ଭୁବନେଶ୍ୱର: ଅନ୍ଲାଇନ୍ କ୍ଲାସ୍ ଯୋଗୁ ସ୍କୁଲ୍ ଛାଡ଼ି ପାରନ୍ତି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ। ବିଶେଷ କରି ଯେଉଁମାନେ ଦୃଷ୍ଟି ଶକ୍ତି ହରାଇଛନ୍ତି ସେହି ଛାତ୍ରଛାତ୍ରୀମାନେ ସ୍କୁଲ ଛାଡ଼ି ପାରନ୍ତି। ଏଭଳି କିଛି ଆକଳନ କରିଛି ‘ସ୍ୱାଭିମାନ’, ଓଡ଼ିଶା ଷ୍ଟେଟ୍ ଡିଜାବିଲିଟି ନେଟୱର୍କ ଏବଂ ସେଣ୍ଟର ଫର୍ ଆଡଭୋକେସି ଆଣ୍ଡ୍ ରିସର୍ଚ୍ଚ (CFAR) ସଂସ୍ଥା। ଏହି ସଂସ୍ଥାମାନଙ୍କ ସହଯୋଗରେ ସର୍ଭେ କରି ‘ସ୍ବାଭିମାନ’ ଏଭଳି ତଥ୍ୟ ସାମ୍ନାକୁ ଆଣିଛି। ସଂସ୍ଥା ପକ୍ଷରୁ ହୋଇଥିବା ଏକ ସର୍ଭେରେ ଏହି ତଥ୍ୟ ସାମ୍ନାକୁ ଆସିଛି। […]
ନୟାଗଡ(ଆର୍ତ୍ତତ୍ରାଣ ପ୍ରଧାନ): ବି-ଟେକ୍ ଛାତ୍ରଙ୍କ ଚମତ୍କାର ଉଦ୍ଭାବନ । ରିମୋର୍ଟ କଣ୍ଟ୍ରୋଲ ଦ୍ୱାରା ଫାଇଟର ଜେଟ ଉଡାଇ ସମସ୍ତଙ୍କୁ କରିଛନ୍ତି ଚକିତ । ଏହା ବ୍ୟତୀତ ଜଳ ଜାହାଜ, ରୋବର୍ଟ ଆଦି ନିର୍ମାଣ କରିବାର ଲକ୍ଷ୍ୟ ରଖିଛନ୍ତି। ଜଣେ ସଫଳ ବୈଜ୍ଞାନିକ ହୋଇ DRDO ରେ କାମ କରିବା ତାଙ୍କର ସ୍ୱପ୍ନ। ହେଲେ ଏଥିପାଇଁ ଅର୍ଥ ସାଜିଛି ବାଧକ। ସହାୟତା ମିଳିଲେ ସେ ନିଜର ଉଦ୍ଭାବନାକୁ ସଫଳ ରୂପ ଦେଇପାରନ୍ତେ। ଏମିତି ସଂଘର୍ଷ ଏବଂ ସଫଳତା ଭରା […]
କଟକ: ଜାତୀୟ ପରୀକ୍ଷା ଏଜେନ୍ସି ମିଳିତ ପ୍ରବେଶିକା ପରୀକ୍ଷା (JEE) ମେନ୍ 2021 ମାର୍ଚ୍ଚ ଅଧିବେଶନ ପାଇଁ ଫଳାଫଳ ଘୋଷଣା ହୋଇ ସାରିଛି | ଏଇ ପ୍ରବେଶିକା ପରୀକ୍ଷାରେ ମୋଟ 13 ଜଣ ପ୍ରାର୍ଥୀ ଶହେ (100) ସ୍କୋର କରିଛନ୍ତି। ଏଇ ପରୀକ୍ଷାରେ କଟକ ସହର ଶ୍ରୀବିହାର କଲୋନୀରେ ରହୁଥିବା ଦେବାଶିଷ ପଣ୍ଡା 99.959166 ପ୍ରତିଶତ ସ୍କୋର ସହ ଶୀର୍ଷରେ ରହି ରାଜ୍ୟ ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ । ଭୁବନେଶ୍ୱରର ଓଡିଏମ୍ ପବ୍ଲିକ୍ ସ୍କୁଲର […]
