ନୂଆଦିଲ୍ଲୀ: ମଣିପୁରର ବିସ୍ନୁପୁର ଜିଲ୍ଲାର ଜଣେ ୨୭ବର୍ଷୀୟ ମହିଳା ପଦ୍ମ ନାଡରୁ ସୂତା ଏବଂ କପଡା ତିଆରି କରିଛନ୍ତି। ବର୍ତ୍ତମାନ ସେ ସେହି କପଡାରୁ ମାସ୍କ ତିଆରି କରିବାର ଏକ ନିଆରା ପ୍ରୟାସ କରୁଛନ୍ତି। ମହିଳା ଜଣଙ୍କ ନାଁ ଟୋଙ୍ଗବ୍ରାମ ବିଜୟଶାନ୍ତି। ସେ ପ୍ରସିଦ୍ଧ ଲୋକଟକ ହ୍ରଦ ନିକଟରେ ଥିବା ଥାଙ୍ଗା ଟୋଙ୍ଗବ୍ରାମ ଅଞ୍ଚଳର ରହୁଛନ୍ତି। କରୋନା ମହାମାରୀ ସମୟରେ ଯେତେବଳେ ଲୋକମାନେ ଆର୍ଥିକ ଅନଟନରେ ଗତି କରୁଥିଲେ ଏବଂ ବୃତ୍ତି ହରାଉଥିଲେ, ସେ ସମୟରେ ବିଜୟଶାନ୍ତି […]
ଗାଜିପୁର: ଉତ୍ତର ପ୍ରଦେଶ ଗାଜିପୁର ଜିଲ୍ଲାର ଏକ ଆଶ୍ଚର୍ଯ୍ୟଜନକ ଘଟଣା। ତିନି ଗୋଡ ଥିବା ଏକ ଅଦ୍ଭୁତ ଶିଶୁକନ୍ୟା ଜନ୍ମ ନେଇଛି। ଝିଅଟିକୁ ଦେଖି ପରିବାର ତଥା ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କିଛି ଲୋକ ତ ଶିଶୁଟିକୁ ଭଗବାନ ବୋଲି ବିଶ୍ୱାସ କରି ଦୂରରୁ ମୁଣ୍ଡିଆ ମାରୁଥିବା ଦେଖିବାକୁ ମିଳିଛି। ଘଟଣା ଆଖପାଖ ଅଞ୍ଚଳରେ ବ୍ୟାପିଯିବା ପରେ ଶିଶୁକନ୍ୟାକୁ ଦେଖିବାକୁ ଲୋକଙ୍କ ଭିଡ ଜମିଛି। ଘଟଣା ଘଟିଛି, ବିରନୋ ଥାନା କ୍ଷେତ୍ର ସ୍ଥିତ ତିୟରା ଗାଁରେ। ଏହି […]
ବାଲିଗୁଡ଼ା (ଅଜିତ୍ ନାୟକ): ପୂରଣ ହେଲା ଦିବ୍ୟାଙ୍ଗ ଝିଅ ସୁନେଲିର ଆଶା। ନିକଟରେ କନ୍ଧମାଳର ଦିବ୍ୟାଙ୍ଗ ଝିଅ ସୁନେଲିଙ୍କର ନାଚ ଭିଡ଼ିଓ ଓଟିଭିରେ ପ୍ରସାରଣ ହୋଇଥିଲା। ଏହି ଭିଡ଼ିଓରୁ ଅର୍ଥ ଅଭାବ ପାଇଁ ସୁନେଲି ସ୍କୁଲ୍ ଯାଇପାରୁନଥିବା ଜଣା ପଡିଥିଲା। ଭିଡିଓ ଦେଖିବା ପରେ ପ୍ରଶାସନ ସହାୟତାର ହାତ ବଢାଇଛି। ଗାଁ ସ୍କୁଲରେ ତାର ନାଁ ଲେଖାଯିବା ସହ ନିୟମିତ ସେ ସ୍କୁଲ୍ ଯିବାର ନିଷ୍ପତ୍ତି ହୋଇଛି। ଏଥିପାଇଁ ସୁନେଲିଙ୍କ ପାଇଁ ଗୋଟିଏ ଟ୍ରାଇସାଇକେଲ, ସ୍କୁଲ ପୋଷାକ […]
