ଯାଜପୁର : ଅବହେଳିତ ଯାଜପୁର ଜିଲ୍ଲା ବିଞ୍ଝାରପୁରର ମଦ୍ରାସା। ରାଜ୍ୟର ଏହା ଏକମାତ୍ର ମଦ୍ରାସା ଯେଉଁଠି ପ୍ରଥମ ଶ୍ରେଣୀରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ପାଠପଢାଯାଏ। ହେଲେ ଶ୍ରେଣୀ ଗୃହର ଅବସ୍ଥା ନକହିବା ଭଲ । ଛାତରୁ କଂକ୍ରିଟ୍ ଖସି ରଡ୍ ଦିଶୁଛି । ଛୋଟିଅା ଶ୍ରେଣୀଗୃହରେ ବିପଦସଙ୍କୁଳ ଅବସ୍ଥାରେ ଖୁନ୍ଦାଖୁନ୍ଦି ହୋଇ ପଢୁଛନ୍ତି ପିଲା । ଅାବଶ୍ୟକ ଶ୍ରେଣୀ ଗୃହ ଓ ଶୌଚାଳୟ ନଥିବାରୁ ସମସ୍ୟାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ। ଖେଳ ପଡିଅା ସହ ଭିତ୍ତିଭୂମିର ଅଭାବ […]
ରାୟଗଡ଼ା: ଘର ଘରକୁ ବିଜୁଳି ଆଲୋକ ଯୋଗାଇବା ଲକ୍ଷ୍ୟରେ କେନ୍ଦ୍ରସରକାରଙ୍କ ପକ୍ଷରୁ ସୌଭାଗ୍ୟ ବିଦ୍ୟୁତ୍କରଣ ଯୋଜନା କାର୍ଯ୍ୟକାରୀ ହୋଇଛି। ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳା ପାଇଁ ଲୋକେ ଯୋଜନାର ସୁଫଳ ଉଠାଇ ପାରୁନାହାନ୍ତି। ଏପରିକି ବିଦ୍ୟୁତ୍ ସଂଯୋଗ ନହୋଇ ଲମ୍ବା ବିଦ୍ୟୁତ୍ ବିଲ୍ର ଚିଠା ଆସିଛି। ସୌଭାଗ୍ୟ ବିଦ୍ୟୁତ୍କରଣ ଯୋଜନାରେ ଗାଁରେ ବିଦ୍ୟୁତ୍ ଖୁଣ୍ଟ ପୋତା ଯାଇଛି। ଘରେ ଘରେ ସୁଇଚ୍ ବୋର୍ଡ ବି ଲଗାଯାଇଛି। ହେଲେ ନା ଖୁଣ୍ଟରୁ ତାର ସଂଯୋଗ ହୋଇଛି, ନା ମିଟର […]
କଟକ: କଟକରେ ମହାପ୍ରୟାଣ ଯୋଜନାରେ କଳଙ୍କି ଲାଗିଛି। ସିଟି ହସ୍ପିଟାଲ ଓ ଶିଶୁ ଭବନରେ ଗାଡ଼ି ବ୍ୟବହାର ନହୋଇ ପଡ଼ି ରହିଛି। ଆର୍ଟିଆଇ ତଥ୍ୟ ମୁତାବକ ୨ବର୍ଷରେ ସିଟି ହସ୍ପିଟାଲ୍ରେ ମାତ୍ର ୫ଥର ମହାପ୍ରୟାଣ ଗାଡ଼ି ବ୍ୟବହାର ହୋଇଛି। ଏହାକୁ ନେଇ କର୍ତ୍ତୃପକ୍ଷ ଅଜବ ଯୁକ୍ତି ବାଢ଼ିଛନ୍ତି। କଟକ ସିଟି ହସ୍ପିଟାଲ ଓ ଶିଶୁ ଭବନରେ ମହାପ୍ରୟାଣ ଗାଡ଼ି ଖତ ଖାଉଛି। ଆର୍ଟିଆଇ ତଥ୍ୟ ଅନୁସାରେ ସିଟି ହସ୍ପିଟାଲରେ ୨୦୧୬ରୁ ଆଜି ପର୍ଯ୍ୟନ୍ତ ମାତ୍ର ୫ଥର ମହାପ୍ରୟାଣ […]