ନୂଆଦିଲ୍ଲୀ: ଏଲପିଜି ଗ୍ୟାସ୍ ସିଲିଣ୍ଡର ଦରବୃଦ୍ଧି ଏବେ ଆକାଶ ଛୁଆଁ ହୋଇଛି। ସବ୍ସିଡି ଯୁକ୍ତ ସିଲିଣ୍ଡରର ଦାମ୍ ୨୦୨୧ ବର୍ତ୍ତମାନ ସୁଦ୍ଧା ୨୨୫ଟଙ୍କା ବୃଦ୍ଧି ଘଟିଲାଣି। ଦିଲ୍ଲୀରେ ସବ୍ସିଡି ଯୁକ୍ତ ୧୫୪.୨ କିଲୋ ଏଲପିଜି ସିଲିଣ୍ଡରର ଦାମ ୮୧୯ ଟଙ୍କା ରହିଛି। ତେବେ ଖାଉଟିମାନଙ୍କ ପାଇଁ ଏକ ଖୁସି ଖବର। ଆପଣ ଚାହିଁଣେ ଏଲପିଜି ସିଲିଣ୍ଡର ଦରରେ ୭୦୦ ଟଙ୍କାର ଛୁଟ୍ ପାଇ ପାରିବେ । ଅର୍ଥାତ୍ ଯଦି ସିଲିଣ୍ଡର ଦାମ୍ ୮୧୯ ଟଙ୍କା ହୋଇଥାଏ ତେବେ […]
ଆମ ହାଣ୍ଡିଶାଳରୁ ହଜି ଯାଉଛି କି ପଖାଳ ହାଣ୍ଡି? ଆମ ଖାଦ୍ୟ ଶୈଳୀରୁ ଦୂରେଇ ଯାଉଛି କି ପଖାଳ କଂସା? ଦିନକୁ ଦିନ ପଖାଳଠାରୁ ଆମର ସମ୍ପର୍କ ଛିନ୍ନ ହୋଇଯାଉଛି କି ? ଏହା ଯେ ଆମ ଜୀବନ ଜୀବିକା ଓ ଦିନଚର୍ଯା ସହ ଅତି ଅନ୍ତରଙ୍ଗ, ଏହାକୁ ସେତିକି ସମ୍ମାନ ଦେବାରେ ଆମେ ହେଳା କରି ଦେଉ ନାହାନ୍ତି ତ? ଆଲେଖ୍ୟ:- ଜଗମୋହନ ମହାରଣା ପଖାଳ ଖାଲି ଏକ ଖାଦ୍ୟ ନୁହେଁ, ସକାଳରୁ ସଞ୍ଜ ରାତିରୁ […]
ଭୁବନେଶ୍ୱର: ଓଡ଼ିଆ ହାଣ୍ଡିଶାଳର ସ୍ୱତନ୍ତ୍ର ଆକର୍ଷଣ ପଖାଳ। ମାର୍ଚ୍ଚ ମାସର ଟାଇଁ ଟାଇଁ ଖରାରେ ଯେପରି ହାତ ଠାରି ଡାକୁଥାଏ। ଖାଲି ଖରା କାହିଁକି, ଶୀତ ହେଉ କି ବର୍ଷା…ସବୁ ଋତୁ, ସବୁ ଦିନ ପଖାଳର ଆକର୍ଷଣ ମନଲୋଭା। ଚୂନା ମାଛ ସାଙ୍ଗକୁ ଆଳୁ ଭର୍ତ୍ତା, ବଡ଼ି ଚୁରା, ଛୁଇଁ ଭଜା, ଟମାଟୋ, ବାଇଗଣ ଚକଟା ଆଉ ପିଆଜ ଖଣ୍ଡେ …ଆଃ, ଭାବିଦେଲେ ଯେମିତି ମୁହଁରେ ପାଣି ଆସିଯାଉଛି। ଗୁଣ୍ଡେ ଖାଇ ଢ଼ୋକେ ପିଇଦେଲେ ସବୁ ଶାନ୍ତି […]