ଭୁବନେଶ୍ୱର: ସାତ ସାତ ଥରର ବିଧାୟକ, ପଞ୍ଚାୟତିରାଜ ଓ କୃଷି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ। ଓଡ଼ିଶା ରାଜନୀତିରେ ଦୀର୍ଘ ୪ ଦଶନ୍ଧିର ଯାତ୍ରା । ହେଲେ ଏହି ଯାତ୍ରାରେ ଏବେ ପଡ଼ି ଯାଇଛି ଯବନିକା । ରାଜନୀତିର ମହାରଥୀ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ସହ ସରି ଯାଇଛି ଏହି ଯାତ୍ରା। ପ୍ରଦୀପ ମହାରଥୀ କେବଳ ଯେ ରାଜନୀତିର ମହାରଥୀ ଥିଲେ ତା ନୁହେଁ, ଯାତ୍ରା ଜଗତର ମହାରଥୀ ବି ଥିଲେ । ସେ ପ୍ରତିଷ୍ଠା କରିଥିଲେ […]
ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଅନେକ କାହାଣୀ ସାମ୍ନାକୁ ଆସିଛି। ଲକ୍ଡାଉନ୍ରେ କିଏ ହଜାରରୁ ଉର୍ଦ୍ଧ୍ୱ କିଲୋମିଟର ଚାଲିଛି ତ କିଏ ଘର ପାଖରେ ପହଞ୍ଚି ପ୍ରାଣ ହରାଇଛି। ଅନେକ ଛୋଟ ଶିଳ୍ପ ବନ୍ଦ ହୋଇଯାଇଛି। ଆଶାଠୁ ଅଧିକ ଲୋକ ବୃତ୍ତି ହରେଇଛନ୍ତି। ଏହି ପ୍ରତିକୂଳ ପରିସ୍ଥିତିରେ ଯେତେବେଳେ ସରକାର ପରସ୍ପରଠୁ ଦୂରେଇ ରହି ସାମାଜିକ ଦୂରତା ରଖିବାକୁ କହୁଛନ୍ତି। ସେତେବେଳେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯେ, ନିଜ ବିଷୟରେ ଚିନ୍ତା ନକରି କରୋନା ମୃତକଙ୍କ […]
ନୂଆଦିଲ୍ଲୀ: ସାମାଜିକ ଦୂରତା ରଖି ଚାଲିଛି ପାଠପଢା। ଗୋଟେ କି ଦୁଇଟି ନୁହେଁ ଝାଡଖଣ୍ଡ ସ୍କୁଲ୍ରେ ୨୦୦ରୁ ଅଧିକ ପିଲାଙ୍କୁ ନିଆରା ଢଙ୍ଗରେ ପାଠ ପଢାହେଉଛି। କାନ୍ଥରେ କଳାପଟା ହୋଇଛି, ପିଲାମାନେ ପରସ୍ପରଠୁ ଦୂରତା ରଖି ବସୁଛନ୍ତି। ଦୂରରେ ଥାଇ ଶିକ୍ଷକ ମାଇକ୍ ମାଧ୍ୟମରେ କଥାବାର୍ତ୍ତା କରୁଛନ୍ତି। କରୋନା ମହାମାରୀ ସମୟରେ ଏମିତି ନିଆରା ଶୈଳୀରେ ପାଠ ପଠାଉଥିବାରୁ ଏହି ସ୍କୁଲ୍ର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଶଂସା କରିଛନ୍ତି ଉଦ୍ୟୋଗପତି ହର୍ଷ ଗୋଏଙ୍କା। ଟୁଇଟ୍ କରି ହର୍ଷ ଲେଖିଛନ୍ତି, […]