କେନ୍ଦୁଝର: ପ୍ରକୃତିର କୋଳରେ ଅବସର ବିନୋଦନ ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। କେନ୍ଦୁଝର ଜିଲ୍ଲା ତେଲକୋଇ କଳାପଟ ପାହାଡ଼ରେ ଥିବା ପୁଟଘର ଜଳପ୍ରପାତ ପର୍ଯ୍ୟଟନସ୍ଥଳୀକୁ ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଆସୁଛନ୍ତି। ଯଦିଓ ପୁଟଘର ଜଳପ୍ରପାତ ସୌନ୍ଦର୍ଯ୍ୟରେ ବିମୋହିତ, ତେବେ ସେଠାକାର ଅବ୍ୟବସ୍ଥାରେ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରିଛନ୍ତି। କିଏ ଜଳପ୍ରପାତର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛି ତ ଆଉ କିଏ ପାହାଡ ଚଢ଼ାର ମଜା ନେଉଛନ୍ତି। କଳାପଟ ପାହାଡ଼ରେ ପୁଟଘର ଓ ସାନଘାଗରା ଜଳପ୍ରପାତ ରହିଛି। ଏହା ସହିତ […]
କଟକ: ଅବହେଳିତ ଅବସ୍ଥାରେ କଟକର ହରିଣ ପାର୍କ। ୨୦ରୁ ୨୫ ହରିଣ ରହିବା ଜାଗାରେ ରହୁଛନ୍ତି ଦୁଇ ଶହରୁ ଅଧିକ ହରିଣ। କମ୍ ଜାଗାରେ ଅଧିକ ହରିଣ ରହୁଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଉଛି। ବାରମ୍ବାର ଅଭିଯୋଗ ପରେ ବି କୌଣସି ପଦକ୍ଷେପ ନିଆଯାଉନାହିଁ। ୬ଟି ହରିଣକୁ ନେଇ ଆରମ୍ଭ ହୋଇଥିବା ହରିଣ ପାର୍କରେ ଏବେ ଦୁଇ ଶହରୁ ଅଧିକ ହରିଣ ରହୁଛନ୍ତି। ହେଲେ କମ୍ ଜାଗାରେ ଏତେ ସଂଖ୍ୟକ ହରିଣ ରହୁଥିବାରୁ ସେମାନେ ଠିକ୍ରେ […]
ଭୁବନେଶ୍ୱର: କେନ୍ଦ୍ରାପଡ଼ା ଡଙ୍ଗା ବୁଡ଼ି ଘଟଣାରେ ମୃତକଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଥିବା ବେଳେ ମୃତକଙ୍କ ମଧ୍ୟରେ ୭ ଜଣ ଶିଶୁ ଓ ୨ ଜଣ ମହିଳା ଅଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଡଙ୍ଗାବୁଡ଼ି ଘଟଣାରେ ଆଉ କେତେ ଜୀବନ ଗଲେ ଆମେ ଚେତିବା ଓ ପ୍ରଶାସନର ନିଦ ଭାଙ୍ଗିବ ? କେବଳ କେନ୍ଦ୍ରାପଡ଼ାର ଏହି ଗୋଟିଏ ଘଟଣା ନୁହେଁ ଲଗାତର ଭାବେ କିଛି ବର୍ଷ ହେଲାଣି ରାଜ୍ୟର କେଉଁଠି ନା କେଉଁଠି ଛୋଟ […]