ନୂଆଦିଲ୍ଲୀ: ଟ୍ରେନ୍ ଯାତ୍ରାର ଅନୁଭୂତି ପ୍ରାୟ ସମସ୍ତଙ୍କର ଥିବ। ହେଲେ ଏକ୍ସପ୍ରେସ ଏବଂ ସୁପରଫାଷ୍ଟ ଟ୍ରେନ୍ରେ ଜେନେରାଲ ବଗି ଟ୍ରେନ୍ର ଆଗରେ କିମ୍ବା ପଛରେ ଥାଏ- ଏକଥା ହୁଏତ ଅନେକଙ୍କ ନଜରକୁ ଆସି ନ ଥିବ । ଯଦି ଏହା ଜାଣିଥାନ୍ତି, କେବେ ଚିନ୍ତା କରିଛନ୍ତି ଟ୍ରେନ୍ର ଆଗରେ ଏବଂ ପଛରେ କାହିଁକି ଏହି ଜେନରାଲ ବଗି ଲାଗିଥାଏ ? ଏହି ଜେନରାଲ ବଗି ମଝିରେ କ’ଣ ଥାଏ ଜାଣିଛନ୍ତି ? ଟ୍ରେନ୍ର ଆଗରେ ପଛରେ ଜେନରାଲ […]
ନୂଆଦିଲ୍ଲୀ: A, B, AB..ପଜିଟିଭ, ନେଗେଟିଭ…ଏମିତି କିଛି ବ୍ଲଡ ଗ୍ରୁପ୍ ବିଷୟରେ ଆମେ ଜାଣିଛୁ। ହେଲେ ଆଉ ଏକ ବ୍ଲଡ଼ ଗ୍ରୁପ ଅଛି ଯାହାର ନାଁ ଖୁବ୍ କମ୍ ଶୁଣିଥିବେ। ଏହି ପ୍ରକାର ବ୍ଲକ ଖୁବ୍ କମ୍ ଲୋକଙ୍କ ପାଖରେ ରହିଛି। ଏହି ବ୍ଲଡ ଗ୍ରୁପ୍ର ନାଁ ଗୋଲ୍ଡେନ ବ୍ଲଡ ଗ୍ରୁପ୍। ଏହା ଏକ ବିରଳ ଗ୍ରୁପ୍ ହୋଇଥିବାରୁ ଅନେକ ସମୟରେ ଏହା ମୃତ୍ୟୁର କାରଣ ବି ପାଲଟେ। ଗୋଲ୍ଡେନ ବ୍ଲଡର ପ୍ରକୃତ ନାମ ହେଉଛି ଆର […]
ଯାଜପୁର (ଅଭୟ ପତି): ସେ ଜଣେ ଦିନ ମଜୁରିଆ । ମଜୁରୀ ଲାଗିବା ତାଙ୍କ ପେଷା। ହେଲେ ଏବେ ତାଙ୍କର ଭାଗ୍ୟଚକ୍ର ବଦଳି ଯାଇଛି। ସତେ ଯେମିତି ତାଙ୍କ ମୁଣ୍ଡରେ ହାତୀ ସୁନା କଳସି ଢାଳି ଦେଲା। ଏବେ ଓଡ଼ିଶାର ଏକ ଚର୍ଚ୍ଚିତ ର୍ନିବାଚନ ମଣ୍ଡଳୀ କୋରେଇର ସେ ବ୍ଲକର ଅଧ୍ୟକ୍ଷା। ଲୋକଙ୍କ ସମସ୍ୟା ବୁଝୁବୁଝୁ ନିଜପାଇଁ ସମୟ ପାଉ ନାହାନ୍ତି। ନାଁ ବଦଳିଛି, ପେଷା ବି ବଦଳିଛି। ହେଲେ ଜୀବନଶୈଳୀ ବଦଳିନି। ଆର୍ଥିକ ସ୍ଥିତି ମଧ୍ୟ […]
