିଜ ଛୁଆକୁ ଧରିଥିବା ଦେଖିବାକୁ ମିଳିଛି। ଯାହା ମାଆ ଦୁର୍ଗାଙ୍କ ପ୍ରତିଫଳନ ଥିବା ପୂଜା କମିଟି ପକ୍ଷରୁ କୁହାଯାଇଛି। ଧରାପୃଷ୍ଟରେ […]