ନୂଆଦିଲ୍ଲୀ:ପୃଥିବୀର ସବୁଠାରୁ ଲମ୍ବା ଗୋଡ ଥିବା ଯୁବତୀଙ୍କୁ ଜାଣନ୍ତି ? ସେ ହେଉଛନ୍ତି ମାକି କୁରିନ (Maci Currin) । ୧୭ ବର୍ଷର ଏହି ନାବାଳିକା ଜଣକ ନିଜ ଲମ୍ବା ଗୋଡ଼ ପାଇଁ ଗିନିଜ ବୁକ୍ରେ ନିଜ ନାଁ ସାମିଲ କରାଇ ପାରିଛନ୍ତି। ମାକି ଆମରିକାର ଟେକ୍ସାସ ଅଞ୍ଚଳରେ ରୁହନ୍ତି। ତାଙ୍କର ଉଚ୍ଚତା ୬ ଫୁଟ ୧୦ ଇଞ୍ଚ। ମାକିଙ୍କ ଡାହାଣ ଗୋଡ ୫୩.୨୫୫ ଇଞ୍ଚ ହୋଇଥିବାବେଳେ ବାମ ଗୋଡର ଲମ୍ବ ୫୨.୮୭୫ ଅଟେ। ଋଷର ଏକାତେରିନା […]
ନୂଆଦିଲ୍ଲୀ: କରେନା ଅନେକ କଠିନ ପରିସ୍ଥିତି ସହ ପରିଚିତ କରାଇଛି। ଏହି ଭାଇରସ୍ ଲୋକଙ୍କ ଜୀବନ ସହ ଜୀବିକା ମଧ୍ୟ ଛଡେଇ ନେଇଛି। ୮-୧୦ମାସ ପୂର୍ବର ପରିସ୍ଥିତି ସହ ଯଦି ଆଜିର ତୁଳନା କରିବେ ତେବେ ଆପଣ ପରିବର୍ତ୍ତନ ପାଇବେ। ପ୍ରଗତିଶୀଳ ଦେଶ ଭାରତର ଅବନତିର ଚିତ୍ର ମଧ୍ୟ ମିଳିଯିବ। ତେବେ ଏହି ପ୍ରତିକୂଳ ପରିସ୍ଥିତିରେ ଏମିତି କିଛି ଲୋକ ସାମ୍ନାକୁ ଆସିଛନ୍ତି ଯେଉଁମାନେ ହାର୍ ମାନିବା ଶିଖିନାହାନ୍ତି। କରୋନା ପାଇଁ ଯେତେବେଳେ ଲୋକମାନେ ବୃତ୍ତି ଏବଂ […]
ନୂଆଦିଲ୍ଲୀ: ବନ୍ୟ ଜନ୍ତୁ ଦେଖିଲେ ସାଧାରଣତଃ ଭୟ ଲାଗେ। ସେମାନେ ହିଂସ୍ର ହୋଇଥିବାରୁ ସେମାନଙ୍କ ଆଖପାଖକୁ ଗଲେ ପାଟିରୁ କଥା ପଦେ ବାହାରେନି। କିନ୍ତୁ ନିକଟରେ ସିଂହ ଜଣେ ବ୍ୟକ୍ତିଙ୍କ କଥା ଶୁଣି ତାଙ୍କୁ ସହଯୋଗ କରିଥିବାର ଖବର ମିଳିଛି। ସେଶାଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି। ଭିଡ଼ିଓରେ ବ୍ୟକ୍ତି ଜଣଙ୍କ ରାସ୍ତାରେ ଯାଉଥବା ବେଳେ ସାମ୍ନାରେ ସିଂହ ବସିଥିବା ଦେଖୁଛନ୍ତି। ସେ ସିଂହକୁ ଗୁଜୁରାତି ଭାଷାରେ କହୁଛନ୍ତି, ମୁଁ ଦିନସାରା ତୁମ ସେବାରେ ରହେ। […]
ଭୁବନେଶ୍ୱର: ଚଳିତ ଥର ୱାର୍ଲଡ ଫୁଡ୍ ପ୍ରୋଗ୍ରାମ୍କୁ(WFP) ନୋବେଲ ଶାନ୍ତି ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛି ନୋବେଲ୍ କମିଟି। କ୍ଷୁଧା ବିରୋଧରେ ଲଢ଼େଇ ଓ କ୍ଷୁଧାମୁକ୍ତି ପାଇଁ WFPକୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ। ଓସ୍ଲୋ ଠାରେ ନେବେଲ୍ କମିଟିର ଅଧ୍ୟକ୍ଷ ବେରିଟ୍ ରେଇସ ନୋବେଲ୍ ଶାନ୍ତି ପୁରସ୍କାର ଘୋଷଣା କରିଛନ୍ତି। ନେବୋଲ ପୁରସ୍କାର ବିଜେତା WFPର ଅର୍ଥ କଣ ? କାହିଁକି ଏହାକୁ ନୋବେଲ୍ ଶାନ୍ତି ପୁରସ୍କାର ମିଳିବ ଆସନ୍ତୁ ଏ ବିଷୟରେ ଜାଣିବା। […]