କଟକ : ଭଲ ସ୍ୱାସ୍ଥ୍ୟସେବା ପାଇବା ପାଇଁ ରାଜ୍ୟର ବିଭିନ୍ନ ଜାଗାରୁ କଟକ ବଡ଼ ମେଡିକାଲକୁ ଧାଇଁ ଅାସିଥାନ୍ତି ରୋଗୀ। ହେଲେ ଏଠି କିନ୍ତୁ ବିଚିତ୍ର ବ୍ୟବସ୍ଥା। ଏକ୍ସ-ରେଟିଏ କରିବାକୁ ହେଲେ ଅପେକ୍ଷା କରିବାକୁ ପଡ଼େ ୩ରୁ ୪ ଦିନ। ସତେ ଯେମିତି ପଥର ତଳେ ରହିଯାଇଛି ରୋଗୀଙ୍କ ଭାଗ୍ୟ। ଏ ବିଚିତ୍ର ବ୍ୟବସ୍ଥା ହେଉଛି କଟକ ବଡ଼ ଡାକ୍ତରଖାନାର। ଅଲଟ୍ରାସାଉଣ୍ଡ କିମ୍ବା ଏକ୍ସ-ରେ ପାଇଁ ଅାସୁଥିବା ଗୁରୁତର ରୋଗୀଙ୍କ ପାଇଁ ଏମିତି ବ୍ୟବସ୍ଥା କରିଛନ୍ତି ମେଡିକାଲ୍ […]
ଭୁବନେଶ୍ୱର : ବିଭିନ୍ନ ପ୍ରସଙ୍ଗରେ ଅଠାକାଠିରେ ଫସିଥିବା ନବୀନ ସରକାର ଓ ବିଜେଡି ପ୍ରତିହିଂସା ପରାୟଣର ଷ୍ଟ୍ରାଟେଜି ଅାପଣାଇଛି କି? ଗତ କିଛି ଦିନର ଘଟଣାକ୍ରମକୁ ନେଇ ଏଭଳି ଚର୍ଚ୍ଚା ଲାଗି ରହିଛି। ବାରିପଦାରେ ଦାମଙ୍କ ସଭା ଭଣ୍ଡୁର ପାଇଁ ଉଦ୍ୟମ। ତାଳଚେରରେ ବୈଜୟନ୍ତଙ୍କ ବିରୋଧରେ ହଲ୍ଲାବୋଲ୍ । ଅାଳିରେ ଖାରବେଳଙ୍କୁ ଅାକ୍ରମଣ । ସପ୍ତାହେ ଭିତରେ ଘଟିଯାଇଥିବା ଏସବୁ ଘଟଣା ପରେ ଚର୍ଚ୍ଚା ହେଉଛି, ବିଜେଡି ଓ ସରକାରଙ୍କ ବିରୋଧରେ ମୁହଁ ଖୋଲୁଥିବା ନେତାଙ୍କ ମୁହଁ […]
ସୁରତ : ଅାଗକୁ ଅାସୁଛି ଦୀପାବଳି । ଅନେକ କମ୍ପାନୀ ଏହି ଅବସରରେ ନିଜ କର୍ମଚାରୀଙ୍କୁ ବୋନସ ପ୍ରଦାନ କରିଥାନ୍ତି। ତେବେ ଏଭଳି ଏକ କମ୍ପାନୀ ବିଷୟରେ ଶୁଣିଛନ୍ତି କି ଯିଏ ନିଜ କର୍ମଚାରୀଙ୍କୁ ବୋନସ ଅାକାରରେ କାର ଦେଇଥାଏ । ପ୍ରତିବର୍ଷ ଭଳି ଏଥର ମଧ୍ୟ କାର ଉପହାର ଦେଇ ପୁଣି ଚର୍ଚ୍ଚାକୁ ଅାସିଛନ୍ତି ସୁରତର ହୀରା ବ୍ୟବସାୟୀ ସବଜି ଢୋଲାକିଅା । ଧାଡି ଧାଡି ହୋଇ ଶହ ଶହ କାର ରଖା ହୋଇଛି । […]