ବଦଳି ଯାଇଛି ନେତାଙ୍କ ଲକ୍ଷ୍ୟ, ଆଭିମୁଖ୍ୟ। ବଦଳି ଯାଇଛି ସେମାନଙ୍କ ଚରିତ୍ର, ବ୍ୟକ୍ତିତ୍ୱ। ଜନତାଙ୍କ ସେବା ତାଙ୍କର କାମ ବୋଲି ଭାବୁ ନାହାନ୍ତି, ଦରମା, ଭତ୍ତା ଓ ଅନ୍ୟାନ୍ୟ ସୁବିଧା ହାତେଇବା ତାଙ୍କର ଲକ୍ଷ୍ୟ ହୋଇଯାଇଛି। ଏପରି ନେତାଙ୍କୁ ନେଇ ଦେଶର ବିକାଶ କେତେଦୂର ସମ୍ଭବ ? ଏହାକୁ ନେଇ ମାୟାଧର ନାୟକଙ୍କ ବିଶେଷ ଆଲେଖ୍ୟ ଆମେ ଜଣେ ଶ୍ରମିକନେତା ଭାବେ ଜଣାଶୁଣା। ଏବେ ଏ ବିଶ୍ଲେଷଣଟି ଭାରି ଅଡୁଆ ଲାଗୁଛି। ଜଣେ ସାଧୁ ବ୍ୟଭିଚାରୀ ହେଲେ […]
ମହାନତା ଦେଖାଇଲେ ଅଭିନେତା ବାବୁସାନ୍ । ନିଜର ଜଣେ ଫ୍ୟାନ୍ସଙ୍କ ଇଚ୍ଛା ପୂରଣ କରିବା ପାଇଁ ପହଞ୍ଚିଥିଲେ ଏସ୍ସିବିର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗରେ। ଆଉ ନିଜର ପ୍ରିୟ ଅଭିନେତାଙ୍କୁ ରୋଗ ଶଯ୍ୟା ନିକଟରେ ଦେଖି ଖୁସିରେ ଗଦ୍ଗଦ୍ ହୋଇଯାଇଥିଲା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ୧୪ ବର୍ଷୀୟ ଚିଣ୍ଟୁ । କଟକ ( ପ୍ରଭାତ ବିଷୋୟୀ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳର ୧୪ ବର୍ଷର ଚିଣ୍ଟୁ ଡାକ୍ତରଖାନା ଶଯ୍ୟାରେ ଶୋଇଥିଲା। ମୁହଁରେ ବାରି ହୋଇପଡ଼ୁଥିଲା ଯନ୍ତ୍ରଣାର ଚିହ୍ନ। ମଝିରେ […]
ଭାରତରେ କୌଣସି ବିମାନବନ୍ଦର ନାହିଁ ଯାହା ଭଗବାନଙ୍କ ନାମରେ ନାମିତ ହୋଇଛି। ଏବେ ଉତ୍ତରପ୍ରଦେଶରେ ଯୋଗୀ ସରକାର ଅଯୋଧ୍ୟାରେ ହେବାକୁ ଥିବା ଏୟାରପୋର୍ଟର ନାମ ଭଗବାନ ରାମଙ୍କ ନାମରେ ରଖିବା ପାଇଁ ଘୋଷଣା କରିଛନ୍ତି। ହେଲେ ଭାରତ ବାହାରେ ରହିଛି ଏମିତି ଏକ ଏୟାରପୋର୍ଟ, ଯାହା ଖାଲି ହିନ୍ଦୁଧର୍ମର ଦେବତାଙ୍କ ନାମରେ ନାମିତ କରାଯାଇନି, ବରଂ ଏଠି ହିନ୍ଦୁ ଦେବଦେବୀଙ୍କ ପ୍ରତିମୂର୍ତ୍ତି ବି ରହିଛି। ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟ ବଜେଟ ଉପସ୍ଥାପନ […]