ଔଷଧ, ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ଓ ସେବା କ୍ଷେତ୍ରରେ ନୋବେଲ୍ ପ୍ରାଇଜ୍ ଘୋଷଣା ହୋଇଛି। ଶାନ୍ତି କ୍ଷେତ୍ରରେ ଏଥର WFPକୁ ନୋବେଲ ପୁହରସ୍କାର ମିଳିଛି। ତେବେ ଏପର୍ଯ୍ୟନ୍ତ ନୋବେଲ୍ ପୁରସ୍କାର ପାଇଁ କୌଣସି ଭାରତୀୟଙ୍କ ନାଁ ଘୋଷଣା କରାଯାଇ ନାହିଁ। ଗତ ବର୍ଷ ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଅଭିଜିତ ବାନାର୍ଜୀଙ୍କୁ ଅର୍ଥନୀତୀ ପାଇଁ ନୋବେଲ୍ ପୁରସ୍କାର ମିଳିଥିଲା। ସେହିଭଳି ୨୦୧୪ରେ ଶାନ୍ତି ପାଇଁ ଭାରତୀୟ ଭାବେ କୈଳାଶ ସତ୍ୟାର୍ଥୀଙ୍କୁ ନୋବେଲ୍ ପୁରସ୍କାରରେ ସମ୍ମାନିତ […]
2001 ମସିହାର ବଲିଉଡ୍ ଚଳଚ୍ଚିତ୍ର ‘ନାୟକ‘ ଯେଉଁମାନେ ଦେଖିଥିବେ, ସେମାନେ ନିଶ୍ଚିତ ଜାଣିଥିବେ ଅନୀଲ କପୁର ଦିନକ ପାଇଁ ମୁଖ୍ୟମନ୍ତ୍ରୀ ହୋଇ କେମିତି ହଙ୍ଗାମା କରିଥିଲେ। ଏହି ଫିଲ୍ମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଥିବା ଅମରିଶ ପୁରୀ ଦିନକ ପାଇଁ ଅର୍ଥାତ ୨୪ ଘଣ୍ଟା ପାଇଁ ନିଜ ପଦବୀ ଛାଡ଼ି ଅନୀଲ କପୁରଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ। ୨୪ ଘଣ୍ଟାରେ ବି ଅନୀଲ କପୁର ବହୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ। ଏହା ଥିଲା ଚଳଚ୍ଚିତ୍ରର ବିଷୟବସ୍ତୁ। ଏ କଥା […]
ନୂଆଦିଲ୍ଲୀ: ଦିଲ୍ଲୀରୁ ବେଙ୍ଗାଲୁରୁ ଆସୁଥିବାବେଳେ ଜଣେ ମହିଳା ବିମାନରେ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମଦେଇଛନ୍ତି। ଉଭୟ ମାଆ ଓ ପୁଅ ସୁସ୍ଥଥିବାର ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ କୁହାଯାଇଛି। ବୁଧବାର ସନ୍ଧ୍ୟାରେ ଇଣ୍ଡିଗୋ ବିମାନ 