ମାଲକାନଗିରି : ଦୀର୍ଘ ଦିନର ପରିଶ୍ରମ ପରେ ଅମଳ ହୋଇଥିବା ଫସଲ ଖୋଲା ଆକାଶ ତଳେ ପଡ଼ି ରହିଛି। ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଅଞ୍ଚଳରେ ଥିବା ମଣ୍ଡିରେ ଶହ ଶହ ବସ୍ତା ଧାନ ପଡ଼ି ରହିଛି। ୨ ସପ୍ତାହରୁ ଅଧିକ ହେବ ଧାନ ମଣ୍ଡିରୁ ଉଠୁନାହିଁ। ଫଳରେ ଚାଷୀମାନେ ମଣ୍ଡିରେ ରହି ନିଜ ନିଜ ଧାନକୁ ଜଗିଛନ୍ତି। ପଦ୍ମଗିରି ଛକରେ ମଣ୍ଡିରୁ ଧାନ ଉଠୁ ନ ଥିବା ପ୍ରତିବାଦରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ମାଲକାନଗିରି ଜିଲ୍ଲାପାଳ କାର୍ଯ୍ୟାଳୟରେ […]
କନ୍ଧମାଳ: ରାଜ୍ୟରେ ଶୀତର ଲହରି ଜାରି ରହିଥିବା ସତ୍ତ୍ୱେ ମଧ୍ୟ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ଭିଡ଼ ବେଶ୍ ଜମୁଛି। ଶୀତଋତୁରେ ବଣଭୋଜି ସାଙ୍ଗକୁ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ଲାଗି ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି। ଜାଡ଼ର ମାଡ଼ ସତ୍ତ୍ୱେ ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। କେବଳ ଓଡ଼ିଶା କାହିଁକି, ଓଡ଼ିଶା ବାହାରୁ ପର୍ଯ୍ୟଟକ ଆସି ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିଥାନ୍ତି। ଶୀତ ବଢ଼ିବା ସାଙ୍ଗକୁ […]
କୋରାପୁଟ : କୋରାପୁଟର ବହି ମଣିଷ ଭାବେ ପରିଚିତ ସେ । ନାଁ ତାଙ୍କର ଜଳନ୍ଧର ଗାଣ୍ଠ । ବହୁ ପୁରାତନ ଠାରୁ ଅାରମ୍ଭ କରି ଅତ୍ୟାଧୁନିକ ପୁସ୍ତକରେ ଭର୍ତ୍ତି ହୋଇଛି ତାଙ୍କ ଘର। ପୁସ୍ତକ ସଂଗ୍ରହ ତାଙ୍କର ଯେମିତି ଏକ ନିଶା ପାଲଟି ଯାଇଛି। ଯେବେ ସେ କୋରାପୁଟ ବାହାରକୁ ଯାଆନ୍ତି ପୁସ୍ତକ ଆଣିବାକୁ ଭୁଲନ୍ତି ନାହିଁ । ସବୁ ପୁସ୍ତକକୁ ଏକାଠି କରି ନିଜ ଘରେ କରିଛନ୍ତି ଏକ ଅନନ୍ୟ ପାଠାଗାର। ଜଳନ୍ଧରଙ୍କ ଏହି ପୁସ୍ତକ […]