ମହାନ୍ ଯୋଦ୍ଧା ଛତ୍ରପତି ଶିବାଜୀ। ମରାଠା ରାଜ୍ୟର ସ୍ଥାପକ ଓ ଶାସକ। ମରାଠା ଜାତିର ଗର୍ବ ଓ ଗୌରବ। ଶିବାଜୀଙ୍କ ବୀରତ୍ୱକୁ ନେଇ ଅନେକ କାହାଣୀ ଶୁଣିବାକୁ ମିଳେ। ଯେଉଁ କାହାଣୀରେ ଥାଏ ତାଙ୍କ ଉଦାର ହୃଦୟର ପରିଚୟ। ମାନବିକତାର ଚିତ୍ର। ବୀରତ୍ୱର ସ୍ଫୁଲିଙ୍ଗ। ଆଜି ଅର୍ଥାତ୍ ଫେବ୍ରୁଆରୀ୧୯ ତାରିଖ ଶିବାଜୀଙ୍କ ଜୟନ୍ତୀ। ଏଇ ଅବସରରେ ଆସନ୍ତୁ ଜାଣିବା ଦେବଦତ୍ତ ରଥଙ୍କ ଆଲେଖ୍ୟରୁ ଶିବାଜୀଙ୍କ ବୀରତ୍ୱର ଆଉ ଏକ ଫର୍ଦ୍ଦ । ଶିବାଜୀ ରାଜ ଭୋଁସଲେ ପଶ୍ଚିମ […]
ନୂଆଦିଲ୍ଲୀ: ଟୁଲ୍କିଟ୍ ମାମଲାରେ ଦେଶରେ ପ୍ରଥମଥର ପାଇଁ ଜଣଙ୍କୁ ଗିରଫ କରାଯାଇଛି । ୨୧ ବର୍ଷୀୟା ପରିବେଶବିତ୍ ଦିଶା ରବିଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ୍। ଚାଷୀ ଆନ୍ଦୋଳନକୁ ସମର୍ଥନ କରି ‘ଗ୍ରେଟା ଥନବର୍ଗ’ କରିଥିବା ଟ୍ୱିଟ୍କୁ ଟୁଲ୍କିଟ୍ କରିଥିବା ଅଭିଯୋଗ ନେଇ ଏହି ଗିରଫଦାରି ହୋଇଛି। ଦିଲ୍ଲୀ ପୋଲିସର କହିବା ଅନୁଯାୟୀ, ‘ଗ୍ରେଟାଙ୍କ ଟୁଇଟ୍ ପରେ ଏହାକୁ ଦିଶା ପୁଣି ଥରେ ପ୍ରଚାର ପ୍ରସାର କରିଥିଲେ। ଏଥିରେ ଖଲିସ୍ତାନୀଙ୍କୁ ସମର୍ଥନ କରିବା ସହ ଦେଶ ବିରୋଧୀ ଷଡ଼ଯନ୍ତ୍ର […]
ନୂଆଦିଲ୍ଲୀ: ଆଜି ରେଡିଓ ଦିବସ। ରେଡିଓ ଦିନେ ଥିଲା ଗାଁ ଗହଳିର ଯୁବକଙ୍କଠାରୁ ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତର ଥିଲା ଅତି ଆପଣାର ଥିଲା। ଘର କ’ଣର ମହିଳାଙ୍କ ଅବସର ବିନୋଦନର ମାଧ୍ୟମ ଥିଲା। ସୁଖ ହେଉ ବା ଦୁଃଖ, ବିପଦ ହେଉ ବା ସଂପଦ, ଆପଣାର ମଣିଷଙ୍କୁ କହିବା ପରି ସବୁ କଥା କହୁଥିଲା। ସେଥିପାଇଁ ତ ହାଲି ଫ୍ଲାନାଗାନ୍ କହନ୍ତି, ରେଡିଓର କ୍ଷମତା ଏହା ନୁହେଁ ଯେ ସେ ଖାଲି ଳକ୍ଷଧିକ ଲୋକଙ୍କ ସହ କଥା […]