6E122ରେ ଏହି ଘଟଣା ଘଟିଛି। ହଠାତ ଉଡ଼ନ୍ତା ବିମାନରେ ଜଣେ ନବଜାତ ଶିଶୁ ନୂଆ ଅତିଥି ହୋଇଯାଇଥିଲେ। ଦିଲ୍ଲୀରୁ ଜଣେ ମହିଳା ବିମାନରେ ବେଙ୍ଗାଲୁରୁ ଆସୁଥିଲେ। ହଠାତ୍ ସେ ଯନ୍ତ୍ରଣା ଅନୁଭବ କଲେ। ସୌଭାଗ୍ୟକ୍ରମେ ସେହି ବିମାନରେ ଜଣେ ସ୍ତ୍ରୀ […]
ୱାଶିଂଟନ:ଛୋଟ ପରିବାର ସୁଖୀ ପରିବାର। ସାଂପ୍ରତିକ ସ୍ଥିତିରେ ପ୍ରକୃତରେ ଏହି ଉକ୍ତିର ଯଥାର୍ଥତା ରହିଛି। ଆଜିକାଲି ସମୟରେ ଗୋଟିଏ ସନ୍ତାନ ଜନ୍ମ ଦେଇ ତାକୁ ବଡ କରିବା ଏବଂ ମଣିଷ ପରି ମଣିଷଟିଏ କରିବା ଏତେ ସହଜ ନୁହେଁ । କିନ୍ତୁ ଆମରିକାର ଏହି ମହିଳାଙ୍କ ମାନସିକତା ଭିନ୍ନ। ମହିଳା ଜଣକ ୧୦ ବର୍ଷରେ ୧୦ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ୩୬ ବର୍ଷିୟା ଏହି ମହିଳା ୧୨ ବର୍ଷରେ ୧୨ ସନ୍ତାନଙ୍କୁ ଜନ୍ମ ଦେବାର ଲକ୍ଷ୍ୟ ରଖିଛନ୍ତି। […]
ଭୁବନେଶ୍ୱର: ବର୍ଷ ଶେଷ ହେବାକୁ ଯାଉଛି। ଏ ବର୍ଷ କ୍ୟାଲେଣ୍ଡରରେ ବାକି ରହିଛି ଆଉ ମାତ୍ର ୮୩ ଦିନ । ତେବେ ୨୦୨୦ର ଆଜି ଦିନଟି ଅର୍ଥାତ୍ ୧୦ ଅକ୍ଟୋବର ୧୦-୧୦-୨୦୨୦ ଏକ ବିଶେଷ ଦିନ। ଏମିତି ଦିନ କ୍ୟାଲାଣ୍ଡରରେ କେବେ ଆସି ନ ଥିଲା କିମ୍ବା ଆସିବ ନାହିଁ। ତେବେ ଜ୍ୟୋତିଷ ବିଷାରଦ ତଥା ନ୍ୟୁମରୋଲଜି ଏକ୍ସପର୍ଟମାନେ ଆଶା କରିଛନ୍ତି, ଆଜିର ଦିନଟି ଏକ ନୂଆ ଆରମ୍ଭର ଦିନ ହେବ। ଏହି ଦିନକୁ ନେଇ ଅନେକ […]
ନୂଆଦିଲ୍ଲୀ: ଗତ କିଛି ଦିନ ହେବ ସୋଶାଲ୍ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଛି ଦିଲ୍ଲୀର ‘ବାବା କା ଢାବା’। ଦିନଥିଲା ମାଲବିୟା ନଗରରେ ଥିବା ଏହି ଢାବାକୁ ହାତ ଗଣତି କିଛି ଗ୍ରାହକ ଯାଉଥିଲେ। ଏବେ ଏହି ଢାବା ବାହାରେ ଲୋକଙ୍କ ଲାଇନ୍ ଲାଗୁଛି। ଏମିତିକି ଡେଟିଂ ଆପ୍ ଟିଣ୍ଡର ମଧ୍ୟ ତା ଗ୍ରାହାକଙ୍କୁ ଏହି ଢାବାକୁ ଯିବାକୁ ସୁପାରିଶ୍ କରିଛି। ନିକଟରେ ଟିଣ୍ଡର ଇଣ୍ଡିଆ ଟ୍ୱିଟ୍ କରି ଲେଖିଛି, ଆପଣଙ୍କ ସାଥୀ ସହ ପରବର୍ତ୍ତୀ ମିଳନ […]