କଟକ : ସମାଜର ସାମୂହିକ ବିବେକକୁ ଦୋହଲାଇ ଦେବା ଭଳି ଏକ ଦୃଶ୍ୟ ଅାଜି ଦେଖିବାକୁ ମିଳିଛି କଟକ ବଡ଼ ମେଡିକାଲ୍ରେ । ଓଡ଼ିଶାର ବଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଅାସିଥିବା ବୃଦ୍ଧ ରୋଗୀଟିଏ କିପରି ଚିକିତ୍ସା ଅଭାବରେ ଜୀବନ ହାରିଦେଇଛି ଏ ହେଉଛି ତାର ଜ୍ୱଳନ୍ତ ଉଦାହରଣ । ଘଟଣା ଏହିପରି ….. ବଡ଼ ମେଡିକାଲ୍ର ମେଡିସିନ୍ ଓ୍ୱାର୍ଡ। ଅାଉ ତାରି ୧୦ ହାତ ଦୂରରେ ପଡ଼ିଛି ଜଣେ ମଣିଷର ଶବ। ସମୟ ସକାଳ ପାଖାପାଖି […]
ଭୁବନେଶ୍ୱର: ଜାଡ଼ରେ ଥରୁଛି ସାରା ଓଡ଼ିଶା। ଦିନକୁ ଦିନ ପାରଦ କମୁଥିବା ବେଳେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ବିଭିନ୍ନ ପଶୁ ପକ୍ଷୀ ଯେମିତି ପ୍ରଭାବିତ ନହେବେ ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଖାଲି ସାପ ନୁହେଁ ପାଣିରେ ରହୁଥିବା କୁମ୍ଭୀର ମଧ୍ୟ ଶୀତରେ ଅସ୍ତବ୍ୟସ୍ତ। କୁମ୍ଭୀରଙ୍କୁ ଶୀତ ଦାଉରୁ ରକ୍ଷା କରିବା ପାଇଁ ଏନ୍କ୍ଲୋଜର୍ ପାଣି ପାଖରେ ଶୁଖିଲା ବାଲି ପକା ଯାଇଛି। ସିମ୍ପାଜି ପାଇଁ ରୁମ୍ ଭିତରେ ପ୍ଲାଏ ଉଡ୍ ପଡ଼ିଛି। ପାଖରେ ରୁମ୍ […]
ଭୁବନେଶ୍ୱର : ତିତ୍ଲିର ତାଣ୍ଡବରେ ଘରଦ୍ୱାର ବିଧ୍ୱସ୍ତ। ଜୀବନ ଜୀବିକା ହରାଇ ଅସହାୟ ଜନତା। ଏପଟେ ପୁନଃରୁଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ। ଅାଜି ବି ସବୁ ବିଭାଗ ମୁଖ୍ୟଙ୍କ ସହ ମୁଖ୍ୟଶାସନ ସଚିବ ରିଲିଫ୍ ଓ ପୁନଃରୁଦ୍ଧାର ନେଇ ସମୀକ୍ଷା କରିଛନ୍ତି। ବୈଠକ ପରେ ମିଳିଥିବା ସୂଚନା ଅନୁଯାୟୀ, ସୋରଡା-ଦାରିଙ୍ଗବାଡି ରାସ୍ତାକୁ ଛାଡି ଅନ୍ୟ ସବୁ ରାସ୍ତାର ମରାମତି ସରିଛି ଓ ଗ୍ରାମାଞ୍ଚଳରେ ୫୭୦ଟି ପାନୀୟ ଜଳ ପ୍ରକଳ୍ପର ପୁନରୁଦ୍ଧାର ସରିଛି। ଗଜପତିରେ ୧ଲକ୍ଷ ୨୦ […]
ବରଗଡ଼: ପାଖେଇ ଆସିଲାଣି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଆଉ ଦିନ କେଇଟା ପରେ ଧନୁଯାତ୍ରାକୁ ନେଇ ବରଗଡ଼ରେ ଲୋକଙ୍କ ଭିଡ଼ ଜମିବ। ଅନ୍ୟପଟେ, ଧନୁଯାତ୍ରା ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଧନୁଯାତ୍ରାରେ ବରଗଡ଼ ସହର ପାଲଟିବ ମଥୁରାନଗରୀ। ଏଥିପାଇଁ ଜୋର୍ସୋର୍ରେ ସଜବାଜ ଚାଲିଛି। ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ କରିବାକୁ ସମସ୍ତେ ଲାଗିପଡ଼ିଛନ୍ତି। ବରଗଡ଼ କଲ୍ୟାଣ ମଣ୍ଡପ ପାଲଟିଛି ଆଖଡ଼ାଶାଳ। ଅଭିନୟକୁ ଉନ୍ନତତର କରିବାକୁ କଳାକାରମାନେ ପ୍ରସ୍ତୁତ ହେଉଛନ୍ତି। ଅନ୍ୟପଟେ, ଧନୁଯାତ୍ରାରେ ଅଭିୟନ କରୁଥିବା କଳାକାରଙ୍କ […]
କଟକ: କିଛି ଦିନର ବ୍ୟବଧାନ ପରେ ପୁଣି ସେହି ଅଜଣା ଜନ୍ତୁ ଆତଙ୍କ। କଟକ ନରାଜ ଅଞ୍ଚଳକୁ ଏହି ଅଜଣା ଜନ୍ତୁ ଆତଙ୍କ ପୁଣି ଥରେ ଫେରିଛି। ୧୫ରୁ ଅଧିକ ମେଣ୍ଢା ମାରି ସାରିଲାଣି ଏହି ଅଜଣା ଜନ୍ତୁ। ଯାହାକୁ ନେଇ ଲୋକେ ଆତଙ୍କିତ। ମେଣ୍ଢାଙ୍କ ସୁରକ୍ଷା ପାଇଁ ହାତରେ ଠେଙ୍ଗା ଓ ନିଆଁହୁଳା ଧରି ପହରା ଦେଉଛନ୍ତି ଲୋକେ। ଅନ୍ୟପଟେ ମେଣ୍ଢା ଗୁଡ଼ିକୁ ଗୁହାଳରେ ସୁରକ୍ଷିତ ରଖିବାକୁ ବନବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି। ନରାଜ […]
ଭୁବନେଶ୍ୱର : ଅଭିନେତ୍ରୀ ନନ୍ଦିତା ଦାସଙ୍କ ବାପା ତଥା ପ୍ରଖ୍ୟାତ ଚିତ୍ରଶିଳ୍ପୀ ପଦ୍ମଭୂଷଣ ଯତୀନ ଦାସଙ୍କ ନାଁରେ ହୋଇଛି ଅଭିଯୋଗ । ମହିଳା ଉଦ୍ୟୋଗୀ ତଥା ପରିବେଶବିତ୍ ନିଶା ବୋରା ଆଣିଛନ୍ତି ଏହି ଅଭିଯୋଗ । ୨୦୦୪ରେ ଯତୀନ ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ନିଶା ଖୁଲାସା କରିବା ପରେ ସୃଷ୍ଟି ହୋଇଛି ହଲଚଲ୍। ନିଶା ନିଜ ଟ୍ୱିଟର ପେଜ୍ରେ ଏହି ଅଭିଯୋଗ ଆଣିଛନ୍ତି। ନିଶା ଅଭିଯୋଗ କରିଛନ୍ତି ଯେ, ୨୦୦୪ରେ ଯତୀନ୍ ଦାସଙ୍କ ସହ ଏକ […]
ବେଙ୍ଗାଲୁରୁ : ସୋସିଅାଲ ମିଡିଅାରେ ଜୋର ଧରିଛି #MeToo କ୍ୟାମ୍ପେନ । ଅସଦାଚରଣ ଶିକାର ହୋଇଥିବା ମହିଳାମାନେ ସେମାନଙ୍କ ତିକ୍ତ ଅନୁଭୂତି ସେୟାର କରୁଛନ୍ତି। ଏହା ସହ ଅସଦାଚରଣ କରୁଥିବା ବ୍ୟକ୍ତିଙ୍କୁ କାଠଗଡ଼ାକୁ ବି ଟାଣୁଛନ୍ତି। ଏଭଳି ସମୟରେ ସୋସିଅାଲ ମିଡିଅାରେ ଏମିତି ଏକ ଭିଡିଓ ପୋଷ୍ଟ ହୋଇଛି, ଯାହା ଏବେ ଚର୍ଚ୍ଚାରେ। ବ୍ୟାଙ୍କ ଋଣ ପାଇଁ ଯୌନ ସମ୍ପର୍କ ରକ୍ଷା କରିବାକୁ ଦାବି କରିଥିବା ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ବିଚ୍ ରାସ୍ତାରେ ନିସ୍ତୁକ ମାଡ଼ ମାରିଛନ୍ତି […]
କୋରାପୁଟ: ପାଣି ନାହିଁ ତ ଭୋଟ୍ ନାହିଁ। କୋଲାବ ପ୍ରକଳ୍ପର ବିସ୍ଥାପିତ ଆସନ୍ତା ସାଧାରଣ ନିର୍ବାଚନରେ ଭୋଟ୍ ବର୍ଜନ ଭଳି ଚରମ ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ କଲୋନୀରେ ପିଇବା ପାଣି, ରାସ୍ତାଘାଟ ଓ ଚାଷ ଜମିରେ ଜଳସେଚନ ସମସ୍ୟା ଲାଗି ବିସ୍ଥାପିତ ବହୁ ହଇରାଣ ହେଉଛନ୍ତି। ଏପରିକି ଏନେଇ ଜିଲ୍ଳା ପ୍ରଶାସନଠାରୁ ଲୋକ ପ୍ରତିନିଧିଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ପାରି ନାହିଁ। ସମସ୍ୟା ଘେରରେ କୋଲାବ ପ୍ରକଳ୍ପ ବିସ୍ଥାପିତ। ପିଇବା ପାଣି, ଗମନାଗମନ କି […]
ଗଜପତି : ଗଜପତି ଜିଲ୍ଲାରେ ଦିନକୁ ଦିନ ସାମ୍ନାକୁ ଅାସୁଛି ତିତ୍ଲି ତାଣ୍ଡବର ନୂଅା ନୂଅା ଲୋମଟାଙ୍କୁରା ଚିତ୍ର। ମୃତ୍ୟୁ ସଂଖ୍ୟା ବି ବଢି ବଢି ଚାଲିଛି। ରାୟଗଡ଼ ବ୍ଲକ ଗଙ୍ଗାବାଡ଼ରେ ପାହାଡ଼ ଧସି ୧୬ ଜଣଙ୍କ ମୃତ୍ୟୁ ପରେ କଇଁପୁର ଓ ଲକ୍ଷ୍ମୀପୁର ପଞ୍ଚାୟତରେ ବି ୧୭ ନିଖୋଜ ମଧ୍ୟରୁ ୮ଟି ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି। ପ୍ରକୃତିର ସନ୍ତାନ ବୋଲାଉଥିବା ଅାଦିବାସୀଙ୍କ ଉପରେ ଅନେକ ଦାଉ ସାଧିଛି ପ୍ରଳୟଙ୍କରୀ ବାତ୍ୟା ତିତ୍ଲି। ଦିନ […]
କଟକ: ପ୍ରବଳ ଥଣ୍ଡାରେ ଥରୁଛି ସାରା ରାଜ୍ୟ। ଆଉ ଏହି ଶୀତ ରାତିରେ ଏବେବି ଖୋଲା ଆକାଶ ତଳେ କଟକ ସହରରେ କଟୁଛି ଅସହାୟଙ୍କ ଜୀବନ। ରେଳ ଷ୍ଟେସନ୍ ହେଉ ବା ବସ୍ଷ୍ଟାଣ୍ଡ କିମ୍ବା ରାସ୍ତାକଡ଼ ସବୁଠି ରାତି କାଟୁଛନ୍ତି ନିରାଶ୍ରୟ। ଅସହାୟଙ୍କ ପାଇଁ ରାତ୍ରୀ ଆଶ୍ରୟସ୍ଥଳୀ କରାଯାଇଥିବା କଥା ପ୍ରଶାସନ କହୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଅଲଗା ଦେଖିବାକୁ ମିଳିଛି। ହାଡ଼ଭଙ୍ଗା ଶୀତରେ ସାରା ରାଜ୍ୟ ଥରୁଥିବା ବେଳେ କଟକ ସହରର ରାସ୍ତାକଡ଼ରେ ତ […]