ଆଜି ସରସ୍ୱତୀ ପୂଜା। କୋଭିଡ କଟକଣା ଭିତରେ ସରସ୍ୱତୀ ପୂଜାର ଉତ୍ସାହ କମି ଯାଇଥିଲେ ହେଁ ଶିକ୍ଷାନୁଷ୍ଠାନମାନଙ୍କରେ ଯଥାବିଧି ପୂଜା ଅନୁଷ୍ଠିତ ହେଉଛି। ତେବେ ଏଠାରେ ପ୍ରଶ୍ନ ଉଠେ, ମାତା ସରସ୍ୱତୀ କିଏ ? କ’ଣ ତାଙ୍କର ପରିଚୟ ? କେମିତି ହେଲା ତାଙ୍କର ଆବିର୍ଭାବ ? ଆସନ୍ତୁ ଜାଣିବା, ମା’ ବାଗ୍ଦେବୀଙ୍କ ବିଷୟରେ ପୌରାଣକ ବ୍ୟାଖ୍ୟା। ବ୍ରହ୍ମାଙ୍କ ପତ୍ନୀଙ୍କ ନାମ ସାବିତ୍ରୀ ଦେବୀ ଅଟେ। ବ୍ରହ୍ମା ଅନ୍ୟ ଜଣେ ଦେବୀଙ୍କୁ ବିବାହ କରିଥିଲେ। ତାଙ୍କ ନାମ […]
ଭୁବନେଶ୍ୱର: ଆଜି ଶ୍ରୀପଞ୍ଚମୀ। ବିଦ୍ୟାଦେତ୍ରୀ ମା’ ସରସ୍ୱତୀଙ୍କ ଆରାଧନାର ଦିବସ। ବସନ୍ତ ପଞ୍ଚମୀ ବା ସରସ୍ୱତୀ ପୂଜା ହିନ୍ଦୁ ଧର୍ମରେ ଏକ ସ୍ୱତନ୍ତ୍ର ମହତ୍ୱ ରଖେ। ଏହି ସ୍ୱତନ୍ତ୍ର ଦିନରେ ବିଦ୍ୟା ଦେବୀ ମା’ ସରସ୍ୱତୀ ପୂଜା, ଆରାଧନା କରାଯାଇଥାଏ। ପ୍ରତିବର୍ଷ ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଏହି ପୂଜା କରାଯାଇଥାଏ। କାହିଁକି ମା’ ସରସ୍ୱତୀଙ୍କ ପୂଜା କରାଯାଏ ? କିଏ ଏହି ପୂଜା ପ୍ରଥମେ କରିଥିଲେ ଓ କାହିଁକି କରିଥିଲେ ଏହାକୁ ନେଇ ଅନେକ କାହାଣୀ […]
“ସଂସଦରେ ଗତକାଲି ଉପସ୍ଥାପିତ ହୋଇଛି ସାଧାରଣ ବଜେଟ ୨୦୨୧-୨୨ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଟ୍ୟାବ ଖୋଲିଛି ୨୦୨୧-୨୨ର ବଜେଟ ଅଟକଳ। କାହା ପାଇଁ କ’ଣ ରହିଛି ଏଇ ବଜେଟରେ ? କାହାକୁ ମିଳିଛି କ’ଣ ଉପହାର ? କାହାକୁ କରାଯାଇଛି ଅଣଦେଖା ? ବଜେଟ୍ରେ କେଉଁ ରାଜ୍ୟକୁ ଦିଆଯାଇଛି ଗୁରୁତ୍ୱ ଓ କାହିଁକି ? ବଜେଟର ସଂକ୍ଷିପ୍ତ ବିଶ୍ଳେଷଣ କରିଛନ୍ତି ସାରଦା ଲାହାଙ୍ଗିର। ” ମୋଦି ସରକାର ତାଙ୍କ ନୂଆ ବଜେଟରେ, ନିର୍ବାଚନ ହେବାକୁ ଯାଉଥିବା […]