ନୂଆଦିଲ୍ଲୀ: ସୋଶାଲ୍ ମିଡିଆରେ ଦିଲ୍ଲୀର ‘ବାବା କା ଢାବା’କୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ଏବେ ଆଉ ଏକ ବୃଦ୍ଧଙ୍କ ଭିଡ଼ିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡ଼ିଓଟି ଆଗ୍ରାର। ଏଥିରେ ବୃଦ୍ଧ ଜଣଙ୍କ ବରା ବିକ୍ରି କରୁଥିବା ନଜର ଆସିଛନ୍ତି। ଏହି ଭିଡ଼ିଓକୁ ପ୍ରିୟାଂଶି ଜୟେସ୍ୱାଲ୍ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଶେଆର କରିଛନ୍ତି। ଭିଡ଼ିଓ ଶେଆର କରି ସେ ଲେଖିଛନ୍ତି, ଏଠି ବି ଜଣେ ବାବା […]
ଲଣ୍ଡନ: ଦିନେ କ୍ରିକେଟ୍ ଖେଳୁଥିଲେ, ପରେ ପାର୍ଲାମେଣ୍ଟରେ ସାଂସଦ ହେଲେ। ବଦଳିଗଲା କ୍ରିକେଟରଙ୍କ ଭାଗ୍ୟ। ମାତ୍ର ୧୬ ବର୍ଷ ବୟସରେ ଲଣ୍ଡନର ଲର୍ଡସ ଗ୍ରାଉଣ୍ଡରେ କ୍ରିକେଟ ଖେଳିବା ପାଇଁ ବ୍ୟାଟ୍ ଧରିଥିବା ବାଳକ ଯେ ଦିନେ ବ୍ରିଟେନର ହାଉସ ଅଫ୍ ଲର୍ଡସରେ ପହଞ୍ଚିଯାଇ ପାରେ, ଏକଥା କେହି କେବେ ଭାବି ନଥିଲେ। ଏହି ବାଳକ, କ୍ରିକେଟ ଖେଳି ଏବେ ସାରା ବିଶ୍ୱରେ ନାଁ କମେଇଛନ୍ତି। କ୍ରିକେଟରେ ଯେଉଁ କେତେଜଣ ଆଗଧାଡ଼ିର ପ୍ରବାଦପୁରୁଷ ଭାବେ ଗଣା ହୁଅନ୍ତି ସେମାନଙ୍କ […]
ସାମ୍ୱାଦିକତାରେ ଫେୟାର ବା ନ୍ୟାୟସଙ୍ଗତ ରିପୋର୍ଟିଂ ଅପରାଧ ନୁହେଁ। ଜମ୍ମୁ ଓ କାଶ୍ମୀର ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେବାସହ ଜଣେ ବରିଷ୍ଠ ସାମ୍ୱାଦିକଙ୍କ ବିରୋଧରେ ରୁଜୁ ହୋଇଥିବା ଏତଲାକୁ ରଦ୍ଦ କରିଦେଇଛନ୍ତି। ୨୦୧୮ ମସିହା ଏପ୍ରିଲ୍ ୩ ତାରିଖରେ ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶ ପାଇଥିଲା ଯେ, ‘ଜମ୍ମୁ ଓ କାଶ୍ମୀରରେ ଷ୍ଟୋନ୍ ପେଲ୍ଟର ବା ପଥର ଫିଙ୍ଗାଳିମାନେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିଛନ୍ତି, ୪ ମହିଳା ଆହତ’। ବିଭିନ୍ନ ଟ୍ରାଭେଲ ଏଜେନ୍ସୀ ଆସୋସିଏସନ୍ ଏହାକୁ ନେଇ […]
ଭୁବନେଶ୍ୱର: କୋଲକାତା ଏୟାରପୋର୍ଟର ଡମ୍ପିଂୟାର୍ଡରେ ଡାକୋଟା । ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରିୟ ବିମାନ । ଯେଉଁଥିରେ ଡଚ୍ଙ୍କ କବଳରୁ ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଦେଶରୁ ଭାରତକୁ ଉଡ଼ାଇ ଆଣିଥିଲେ, ୧୯୪୭ରେ ଶ୍ରୀନଗରରୁ-ପାକ୍ ଶତ୍ରୁ ସେନା ବଳୟରୁ ଭାରତୀୟ ସେନାଙ୍କୁ ଏୟାରଲିଫ୍ଟ…
ପୁରୀ: କରୋନା ପରଠାରୁ ସଙ୍କଟରେ ଓଡ଼ିଶାର ପଟ୍ଟ ଚିତ୍ର ଶିଳ୍ପୀ ବିପିନ ଦାସ । ପଟ୍ଟଚିତ୍ର ବିକ୍ରି ହେଉ ନ ଥିବାରୁ ଘରେ ଚୁଳି ଜଳୁନି । କେହି କଳାପ୍ରେମୀ ପଟ୍ଟଚିତ୍ର କିଣିଲେ ବିପିନଙ୍କ ଭଳି ପରିବାର ପେଟକୁ ଦାନା ଯୋଗାଡ଼…
ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ଜନସଂଖ୍ୟା ବଢିବାରେ ଲାଗିଛି। ଲୋକମାନେ ମଧ୍ୟ କମ୍ ସନ୍ତାନର ନିଷ୍ପତ୍ତି ନେଉଛନ୍ତି। ଆମେ ଦୁଇ ଆମର ଦୁଇ, ଆମେ ଦୁଇ ଆମର ଏକ ପରି ସ୍ଲାଗାଲ୍ ଦ୍ୱାରା ଲୋକଙ୍କୁ ଜନସଂଖ୍ୟା ସମ୍ପର୍କରେ ସଚେତନ କରାଯାଉଛି। କିନ୍ତୁ ଏମିତି ଏକ ଦେଶ ରହିଛି ଯେଉଁଠି ପିଲା ଜନ୍ମ ହେଲେ ସରକାରଙ୍କ ପକ୍ଷରୁ ମୋଟା ଅଙ୍କର ଉପହାର ମୁଳୁଛି। ଜାପାନ ସରକାର ଏମିତି ଏକ ନିଆରା ପଦକ୍ଷେପ ନେଇଛନ୍ତି। ଏଠାରେ ସରକାର ବିବାହିତ ଦମ୍ପତିଙ୍କୁ […]
ନୂଆଦିଲ୍ଲୀ: ଟଙ୍କା ଉଠାଇବା ପାଇଁ ଆମେ ଏଟିଏମ୍ର ବ୍ୟବହାର କରୁ। କିନ୍ତୁ ଆପଣ ଜାଣନ୍ତି ଏହି ମେସିନ୍ର ଆବିଷ୍କାର କେବେ ହୋଇଥିଲା? ଏଟିଏମ୍ ଅର୍ଥାତ୍ ଅଟୋମେଟେଡ୍ ଟେଲର୍ ମେସିନ୍ ବ୍ୟାକିଂ ଜଗତରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିଥିଲା। ସର୍ବ ପ୍ରଥମେ ଲଣ୍ଡନରେ ଏଟିଏମ୍ର ବ୍ୟବହାର ହୋଇଥିଲା। ଯଦିଓ ଏଇଟା ମଧ୍ୟ ଶୁଣିବାକୁ ମିଳେ ଯେ, ଆଧୁନିକ ଏଟିଏମ୍ର ବ୍ୟବହାର ସର୍ବପ୍ରଥମେ ୧୯୬୯ରେ ଆମେରିକାରେ ହୋଇଥିଲା। କିନ୍ତୁ ୧୯୬୭ରେ ଲଣ୍ଡନର ବାରକ୍ଲେଜ୍ ବ୍ୟାଙ୍କର ଏକ ଶାଖାରେ ଏଟିଏମ୍ ଲଗାସରିଥିଲା। […]