ଯାଜପୁର : ଡଙ୍କାରୀରେ ପ୍ରଶାସନ ମାରୁଛି ନାଲି ପତକା। ଜାରି ହୋଇଛି ୧୪୪ ଧାରା । ପାହାଡ ପାଖରେ ଥିବା ଓଜନ ମାପକ ଯନ୍ତ୍ରକୁ ଖୋଳି ବାହାର କରୁଛି ପ୍ରଶାସନ। ପଥର ଖାଦାନର ୧୬ଟି ଉତ୍ସ, ସବୁଗୁଡିକୁ ସିଲ୍ କରାଯାଇଛି। ପାଖରେ ଥିବା କ୍ରସ୍ର ୟୁନିଟକୁ ମାପଚୁପ କରାଯାଇଥିଲେ ମଧ୍ୟ ସିଲ୍ କରାଯାଇନାହିଁ। କ୍ରସରରେ ବି କୋଟି କୋଟି ଟଙ୍କାର ଚିପ୍ସ ମହଜୁଦ ରହିଛି। ଗ୍ରୀନ ଟ୍ରିବ୍ୟୁନାଲର ଛାଟ ପରେ ଡଙ୍କାରୀରେ ପଡ଼ିଛି ଜିଲ୍ଲା ପ୍ରଶାସନର ପାଦ। […]
ମଧ୍ୟପ୍ରଦେଶ : କଥାରେ ଅଛି ନିଆଁ ଓ ପାଣି ସହ ଖେଳିବା ଅତ୍ୟନ୍ତ ବିପଜ୍ଜନକ। ଅାଉ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଦମୋହ ଜିଲ୍ଲାରେ। ରାଲଳୀଳା ଉତ୍ସବ ଚାଲିଥିବା ବେଳେ ଘଟିଛି ଏକ ଅଘଟଣ । ଷ୍ଟେଜ୍ ଉପରେ ଜଣେ କଳାକାର ନିଆଁରେ ଖେଳ ଦେଖାଉଥିବା ବେଳେ ହଠାତ ନିଆଁର ଧାସ ତାଙ୍କ ଚୁଟିରେ ଲାଗିଯାଇଥିଲା। ଏହାପରେ ସେ ନିଆଁ ଲିଭାଇବାକୁ ଚେଷ୍ଟା କରିବା ସମୟରେ ନିଆଁ ତାଙ୍କ ହାତ ଓ ଶରୀରର […]
ନାଗପୁର : ବିଶ୍ୱରେକର୍ଡ ପାଇଁ ୩ ହଜାର କିଲୋଗ୍ରାମ ଖେଚୁଡ଼ି। ଅାଉ ତାହା ବି ପୁଣି ଗୋଟିଏ ବିରାଟକାୟ କଡେଇ ମଧ୍ୟରେ। ଗିନିଜ୍ ବୁକ୍ ଅଫ୍ ଓ୍ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇବା ପାଇଁ ନାଗପୁରର ସେଫ୍ ବିଷ୍ଣୁ ମନୋହର ଏଭଳି ପ୍ରୟାସ କରିଛନ୍ତି। ପୂର୍ବରୁ ଲଗାତର ୫୩ ଘଣ୍ଟା ରୋଷେଇ କରି ସେ ଗିନିଜ୍ ବୁକ୍ ଅଫ ଓ୍ୱାର୍ଲଡ୍ ରେକର୍ଡରେ ନିଜ ନାଁ ସାମିଲ କରିସାରିଛନ୍ତି। ଅାଉ ଏବେ ଖେଚୁଡ଼ି ପ୍ରସ୍ତୁତି କରି ପୁଣି ରେକର୍ଡ ଅାଶାରେ […]