ନୂଆଦିଲ୍ଲୀ: ପୃଥିବୀ ପ୍ରତି ମାଡ଼ି ଆସୁଛି ବଡ଼ ବିପଦ। ମହାକାଶରୁ ପୃଥିବୀ ମୁହାଁ ବିରାଟକାୟ ଉଲ୍କା ପିଣ୍ଡ। ଆଉ କିଛି ଘଣ୍ଟା ମଧ୍ୟରେ ଏହି ଉଲ୍କାପିଣ୍ଡ ପୃଥିବୀ ନିକଟ ଦେଇ ଅତିକ୍ରମ କରିବ ବୋଲି ଆଶଙ୍କା କରାଯାଉଛି। ଏହି ଉଲ୍କା ପିଣ୍ଡ ଏତେ ବେଗରେ ଆସୁଛି ଯେ ଯଦି ଏହା ପୃଥିବୀରେ ମାଡ଼ ହୁଏ ତେବେ ମାଇଲ ମାଇଲ ଦୂର ଯାଏ କ୍ଷତି ଘଟାଇବ ବୋଲି ଆଶଙ୍କା କରାଯାଉଛି। ଏପରିକି ଏହା ଯଦି ସମୁଦ୍ରରେ ପଡ଼େ ତେବେ […]
କଥାରେ ଅଛି- ବାପା ହେଲେ ଜାଣିବ- ବାପା କ’ଣ, ବାପା ଗଲେ ଜାଣିବ- ବାପା କ’ଣ। ବାସ୍ତବରେ ବାପାଙ୍କୁ ଜାଣିବା ଏତେ ସହଜ ନୁହେଁ। ସନ୍ତାନକୁ ବଡ଼ କରିବା ପାଇଁ ସେ ସହୁଥିବା କଷ୍ଟକୁ କିଭଳି ଢଙ୍ଗରେ ସହୁଥାଏ, ତାହା ସବୁ ବାପାଙ୍କ କାହାଣୀ। ମାତ୍ର ବାପାଙ୍କର ଏହି କଷ୍ଟକୁ ସ୍ୱୀକାର କରିବା ସହିତ ତାଙ୍କୁ ଈଶ୍ୱରଙ୍କ ସହିତ ତୁଳନା କରି ଗୀତଟି ପ୍ରସ୍ତୁତ ହୋଇଛି-ଯାହାର ନାଁ ରହିଛି ‘ବାପା.. ଭିନ୍ନ ଜଣେ ଈଶ୍ୱର’। ଏହି ଗୀତଟି […]
ଆଜି ସାରା ଦେଶରେ ପାଳିତ ହେଉଛି ୭୨ତମ ସାଧାରଣତନ୍ତ୍ର ଦିବସ। ଅନେକ ଆଶା, ସ୍ୱପ୍ନ ନେଇ ଦିନେ ତିଆରି ହୋଇଥିଲା ସ୍ୱାଧୀନ ଭାରତର ସମ୍ବିଧାନ। ହେଲେ ଏହି ଆଶା…ସ୍ୱପ୍ନ….ବାଟବଣା ହୋଇଯାଇଛି କି ? ଶାସକ ଗୋଷ୍ଠୀ ଗଣତନ୍ତ୍ର ଶାସନର ଇସ୍ତାହାର ପ୍ରତ୍ୟାହାର କରି ନେଇଛନ୍ତି କି ? ଏହା ଉପରେ ପ୍ରଦୀପ ନାୟଙ୍କର ସ୍ୱତନ୍ତ୍ର ଆଲେଖ୍ୟ… ଭାରତ ସ୍ୱାଧୀନ ହେବାର ପାଖାପାଖି ଅଢ଼େଇ ବର୍ଷ ପରେ ଅର୍ଥାତ୍ ୧୯୫୦ ମସିହା ଜାନୁଆରୀ ଛବିଶ ତାରିଖରେ ନିଜକୁ ଗଣତାନ୍ତ୍ରିକ […]
ମସ୍କୋ: ସମୁଦ୍ର କୂଳର ଏଇ ସୁଦୃଶ୍ୟ ମହଲକୁ ଦେଖିଲେ ଯେ କେହି ବି ଚକିତ ହୋଇଯିବେ। ଭବ୍ୟ ମହଲଟି ଚାକଚକ୍ୟରେ ଝଲସୁଛି। ଅତ୍ୟାଧୁନିକ ବ୍ୟବସ୍ଥା ବି ରହିଛି। ତେବେ କିଏ ଏହି ମହଲର ମାଲିକ ? ଏହା ଏଠିକା ରାଷ୍ଟ୍ରପତିଙ୍କର ବୋଲି ଲୋକେ ଭାବିଥିଲେ। ହେଲେ ସେ ମନା କରିବା ପରେ ମହଲ କାହାର ସେ ନେଇ ଉଠିଛି ପ୍ରଶ୍ନ। ହଁ, ଏଠି ଆମେ ଋଷର ଏଇ ରହସ୍ୟମୟ ମହଲ କଥା କହୁଛୁ। ଋଷ ରାଷ୍ଟ୍ରପତି ବ୍ଲାଦିମୀର […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ। ଏଥର ବଳୟ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ। ରାଜସ୍ଥାନ ଓ ହରିୟାଣାରେ ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ। ଓଡ଼ିଶାରେ ଏହା ଆଂଶିକ ଭାବେ ଦେଖାଦେବ। ଓଡ଼ିଶାରେ ବଳୟ ସୂର୍ଯ୍ୟପରାଗ ସକାଳ ୧୦ଟା ୧୫ରୁ ଆରମ୍ଭ ହୋଇ ଅପରାହ୍ଣ ୨ଟା ୨୦ରେ ଶେଷ ହେବ। ସୁନ୍ଦରଗଡ଼ରେ ୭୨ ପ୍ରତିଶତ ପରାଗ ଦୃଶ୍ୟମାନ ହେବାକୁ ଥିବାବେଳେ ମାଲକାନଗିରିରେ ଏହା ୬୦ ପ୍ରତିଶତ ଦୃଶ୍ୟମାନ ହେବ। ରାଜଧାନୀ ଭୁବନେଶ୍ୱରରେ ଏହା ୬୫ ପ୍ରତିଶତ ଦୃଶ୍ୟମାନ […]
କେନ୍ଦ୍ରାପଡା: ଅନିଶ୍ଚିତତାରେ କଟୁଛି ଶୈଶବ। ପରିବାର ଥାଇ ବି ଅଲୋଡା ହୋଇପଡିଛି ସୁହାନୀ। ଘର କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଦେଉଳତାରା ଗାଁରେ। କିନ୍ତୁ ସେ ରହୁଛି ସୁଦୂର ନୋଏଡାର ଏକ ବାଲ୍ କୁଟୀରରେ। ପାଠ ପଢିବାକୁ ଦୂର ସହରକୁ ଯାଇ ଭବିଷ୍ୟତ ଗଢିବା ସ୍ୱପ୍ନ ଦେଖୁଥିଲା । ହେଲେ ପରିସ୍ଥିତିର ତାଡନାରେ ଏବେ ଘରକୁ ଫେରିବାକୁ ଚାହିଁ ବସିଛି ସୁହାନୀ। ଏଇ କୁନି ଝିଅର ନାଁ ସୁହାନି ଜେନା । ବୟସ ୯ ବର୍ଷ । […]